bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 20
2 Kings 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 21 →
1
ହିଜକିୟ ପୀଡ଼ିତ ଓ ମୂମୂର୍ଷ ଅବସ୍ଥା ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”
2
ହିଜକିୟ କାନ୍ଥ ଆଡ଼େ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ।
3
“ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା’ପରେ ହିଜକିୟ ଅତିଶୟ ରୋଦନ କଲେ।
4
ଯିଶାଇୟ ଗ୍ରାମର ମଧ୍ୟଭାଗକୁ ପରିତ୍ୟାଗ କରିବା ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ,
5
“ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ।
6
ଆମ୍ଭେ ତୁମ୍ଭର ଆୟୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାଶେ ଓ ଆମ୍ଭର ସେବକ ଦାଉଦଙ୍କ ସକାଶେ ଏହି ନଗରକୁ ରକ୍ଷା କରିବି।’”
7
ତା’ପରେ ଯିଶାଇୟ କହିଲେ, “ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନରେ ଲଗାଅ।” ତେଣୁ ସେମାନେ ସେହି ମିଶ୍ରଣ ନେଇ ହିଜକିୟର କ୍ଷତରେ ଲଗାଇଲେ ଓ ସେ ସୁସ୍ଥ ହେଲେ।
8
ହିଜକିୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ତୃତୀୟ ଦିନରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି, ଏହାର କି ସୂଚନା ଅଛି?”
9
ତହୁଁ ଯିଶାଇୟ କହିଲେ, “ତୁମ୍ଭେ କି ସୂଚନା ଗ୍ଭହୁଁଛ? ଛାୟା କ’ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ଯିବ ତୁମ୍ଭ ପାଇଁ ପରମେଶ୍ୱରଙ୍କଠାରୁ ଏହି ଚିହ୍ନ ହେବ। ଯେ ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ।”
10
ଏଥିରେ ହିଜକିୟ ଉତ୍ତର କଲେ, “ଛାୟା ଦଶପାହୁଣ୍ତ ଆଗକୁ ଯିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।”
11
ତା’ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଥିରେ ସଦାପ୍ରଭୁ ଛାୟାକୁ କଲେ ଯେ, ତାହା ଦଶ ପାଉଣ୍ତ ଆଗକୁ ଯାଇ ପଛକୁ ଘୁଞ୍ଚି ଆସିଲା।
12
ହିଜକିୟ ଓ ବାବିଲରୁ ଆସିଥିବା ଲୋକମାନେ ସେ ସମୟରେ ବଲ୍ଦନର ପୁତ୍ର ମରୋଦକ୍-ବଲ୍ଦନ୍ ବାବିଲର ରାଜା ଥିଲେ। ସେ ହିଜକିୟ, ନିକଟକୁ ପତ୍ରଗୁଡ଼ିକ ଓ ଉପହାର ପଠାଇଲେ। କାରଣ ସେ ହିଜକିୟଙ୍କ ଅସୁସ୍ଥତା ବିଷୟରେ ଶୁଣିଲେ।
13
ହିଜକିୟ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ଦେଲେ ଓ ତାଙ୍କ ଗୃହରେ ଥିବା ସମୁଦାୟ ମୂଲ୍ୟବାନ୍ ପଦାର୍ଥଗୁଡ଼ିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାରରେ ଥିବା ତାଙ୍କର ସମସ୍ତ ଦ୍ରବ୍ୟ ଦେଖାଇଲେ, ଯାହା ହିଜକିୟ ତାଙ୍କ ଗୃହରେ ଓ ସମଗ୍ର ରାଜ୍ୟରେ ଏପରି ଜିନିଷ ନ ଥିଲା।
14
ତା’ପରେ ଭବିଷ୍ୟଦ୍ବକ୍ତା ଯିଶାଇୟ ରାଜା ହିଜକିୟଙ୍କ ନିକଟକୁ ଆସି ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?” ହିଜକିୟ କହିଲେ “ସେମାନେ ଦୂର ଦେଶ ବାବିଲରୁ ଆସିଛନ୍ତି।”
15
ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?” ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”
16
ତା’ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ।
17
ସମୟ ଆସୁଛି ତୁମ୍ଭ ଗୃହରେ ଥିବା ସମସ୍ତ ଦ୍ରବ୍ୟ ଓ ଏ ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆଯିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡ଼ା ଯିବ ନାହିଁ।
18
ତୁମ୍ଭଠାରୁ ଜନ୍ମ ହୋଇଥିବା ପୁତ୍ରମାନଙ୍କୁ ବାବିଲନୀୟମାନେ ନେଇଯିବେ ଓ ବାବିଲ ରାଜାର ଅଟ୍ଟାଳିକାରେ ସେମାନେ ନପୁଂସକ ହୋଇ ରହିବେ।”
19
ତା’ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।”
20
ହିଜକିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
21
ଅନନ୍ତର ହିଜକିୟଙ୍କର ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25