bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 6
2 Kings 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 7 →
1
ଇଲୀଶାୟ ଓ କୁହ୍ରାଡ଼ି ଲୁହା ଅନନ୍ତର ଭବିଷ୍ୟଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଯେଉଁ ସ୍ଥାନରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ।
2
ଆମ୍ଭେମାନେ ବିନୟ କରି କହୁଅଛୁ, ଆମ୍ଭେମାନେ ଯର୍ଦ୍ଦନ ନଦୀ କୂଳକୁ ଯାଇ ପ୍ରତ୍ୟେକ ଜଣ ଗୋଟିଏ ଗୋଟିଏ କଡ଼ିକାଠ ଆଣି ନିଜ ନିଜ ବସତି ପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।” ଇଲୀଶାୟ ଉତ୍ତର ଦେଲେ, “ଏହା ଉତ୍ତମ, ଯାଇ ତାହା କର।”
3
ତନ୍ମଧ୍ୟରୁ ଜଣେ କହିଲା, “ବିନୟ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।” ଇଲୀଶାୟ କହିଲେ, “ଭଲ କଥା, ମୁଁ ତୁମ୍ଭମାନଙ୍କ ସହିତ ଯିବି।”
4
ତହୁଁ ଇଲୀଶାୟ ସେମାନଙ୍କ ସହିତ ଯର୍ଦ୍ଦନ ନଦୀକୁ ଗଲେ। ସେମାନେ କାଠ କାଟିବା ଆରମ୍ଭ କଲେ।
5
ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ିଟିର ଲୁହା ବେଣ୍ଟରୁ ଖସି ପାଣିରେ ପଡ଼ିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, “ହାୟ, ମୋର ପ୍ରଭୁ, ମୁଁ କୁହ୍ରାଡ଼ିକୁ ମାଗି ଆଣିଥିଲି।”
6
ପରମେଶ୍ୱରଙ୍କ ଲୋକ କହିଲେ, “କେଉଁ ସ୍ଥାନରେ ତାହା ପଡ଼ିଲା?” ଲୋକଟି ସ୍ଥାନଟିକୁ ଚିହ୍ନଟ କଲେ। ତା’ପରେ ଇଲୀଶାୟ ଖଣ୍ଡେ କାଠ ପାଣି ଭିତରକୁ ପକାଇଲେ, କାଠ ଲୁହା କୁହ୍ରାଡ଼ିକୁ ଧରି ଭାସିଲା।
7
ତା’ପରେ ସେ କହିଲେ, “ତାହା ଉଠାଇ ନିଅ।” ତା’ପରେ ସେ ହାତ ବଢ଼ାଇ ତାହା ନେଲା।
8
ଅରାମ ଇସ୍ରାଏଲ ଅଧିକାର କରିବାକୁ ଚେଷ୍ଟା କଲେ ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ସେ ନିଜର ସେନାର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭାରେ ଥିଲେ ଓ ସେ ସେମାନଙ୍କୁ ଆଦେଶ ଦେଲେ, “ଏମିତି ସ୍ଥାନରେ ଲୁଚି ରୁହ ଯେତେବେଳେ ଇସ୍ରାଏଲୀୟମାନେ ଆସିବେ, ସେମାନଙ୍କୁ ଆକ୍ରମଣ କର।”
9
ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ। କାରଣ ଅରାମୀୟମାନେ ସେ ସ୍ଥାନରେ ଗୋପନରେ ଅଛନ୍ତି।”
10
ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ସାବଧାନ କରାଇଥିଲେ ଇସ୍ରାଏଲର ରାଜା ତାଙ୍କ ଲୋକମାନଙ୍କୁ ସେହି ସ୍ଥାନ ବିଷୟରେ ଜଣାଇ ସତର୍କ କରାଇଲେ। ଏହିପରି ଇସ୍ରାଏଲର ରାଜା ବହୁତ କମ୍ ଲୋକମାନଙ୍କୁ ରକ୍ଷା କଲେ।
11
ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।”
