bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 14
2 Kings 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 15 →
1
ଯିହୁଦାରେ ଅମତ୍ସିୟ ଶାସନ ଆରମ୍ଭ କରନ୍ତି ଇସ୍ରାଏଲର ରାଜା ଯିହୋୟାହସଙ୍କ ପୁତ୍ର ଯୋୟାଶଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମତ୍ସିୟ ରାଜ୍ୟ କରିବାକୁ ଆରମ୍ଭ କଲେ।
2
ସେ ପଚିଶ୍ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କରିଥିଲେ ଓ ସେ ଅଣତିରିଶ୍ ବର୍ଷ ଯିରୁଶାଲମରେ ଶାସନ କଲେ। ତାଙ୍କର ମାତାଙ୍କର ନାମ ଯିହୋୟଦ୍ଦନ୍ ଓ ସେ ସ୍ତ୍ରୀ ଯିରୁଶାଲମ ନିବାସିନୀ ଥିଲେ।
3
ପୁଣି ଅମତ୍ସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ଯୋୟାଶଙ୍କର କୃତ କର୍ମାନୁସାରେ କର୍ମ କଲେ।
4
ସେ ଉଚ୍ଚସ୍ଥଳୀଗୁଡ଼ିକ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5
ସେତେବେଳେ ଅମତ୍ସିୟଙ୍କର ରାଜ୍ୟ ଉପରେ ଦୃଢ଼ ନିୟନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ୟାକାରୀ ଥିଲେ। ସେମାନଙ୍କୁ ବଧ କଲେ।
6
ମାତ୍ର, ସେ ହତ୍ୟାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମୋଶାଙ୍କର ବ୍ୟବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହୋଇଛି ଯେ, “ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହେବେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ୟୁଦଣ୍ତ ପାଇବେ ନାହିଁ। ପ୍ରତ୍ୟେକ ଲୋକ ନିଜ ପାପ ଲାଗି ଦଣ୍ତିତ ହେବେ।”
7
ଅମତ୍ସିୟ ଲବଣ ଉପତ୍ୟକାରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ଅଧିକାର କରି ତାହାର ନାମ “ଯକ୍ତେଲ” ରଖିଲେ। ତାହା ଆଜି ମଧ୍ୟ “ଯକ୍ତେଲ” ନାମରେ ପରିଚିତ।
8
ଅମତ୍ସିୟଙ୍କ ଯୋୟାଶ୍ ବିରୁଦ୍ଧରେ ଯୁଦ୍ଧ ଅମତ୍ସିୟ ଯେହୂଙ୍କ ପୌତ୍ର ଓ ଯିହୋୟାହସଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ସନ୍ଦେଶ ବାହକ ପଠାଇଲେ, ଇସ୍ରାଏଲର ରାଜା କହୁଛନ୍ତି, “ଆସ, ଆମ୍ଭେମାନେ ପରସ୍ପର ସମ୍ମୁଖା ସମ୍ମୁଖୀ ହୋଇ ଯୁଦ୍ଧ କରିବା।”
9
ଇସ୍ରାଏଲର ରାଜା ଯୋୟାଶ ଯିହୁଦାର ରାଜା ଅମତ୍ସିୟ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।’ ମାତ୍ର ଲିବାନୋନ୍ର ଏକ ବନ୍ୟ ପଶୁ ସେହି ବାଟ ଦେଇ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦରେ ଦଳି ଦେଲା।
10
ଏହା ସତ୍ୟ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜୟ କରିଛ। ସେହି ଗୌରବ ନେଇ ସନ୍ତୁଷ୍ଟ ହୋଇ ରୁହ। ଆଉ ନିଜ ଉପରେ କ୍ଳେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦା ସହିତ ପତନ ହେବ।”
11
ମାତ୍ର ଅମତ୍ସିୟ ଯୋୟାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ଯୋୟାଶ ଓ ଅମତ୍ସିୟ ଯିହୁଦାର ବୈଥ୍ଶେମଶରେ ପରସ୍ପର ଯୁଦ୍ଧରେ ସମ୍ମୁଖୀନ ହେଲେ।
12
ଇସ୍ରାଏଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରତ୍ୟେକ ଲୋକ ନିଜ ନିଜ ତମ୍ବୁକୁ ପଳାୟନ କଲେ।
13
ଇସ୍ରାଏଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିୟଙ୍କର ପୌତ୍ର ବୈଥ୍ଶେମଶକୁ ଅଧିକାର କଲେ। ପ୍ରାୟ 600 ଫୁଟ୍ ଇଫ୍ରୟିମର ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ନଗର ପାଚେରୀ ଯୋୟାଶୟ ଭାଙ୍ଗି ଦେଇଥିଲେ।
14
ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସମସ୍ତ ସୁବର୍ଣ୍ଣ, ରୌପ୍ୟ ଓ ପାତ୍ର ନେଇ ବନ୍ଦୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଶମରିୟାକୁ ଫେରି ଗଲେ।
15
ପୁଣି ଯୋୟାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିୟଙ୍କ ସଙ୍ଗେ କି ପ୍ରକାର ଯୁଦ୍ଧ କଲେ ସେ ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
16
ଯୋୟାଶଙ୍କର ମୃତ୍ୟୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯାରବିୟାମ ନୂତନ ରାଜା ରୂପେ ପରିଚିତ ହେଲେ।
17
ଅମତ୍ସିୟଙ୍କ ମୃତ୍ୟୁ ଇସ୍ରାଏଲ ରାଜା ଯିହୋୟାହସଙ୍କର ପୁତ୍ର ଯୋୟାଶଙ୍କର ମୃତ୍ୟୁ ପରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମତ୍ସିୟ ପନ୍ଦର ବର୍ଷ ବଞ୍ଚିଲେ।
18
ଅମତ୍ସିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଓ ପରାକ୍ରମ, ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
19
ଅନନ୍ତର ଯିରୁଶାଲମରେ ଲୋକମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀଶ୍କୁ ପଳାଇଲେ। ମାତ୍ର ସେମାନେ ଲାଖୀଶ୍କୁ ଲୋକ ପଠାଇ ତାଙ୍କୁ ବଧ କଲେ।
20
ପୁଣି ସେମାନେ ତାଙ୍କର ମୃତ ଶବକୁ ଅଶ୍ୱପୃଷ୍ଠରେ ଆଣି ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ଯିରୁଶାଲମର ଦାଉଦ ନଗରରେ କବର ଦେଲେ।
21
ଅସରିୟ ଯିହୁଦାରେ ରାଜ୍ୟ ଶାସନ କରନ୍ତି ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିୟଙ୍କର ଷୋହଳ ବର୍ଷର ପୁତ୍ର ଅସରିୟଙ୍କୁ ତାଙ୍କ ପିତାଙ୍କ ପଦରେ ରାଜା କଲେ।
22
ଅମତ୍ସିୟ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିୟ ଏଲତ୍ ନଗରକୁ ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
23
ଯାରବିୟାମ ଇସ୍ରାଏଲରେ ରାଜ୍ୟ ଶାସନ କଲେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ରାଜା ଅମତ୍ସିୟଙ୍କ ରାଜତ୍ୱର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶଙ୍କର ପୁତ୍ର ଯାରବିୟାମ ଶମରିୟାରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ୱ କଲେ।
24
ସଦାପ୍ରଭୁଙ୍କ ଦୃଷ୍ଟିରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ ନିଜେ କରିଥିଲେ, ତାହା ଇସ୍ରାଏଲୀୟମାନଙ୍କୁ ମଧ୍ୟ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ।
25
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଅମିତ୍ତୟଙ୍କ ପୁତ୍ର ଗାଥ୍ହେଫର ନିବାସୀ ଆପଣା ସେବକ ଯୂନସ ଭବିଷ୍ୟଦ୍ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ଯାରବିୟାମ ଦଖଳ କଲେ।
26
କାରଣ ସଦାପ୍ରଭୁ ଇସ୍ରାଏଲୀୟମାନଙ୍କର ଦୟନୀୟ ଯନ୍ତ୍ରଣା ଦେଖିଲେ, ଯେଉଁମାନେ ଦୋଷି ଓ ମୁକ୍ତ ଥିଲେ। କାରଣ ଇସ୍ରାଏଲକୁ ସାହାଯ୍ୟ କରିବାକୁ କେହି ନ ଥିଲେ।
27
ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
28
ଯାରବିୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା, ସମସ୍ତ ପରାକ୍ରମ, ସେ କି ପ୍ରକାର ଯୁଦ୍ଧ କଲେ ଓ ଇସ୍ରାଏଲ ପାଇଁ ସେ କିପରି ଯିହୁଦାର ପୂର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
29
ଅନନ୍ତର ଯାରବିୟାମଙ୍କ ମୃତ୍ୟୁ ହେଲା ଓ ସେ ଇସ୍ରାଏଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କ ପୁତ୍ର ଜିଖରିୟ ଇସ୍ରାଏଲର ରାଜା ହେଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25