bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 10
2 Kings 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 11 →
1
ଯେହୂ ଶମରିୟାର ପ୍ରାଚୀନବର୍ଗଙ୍କୁ ଲେଖନ୍ତି ଆହାବଙ୍କର ସତୁରି ପୁତ୍ର ଶମରିୟାରେ ଥିଲେ। ଯେହୂ ଶମରିୟାରେ ଯିଷ୍ରିୟେଲର ଅଧ୍ୟକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା:
2
“ଏହି ଚିଠି ପାଇବା ମାତ୍ରେ, ତୁମ୍ଭେମାନେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ଉତ୍ତମ ଓ ଯୋଗ୍ୟତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ୱମାନ ଅଛି ଓ ତୁମ୍ଭେମାନେ ଏକ ସୁଦୃଢ଼ ନଗରରେ ବାସ କରୁଛ, ଆଉ ମଧ୍ୟ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି। ତେଣୁ ସେହି ଯୋଗ୍ୟତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛ ଓ ତୁମ୍ଭେମାନେ ଆପଣା ପ୍ରଭୁର ପରିବାର ପାଇଁ ଯୁଦ୍ଧ କର।”
4
ମାତ୍ର ଯିଷ୍ରିୟେଲର ଅଧ୍ୟକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହୋଇ ପଡ଼ିଲେ। ସେମାନେ କହିଲେ, “ଯେତେବେଳେ ସେ ଦୁଇ ରାଜା ଯେହୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?”
5
ତେଣୁ ଗୃହାଧ୍ୟକ୍ଷ, ନଗର ରାଜ୍ୟପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହିକଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭେମାନେ ତାହା ସବୁ ପାଳନ କରିବୁ, ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିରରେ ଭଲ ତାହା ଆପଣ କରନ୍ତୁ।”
6
ଶମରିୟାରେ ପ୍ରାଚୀନଗଣ ଆହାବଙ୍କ ସନ୍ତାନମାନଙ୍କୁ ହତ୍ୟା କରନ୍ତି। ତା’ପରେ ଯେହୂ ଦ୍ୱିତୀୟ ଚିଠି ନେତୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, “ଯଦି ତୁମ୍ଭେମାନେ ମୋ’ ସପକ୍ଷରେ ଓ ମୋ’ ଆଜ୍ଞା ପାଳନ କରିବ, ତେବେ ଆହାବଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।” ଆହାବଙ୍କ ସତୁରି ପୁତ୍ର ନଗରର ଅଧିକାରୀ ସହିତ ଥିଲେ, ତାହା ସେମାନଙ୍କୁ ଉଠାଇଲା।
7
ଯେତେବେଳେ ନେତୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସେମାନେ ସେହି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନେଇ ବଧ କଲେ, ସେମାନେ ସେହି କଟାମୁଣ୍ତକୁ ଡାଲାରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
8
ତା’ପରେ ଦୂତ ଆସି ଯେହୂଙ୍କୁ କହିଲା, “ସେମାନେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।” ତା’ପରେ ଯେହୂ କହିଲେ, “ସେଗୁଡ଼ିକୁ ନଗରର ଦ୍ୱାର ଦେଶରେ ଦୁଇଟି ଗଦାକରି ସକାଳ ପର୍ଯ୍ୟନ୍ତ ରଖ।”
9
ପ୍ରଭାତରେ ଯେହୂ ବାହାରକୁ ଯାଇ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହୋଇ କହିଲେ, “ତୁମ୍ଭେମାନେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭେମାନେ ସେମାନଙ୍କୁ ବଧ କଲ।
10
ଏବେ ତୁମ୍ଭେମାନେ ଜାଣ ସଦାପ୍ରଭୁ ଯାହା ଆହାବ ବଂଶ ବିଷୟରେ କହିଥିଲେ, ତାହା ନିଶ୍ଚୟ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିୟ ଦ୍ୱାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।”
11
ତେଣୁ ଯେହୂ ଯିଷ୍ରିୟେଲରେ ବାସ କରୁଥିବା ଆହାବଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ, ଆତ୍ମୀୟ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବଙ୍କ ଲୋକ ମଧ୍ୟରୁ କେହି ଜଣେ ହେଲେ ଜୀବିତ ଛଡ଼ାଗଲା ନାହିଁ।