12
ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ୟରୁ ଜଣେ କହିଲା, “ନା, ପ୍ରଭୁ, ଆମ୍ଭମାନଙ୍କ ମଧ୍ୟରୁ କେହି ଗୁପ୍ତଚର କାମ କରୁ ନାହାନ୍ତି। ଭବିଷ୍ୟଦ୍ବକ୍ତା ଇଲୀଶାୟ ବହୁତ ଗୋପନୀୟ କଥା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଏପରିକି ଶୟନ ଗୃହରେ ଯେଉଁ କଥା କୁହନ୍ତି, ତାହା ମଧ୍ୟ ସେ ରାଜାଙ୍କୁ ଜଣାଏ।”
13
ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।” ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।”
14
ତା’ପରେ ଅରାମର ରାଜା ଅଶ୍ୱାରୋହୀ, ରଥାରୋହୀ ଓ ଏକ ବିରାଟ ସୈନ୍ୟବାହିନୀକୁ ଦୋଥନ ପଠାଇଲେ। ସେମାନେ ରାତ୍ରିରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ।
15
ଇଲୀଶାୟର ଦାସ ପ୍ରତ୍ୟୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗରେ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ବେଢ଼ି ରହିଥିବାର ଦେଖିଲା। ତହୁଁ ସେ ଯାଇ ଇଲୀଶାୟଙ୍କୁ କହିଲା, “ହେ ମୋର ପ୍ରଭୁ, ଆମ୍ଭେମାନେ କ’ଣ କରିବା?”
16
ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।”
17
ତା’ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।” ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।
18
ତା’ପରେ ଅରାମର ସୈନ୍ୟଗଣ ଇସ୍ରାଏଲରେ ପହଞ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଛି, ସେହି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।” ଇଲୀଶାୟଙ୍କ ପ୍ରାର୍ଥନା ଅନୁସାରେ ସଦାପ୍ରଭୁ ଅରାମର ସୈନ୍ୟମାନଙ୍କୁ ଅନ୍ଧ କରିଦେଲେ।
19
ଇଲୀଶାୟ ଅରାମର ସୈନ୍ୟଗଣଙ୍କୁ କହିଲେ, “ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମୋତେ ଅନୁସରଣ କର, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଛ, ତା’ ନିକଟକୁ ମୁଁ ନେଇଯିବି।” ତା’ପରେ ସେ ଅରାମର ସେନା ଶମରିୟାକୁ ପରିଗ୍ଭଳିତ କଲେ।
20
ଯେତେବେଳେ ସେମାନେ ଶମରିୟାରେ ପହଞ୍ଚିଲେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ଖୋଲିଦିଅ।” ତା’ପରେ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ଖୋଲି ଦେବାରୁ, ସେମାନେ ଶମରିୟାରେ ଅଛନ୍ତି ବୋଲି ଦେଖିଲେ।
21
ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋର ପିତା! ମୁଁ କ’ଣ ଏମାନଙ୍କୁ ବଧ କରିବି? ମୁଁ କ’ଣ ଏମାନଙ୍କୁ ବଧ କରିବି?”
