bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 15
2 Kings 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 16 →
1
ଯିହୁଦାରେ ଅସରିୟଙ୍କ ରାଜତ୍ୱ ଇସ୍ରାଏଲରେ ଯାରବିୟାମଙ୍କ ରାଜତ୍ୱର ସତାଇଶ୍ ବର୍ଷରେ ଅମତ୍ସିୟଙ୍କର ପୁତ୍ର ଅସରିୟ ଯିହୁଦାରେ ରାଜା ହେଲେ।
2
ଷୋଡ଼ଶ ବର୍ଷ ବୟସରେ ଅସରିୟ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ବାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଖଲିୟା ଓ ସେ ଯିରୁଶାଲମ ନିବାସିନୀ ଥିଲେ।
3
ସଦାପ୍ରଭୁଙ୍କ ଦୃଷ୍ଟିରେ ଅସରିୟ ଯଥାର୍ଥ କର୍ମମାନ କଲେ। ଠିକ୍ ସେହିପରି ତାଙ୍କର ପିତା ଅମତ୍ସିୟ ପରି ସେ କରିଥିଲେ।
4
ମାତ୍ର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସେଠାରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5
ପୁଣି ସଦାପ୍ରଭୁ ଅସରିୟଙ୍କୁ ମରଣ ପର୍ଯ୍ୟନ୍ତ କୁଷ୍ଠୀ କରିଦେଲେ ଓ ସେ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।
6
ଅସରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
7
ଅସରିୟଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ଅସରିୟଙ୍କର ମୃତ୍ୟୁପରେ, ଯୋଥମ୍ ଅସରିୟଙ୍କ ପୁତ୍ର ନୂତନ ରାଜା ରୂପେ ପରିଚିତ ହେଲେ।
8
ଜିଖରିୟଙ୍କ ଇସ୍ରାଏଲ ଉପରେ ସଂକ୍ଷିପ୍ତ ଶାସନ ଯିହୁଦାରେ ଅସରିୟଙ୍କର ରାଜତ୍ୱର ଅଠତିରିଶ୍ ବର୍ଷରେ ଯାରବିୟାମଙ୍କ ପୁତ୍ର ଜିଖରିୟ ଶମରିୟାରେ ଇସ୍ରାଏଲ ଉପରେ ଛଅ ମାସ ଶାସନ କଲେ।
9
ଯିଖରିୟ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଗ୍ଭଲିଲେ। ଯେଉଁଗୁଡ଼ିକ ସଦାପ୍ରଭୁଙ୍କ ଦୃଷ୍ଟିରେ ଭୁଲ୍ ବୋଲି ବିବେଚିତ ହୁଏ। ନବାଟଙ୍କ ପୁତ୍ର ଯାରବିୟାମ ଯିଏ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ ସେ ସେହି ପାପ ପଥରୁ ବିମୁଖ ହେଲେ ନାହିଁ।
10
ଆଉ ଯାବେଶଙ୍କ ପୁତ୍ର ଶଲ୍ଲୁମ ଜିଖରିୟଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
11
ଜିଖରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ, ପରାକ୍ରମ ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
12
ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ୟ ସତ୍ୟ ହେଲା। ସେ ଯେହୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ, ତାହା ସେହିପରି ଘଟିଲା।
13
ଶଲ୍ଲୁମଙ୍କ ଇସ୍ରାଏଲ ଉପରେ ଅଳ୍ପକାଳ ଶାସନ ଯିହୁଦାରେ ଉଷିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଯାବେଶଙ୍କ ପୁତ୍ର ଶଲ୍ଲୁମ ଇସ୍ରାଏଲରେ ରାଜା ହେଲେ। ସେ ଶମରିୟାରେ ଏକ ମାସ ପାଇଁ ଶାସନ କଲେ।
14
ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଆସି ଶମରିୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିୟାରେ ଆଘାତ କରି ବଧ କଲେ ଓ ତାଙ୍କ ପଦରେ ରାଜ୍ୟ କଲେ।
15
ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିୟଙ୍କ ବିରୁଦ୍ଧରେ କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
16
ମନହେମଙ୍କ ଇସ୍ରାଏଲ ଉପରେ ଶାସନ ଶଲ୍ଲୁମଙ୍କ ମୃତ୍ୟୁ ପରେ ମନହେମ୍ ତିର୍ସାଠାରୁ, ତିପ୍ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସେମାନେ ନଗରର ଫାଟକସବୁ ତାଙ୍କ ପାଇଁ ଖୋଲିବାକୁ ଅମାନ୍ୟ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ।
17
ଯିହୁଦାରେ ଅସରିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଗାଦିଙ୍କର ପୁତ୍ର ମନହେମ୍ ଇସ୍ରାଏଲରେ ରାଜା ହେଲେ ଓ ସେ ଶମରିୟାରେ ଦଶ ବର୍ଷ ରାଜତ୍ୱ କଲେ।
18
ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହାସବୁ ପାପ ଓ ଘୃଣ୍ୟ, ସେସବୁ କର୍ମ କରି ଗ୍ଭଲିଲେ। ସେ କେବେହେଲେ ପାପ କରିବାରୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ଯାରବିୟାମ ଇସ୍ରାଏଲୀୟମାନଙ୍କୁ କରାଇଥିଲେ।