12
ଯେହୂ ଅହସିୟଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରନ୍ତି ଯେହୂ ଯିଷ୍ରିୟେଲ ତ୍ୟାଗ କରି ଶମରିୟାକୁ ଗଲେ। ସେ ପଥ ମଧ୍ୟରେ ମେଷପାଳକମାନଙ୍କ ଛାଉଣି ନିକଟରେ ଅଟକି ଗଲେ। ଯେଉଁଠାରେ ସେମାନେ ସେମାନଙ୍କ ମେଷଠାରୁ ଲୋମ କାଟିଥିଲେ।
13
ଯେହୂ ଯିହୁଦାର ରାଜା ଅହସିୟଙ୍କ ସମ୍ପର୍କୀୟମାନଙ୍କୁ ଦେଖି ପଗ୍ଭରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅହସିୟ ରାଜାଙ୍କର ସମ୍ପର୍କୀୟ। ଆମ୍ଭେମାନେ ରାଜାଙ୍କର ସନ୍ତାନମାନଙ୍କର ଓ ରାଣୀଙ୍କର ସନ୍ତାନମାନଙ୍କର ମଙ୍ଗଳ କାମନା କରିବାକୁ ଯାଉଅଛୁ।”
14
ତା’ପରେ ଯେହୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, “ଏମାନଙ୍କୁ ଜୀବନ୍ତ ଧର।” ଯେହୂଙ୍କର ଦାସମାନେ ଅହସିୟଙ୍କର ସମ୍ପର୍କୀୟମାନଙ୍କୁ ଜୀବନ୍ତ ଧରିଲେ ଓ ମେଷଛେଦନ ଗୃହର ବର୍ତ୍ତ ନିକଟରେ ସେହି ବୟାଳିଶ୍ ଜଣଙ୍କୁ ବଧ କଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଛାଡ଼ିଲେ ନାହିଁ।
15
ଯିହୋନାଦବଙ୍କ ସହିତ ଯେହୂଙ୍କ ସାକ୍ଷାତ ଏହା ପରେ ଯେହୂ ସେଠାରୁ ପ୍ରସ୍ଥାନ କଲାବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହୋନାଦବଙ୍କୁ ଭେଟିଲେ। ସେ ଯିହୋନାଦବଙ୍କୁ ସ୍ୱାଗତ କରି ପଗ୍ଭରିଲେ, “ତୁମ୍ଭେ ମୋର ବିଶ୍ୱସ୍ତ ବନ୍ଧୁ କି, ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ୱସ୍ତ?” ଯିହୋନାଦବ ଉତ୍ତର ଦେଲେ, “ହଁ, ମୁଁ ତୁମ୍ଭର ଜଣେ ବିଶ୍ୱସ୍ତ ବନ୍ଧୁ।” ତେଣୁ ଯେହୂ କହିଲେ, “ତେବେ ମୋତେ ତୁମ୍ଭ ହସ୍ତ ଦିଅ।” ଯେତେବେଳେ ସେ ହସ୍ତ ବଢ଼ାଇଲେ ଯେହୂ ତାଙ୍କୁ ଆପଣା ରଥ ଉପରକୁ ଟାଣି ଆଣିଲେ।
16
ଯେହୂ କହିଲେ, “ମୋ’ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମୋର କିପରି ଦୃଢ଼ ଆସ୍ଥା ତାହା ଦେଖି ପାରିବ।” ତେଣୁ ସେ ଯେହୂଙ୍କର ରଥରେ ଆରୋହଣ କଲେ।
17
ଯେହୂ ଶମରିୟାକୁ ଆସି ଆହାବଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିୟଙ୍କୁ କହିବାନୁସାରେ ଯେହୂ ସେ ସମସ୍ତଙ୍କୁ ହତ୍ୟା କଲେ।
18
ଯେହୂ ବାଲ୍ ଉପାସକମାନଙ୍କୁ ଡାକନ୍ତି ପୁଣି ଯେହୂ ସମସ୍ତଙ୍କୁ ଏକତ୍ର କରି ସେମାନଙ୍କୁ ଡାକି କହିଲେ, “ଆହାବ ବାଲ୍ର ଅଳ୍ପ ସେବା କଲା, ମାତ୍ର ଯେହୂ ତା’ର ବହୁତ ସେବା କରିବ।
19
ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ, ତା’ର ସମସ୍ତ ପୂଜକଙ୍କୁ ଓ ତା’ର ସମସ୍ତ ଯାଜକମାନଙ୍କୁ ମୋ’ ନିକଟକୁ ଡାକ। ଦେଖ ଯେକେହି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ୟରେ ମୋର ଏକ ବଡ଼ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚୟ ହତ୍ୟା କରାଯିବ।” ଯେହୂ ସେମାନଙ୍କ ସହିତ ଛଳନା କଲେ, ତାଙ୍କର ପ୍ରକୃତ ଅଭିପ୍ରାୟ ଥିଲା ବାଲ୍ର ସମସ୍ତ ଯାଜକ ଓ ପୂଜକମାନଙ୍କୁ ହତ୍ୟା କରିବା।
20
ପୁଣି ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ଆୟୋଜନ କର।” ଆଉ ଯାଜକମାନେ ତାହା ଘୋଷଣା କଲେ।
21
ତା’ପରେ ଯେହୂ ଇସ୍ରାଏଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବାଲ୍ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କେହି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବାଲ୍ର ପୂଜକ ବାଲ୍ ମନ୍ଦିରରେ ପହଞ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।
22
