bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 17
2 Kings 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 18 →
1
ଇସ୍ରାଏଲରେ ହୋଶେୟଙ୍କ ଶାସନ ଆରମ୍ଭ ଯିହୁଦାରେ ଆହସଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରିୟାରେ ଇସ୍ରାଏଲ ଉପରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ ଓ ସେ ନଅ ବର୍ଷ ରାଜତ୍ୱ କଲେ।
2
ହୋଶେୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ମାତ୍ର ତାଙ୍କ ପୂର୍ବରୁ ଶାସନ କରୁଥିବା ଇସ୍ରାଏଲ ରାଜାମାନଙ୍କ ପରି ସେ ଖରାପ ନ ଥିଲେ।
3
ତାଙ୍କ ବିରୁଦ୍ଧରେ ଅଶୂରର ରାଜା ସଲ୍ମନେଷର ଯୁଦ୍ଧ କରିବାକୁ ଆସିଲେ। ସେ ତାଙ୍କୁ ପରାସ୍ତ କରି ନିଜର ଅଧୀନସ୍ଥ କଲେ। ତେଣୁ ହୋଶେୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ୟକ୍ତିଗତ ଭାବରେ ଦାନ ଦେଲେ।
4
ପରେ ହୋଶେୟ ମିଶରର ରାଜା ସୋଙ୍କ ନିକଟକୁ ଦୂତ ପଠାଇ ସାହାଯ୍ୟ ପାଇଁ ପଗ୍ଭରିଲେ। ଅଶୂରର ରାଜା ହୋଶେୟଙ୍କର ଏ ଚକ୍ରାନ୍ତ ବିଷୟରେ ଜାଣିବାକୁ ପାଇଲେ। ହୋଶେୟ ମଧ୍ୟ ତାଙ୍କ ନିକଟକୁ ଏହି ବର୍ଷ ବାର୍ଷିକ ଭେଟି ପଠାଇଲେ ନାହିଁ। ଏଣୁ ଅଶୂରର ରାଜା ହୋଶେୟଙ୍କୁ ବନ୍ଦୀ କରି କରାଗାରରେ ରଖିଲେ।
5
ଅଶୁରର ରାଜା ଇସ୍ରାଏଲର ବହୁସ୍ଥାନଗୁଡ଼ିକୁ ଆକ୍ରମଣ କଲେ ଓ ଶମରିୟାକୁ ଆସି ତା’ ବିରୁଦ୍ଧରେ ତିନି ବର୍ଷ ଧରି ଯୁଦ୍ଧ କଲେ।
6
ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଅଶୂରର ରାଜା ଶମରିୟା ଅଧିକାର କଲେ। ସେ ଇସ୍ରାଏଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା ଓ ସେମାନଙ୍କୁ ଗୋଶୋନ ନଗରର ହାବୋର ନଦୀର ହଲହରେ ଓ ମାଦୀୟମାନଙ୍କ ନାନା ଦେଶରେ ରଖିଲେ।
7
ଏସବୁ ଘଟିବାର କାରଣ ହେଲା ଇସ୍ରାଏଲୀୟମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପକର୍ମ କରିଥିଲେ। ଯେଉଁ ସଦାପ୍ରଭୁ ସେମାନଙ୍କୁ ମିଶରରୁ ଆଣି ଥିଲେ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିଥିଲେ, ସେମାନେ ତାଙ୍କୁ ପୂଜା ନ କରି ଅନ୍ୟ ଦେବତାମାନଙ୍କୁ ପୂଜା କଲେ।
8
ଜାତିମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟଗୁଡ଼ିକ ସେମାନେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ୟାଗ କରିବାକୁ ବାଧ୍ୟ ହେଲେ, ଯେତେବେଳେ ଇସ୍ରାଏଲ ଲୋକମାନେ ଆସିଲେ।
9
ଆଉ ମଧ୍ୟ ଇସ୍ରାଏଲୀୟମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଗୁପ୍ତ ପାପରେ ଲିପ୍ତ ହେଲେ। ପୁଣି ଦୁର୍ଗଠାରୁ ଆରମ୍ଭ କରି ପ୍ରାଚୀରବେଷ୍ଟିତ ନଗର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଚ୍ଚସ୍ଥଳୀମାନ ସେମାନେ ନିର୍ମାଣ କଲେ।