22
ଇଲୀଶାୟ ଉତ୍ତର କଲେ, “ନା, ସେମାନଙ୍କୁ ବଧ କର ନାହିଁ। ତୁମ୍ଭର ଖଡ଼୍ଗ ଦ୍ୱାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସେମାନଙ୍କ ସମ୍ମୁଖରେ ରୋଟୀ ଓ ଜଳ ରଖ। ସେମାନଙ୍କୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।”
23
ଇସ୍ରାଏଲର ରାଜା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀୟମାନେ ଭୋଜନ ଓ ପାନ କଲାପରେ ସେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ବିଦାୟ ଦେଲେ। ଅରାମର ସୈନ୍ୟମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫେରିଗଲେ। ଏହା ପରେ ଅରାମର ସୈନ୍ୟଦଳ ଆଉ କେବେ ଇସ୍ରାଏଲକୁ ଯୁଦ୍ଧରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
24
ଏକ ଭୟଙ୍କର ଦୁର୍ଭିକ୍ଷ ଶମରିୟାକୁ ଆଘାତ କରେ ଏହା ପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ୟ ଏକତ୍ର କରି ଶମରିୟାକୁ ଯାଇ ଘେରିଗଲେ ଓ ଆକ୍ରମଣ କଲେ।
25
ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳରେ ସେଠାରେ ମହାଦୁର୍ଭିକ୍ଷ ଦେଖା ଦେଲା। ଏପରି ଶୋଚନୀୟ ହେଲା ଶମରିୟାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେଲା।
26
ଥରେ ଇସ୍ରାଏଲର ରାଜା ନଗରର ଚତୁର୍ପାର୍ଶ୍ୱ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, “ହେ ମୋର ପ୍ରଭୁ, ମହାରାଜ! ବିନୟ କରୁଛି ମୋତେ ସାହାଯ୍ୟ କରନ୍ତୁ।”
27
ଇସ୍ରାଏଲର ରାଜା କହିଲେ, “ଯଦି ସଦାପ୍ରଭୁ ତୁମ୍ଭକୁ ସାହାଯ୍ୟ ନ କରନ୍ତି ତେବେ ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ମୋ’ ପାଖରେ ତୁମ୍ଭକୁ ଦେବାକୁ କିଛି ନାହିଁ। ଶସ୍ୟ ଖଳାରେ ଶସ୍ୟ ନାହିଁ କି ଦ୍ରାକ୍ଷାକ୍ଷେତ୍ରରେ ଦ୍ରାକ୍ଷାରସ ନାହିଁ।”
28
ଆଉ ରାଜା ପଗ୍ଭରିଲେ, “ତୁମ୍ଭର ଦୁଃଖ କ’ଣ?” ସ୍ତ୍ରୀଲୋକଟି ଉତ୍ତର କଲା, “ଏହି ସ୍ତ୍ରୀଲୋକଟି ମୋତେ କହିଲା, ‘ତୁମ୍ଭ ପୁତ୍ରଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ମାରି ଖାଇବା। ଆସନ୍ତା କାଲି ମୋର ପୁଅକୁ ଖାଇବା।’
29
ତେଣୁ ଆମ୍ଭେମାନେ ମୋର ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀଲୋକକୁ କହିଲି, ‘ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭେମାନେ ତାକୁ ମାରି ଖାଇବା।’ କିନ୍ତୁ ସେ ତା’ ପୁଅକୁ ଲୁଗ୍ଭଇ ଅଛି।”
30
ସେହି ସ୍ତ୍ରୀଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତେବେଳେ ସେମାନେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ୟସ୍ତ ବୋଲି ଜଣା ଯାଉଥିଲେ।
31
ରାଜା କହିଲେ, “ଯଦି ଇଲୀଶାୟର ମସ୍ତକ ତାହା ଦେହରେ ରହେ, ଆଜି ଦିନଠାରୁ ଶେଷ ଯାଏ ସଦାପ୍ରଭୁ ମୋତେ ଦଣ୍ତ ଦେଇ ପାରନ୍ତି।”
32
ରାଜା ଗୋଟିଏ ଦୂତ ଇଲୀଶାୟଙ୍କ ନିକଟକୁ ପଠାଇଲେ। ଇଲୀଶାୟ ସେତେବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସେହି ପ୍ରାଚୀନବର୍ଗଙ୍କୁ କହିଲେ, “ଏଠାକୁ ଦେଖ, ଏହି ନରହତ୍ୟାକାରୀର ପୁତ୍ର ମୋର ମୁଣ୍ତ ଛେଦନ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଗୃହରେ ପ୍ରବେଶ ନ କରାଇ ଦେବା ପାଇଁ ଦ୍ୱାରକୁ ଦୃଢ଼ ଭାବରେ ଧର। ମୁଁ ଶୁଣେ ତା’ ପ୍ରଭୁର ପଦଶବ୍ଦ ତା’ର ପଛରେ।”
33
ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, “ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25