19
ଅଶୂରର ରାଜା ପୂଲ୍ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବାରୁ ମନହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ୟ ସୁଦୃଢ଼ କରିବାକୁ ତାଙ୍କୁ ସାହାଯ୍ୟ କରିବେ।
20
ପୁଣି ମନହେମ୍ ଏହି ଟଙ୍କା ଇସ୍ରାଏଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାୟ କଲେ। ପ୍ରତ୍ୟେକ ଧନଶାଳୀ ଲୋକଠାରୁ ପଗ୍ଭଶ୍ ଶେକଲ ଲେଖାଏଁ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇସ୍ରାଏଲ ପରିତ୍ୟାଗ କଲେ ଓ ନିଜ ଦେଶକୁ ଫେରିଗଲେ।
21
ମନହେମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କ୍ରିୟା ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
22
ମନହେମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତାଙ୍କ ପରେ ତାଙ୍କ ପୁତ୍ର ପକହିୟ ତାଙ୍କ ପଦରେ ରାଜ୍ୟ କଲେ।
23
ଇସ୍ରାଏଲରେ ପକହିୟଙ୍କ ଶାସନ ଯିହୁଦାର ଅସରିୟଙ୍କ ରାଜତ୍ୱର ପଗ୍ଭଶ୍ ବର୍ଷରେ ମନହେମଙ୍କ ପୁତ୍ର ପକହିୟ ଇସ୍ରାଏଲରେ ରାଜା ହେଲେ ଓ ସେ ଦୁଇ ବର୍ଷ ଶମରିୟାରେ ଶାସନ କଲେ।
24
ପକହିୟ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ କଲେ। ସେ ପାପ କାର୍ଯ୍ୟରୁ ବିମୁଖ ହେଲେ ନାହିଁ, ଯାହା ଯାରବିୟାମ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ।
25
ରମଲିୟଙ୍କ ପୁତ୍ର ପେକହ, ପେକହିୟଙ୍କର ସୈନ୍ୟବାହିନୀର ଜଣେ ସେନାପତି ରାଜପ୍ରାସାଦ ରେ ପେକହିୟକୁ ହତ୍ୟା କଲେ। ଯେତେବେଳେ ରାଜାଙ୍କୁ ସେ ହତ୍ୟା କଲେ, ତାଙ୍କ ସହିତ ପଗ୍ଭଶ୍ ଗିଲିୟଦୀୟ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।
26
ଏହି ପକହିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
27
ଇସ୍ରାଏଲରେ ପେକହଙ୍କ ଶାସନ ଯିହୁଦାରେ ଅସରିୟଙ୍କର ରାଜତ୍ୱର ବାବନ ବର୍ଷରେ ରମଲିୟଙ୍କର ପୁତ୍ର ପେକହ ଶମରିୟାରେ ଇସ୍ରାଏଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ ଶାସନ କଲେ।
28
ପେକହ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ। ଆଉ ସେ ମଧ୍ୟ ନବାଟଙ୍କ ପୁତ୍ର ଯାରବିୟାମ ପରି ଇସ୍ରାଏଲୀୟମାନଙ୍କୁ ପାପ କରାଇଲେ।
29
ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈଥ୍ମାଖା, ଯାନହୋକେଦେଶ, ହାତ୍ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।
30
ଏହା ପରେ ଏଲାଙ୍କର ପୁତ୍ର ହୋଶେୟ ରମଲିୟଙ୍କର ପୁତ୍ର ପେକହଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ୱର କୋଡ଼ିଏ ବର୍ଷରେ ତାଙ୍କର ପଦରେ ରାଜ୍ୟ କଲେ।
31
ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
32
ଯୋଥମଙ୍କ ଯିହୁଦାରେ ଶାସନ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କଲେ।
33
ଯୋଥମ୍ ପଚିଶ୍ ବର୍ଷ ବୟସରେ ରାଜା ହେଲେ ଓ ଷୋହଳ ବର୍ଷ ଯିରୁଶାଲମରେ ରାଜ୍ୟ ଶାସନ କଲେ। ତାଙ୍କର ମାତାଙ୍କ ନାମ ଯିରୁଶା ଓ ସେ ସାଦୋକର କନ୍ୟା ଥିଲେ।
34
ଯୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
35
ମାତ୍ର ସେ ଉଚ୍ଚସ୍ଥଳୀଗୁଡ଼ିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ୟ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ୍ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ୱାର ନିର୍ମାଣ କଲେ।
36
ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିୟା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
37
ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀନ୍କୁ ଓ ରମଲିୟର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ।
38
ଅନନ୍ତର ଯୋଥମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦରେ ରାଜ୍ୟ କଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25