10
ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଉପରେ ଓ ପ୍ରତ୍ୟେକ ହରିତ୍ ବର୍ଣ୍ଣ ବୃକ୍ଷମୂଳରେ ସ୍ମରଣାର୍ଥକ ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ସ୍ଥାପନ କଲେ।
11
ପୁଣି ସେଠାରେ ଥିବା ସମସ୍ତ ଉଚ୍ଚସ୍ଥଳୀମାନଙ୍କରେ ସଦାପ୍ରଭୁଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଦେଶୀୟମାନଙ୍କ ପରି ସେମାନେ ଧୂପ ଜଳାଇଲେ ଓ ସଦାପ୍ରଭୁଙ୍କ ବିରକ୍ତି ପାଇଁ ଦୁଷ୍କର୍ମ କଲେ।
12
“ପୁଣି ତୁମ୍ଭେମାନେ ଏହି କର୍ମ କରିବ ନାହିଁ, ଏହିରୂପେ ଯେଉଁ ଦେବତାମାନଙ୍କ ବିଷୟରେ କହିଥିଲେ, ସେହି ଦେବତାମାନଙ୍କୁ ସେମାନେ ପୂଜା କଲେ।”
13
ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଓ ପ୍ରତ୍ୟେକ ଦୃଷ୍ଟିକାରୀଙ୍କୁ ଇସ୍ରାଏଲ ଓ ଯିହୁଦାର ପ୍ରତି ଚେତାବନୀ ଦେଇ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର କୁକାର୍ଯ୍ୟରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମୋର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କ ହସ୍ତରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ମୋର ବ୍ୟବସ୍ଥା ଓ ବିଧି ସବୁ ପାଳନ କର।”
14
ମାତ୍ର ସେମାନେ ଶୁଣିଲେ ନାହିଁ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କ ପରି ଅବାଧ୍ୟ ହେଲେ। ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁ ଯେ ସେମାନଙ୍କର ପରମେଶ୍ୱର ଏହା ବିଶ୍ୱାସ କଲେ ନାହିଁ।
15
ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଓ ସେମାନଙ୍କ ପିତୃଗଣଙ୍କ ସହିତ କୃତ ତାଙ୍କର ନିୟମ ଓ ସେମାନଙ୍କର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ସେମାନେ ସଦାପ୍ରଭୁଙ୍କ ଚେତାବନୀ ଶୁଣିବାକୁ ଅମାନ୍ୟ କଲେ। ସେମାନେ ମୂଲ୍ୟହୀନ ମୂର୍ତ୍ତିଗୁଡ଼ିକୁ ଅନୁସରଣ କଲେ, ପୂଜା କଲେ ଏବଂ ସେମାନେ ନିଜେ ମୂଲ୍ୟହୀନ ହୋଇଗଲେ। ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସେମାନଙ୍କୁ ଆଦେଶ ଦେଇଥିଲେ, “ସେମାନେ ଯାହା କରନ୍ତି ତୁମ୍ଭେମାନେ ତାହା କର ନାହିଁ।” ଯାହା ସଦାପ୍ରଭୁ ସେମାନଙ୍କୁ କରିବାକୁ ମନା କରିଥିଲେ, ସେମାନେ ତାହା କଲେ।
16
ପୁଣି ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ତ୍ୟାଗ କଲେ। ସେମାନେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ସେମାନେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବାଲ୍ର ସେବା କଲେ।