ଯେହୂ ବସ୍ତ୍ରାଗାରର ଅଧ୍ୟକ୍ଷକୁ ଆଦେଶ ଦେଲେ, “ସମସ୍ତ ବାଲ୍ର ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ।” ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।
23
ତା’ପରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ ବାଲ୍ ମନ୍ଦିରକୁ ଗଲେ। ଯେହୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, “ଚତୁର୍ପାର୍ଶ୍ୱକୁ ଦେଖ! ଏଠାରେ ବାଲ୍ ପୂଜାରୀମାନଙ୍କ ଛଡ଼ା ଯେପରି ଆଉ କେହି ନ ଥାଏ। ଏଥିପାଇଁ ଖୋଜି ନିଶ୍ଚିତ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠାରେ ନାହାନ୍ତି।”
24
ଏହା ପରେ ବାଲ୍ର ପୂଜକମାନେ ବଳିଦାନ ଓ ହୋମବଳି କରିବାକୁ ଭିତରକୁ ଗଲେ। ଯେହୂ ନିଜର ଅଶୀ ଜଣଙ୍କୁ ବାହାରେ ନିଯୁକ୍ତ କରିଥିଲେ। ସେ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କ ମଧ୍ୟରୁ ଯେପରି ଜଣେ କେହି ପଳାଇ ନ ଯାଆନ୍ତି। ଯଦି ଜଣେ କେହି ପଳାଇ ଯାଏ, ଯେଉଁ ଲୋକ ତାକୁ ଛାଡ଼ି ଦେଇ ଥିବ, ସେ ତା’ର ଜୀବନ ତା’ର ବଦଳରେ ଦେବ।”
25
ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।” ତେଣୁ ସେମାନେ ଖଡ଼୍ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ।
26
ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ମୃତି ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ।
27
ସେମାନେ ବାଲ୍ର ସ୍ମରଣାର୍ଥକ ପ୍ରସ୍ତରଗୁଡ଼ିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳୟ କଲେ। ସେଗୁଡ଼ିକ ଆଜିଯାଏ ବ୍ୟବହାର ହେଉଛି।
28
ଏହିରୂପେ ଯେହୂ ଇସ୍ରାଏଲରୁ ବାଲ୍ ପୂଜା ଦୂର କଲେ।
29
ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ଯେହୂ ମଧ୍ୟ ବୈଥେଲ୍ ଓ ଦାନ୍ରେ ଥିବା ସୂବର୍ଣ୍ଣ ବାଛୁରି ଧ୍ୱଂସ କରି ପାରିଲେ ନାହିଁ।
30
ଇସ୍ରାଏଲରେ ଯେହୂଙ୍କ ଶାସନ ଅନନ୍ତର ସଦାପ୍ରଭୁ ଯେହୂକୁ କହିଲେ, “କାରଣ ମୋ’ ଦୃଷ୍ଟିରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମୋର ଇଚ୍ଛା ଅନୁସାରେ ତୁମ୍ଭେ ଆହାବର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲ ସିଂହାସନରେ ରାଜତ୍ୱ କରିବେ।”
31
ତଥାପି ଯେହୂ ସଦାପ୍ରଭୁଙ୍କର ଆଦେଶଗୁଡ଼ିକ ପୂର୍ଣ୍ଣହୃଦୟରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ପାରିଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା।
32
ହସାୟେଲଙ୍କ ଇସ୍ରାଏଲ ଧ୍ୱଂସ ସେହି ସମୟରେ ସଦାପ୍ରଭୁ ଇସ୍ରାଏଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ।
33
ହସାୟେଲ ଯର୍ଦ୍ଦନର ପୂର୍ବ ଦିଗରୁ ସମସ୍ତ ଗିଲିୟଦ ଦେଶ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍, ରୁବେନ୍ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜୟ କଲେ। ସେ ବାଶନ ଓ ଗିଲିୟଦର ଅର୍ଣ୍ଣୋନ ଉପତ୍ୟକା ଦ୍ୱାରା ଅରୋୟେରଠାରୁ ସମସ୍ତ ଦେଶ ଜୟଲାଭ କଲା।
34
ଯେହୂଙ୍କ ମୃତ୍ୟୁ ଯେହୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ପରାକ୍ରମ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
35
ଯେହୂଙ୍କ ମୃତ୍ୟୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହୋୟାହସ ଇସ୍ରାଏଲରେ ରାଜା ହେଲେ।
36
ଶମରିୟାରେ ଇସ୍ରାଏଲ ଉପରେ ଯେହୂ ଅଠାଇଶ୍ ବର୍ଷ ରାଜତ୍ୱ କଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25