bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 2
2 Kings 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 3 →
1
ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗିଲ୍ଗଲ୍ଠାରୁ ସେମାନଙ୍କର ରାସ୍ତାରେ ଥିଲେ।
2
ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେଲ୍କୁ ଯିବାକୁ କହିଛନ୍ତି।” ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେଲ୍କୁ ଗଲେ।
3
ବୈଥେଲ୍ର ଦଳେ ଭବିଷ୍ୟଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?” ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।”
4
ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।” ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ।
5
ଯିରୀହୋର ଦଳେ ଭବିଷ୍ୟଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?” ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।”
6
ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।” ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ।
7
ପୁନଶ୍ଚ ଭବିଷ୍ୟଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚାତ୍ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ।
8
ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।
9
ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ’ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।” ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”
10
ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”
11
ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା’ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
12
ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ତା’ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ।
13
ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା’ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?”
14
ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।
15
ଭବିଷ୍ୟଦ୍ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
16
ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।” ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।”
17
ତା’ପରେ ସେ ବିହ୍ୱଳ ହେବା ପର୍ଯ୍ୟନ୍ତ ତାଙ୍କୁ ସେମାନେ ପ୍ରବର୍ତ୍ତାନ୍ତେ, ସେ କହିଲେ, “ଭଲ କଥା, ଏଲିୟଙ୍କୁ ଖୋଜିବାକୁ ଲୋକ ପଠାଅ।” ସେମାନେ ଦଳେ ଭବିଷ୍ୟଦ୍ବକ୍ତାମାନେ ପଗ୍ଭଶ୍ ଜଣ ଲୋକଙ୍କୁ ପଠାଇଲେ। ସେମାନେ ତିନି ଦିନ ଖୋଜିଲେ, ମାତ୍ର ଏଲିୟଙ୍କୁ ପାଇଲେ ନାହିଁ।
18
ପୁଣି ସେମାନେ ଯିରୀହୋରେ ଇଲୀଶାୟ ନିକଟକୁ ଯାଇ କହିଲେ, “ସେମାନେ ଏଲିୟଙ୍କୁ ପାଇଲେ ନାହିଁ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭମାନଙ୍କୁ ନ ଯିବା ପାଇଁ ମୁଁ କହିଥିଲି।”
19
ଇଲୀଶାୟ ଜଳକୁ ନିର୍ମଳ କରନ୍ତି ନଗରର ଲୋକମାନେ ଇଲୀଶାୟ ନିକଟକୁ ଯାଇ କହିଲେ, “ମହାଶୟ ତୁମ୍ଭେ ଦେଖି ପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ୟନ୍ତ ଦୂଷିତ ହୋଇଯାଇଛି, ତେଣୁ ଭୂମି ଉତ୍ତମ ଶସ୍ୟ ଦେଉ ନାହିଁ।”
20
ଇଲୀଶାୟ କହିଲେ, “ମୋତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।” ତହୁଁ ଲୋକମାନେ ପାତ୍ରଟିଏ ଆଣି ଇଲୀଶାୟଙ୍କୁ ଦେଲେ।
21
ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ଯାଇ ଲବଣକୁ ଜଳରେ ପକାଇଲେ ଓ କହିଲେ, “ସଦାପ୍ରଭୁ ଏହି କଥା କୁହନ୍ତି, ‘ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ୟୁର କାରଣ ହେବ ନାହିଁ କିଅବା ଜମିରେ ଅଙ୍ଗୁର ବଢ଼ାଇବାରେ ବାଧକ ହେବ ନାହିଁ।’”
22
ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ୟାନୁସାରେ ତାହା ଆଜି ପର୍ଯ୍ୟନ୍ତ ନିର୍ମଳ ରହିଅଛି।
23
କେତେକ ବାଳକ ଇଲୀଶାୟଙ୍କୁ ପରିହାସ କରନ୍ତି ଅନନ୍ତର ଇଲୀଶାୟ ବୈଥେଲ୍କୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତେକ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, “ଆରେ ଚନ୍ଦା ମୁଣ୍ତିଆ! ଉପରକୁ ଯା, ଆରେ ଚନ୍ଦା ମୁଣ୍ତିଆ ଉପରକୁ ଯା!”
24
ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତା’ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କ ମଧ୍ୟରୁ ବୟାଳିଶ୍ ଜଣଙ୍କୁ ଧରି ଚିରି ପକାଇଲେ।
25
ଏହା ପରେ ଇଲୀଶାୟ ବୈଥେଲ୍ରୁ କର୍ମିଲ ପର୍ବତକୁ ଓ ସେଠାରୁ ଶମରିୟାକୁ ଗଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25