17
ଆଉ ସେମାନେ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ବଳିଦାନ କଲେ। ସେମାନେ ଭବିଷ୍ୟଦ୍ବାଣୀ କରିବା ପାଇଁ ଯାଦୁବିଦ୍ୟା, ଡାହାଣି ବିଦ୍ୟା ଓ ଜ୍ୟୋତିଷବିଦ୍ୟାଗୁଡ଼ିକ ବ୍ୟବହାର କଲେ। ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିବା ପାଇଁ ତାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ସେମାନେ ନିଜକୁ ବିକ୍ରୟ କଲେ।
18
ଏଣୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତ୍ୟନ୍ତ କ୍ରୋଧ ହେଲେ ଓ ସେମାନଙ୍କୁ ନିଜ ଦୃଷ୍ଟିରୁ ଦୂରେଇ ଦେଲେ। କେବଳ ଯିହୁଦାର ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।
19
ଯିହୁଦାର ଲୋକମାନେ ମଧ୍ୟ ଅପରାଧୀ ଏବଂ ଏପରିକି ଯିହୁଦାର ଲୋକମାନେ ମଧ୍ୟ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ମାନିଲେ ନାହିଁ। ସେମାନେ ଇସ୍ରାଏଲର ଲୋକମାନଙ୍କର ପ୍ରଥାକୁ ଅନୁସରଣ କଲେ।
20
ଏଣୁ ସଦାପ୍ରଭୁ ସମସ୍ତ ଇସ୍ରାଏଲୀୟଙ୍କୁ ଅଗ୍ରାହ୍ୟ କଲେ। ସେ ସେମାନଙ୍କୁ କ୍ଳେଶ ଦେଲେ। ସେମାନଙ୍କୁ ବିନାଶକାରୀମାନଙ୍କ ହସ୍ତରେ ସମର୍ପଣ କଲେ। ଶେଷରେ ସେ ସେମାନଙ୍କୁ ନିଜ ଦୃଷ୍ଟି ପଥରୁ ଦୂରେଇ ଦେଲେ ଓ ସେମାନଙ୍କୁ ପରିତ୍ୟାଗ କଲେ।
21
ପୁଣି ସଦାପ୍ରଭୁ ଦାଉଦ ବଂଶରୁ ଇସ୍ରାଏଲକୁ ଛିନ୍ନ କଲେ। ଆଉ ସେମାନେ ନବାଟର ପୁତ୍ର ଯାରବିୟାମଙ୍କୁ ସେମାନଙ୍କର ରାଜା କଲେ। ଯାରବିୟାମ ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ନିବୃତ୍ତ କଲେ ଓ ସେମାନଙ୍କୁ ମହାପାପ କରାଇଲେ।
22
ତେଣୁ ଇସ୍ରାଏଲୀୟମାନେ ଯାରବିୟାମଙ୍କ କୃତ ସମସ୍ତ ପାପ କଲେ। ସେମାନେ ତାଙ୍କ ସେହି ପାପଗୁଡ଼ିକ କରିବାରୁ ବିମୁଖ ହେଲେ ନାହିଁ।
23
ଶେଷରେ ସଦାପ୍ରଭୁ ଆପଣା ଭବିଷ୍ୟଦ୍ବକ୍ତା ସେବକମାନଙ୍କ ଦ୍ୱାରା ଯେପରି କହିଥିଲେ ତଦନୁସାରେ ଇସ୍ରାଏଲକୁ ସେ ନିଜ କୃପାଦୃଷ୍ଟିରୁ ଦୂରେଇ ଦେଲେ। ତେଣୁ ଇସ୍ରାଏଲୀୟମାନେ ଇସ୍ରାଏଲରୁ ନିର୍ବାସିତ ହୋଇ ଅଶୂରରେ ରହିଲେ। ସେମାନେ ଆଜିଯାଏ ସେଠାରେ ରହି ଆସୁଛନ୍ତି।
24
Foreigners Settle in Israel ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅବ୍ବା, ହମାତ୍ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲୀୟମାନଙ୍କ ବଦଳରେ ଶମରିୟାର ବିଭିନ୍ନ ନଗରରେ ସ୍ଥାପନ କଲେ। ତହୁଁ ସେମାନେ ଶମରିୟା ଅଧିକାର କରି ସେଠାରେ ନାନା ନଗରରେ ବାସ କଲେ।
25
