bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 21
2 Kings 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 22 →
1
ଯିହୁଦାରେ ମନଃଶିଙ୍କର କୁଶାସନର ଆରମ୍ଭ ମନଃଶି ବାରବର୍ଷ ବୟସରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।
2
ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ତଡ଼ି ଦେଇଥିଲେ ସେହିମାନଙ୍କର ଘୃଣ୍ୟକର୍ମ ସେ କଲେ।
3
ତାଙ୍କର ପିତା ହିଜକିୟ ଯେଉଁ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଥିଲେ, ସେ ପୁନର୍ବାର ସେଗୁଡ଼ିକୁ ନିର୍ମାଣ କଲେ। ଇସ୍ରାଏଲର ଆହାବ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ଆଉ ମଧ୍ୟ ସେ ସ୍ୱର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସେମାନଙ୍କର ସେବା କଲେ।
4
ପୁଣି “ଆମ୍ଭେ ଯିରୁଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ମନ୍ଦିରରେ ସେ ଯଜ୍ଞବେଦି ନିର୍ମାଣ କଲେ।
5
ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।
6
ମନଃଶି ଆପଣା ପୁତ୍ରକୁ ଅଗ୍ନିରେ ଉତ୍ସର୍ଗ କଲେ। ସେ ଶୁଭ ଶୁଭ କହିବାର ବିଦ୍ୟା, ଗଣକତା, ଯାଦୁବିଦ୍ୟା, ଭୂତ ପ୍ରେତ ଓ ଗୁଣୀ ଗାରେଡ଼ି କାର୍ଯ୍ୟରେ ଅଭ୍ୟସ୍ତ ହେଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ, ଯଦ୍ଦ୍ୱାରା ସଦାପ୍ରଭୁ କ୍ରୋଧିତ ହେଲେ।
7
ପୁଣି ମନଃଶି ଆଶେରାର ଏକ ଖୋଦିତ ମୂର୍ତ୍ତି ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିରରେ ସ୍ଥାପନ କଲେ। କିନ୍ତୁ ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ମୁଁ ସମଗ୍ର ଇସ୍ରାଏଲର ସମସ୍ତ ନଗରଠାରୁ ଯିରୁଶାଲମକୁ ମନୋନୀତ କରିଛି। ଯିରୁଶାଲମର ଏହି ମନ୍ଦିରରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ।
8
ମୁଁ କେବେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଦେଶ ପରିତ୍ୟାଗ କରିବାର କାରଣ ହେବି ନାହିଁ, ଯାହା ମୁଁ ସେମାନଙ୍କର ପୂର୍ବପୁରୁଷଙ୍କୁ ଦେଇଅଛି। ମୁଁ ସେମାନଙ୍କୁ ସେଠାରେ ରହିବାକୁ ଦେବି, କେବଳ ଯଦି ସେମାନେ ମୋର ଆଜ୍ଞା ମାନନ୍ତି ଓ ମୋର ସେବକ ମୋଶା ସେମାନଙ୍କୁ କହିଥିବା ନିତି ନିୟମସବୁ ସେମାନେ ଅନୁସରଣ କରନ୍ତି।”
9
ମାତ୍ର ସେମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିଲେ ନାହିଁ। କିଣାନ ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସେମାନଙ୍କୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କୁ ବିନଷ୍ଟ କରାଗଲା, ଯେତେବେଳେ ଇସ୍ରାଏଲୀୟମାନେ ଦେଶକୁ ଆସିଲେ।
10
ସଦାପ୍ରଭୁ ଆପଣା ସେବକ ଓ ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା ଏହିକଥା କହିଲେ।
11
“ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣାଯୋଗ୍ୟ କର୍ମ କରିଅଛି। ତାଙ୍କ ପୂର୍ବରୁ ଯେଉଁ ଇମୋରୀୟମାନେ ଥିଲେ ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିଅଛି। ତାଙ୍କର ପ୍ରତିମା ଆରାଧନା ଦ୍ୱାରା ସେ ଯିହୁଦାକୁ ପାପ କରାଇଛି।
12
ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ ଆମ୍ଭେ ଯିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ଯିଏ ଏହି ବିଷୟରେ ଶୁଣିବ ଆଶ୍ଚର୍ଯ୍ୟ ହେବ।”
13
ପୁଣି ଆମ୍ଭେ ଯିରୁଶାଲମ ଉପରେ ଶମରିୟାର ମାପ କରି ରେଖା ଟାଣିବା ଓ ଆହାବ ପରିବାରର ଓଳମ୍ ଟାଣିବା। ପୁଣି ମଣିଷ ଯେପରି ଥାଳି ପୋଛେ ଆଉ ପୋଛୁ ପୋଛୁ ଓଲଟ ପାଲଟ କରେ ସେହିପରି ମୁଁ ଯିରୁଶାଲମକୁ ପୋଛି ପକାଇବି।
14
ମୁଁ ମୋର ଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ୟାଗ କରିବି। ମୁଁ ସେମାନଙ୍କୁ ସେମାନଙ୍କର ଶତ୍ରୁ ହସ୍ତରେ ସମର୍ପଣ କରିବି। ସେମାନଙ୍କର ଶତ୍ରୁଗଣ ସେମାନଙ୍କୁ ଲୁଟ୍ କରିବେ ଏବଂ ସେମାନେ ସେମାନଙ୍କୁ ବନ୍ଦୀରୂପେ ନେଇଯିବେ।
15
କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି। ପୁଣି ସେମାନେ ସେମାନଙ୍କର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ କ୍ରୋଧ ଜନ୍ମାଇଛନ୍ତି।
16
ପୁଣି ମନଃଶି ବହୁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଯିରୁଶାଲମରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍କର୍ମ କଲେ।’”
17
ମନଃଶିଙ୍କର ଏ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କର କୃତ ପାପ ଯିହୁଦା ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି।
18
ଅନନ୍ତର ମନଃଶି ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ “ଉଷର ଉଦ୍ୟାନରେ” କବର ପ୍ରାପ୍ତ ହେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଆମୋନ୍ ରାଜା ହେଲେ।
19
ଆମୋନଙ୍କ ଅଳ୍ପ ସମୟ ଶାସନ ଆମୋନ୍ ବାଇଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ଯବଟା ନିବାସୀ ହାରୁଷଙ୍କ କନ୍ୟା ଥିଲେ।
20
ଆମୋନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
21
ତାଙ୍କ ପିତାଙ୍କ ପରି ବାସ କଲେ। ସେ ସେହି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ।
22
ଆଉ ସେ ସଦାପ୍ରଭୁ ତାଙ୍କର ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ସେପରି ବାସ କଲେ ନାହିଁ।
23
ଆମୋନଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହରେ ତାଙ୍କୁ ବଧ କଲେ।
24
ମାତ୍ର ଜନ ସାଧାରଣ ସେହି ହତ୍ୟାକାରୀଙ୍କୁ, ଯେଉଁମାନେ ଆମୋନ୍ ରାଜାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କୁ ବଧ କଲେ। ତା’ପରେ ସେମାନେ ତାଙ୍କର ପୁତ୍ର ଯୋଶିୟଙ୍କୁ ତାଙ୍କ ପଦରେ ରାଜା କରାଇଲେ।
25
ଏହି ଆମୋନଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
26
ଆମୋନ୍ ନିଜ ବଗିଗ୍ଭ ଉଷରରେ କବର ନେଲେ ଓ ତାଙ୍କ ପଦରେ ତାଙ୍କର ପୁତ୍ର ଯୋଶିୟ ରାଜା ହେଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25