bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 33
Deuteronomy 33
Odia Bible ERV 2004 (ପବିତ୍ର ବାଇବଲ)
← Chapter 32
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 34 →
1
ମୋଶା ଲୋକମାନଙ୍କୁ ଆଶୀର୍ବାଦ କଲେ ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ।
2
ମୋଶା ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁ ସୀନୟରୁ ଉଜ୍ଜ୍ୱଳ ଆଲୋକରେ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ। ସେ ଆଲୋକବର୍ତ୍ତୀକା ରୂପେ ପାରଣ ପର୍ବତରୁ ପ୍ରକାଶିତ ହେଲେ। ସେ ଦଶହଜାର ପବିତ୍ର ପ୍ରାଣୀଙ୍କ ସହିତ ଆସିଲେ। ତାହାଙ୍କ ଦକ୍ଷିଣ ହସ୍ତରୁ ଅଗ୍ନିଶିଖା ଆସିଲା।
3
ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ। ପ୍ରତ୍ୟେକ ଲୋକ ତୁମ୍ଭ ବାକ୍ୟ ଗ୍ରହଣ କରିବେ।
4
ମୋଶା ଆମ୍ଭକୁ ନିୟମ ଗୁଡ଼ିକ ଶିକ୍ଷା ଦେଲେ, ତାହା ଯାକୁବର ଲୋକମାନଙ୍କର ଚିରସ୍ଥାୟୀ ଅଧିକାର।
5
ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସଦାପ୍ରଭୁ ଯିଶୁରୁଣରେ ରାଜାଥିଲେ।
6
ରୁବେନ୍କୁ ଆଶୀର୍ବାଦ “ରୁବେନ୍ ବଞ୍ଚିରହୁ, ଏବଂ ତାଙ୍କର ମୃତ୍ୟୁ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ୟକ ନ ହୁଅନ୍ତୁ।”
7
ଯିହୁଦାକୁ ଆଶୀର୍ବାଦ ଯିହୁଦାଙ୍କ ପ୍ରତି ଆଶୀର୍ବାଦ ଏହି, “ହେ ସଦାପ୍ରଭୁ, ଯିହୁଦା ଯେତେବେଳେ ସାହାଯ୍ୟ ପ୍ରାର୍ଥନା କରିବ ତାଙ୍କୁ ସାହାଯ୍ୟ କର। ତା’ର ନିଜ ଲୋକଙ୍କ ନିକଟକୁ ତାଙ୍କୁ ଆଣ। ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାଯ୍ୟ କର।”
8
ଲେବୀକୁ ଆଶୀର୍ବାଦ ମୋଶା ଲେବୀଙ୍କ ବିଷୟରେ ଏହି କଥା କହିଲେ, “ଲେବୀ ତୁମ୍ଭର ଅନୁସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତୁମ୍ମୀମ୍ ଓ ଊରୀମ୍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି। ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ। ମିରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବିରୋଧ କଲ ଏବଂ ତୁମ୍ଭେ ସେଠାରେ ଜାଣିଲ ଯେ, ସେ ତୁମ୍ଭର ଲୋକ।
9
ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲେ, ଆମ୍ଭେ ତାହାକୁ ଦେଖି ନାହୁଁ, ସେ ଆପଣା ଭାଇମାନଙ୍କୁ ମଧ୍ୟ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲେ ନାହିଁ। କିନ୍ତୁ ସେମାନେ ତୁମ୍ଭର ବାକ୍ୟ ମାନି ଅଛନ୍ତି। ତୁମ୍ଭର ନିୟମ ରକ୍ଷା କରିଛନ୍ତି।
10
ସେମାନେ ଯାକୁବଙ୍କୁ ତୁମ୍ଭର ଶିକ୍ଷା ଓ ଇସ୍ରାଏଲରେ ତୁମ୍ଭର ବ୍ୟବସ୍ଥା ଶିଖାଇବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପକାଠି ଓ ତୁମ୍ଭ ଯଜ୍ଞବେଦି ଉପରେ ହୋମବଳି ରଖିବେ।
