bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 23
2 Kings 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 24 →
1
ଲୋକମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣନ୍ତି ଯିହୁଦା ଓ ଯିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟ ରାଜା କହିଲେ।
2
ଏହା ପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ଯିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ୟଦ୍ବକ୍ତାମାନେ ଓ ସମସ୍ତ ବଡ଼ରୁ ଛୋଟ ଗମନ କଲେ। ତହୁଁ ସଦାପ୍ରଭୁଙ୍କ ମନ୍ଦିରରୁ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କର କର୍ଣ୍ଣ ଗୋଚର ହେବା ପାଇଁ ଯୋଶିୟ ରାଜା ପାଠ କଲେ।
3
ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ।
4
ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲ୍ର, ଆଶେରାମୂର୍ତ୍ତିର ଓ ସ୍ୱର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ୟା ଦେବତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍କିୟ ମହାଯାଜକକୁ, ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଦେଶ କଲେ। ତା’ପରେ ଯୋଶିୟ ରାଜା ସେ ସମସ୍ତ ଦ୍ରବ୍ୟକୁ ଯିରୁଶାଲମର ବାହାରେ କିଦ୍ରୋଣ ଉପତ୍ୟକାରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥେଲ୍କୁ ନେଇଗଲେ।
5
ରାଜାମାନେ ସମସ୍ତ ସାଧାରଣ ଲୋକଙ୍କୁ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯାଜକ ରୂପେ ସେବା କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରତ୍ୟେକ ନଗରର ଉଚ୍ଚସ୍ଥାନରେ ସବୁବେଳେ ଧୂପ ଜଳାଇଲେ ଓ ଯିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗରରେ ବାଲ୍ର ସମ୍ମାନାର୍ଥେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡ଼ିକରେ ମଧ୍ୟ ସେହିପରି କଲେ।
6
ଆଉ ଯୋଶିୟ ସଦାପ୍ରଭୁଙ୍କ ମନ୍ଦିରରୁ ଆଶେରା ମୂର୍ତ୍ତି କାଢ଼ିନେଇ ଯିରୁଶାଲମର ବାହାରେ କିଦ୍ରୋଣ ନଦୀ ନିକଟକୁ ଆଣିଲେ। ସେଠାରେ ସେ ଏହାକୁ ଦଗ୍ଧ କଲେ ଓ ତାକୁ ପେଷି ଧୂଳି କଲେ। ସେହି ଚୂର୍ଣ୍ଣକୁ ନେଇ ସାମାନ୍ୟ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ।
7
ତା’ପରେ ଯୋଶିୟ ରାଜା ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡ଼ିକ ବ୍ୟବହାର କଲେ ଓ ଆଶେରର ସମ୍ମାନ ପାଇଁ ଛୋଟ ଛାଉଣିର ପରଦା ନିର୍ମାଣ କଲେ ଏବଂ ସେଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଗଲା।
8
