bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 7
2 Kings 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 8 →
1
ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହେବ। ଜଣେ ବ୍ୟକ୍ତି ଶମରିୟାର ନଗର ଦ୍ୱାରରେ ଏକ ଶେକଲରେ ଏକ ଝୁଡ଼ିର ସୁନ୍ଦର ମଇଦା ଓ ସେହି ମୂଲ୍ୟରେ ଦୁଇ ଝୁଡ଼ି ଯବ କିଣିବ।’”
2
ସେନାପତି ଯିଏ ରାଜା ଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”
3
କୁଷ୍ଠରୋଗୀମାନେ ଅରାମୀୟମାନଙ୍କ ତମ୍ବୁ ଶୂନ୍ୟ ଥିବାର ଦେଖନ୍ତି ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ?
4
ଶମରିୟାରେ ଦୁର୍ଭିକ୍ଷ, ଆମ୍ଭେମାନେ ଯଦି ନଗର ଭିତରକୁ ଯିବା ତେବେ ମରିବା। ଯଦି ଏହି ସ୍ଥାନରେ ରହିବା, ତେବେ ବି ମରିବା। ତେଣୁ ଗ୍ଭଲ ଅରାମୀୟ ସୈନ୍ୟ ଶିବିରକୁ ଯିବା। ଯଦି ସେମାନେ ବଞ୍ଚାଇବେ, ତେବେ ଆମ୍ଭେ ବଞ୍ଚିବା। ଯେବେ ଆମ୍ଭକୁ ମାରିବେ, ତେବେ ଆମ୍ଭେମାନେ ମରିବା।”
5
ତେଣୁ ସେହି ଦିନ ସନ୍ଧ୍ୟାରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀୟ ଶିବିରକୁ ଗଲେ। ସେମାନେ ଅରାମୀୟ ଶିବିରର ବାହାର ସୀମାରେ ପହଞ୍ଚି ଦେଖିଲେ, ସେଠାରେ କୌଣସି ମନୁଷ୍ୟ ନାହିଁ।
6
କାରଣ ସଦାପ୍ରଭୁ ଅରାମୀୟ ସୈନ୍ୟମାନଙ୍କୁ ରଥ ଶବ୍ଦ, ଅଶ୍ୱ ଶବ୍ଦ ଓ ବିପୁଳ ସୈନ୍ୟବାହିନୀର ଶବ୍ଦ ଶୁଣାଇଲେ। ତହିଁରେ ସେମାନେ ପରସ୍ପରକୁ କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀୟ ଓ ମିଶରୀୟ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧରେ ବେତନ ଦେଇ ନିଯୁକ୍ତ କରିଅଛି।”
7
ତେଣୁ ଅରାମୀୟ ସୈନ୍ୟମାନେ ଗୋଧୂଳି ସମୟରେ ଶିବିର ଛାଡ଼ି ପଳାୟନ କଲେ। ସେମାନେ ସେମାନଙ୍କର ତମ୍ବୁ, ଅଶ୍ୱ, ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡ଼ି ଜୀବନ ରକ୍ଷା କରିବାକୁ ପଳାୟନ କଲେ।
8
କୁଷ୍ଠୀମାନେ ଶତ୍ରୁ ଶିବିରରେ ଏହା ପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସେମାନେ ସେହି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସେମାନଙ୍କ ପାଇଁ ନେଇ ପଳାଇଲେ ଏବଂ ସେହି ଜିନିଷଗୁଡ଼ିକୁ ଲୁଗ୍ଭଇ ରଖିଲେ। ତା’ପରେ ଶିବିରକୁ ଫେରି ଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ୟ ନେଇଯାଇ ତାକୁ ଲୁଗ୍ଭଇ ରଖିଲେ।
9
ତା’ପରେ ଏହି କୁଷ୍ଠୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଭଲ କରୁ ନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହେବା ପର୍ଯ୍ୟନ୍ତ ବିଳମ୍ବ କରିବା ତେବେ ଆମ୍ଭେମାନେ ଦଣ୍ତିତ ହେବା। ତେବେ ଆସ ଏ ସମ୍ବାଦ ରାଜଗୃହରେ ଦେବା।”
10
କୁଷ୍ଠୀମାନେ ସୁସମ୍ବାଦ ଦିଅନ୍ତି ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”
11
ତା’ପରେ ଦ୍ୱାରୀମାନେ ଚିତ୍କାର କରି ଏ ସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ।
12