11
“ହେ ସଦାପ୍ରଭୁ, ତା’ର ସମ୍ପତ୍ତିକୁ ଆଶୀର୍ବାଦ କର। ତାଙ୍କ ହସ୍ତର କର୍ମମାନ ଗ୍ରହଣ କର। ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି, ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କର ବଳ ଭାଙ୍ଗି ପକାଅ। ଯେପରି ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।”
12
ବିନ୍ୟାମୀନଙ୍କର ଆଶୀର୍ବାଦ ମୋଶା ବିନ୍ୟାମୀନଙ୍କ ବିଷୟରେ କହିଲେ, “ସଦାପ୍ରଭୁଙ୍କର ପ୍ରିୟ ଲୋକେ ବିନ୍ୟାମୀନଙ୍କ ନିକଟରେ ନିର୍ଭୟରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
13
ଯୋଷେଫଙ୍କ ଆଶୀର୍ବାଦ ମୋଶା ଯୋଷେଫଙ୍କ ବିଷୟରେ କହିଲେ, “ସଦାପ୍ରଭୁ, ଯୋଷେଫଙ୍କର ଭୂମିକୁ ଆଶୀର୍ବାଦ କରନ୍ତୁ। ସଦାପ୍ରଭୁ ଆକାଶରୁ ଶିଶିର ବିନ୍ଦୁ ଓ ଧରଣୀ ଗଭୀରକୁ ତାଙ୍କର ଭୂମି ଯଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗୁଡ଼ିକ ବାରିଧିରେ ପରିପୂର୍ଣ୍ଣ କରନ୍ତୁ।
14
ସୂର୍ଯ୍ୟ ତାଙ୍କୁ ଉତ୍ତମ ଫଳ ଦିଅନ୍ତୁ। ସେ ପ୍ରତ୍ୟେକ ମାସରେ ଉତ୍ତମ ଫଳ ଦାନ କରୁ।
15
ପୁରାତନ ପର୍ବତମାନ ଉତ୍ତମ ଦ୍ରବ୍ୟମାନରେ ପରିପୂର୍ଣ୍ଣ ହେଉ।
16
ପୃଥିବୀ ତା’ର ଉତ୍ତମତା ଯୋଷେଫଙ୍କୁ ଦେଉ। ଯିଏ ଜଳନ୍ତା ବୁଦାରେ ବାସ କରନ୍ତି ତାହାଙ୍କୁ ଆଶୀର୍ବାଦ କରନ୍ତୁ। ଯୋଷେଫଙ୍କ ମସ୍ତକରେ ଆଶୀର୍ବାଦ ପଡ଼ୁ। ଯିଏ କି ଭାଇମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ।
17
ଯୋଷେଫ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦୁଇପୁତ୍ର ତାଙ୍କର ଶିଙ୍ଗ ସଦୃଶ। ସେମାନେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶେଷ ସୀମାକୁ ସେମାନଙ୍କୁ ତଡ଼ି ଦେବେ। ସେମାନେ ମନଃଶିର ହଜାର ହଜାର ଲୋକପରି, ଇଫ୍ରୟିମଙ୍କ ଦଶହଜାର ଲୋକଙ୍କ ତୁଲ୍ୟ।”
18
ସବୂଲୂନ୍ ଓ ଇଷାଖରଙ୍କୁ ଆଶୀର୍ବାଦ ମୋଶା ସବୂଲୂନଙ୍କ ବିଷୟରେ ଏହିକଥା କହିଲେ, “ହେ ସବୂଲୂନ୍, ଯେତେବେଳେ ତୁମ୍ଭେ ବାହାରକୁ ଯାଉଛ, ଖୁସୀ ହୁଅ। ଇଷାଖର ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦିତ ହୁଅ।
19
ସେମାନେ ଲୋକମାନଙ୍କୁ ପର୍ବତକୁ ଡାକିବେ। ସେଠାରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ। କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତଧନ ଉପଭୋଗ କରିବେ।”
20
ଗାଦ୍ର ଆଶୀର୍ବାଦ ମୋଶା ଗାଦ୍ର ବିଷୟରେ ଏହିସବୁ କହିଲେ, “ପରମେଶ୍ୱରଙ୍କର ପ୍ରଶଂସା ଗାନ କର ଯେ ଗାଦ୍କୁ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶୋଇ ରହେ ଓ ଅପେକ୍ଷା କରେ। ଏହା ପରେ ଅପେକ୍ଷା କରି ପଶୁମାନଙ୍କୁ ଚିରି ବିଦୀର୍ଣ୍ଣ କରେ।