ସେ ସମୟରେ ଯାଜକମାନେ ବଳିଦାନ ଯିରୁଶାଲମସ୍ଥିତ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆଣିଲେ ନାହିଁ। ସେମାନେ ଯିହୁଦା ନଗର ଚତୁର୍ଦ୍ଦିଗରେ ରହିଲେ ଓ ସେହି ନଗରଗୁଡ଼ିକର ଉଚ୍ଚସ୍ଥଳୀମାନଙ୍କରେ ଦ୍ୱୀପ ଓ ନୈବେଦ୍ୟ ଜଳାଇଲେ। ସେହି ଉଚ୍ଚସ୍ଥଳୀଗୁଡ଼ିକ ଗେବାଠାରୁ ବେର୍ଶେବା ପର୍ଯ୍ୟନ୍ତ ଲାଗି ଥିଲା। ସେହି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡ଼ିଶୂନ୍ୟ ରୋଟୀ ଭୋଜନ କଲେ। ରାଜା ଯୋଶିୟ ସେହି ଉଚ୍ଚସ୍ଥଳୀଗୁଡ଼ିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ଯିରୁଶାଲମକୁ ନେଇ ଆସିଲେ। ସେ ମଧ୍ୟ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଯିହୋଶୂୟର ନଗର ଦ୍ୱାରରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। (ଯିହୋଶୂୟ ନଗରର ଶାସକ ଥିଲେ।)
10
ତୋଫତ୍ ବେନ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠାରେ ଲୋକମାନେ ସେମାନଙ୍କର ପୁତ୍ର ଓ କନ୍ୟାମାନଙ୍କୁ ମେଲକ ମିଥ୍ୟା ଦେବତାର ସମ୍ମାନାର୍ଥେ ଅଗ୍ନିରେ ହୋମ କଲେ। ଯେତେବେଳେ ଯୋଶିୟ ସେହି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହୋମ ସ୍ଥାନକୁ ଅଧିକ ସମୟ ବ୍ୟବହାର ପାଇଁ ବନ୍ଦ କଲେ।
11
ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇ ଗଲେ ଓ ସେହି ସୂର୍ଯ୍ୟ ଦେବତାର ରଥଗୁଡ଼ିକୁ ଅଗ୍ନିରେ ଦଗ୍ଧ କରାଗଲା।
12
ଅତୀତରେ ଯିହୁଦାର ରାଜାମାନେ ଆହସର ଘରର କୋଠରୀର ଛାତ ଉପରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହରରେ ଯେଉଁ ଯଜ୍ଞବେଦିଗୁଡ଼ିକ ନିର୍ମାଣ କରିଥିଲେ ଯୋଶିୟ ସେ ସବୁକୁ ଭାଙ୍ଗି ଚୂର୍ଣ୍ଣ କଲେ ଓ ସେ ଧୂଳିକୁ ନେଇ କିଦ୍ରୋଣ ନଦୀରେ ନିକ୍ଷେପ କଲେ।
13
ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମିଲ୍କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା।
14
ଆଉ ମଧ୍ୟ ସେ ସମସ୍ତ ସ୍ମୃତିସ୍ତମ୍ଭ ଓ ଆଶେରା ମୂର୍ତ୍ତି ଭାଙ୍ଗି ପକାଇଲେ ଓ ସେହି ସ୍ଥାନଗୁଡ଼ିକ ମନୁଷ୍ୟର ଅସ୍ଥିରେ ପୂର୍ଣ୍ଣ କଲେ।
15
ନବାଟଙ୍କ ପୁତ୍ର ଯାରବିୟାମ ବୈଥେଲ୍ରେ ଯେଉଁ ଯଜ୍ଞବେଦି ନିର୍ମାଣ କରି ଇସ୍ରାଏଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟ ସେହି ପ୍ରସ୍ତରକୁ ପେଷି ଚୂର୍ଣ୍ଣ କଲେ ଓ ଆଶେରା ମୂର୍ତ୍ତିକୁ ଦଗ୍ଧ କଲେ।
16
ଏହା ପରେ ଯୋଶିୟ ଚତୁର୍ଦ୍ଦିଗକୁ ଗ୍ଭହିଁଲା ବେଳେ ସେଠାରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କ ଲୋକ ପୂର୍ବେ ଯେପରି ପ୍ରଗ୍ଭର କରିଥିଲେ, ତାଙ୍କ ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ରଖିଲେ ଓ ଦଗ୍ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ୱର ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେ, ଯାରବିୟାମ ଯଜ୍ଞବେଦି ପାଖରେ ଛିଡ଼ା ହୋଇଛି। ତା’ପରେ ଯୋଶିୟ ପରମେଶ୍ୱରଙ୍କ ଲୋକର କବର ଦେଖିଲେ।
17