ଏହି ଲୋକମାନେ ଶମରିୟାରେ ଯେତେବେଳେ ବାସ କରିବାକୁ ଆରମ୍ଭ କଲେ ସେତେବେଳେ ସେମାନେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ତେଣୁ ସଦାପ୍ରଭୁ ସେମାନଙ୍କୁ ଆକ୍ରମଣ କରିବାକୁ ସିଂହ ପଠାଇଲେ। ସିଂହମାନେ ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କଲେ।
26
ଏଣୁ କେତେକ ଲୋକ ଅଶୁରର ରାଜାକୁ କହିଲେ, “ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିୟାରେ ରଖିଲେ, ସେହି ଦେଶର ଦେବତାମାନଙ୍କର ନିୟମ ଜାଣନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ହତ୍ୟା କରିବାକୁ ପଠାଉଛନ୍ତି। କାରଣ ସେହି ଲୋକମାନେ ସେହି ଦେଶର ଦେବତାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ।”
27
ତେଣୁ ଅଶୂର ରାଜା ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ସେଠାରୁ ଯେଉଁ ଯାଜକମାନଙ୍କୁ ବାଛିଅଛ, ସେମାନଙ୍କ ମଧ୍ୟରୁ ସେଠାକୁ ନେଇଯାଅ। ସେମାନେ ସେଠାକୁ ଯାଇ ବାସ କରନ୍ତୁ ଓ ସେ ସ୍ୱଦେଶୀୟ ଦେବତାର ବିଧି ଲୋକମାନଙ୍କୁ ଶିଖାଉ।”
28
ତେଣୁ ଅଶୂରର ଲୋକମାନେ ଶମରିୟାରୁ ଆଣିଥିବା ଯାଜକମାନଙ୍କ ମଧ୍ୟରୁ ଜଣକୁ ବୈଥେଲ୍କୁ ନେଇଗଲେ। ସେ ଯାଜକ ସଦାପ୍ରଭୁଙ୍କୁ କିପରି ଭୟ କରିବା ଉଚିତ୍, ତାହା ସେମାନଙ୍କୁ ଶିକ୍ଷା ଦେଲେ।
29
ମାତ୍ର ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ଦେବତା ନିର୍ମାଣ କଲେ। ସେମାନେ ତାଙ୍କର ଦେବତାମାନଙ୍କୁ ଉଚ୍ଚସ୍ଥାନମାନଙ୍କରେ ପୂଜା କଲେ। ଯେଉଁସବୁ ମନ୍ଦିର ଶମରିୟାର ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ୟରୁ ସେମାନେ ମିଥ୍ୟା ଦେବତାମାନଙ୍କୁ ସେମାନଙ୍କର ସମସ୍ତ ନଗରଗୁଡ଼ିକରେ ସ୍ଥାପନ କଲେ। ଯେଉଁଠାରେ ସେମାନେ ବାସସ୍ଥଳୀ କଲେ।
30
ପୁଣି ବାବିଲୀୟ ଲୋକମାନେ ସୁକ୍କୋତ୍-ବନୋତ୍ ମିଥ୍ୟା ଦେବତା ତିଆରି କଲେ। ହମାତୀୟ ଲୋକମାନେ ଅଶୀମା ମିଥ୍ୟା ଦେବତା ତିଆରି କଲେ ଓ କୂଥୀୟ ଲୋକମାନେ ମଧ୍ୟ ନେର୍ଗଲ ମିଥ୍ୟା ଦେବତା ମାନ ତିଆରି କଲେ।
31
ଅବ୍ବୀୟ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ୟା ଦେବତାମାନଙ୍କୁ ତିଆରି କଲେ ଓ ସମ୍ପର୍କୀୟ ଲୋକମାନେ ସଫର୍ବୟିମର ଅଦ୍ରମ୍ମେଲକ୍ ଓ ଅନମ୍ମେଲକ୍ ଦେବତାମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜ ସନ୍ତାନମାନଙ୍କୁ ଦଗ୍ଧ କଲେ।
32
ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ଉଚ୍ଚସ୍ଥଳୀରେ ଯାଜକଗଣଙ୍କୁ ନିଯୁକ୍ତ କଲେ। ସେମାନେ ସେମାନଙ୍କୁ ଲୋକମାନଙ୍କ ମଧ୍ୟରୁ ବାଛିଲେ। ଏହି ଯାଜକମାନେ ସେହି ଉଚ୍ଚସ୍ଥଳୀରେ ମନ୍ଦିରସବୁରେ ପଶୁଗୁଡ଼ିକ ବଳିଦାନ କଲେ।
