bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Deuteronomy 30
Deuteronomy 30
Odia Bible ERV 2004 (ପବିତ୍ର ବାଇବଲ)
← Chapter 29
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 31 →
1
ଇସ୍ରାଏଲୀୟମାନେ ସେମାନଙ୍କ ଦେଶକୁ ଫେରିବେ “ମୁଁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହା ସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟପାଇଁ ଆଶୀର୍ବାଦ ଓ ମନ୍ଦକାର୍ଯ୍ୟ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଅନ୍ୟ ଜାତୀୟମାନଙ୍କ ମଧ୍ୟରେ ପଠାଇବେ। ସେଠାରେ ତୁମ୍ଭେମାନେ ସ୍ମରଣ କରିବ।
2
ସେହି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ୟ ସମସ୍ତ ମନ ପ୍ରାଣ ଦେଇ ମାନିବ, ଯାହା ମୁଁ ଆଜି ତୁମ୍ଭକୁ ଆଜ୍ଞା ଦେଇଛି।
3
ତେବେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ପ୍ରତି ଦୟାବାନ ହେବେ। ସଦାପ୍ରଭୁ ପୁନ୍ନରାୟ ମୁକ୍ତ କରିବେ। ସେ ତୁମ୍ଭମାନଙ୍କୁ ସେଠାରୁ ଫେରାଇ ଆଣିବେ,
4
ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହୁତ ଦୂରକୁ ପଠାଇଥିଲେ ମଧ୍ୟ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫେରାଇ ଆଣିବେ।
5
ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକୁ ଫେରାଇ ଆଣି ସେହି ଦେଶସବୁ ତୁମ୍ଭମାନଙ୍କୁ ଦେବେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହେବେ ଯେ, କେବେବି ଏତେ ନ ଥିଲା।
6
ତୁମ୍ଭେମାନେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କୁ ପ୍ରେମ କରିବ। ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ।
7
“ତେବେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ଏପରି ଘଟିବ। କାରଣ ସେମାନେ ତୁମ୍ଭମାନଙ୍କୁ କ୍ଳେଶ ଦିଅନ୍ତି ଓ ଘୃଣା କରନ୍ତି।
8
ଏବଂ ତୁମ୍ଭେମାନେ ପୁନ୍ନରାୟ ସଦାପ୍ରଭୁଙ୍କୁ ମାନିବ। ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ ଯାହା ମୁଁ ଆଜି ତୁମ୍ଭମାନଙ୍କୁ କହୁଅଛି।
9
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହୁ ସନ୍ତାନ ଦେଇ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସେମାନଙ୍କ ବହୁସଂଖ୍ୟକ ବାଛୁରି ହେବ। ସେ ତୁମ୍ଭର କ୍ଷେତ୍ରକୁ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ୟ ପ୍ରଦାନ କରିବ। ସଦାପ୍ରଭୁ ପୁଣି ଥରେ ତୁମ୍ଭଠାରେ ଆନନ୍ଦିତ ହେବେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠାରେ ଆନନ୍ଦିତ ଥିଲେ।
10
କିନ୍ତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକର ସମସ୍ତ ନିୟମ ବିଧି ମାନି ଚଳିବାକୁ ପଡ଼ିବ। ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନିକଟକୁ ଯେବେ ଫେରି ଆସ।
11