ଯୋଶିୟ ପଗ୍ଭରିଲେ, “ଏହି ସମାଧି ପଥର କ’ଣ, ଯାହା ମୁଁ ଦେଖୁଅଛି?” ସହରର ଲୋକମାନେ ଉତ୍ତର ଦେଲେ, “ଏହା ପରମେଶ୍ୱରଙ୍କ ଲୋକଙ୍କ କବର, ଯିଏ ଯିହୁଦାରୁ ଆସିଲେ ଓ ବୈଥେଲ୍ରେ ତୁମ୍ଭେ କରିଥିବା ଯଜ୍ଞବେଦିର ବଳିଦାନ ଉପରେ ପୂର୍ବରୁ କହିଥିଲେ। ସେ ଏହା ବହୁତ ସମୟ ପୂର୍ବରୁ କହିଥିଲେ।”
18
ତେଣୁ ରାଜା କହିଲେ, “ପରମେଶ୍ୱରଙ୍କ ଲୋକଙ୍କୁ ଏକା ଛାଡ଼ିଦିଅ! ତାଙ୍କର ଅସ୍ଥିଗୁଡ଼ିକୁ ସ୍ଥାନାନ୍ତର କର ନାହିଁ।” ତେଣୁ ସେମାନେ ସେଠାରେ ଶମରିୟାରୁ ଆଗତ ଭବିଷ୍ୟଦ୍ବକ୍ତାର ଅସ୍ଥି ସହିତ ତାଙ୍କର ଅସ୍ଥି ଛାଡ଼ି ଦେଲେ।
19
ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିୟାର ନାନା ନଗରରେ ଉଚ୍ଚସ୍ଥଳୀମାନଙ୍କରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟ ସେ ସବୁ ଧ୍ୱଂସ କଲେ। ବୈଥେଲ୍ରେ ଯେପରି କରିଥିଲେ ସେଠାରେ ମଧ୍ୟ ସେହିପରି କଲେ।
20
ଯୋଶିୟ ଶମରିୟାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ଯଜ୍ଞବେଦିରେ ବଧ କଲେ ଓ ସେ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଯଜ୍ଞବେଦି ଉପରେ ଦଗ୍ଧ କଲେ। ଏହିରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ଯିରୁଶାଲମକୁ ଫେରିଗଲେ।
21
ଯିହୁଦାର ଲୋକେ ନିସ୍ତାରପର୍ବ ପାଳନ କରନ୍ତି ତା’ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, “ଏହି ନିୟମ ପୁସ୍ତକର ଯୁକ୍ତିନୁସାରେ ତୁମ୍ଭର ପରମେଶ୍ୱର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାରପର୍ବ ପାଳନ କର।”
22
ପୂର୍ବଦିନଗୁଡ଼ିକରେ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳରେ ବିଗ୍ଭରକମାନେ ଇସ୍ରାଏଲରେ ଶାସନ କଲେ। ଏପରି ନିସ୍ତାରପର୍ବ ପାଳନ କେବେ ହୋଇ ନ ଥିଲା।
23
ସେମାନେ ଯୋଶିୟ ରାଜାଙ୍କର ରାଜତ୍ୱର ଆଷ୍ଟାଦଶ ବର୍ଷରେ ଏହି ନିସ୍ତାରପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୁଶାଲମରେ ପାଳନ କଲେ।
24
ଆହୁରି ଯୋଶିୟ ଯେପରି ସଦାପ୍ରଭୁଙ୍କ ମନ୍ଦିରରେ ହିଲ୍କିୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ଯିରୁଶାଲମ ଦ୍ୱାରା ଆରାଧନା କରୁଥିବା ଯେଉଁ ସମସ୍ତ ମାଧ୍ୟମଗୁଡ଼ିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା ସେ ତାହା ସବୁ ଦୂର କଲେ।
25
ଯୋଶିୟ ସର୍ବାନ୍ତଃକରଣରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଙ୍କ ପରି ମୋଶାଙ୍କ ବ୍ୟବସ୍ଥା ପାଳନ କରିବାର କୌଣସି ରାଜା ନ ଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନ ଥିଲେ ଓ ତାଙ୍କ ପରେ କେହି ସେପରି ହେଲେ ନାହିଁ।
26
କିନ୍ତୁ ମନଃଶି ଯେଉଁସବୁ ବିରକ୍ତିଜନକ କ୍ରିୟାଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେଥି ସକାଶେ ଯିହୁଦା ପ୍ରତିକୂଳରେ ତାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ସେହି ପ୍ରଚଣ୍ତ ମହାକୋପରୁ ବିରତ ହେଲେ ନାହିଁ।
27