33
ସେମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ। ଏବଂ ସେମାନେ ମଧ୍ୟ ସେମାନଙ୍କର ଦେଶର ଦେବତାମାନଙ୍କର ସେବା କଲେ।
34
ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇସ୍ରାଏଲୀୟମାନଙ୍କର ବିଧି ଓ ଆଜ୍ଞା ସେମାନେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇସ୍ରାଏଲ ନାମ ଦେଇଥିଲେ। ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି।
35
ଇସ୍ରାଏଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ନିଶ୍ଚୟ ପୂଜା କରିବ ନାହିଁ କିମ୍ବା ସେମାନଙ୍କର ସେବା କରିବ ନାହିଁ। ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଭୟ କରିବ ନାହିଁ କିମ୍ବା ସେମାନଙ୍କର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ।
36
ତୁମ୍ଭେମାନେ କେବଳ ସଦାପ୍ରଭୁଙ୍କୁ ନିଶ୍ଚୟ ଭୟ କରିବ, ଯିଏ ମହାପରାକ୍ରମ ଦ୍ୱାରା ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ତୁମ୍ଭେମାନେ ନିଶ୍ଚୟ ତାହାଙ୍କୁ ପ୍ରଣାମ କରିବ ଓ ତାଙ୍କୁ ଉପାସନା କରିବ ଏବଂ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ।
37
ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେଉଁ ଯେଉଁ ବିଧି, ଶାସନବ୍ୟବସ୍ଥା ଓ ଶିକ୍ଷାସମୂହ ଲେଖି ଅଛନ୍ତି। ତୁମ୍ଭେମାନେ ତାହା ସଦାକାଳ ପାଳନ କରିବାକୁ ମନୋଯୋଗ କରିବ। ଆଉ ଅନ୍ୟ ଦେବଗଣଙ୍କୁ ତୁମ୍ଭେମାନେ ଭୟ କରିବ ନାହିଁ।
38
ମୁଁ ତୁମ୍ଭମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲି, ତୁମ୍ଭେମାନେ ପାଶୋରିବା ଉଚିତ୍ ନୁହଁ। ଅନ୍ୟ ଦେବତାମାନଙ୍କୁ ତୁମ୍ଭେମାନେ ଭୟ କିମ୍ବା ସମ୍ମାନ କରିବା ଉଚିତ୍ ନୁହଁ।
39
ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେମାନେ କେବଳ ଭୟ ଓ ସମ୍ମାନ କରିବ ଓ ସେ ତୁମ୍ଭମାନଙ୍କୁ ସମସ୍ତ ଶତ୍ରୁଠାରୁ ଉଦ୍ଧାର କରିବେ।”
40
ମାତ୍ର ଇସ୍ରାଏଲୀୟମାନେ ତାହା ଶୁଣିଲେ ନାହିଁ। ସେମାନେ ପୂର୍ବ ରୀତି ଅନୁସାରେ କାର୍ଯ୍ୟ କରି ଗ୍ଭଲିଲେ।
41
ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସେମାନେ ମଧ୍ୟ ଭଣ୍ତ ଦେବତାମାନଙ୍କର ସେବା କଲେ। ସେମାନଙ୍କର ପୁତ୍ର ଓ ପୌତ୍ରଗଣ ମଧ୍ୟ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସେହିପରି କାର୍ଯ୍ୟ କରି ଆସୁଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଏହିସବୁ କରୁଛନ୍ତି।
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25