21
ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସୁରକ୍ଷିତ ଅଛି। ସେ ଲୋକମାନଙ୍କର ନେତୃବର୍ଗଙ୍କ ପାଖକୁ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇସ୍ରାଏଲବାସୀ ପାଇଁ ମଙ୍ଗଳ।”
22
ଦାନ୍ର ଆଶୀର୍ବାଦ ମୋଶା ଦାନ୍ର ବିଷୟରେ ଏହିକଥା କହିଲେ, “ଦାନ୍ ହେଉଛନ୍ତି ସିଂହ ଛୁଆ ପରି। ସେ ବାସନାରୁ କୁଦାମାରେ।”
23
ନପ୍ତାଲିଙ୍କର ଆଶୀର୍ବାଦ ମୋଶା ନପ୍ତାଲିଙ୍କ ବିଷୟରେ ଏହିକଥା କହିଲେ, “ନପ୍ତାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହେବ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।”
24
ଆଶେରର ଆଶୀର୍ବାଦ ମୋଶା ଆଶେରଙ୍କର ବିଷୟରେ ଏହିକଥା କହିଲେ, “ଆଶେର ସନ୍ତାନ ସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହେବ। ଏବଂ ସେ ଆପଣା ପାଦ ତୈଳରେ ବୁଡ଼ାଉ।
25
ତୁମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହେବ। ତୁମ୍ଭର ଜୀବନକାଳ ମଧ୍ୟରେ ତୁମ୍ଭେ ଶକ୍ତିଶାଳୀ ହେବ।”
26
ମୋଶା ପରମେଶ୍ୱରଙ୍କର ପ୍ରଶଂସା କଲେ “ହେ ଯିଶୁରୁଣ, ପରମେଶ୍ୱରଙ୍କ ପରି ଆଉ କେହି ନାହିଁ। ସେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆକାଶରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।
27
ପରମେଶ୍ୱର ଅନନ୍ତକାଳସ୍ଥାୟୀ, ସେ ହେଉଛନ୍ତି ତୁମ୍ଭର ନିରାପଦର ସ୍ଥାନ। ପରମେଶ୍ୱରଙ୍କର ଶକ୍ତି ଅନନ୍ତକାଳ। ସେ ତୁମ୍ଭ ପାଇଁ ସୁରକ୍ଷା ଦେଉଛନ୍ତି। ପରମେଶ୍ୱର ତୁମ୍ଭ ଦେଶରୁ ତୁମ୍ଭ ଶତ୍ରୁମାନଙ୍କୁ ବିତାଡ଼ିତ କରିବେ। ସେ କହିବେ, ‘ଶତ୍ରୁମାନଙ୍କୁ ବିନାଶ କର।’
28
ତେଣୁ ଇସ୍ରାଏଲୀୟମାନେ ନିରାପଦରେ ବାସ କରି ପାରିବେ। ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସ ମୟ ଦେଶରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।
29
ହେ ଇସ୍ରାଏଲୀୟ, ତୁମ୍ଭେମାନେ ଆଶୀର୍ବାଦ ଯୁକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହେବେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ଼୍ଗ ସ୍ୱରୂପ। ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସେମାନଙ୍କ ପବିତ୍ର ସ୍ଥାନସବୁ ଦଳନ କରିବ।”
← Chapter 32
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 34 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
Recommended Reading
Commentary
Deuteronomy Commentaries
→
Devotional
Deuteronomy Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→