ସଦାପ୍ରଭୁ କହିଲେ, “ମୁଁ ଯିହୁଦାକୁ ଅପସାରଣ କରିବି, ଯେଭଳି ମୁଁ ଇସ୍ରାଏଲକୁ ମୋର ଦୃଷ୍ଟିରୁ ଅପସାରଣ କରିଛି। ମୁଁ ମୋର ମନୋନୀତ ସହର ଯିରୁଶାଲମକୁ ପରିତ୍ୟାଗ କରିବି।” ମୁଁ ଯେଉଁ ମନ୍ଦିର ବିଷୟରେ କହିଥିଲି, ‘ମୋର ନାମ ସେଠାରେ ରହିବ।’
28
ଯୋଶିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
29
ଯୋଶିୟଙ୍କ ମୃତ୍ୟୁ ଯୋଶିୟଙ୍କ ରାଜତ୍ୱ କାଳରେ ମିଶରର ରାଜା ଫାରୋ-ନଖୋଶୂରୀୟ ରାଜା ବିପକ୍ଷରେ ଯୁଦ୍ଧ କରିବାକୁ ଫରାତ ନଦୀ ଆଡ଼କୁ ଯାତ୍ରା କଲେ। ଯୋଶିୟ ଫାରୋ ସହିତ ମଗିଦ୍ଦୋ ନିକଟରେ ଭେଟିବାକୁ ଗଲେ। ସେହିଠାରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।
30
ଏହା ପରେ ଯୋଶିୟଙ୍କ ସେବକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମଗିଦ୍ଦୋରୁ ଯିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନରେ କବର ଦେଲେ। ଏହା ପରେ ଦେଶର ଲୋକମାନେ ଯୋଶିୟଙ୍କର ପୁତ୍ର ଯିହୋୟାହସଙ୍କୁ ନେଇ ତାହାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।
31
ଯିହୋୟାହସ୍ ଯିହୁଦାରେ ରାଜା ହୁଅନ୍ତି ଯିହୋୟାହସ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ତେଇଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ତିନି ମାସ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମିୟର କନ୍ୟା ଥିଲେ।
32
ସେ ମଧ୍ୟ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।
33
ଫାରୋ-ନଖୋ ଯିହୋୟାହସଙ୍କୁ ହମାତ୍ ଦେଶସ୍ଥ ରିବ୍ଲାରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ଯିରୁଶାଲମରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ଯ୍ୟ କଲେ।
34
ତହୁଁ ଫାରୋ-ନଖୋ ଯୋଶିୟଙ୍କର ପୁତ୍ର ଇଲିୟାକୀମ୍ ଯିଏ ଯୋଶିୟଙ୍କର ସ୍ଥାନରେ ନୂଆ ରାଜା ପଦରେ ଘୋଷଣା କଲେ, ସେ ତାଙ୍କର ନାମ ଯିହୋଯାକୀମ୍ ରଖିଲା। କିନ୍ତୁ ଯିହୋୟାହସଙ୍କୁ ସେ ମିଶରକୁ ନେଇଗଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହେଲା।
35
ଯିହୋୟାକୀମ୍ ଫାରୋକୁ ସେହିସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସାରେ ସେହି ରୌପ୍ୟ ଓ ସୁବର୍ଣ୍ଣ ଦେବା ନିମିତ୍ତ ସେ ଦେଶବାସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦେବା ପାଇଁ ନିରୂପିତ କର ଅନୁସାରେ ଦେଶବାସୀଙ୍କଠାରୁ ସେହି ରୂପା ଓ ସୁନା ଆଦାୟ କଲେ।
36
ଯିହୋୟାକୀମ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ପଚିଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାୟର କନ୍ୟା ଥିଲେ।
37
ଏହି ଯିହୋୟାକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମରେ ଲିପ୍ତ ହେଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25