ସେହି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, “ଅରାମୀୟ ସୈନ୍ୟମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସେମାନେ ଜାଣନ୍ତି ଆମ୍ଭେମାନେ କ୍ଷୁଧାର୍ତ୍ତ। ତେଣୁ ସେମାନେ ଶିବିରରୁ ବାହାରି କ୍ଷେତ୍ର ମଧ୍ୟରେ ଲୁଚି ରହିଛନ୍ତି। ସେମାନେ ଭାବିଛନ୍ତି, ‘ଯେତେବେଳେ ଆମ୍ଭେମାନେ ନଗରରୁ ବାହାରିବା ସେମାନେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗରରେ ପ୍ରବେଶ କରିବେ।’”
13
ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ୟରୁ ଜଣେ କହିଲା, “ନଗର ବାହାରେ ଅବଶିଷ୍ଟ ଥିବା ପାଞ୍ଚୋଟି ଅଶ୍ୱରେ କେତେକ ଲୋକ ଯାଇ ଦେଖନ୍ତୁ। ନଗରରେ ସେହି ଅଶ୍ୱଗୁଡ଼ିକ ପଳାଇଛନ୍ତି, କିନ୍ତୁ ଇସ୍ରାଏଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସେହିପରି ସେମାନେ ମରିବେ।”
14
ତେଣୁ ସେମାନେ ଅଶ୍ୱ ସହିତ ଦୁଇଟି ରଥ ନେଲେ। ରାଜା ସେମାନଙ୍କୁ ଅରାମୀୟ ସୈନ୍ୟମାନଙ୍କ ପଛେ ପଠାଇଲେ। ରାଜା ସେମାନଙ୍କୁ କହିଲେ, “ଯାଅ ଏବଂ ଦେଖ କ’ଣ ଘଟିଛି?”
15
ଅରାମୀୟ ସୈନ୍ୟମାନେ ଯାଇଥିବା ପଥରେ ସେମାନେ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ସମଗ୍ର ପଥଟି ଅରାମୀୟମାନଙ୍କର ଦ୍ରୁତ ପଳାୟନରେ ଛାଡ଼ି ଯାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କରେ ପୂର୍ଣ୍ଣ ଥିଲା। ସେମାନେ ଫେରି ଆସି ରାଜାଙ୍କୁ ଏହା ଜଣାଇଲେ।
16
ତା’ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀୟମାନଙ୍କ ଛାଉଣିରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥିରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ଝୁଡ଼ି ସରୁ ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରାଗଲା।
17
ରାଜା ତାଙ୍କ ଅତି ନିକଟ ସେନାପତିଙ୍କୁ ନଗରଦ୍ୱାର ରକ୍ଷା କରିବାକୁ ନିଯୁକ୍ତ କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲାବେଳେ ସେମାନେ ସେନାପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତେବେଳେ ଇଲୀଶାୟ ଗୃହକୁ ଯାଇଥିଲେ ଇଲୀଶାୟ ଯାହା କହିଥିଲେ ତାହା ହିଁ ସବୁ ଘଟିଲା।
18
ଇଲୀଶାୟ ରାଜାଙ୍କୁ କହିଥିଲେ, “କାଲି ପ୍ରାୟ ଏହି ସମୟରେ ଶମରିୟାର ନଗର ଦ୍ୱାରରେ ଜଣେ ଲୋକ ଏକ ଝୁଡ଼ି ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରିବ।”
19
ମାତ୍ର ସେହି ସେନାପତି ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଥିଲା, “ଦେଖ, ଯଦି ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି, ଏପରି ଘଟିବ ନାହିଁ?” ସେତେବେଳେ ଇଲୀଶାୟ ସେନାପତିକୁ ଉତ୍ତର ଦେଲେ, “ତୁମ୍ଭେ ନିଜେ ସ୍ୱଚକ୍ଷୁରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।”
20
ସେହିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ୱାରରେ ତାକୁ ଦଳି ଦେବାରୁ ସେ ମଲା।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25