bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 11
2 Kings 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 12 →
1
ଅଥଲିୟା ରାଜପୁତ୍ରମାନଙ୍କୁ ଯିହୁଦାରେ ହତ୍ୟା କରନ୍ତି ଅନନ୍ତର ଅହସିୟଙ୍କର ମାତା ଅଥଲିୟା ନିଜ ପୁତ୍ରର ମୃତ୍ୟୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।
2
ମାତ୍ର ଯୋରାମଙ୍କ ରାଜକନ୍ୟା, ଅହସିୟଙ୍କର ଭଗିନୀ ଯିହୋଶେବା ଯେତେବେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲେ, ସେ ପୁତ୍ରମାନଙ୍କ ମଧ୍ୟରୁ ଯୋୟାଶକୁ ନେଇଗଲେ। ସେ ଶିଶୁ ଯୋୟାଶ ଓ ତାହାର ଧାତ୍ରୀକୁ ନେଇ ଶୟନାଗାରରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିୟାଠାରୁ ହତ ହେଲା ନାହିଁ।
3
ତା’ପରେ ଯୋୟାଶ ଓ ଯିହୋଶେବା ସଦାପ୍ରଭୁଙ୍କ ମନ୍ଦିରରେ ଛଅ ବର୍ଷ ଗୋପନରେ ରହିଲେ ଓ ସେତେବେଳେ ଅଥଲିୟା ଯିହୁଦାରେ ରାଜତ୍ୱ କଲେ।
4
ଏହା ପରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଅଣାଇ ସେମାନଙ୍କୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନେଲା, ଆଉ ସେ ସେମାନଙ୍କ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିରରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ର ଯୋୟାଶକୁ ଦେଖାଇଲା।
5
ତା’ପରେ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଏହା ନିଶ୍ଚୟ କରିବ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଶ୍ରାମ ଦିନରେ ଏହି ପ୍ରାସାଦକୁ ପ୍ରହରା ଦେବାକୁ ନିଶ୍ଚୟ ଆସିବ।
6
ଅନ୍ୟ ଏକତୃତୀୟାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀୟାଂଶ ପ୍ରହରୀମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭେମାନେ ପୁରା ଦମ୍ରେ ପ୍ରାସାଦକୁ ଜଗିବ।
7
ପୁଣି ବିଶ୍ରାମ ବାରରେ ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ଯାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ଯୋୟାଶଙ୍କୁ ରକ୍ଷା କରିବେ।
8
ତୁମ୍ଭେମାନେ ରାଜା ଯୋୟାଶକୁ ବେଷ୍ଟନ କରି ରହିବ। ସେ ଯେତେବେଳେ ଯିବେ, ତୁମ୍ଭେ ତାଙ୍କ ସହିତ ନିଶ୍ଚୟ ରହିବ। ତୁମ୍ଭେମାନେ ସର୍ବଦା ଅସ୍ତ୍ରରେ ସଜ୍ଜିତ ହୋଇ ରହିବ। ଯେକୌଣସି ଲୋକ ତୁମ୍ଭର ଅତି ନିକଟକୁ ଆସେ ତାକୁ ହତ୍ୟା କରାଯିବ।”
9
ଯିହୋୟାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ୟକ୍ଷମାନେ ତଦନୁସାରେ ପାଳନ କଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନରେ କାର୍ଯ୍ୟକୁ ଯାଉଥିଲେ ଓ ଯେଉଁମାନେ କାର୍ଯ୍ୟକୁ ଯାଉ ନ ଥିଲେ, ଏହି ଲୋକମାନେ ଯିହୋୟାଦା ଯାଜକ ନିକଟକୁ ଗଲେ।
10
ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିରରେ ରଖିଥିଲେ, ଯାଜକ ସେସବୁ କାଢ଼ି ସେମାନଙ୍କୁ ଦେଇ ଦେଲେ।
11
ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ବାମପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ରାଜାଙ୍କ ଚତୁର୍ପାର୍ଶ୍ୱରେ ହସ୍ତରେ ଅସ୍ତ୍ର ଧରି ଠିଆ ହୋଇ ରହିଲେ।
12
ସେତେବେଳେ ସେମାନେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସେମାନେ ତାଙ୍କୁ ରାଜାକରି ଅଭିଷେକ କଲେ। ଆଉ କରତାଳି ଦେଇ କହିଲେ, “ରାଜା ଚିରଜୀବି ହୁଅନ୍ତୁ।”
13
ଏଥିରେ ଅଥଲିୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା।
14
ଅଥଲିୟା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡ଼ା ହେବା କଥା ସେଇଠି ଛିଡ଼ା ହୋଇଛନ୍ତି। ରାଜାଙ୍କ ନିକଟରେ ସେନାପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥିରେ ଅଥଲିୟା ନିଜର ବସ୍ତ୍ର ଚିରି “ରାଜଦ୍ରୋହ! ରାଜଦ୍ରୋହ!” ବୋଲି ଚିତ୍କାର କଲା।
15
ଏଥିରେ ଯାଜକ ଯିହୋୟାଦା ସୈନ୍ୟମାନଙ୍କର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ, “ଅଥଲିୟାକୁ ମନ୍ଦିର ବାହାରକୁ ନେଇଯାଅ। ଯିଏ ତା’ର ପଶ୍ଚାତ ଧାବନ କରୁଛି, ନିଶ୍ଚୟ ହତ୍ୟା କରାଯିବ। ତାକୁ କିମ୍ବା ତା’ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତରେ ହତ୍ୟା କର ନାହିଁ।”
16
ତହୁଁ ଅଥଲିୟା ଅଶ୍ୱଦ୍ୱାରର ପଥଦେଇ ରାଜଗୃହକୁ ଗଲାବେଳେ ସେମାନେ ତାକୁ ଧରି ବଧ କଲେ।
17
ତା’ପରେ ଯିହୋୟାଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହୋୟାଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହେବେ।
18
ଏଥି ଉତ୍ତାରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସେଠାରେ ମନ୍ଦିରର ଯଜ୍ଞବେଦିଗୁଡ଼ିକ ଓ ବାଲ୍ର ପ୍ରତିମାଗୁଡ଼ିକୁ ଭାଙ୍ଗି ଚୂର୍ଣ୍ଣ କରିଦେଲେ। ସେମାନେ ମଧ୍ୟ ବାଲ୍ର ଯାଜକ ମତ୍ତନକୁ ଯଜ୍ଞବେଦି ସମ୍ମୁଖରେ ବଧ କଲେ। ତା’ପରେ ଯାଜକ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମରାମତି କାର୍ଯ୍ୟ ତଦାରଖ କରିବା ପାଇଁ ଲୋକମାନଙ୍କୁ ନିଯୁକ୍ତ କଲେ।
19
ପୁଣି ସେ ଯାଜକ ସେନାପତିମାନଙ୍କୁ, କରୀୟମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଗ୍ଭଲିଲେ। ସେମାନେ ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ତା’ପରେ ଯୋୟାଶ ସିଂହାସନ ଉପରେ ଉପବିଷ୍ଟ ହେଲେ।
20
ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିୟା ଖଡ଼୍ଗରେ ନିହତ ହେଲା।
21
ଯୋୟାଶ ସାତ ବର୍ଷ ବୟସରେ ରାଜତ୍ୱ କଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25