ଜୀବନ ନା ମୃତ୍ୟୁ “ଆଜି ମୁଁ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଲି ତାହା ତୁମ୍ଭମାନଙ୍କ ପାଇଁ ଅତି କଠୋର ନୁହେଁ, କିଅବା ଦୂରବର୍ତ୍ତୀ ନୁହେଁ।
12
ଏହା ସ୍ୱର୍ଗରେ ନାହିଁ, ସେଥିପାଇଁ ତୁମ୍ଭେମାନେ କହିବ ଯେ, ‘ଆମ୍ଭମାନଙ୍କ ପାଇଁ କିଏ ସ୍ୱର୍ଗକୁ ଯିବ ତାହା ଆଣିବା ପାଇଁ ଯେଉଁଥିରେ ଆମ୍ଭେ ପାଳନ କରି ପାରିବୁ।’
13
ଏହି ନିର୍ଦ୍ଦେଶ ସମୁଦ୍ରର ଆର ପାରିରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, ‘କିଏ ସମୁଦ୍ର ପାର ହୋଇ ଆମ୍ଭମାନଙ୍କ ପାଇଁ ତାହା ଆଣି ଶୁଣାଇବେ ଓ ଆମ୍ଭେ ଶୁଣିବୁ।’
14
ନାଁ, ଏହି ବାଣୀ ତୁମ୍ଭମାନଙ୍କର ଖୁବ୍ ନିକଟରେ ଅଛି। ଏହା ତୁମ୍ଭମାନଙ୍କର ପାଟିରେ ଅଛି। ତୁମ୍ଭମାନଙ୍କର ହୃଦୟରେ ଅଛି। ତେଣୁ ତୁମ୍ଭେମାନେ ଏହା କରି ପାରିବ।
15
“ଆଜି ଆମ୍ଭେ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ୟରୁ ଗୋଟିକୁ ବାଛିବାକୁ ଦେଇଅଛୁ।
16
ମୁଁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ତାଙ୍କୁ ଅନୁସରଣ କରି ତାଙ୍କର ବାକ୍ୟମାନ, ନିୟମ ବିଧି ପାଳନ କର। ତେବେ ତୁମ୍ଭେମାନେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢ଼ିବ। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଥିବା ଦେଶରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକୁ ତୁମ୍ଭେମାନେ ଅଧିକାର କରିବା ପାଇଁ ଯାଉଛ।
17
ଯଦି ତୁମ୍ଭମାନଙ୍କର ହୃଦୟ ତାଙ୍କଠାରୁ ବିମୁଖ ହୁଏ ଓ ତାଙ୍କ କଥା ଶୁଣିବ ନାହିଁ, ମାତ୍ର ବିପଥଗାମୀ ହୋଇ ଅନ୍ୟ ଦେବତାଗଣର ସେବା ଓ ପୂଜା କର।
18
ତେବେ ତୁମ୍ଭେମାନେ ଧ୍ୱଂସ ହେବ। ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମୁଖ ହେବ। ଯର୍ଦ୍ଦନର ସେପାରିସ୍ଥ ଭୂମିରେ ଯେଉଁଠାକୁ ତୁମ୍ଭେମାନେ ଯିବା ପାଇଁ ପ୍ରସ୍ତୁତ ସେଠାରେ ତୁମ୍ଭେମାନେ ବେଶିଦିନ ବଞ୍ଚିପାରିବ ନାହିଁ।
19
“ଆଜି ମୁଁ ସ୍ୱର୍ଗ ଓ ପୃଥିବୀକୁ ଡାକୁଛି, ସାକ୍ଷୀରୂପେ ଜୀବନ ଓ ମୃତ୍ୟୁ, ଆଶୀର୍ବାଦ ଓ ଅଭିଶାପ, ଏହା ଭିତରୁ ମୁଁ ତୁମ୍ଭକୁ ପସନ୍ଦ କରିବାକୁ ଦେଇଛି। ତେଣୁ ତୁମ୍ଭେମାନେ ଜୀବନକୁ ବାଛ। ତେବେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।
20
ତୁମ୍ଭେମାନେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡ଼ିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ ଜୀବନ ଦେବେ ସେହି ଦେଶରେ, ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସ୍ହାକ ଏବଂ ଯାକୁବଙ୍କୁ କହିଥିଲେ।”
← Chapter 29
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 31 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
Recommended Reading
Commentary
Deuteronomy Commentaries
→
Devotional
Deuteronomy Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→