bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 13
2 Kings 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 14 →
1
ଯିହୋୟାହସଙ୍କ ଶାସନ ଆରମ୍ଭ ଯିହୁଦାର ରାଜା ଅହସିୟଙ୍କ ପୁତ୍ର ଯୋୟାଶଙ୍କ ରାଜତ୍ୱର ତ୍ରୟବିଂଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରିୟାରେ ଇସ୍ରାଏଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ୱ କଲେ।
2
ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ସେ ଅନୁସରଣ କଲେ, ଯାହା ସେ ଇସ୍ରାଏଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ।
3
ଏଥିରେ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ କ୍ରୋଧାନ୍ୱିତ ହେଲେ। ତେଣୁ ସେ ଅରାମର ରାଜା ହସାୟେଲ ଓ ତାଙ୍କର ପୁତ୍ର ବିନ୍ହଦଦ୍ ଶାସନର ଅଧୀନରେ ଇସ୍ରାଏଲକୁ ଦିର୍ଘ ସମୟ ପାଇଁ ଦେଲେ।
4
ସଦାପ୍ରଭୁଙ୍କର ଇସ୍ରାଏଲୀୟମାନଙ୍କ ଉପରେ ଦୟା ତା’ପରେ ଯିହୋୟାହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବେଦନ ଶୁଣିଲେ ଓ ଇସ୍ରାଏଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇସ୍ରାଏଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ।
5
ତେଣୁ ସଦାପ୍ରଭୁ ଇସ୍ରାଏଲର ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳରେ ଇସ୍ରାଏଲୀୟମାନେ ଅରାମୀୟମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ।
6
ତଥାପି ଇସ୍ରାଏଲୀୟମାନେ ଯାରବିୟାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସେମାନେ ସେହି ପୂର୍ବପରି ପାପ କରି ଗ୍ଭଲିଲେ, ଯାହା ସେମାନେ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ସେମାନେ ମଧ୍ୟ ଶମରିୟାରେ ଆଶେରା ଖମ୍ବଗୁଡ଼ିକ ରଖିଲେ।
7
ଅରାମର ରାଜା ଯିହୋୟାହସଙ୍କ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଗ୍ଭଶ୍ ଅଶ୍ୱାରୋହୀ, ଦଶ ଗୋଟି ରଥ ଓ 10,000 ପଦାତିକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହୋୟାହସଙ୍କ ସୈନ୍ୟମାନେ ଶସ୍ୟଅମଳ ସମୟରେ ଅଗାଡ଼ି ତୁଲ୍ୟ ପବନରେ ଗ୍ଭଲିଗଲେ।
8
ଯିହୋୟାହସଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କାର୍ଯ୍ୟାବଳୀ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
9
ଅନନ୍ତର ଯିହୋୟାହସଙ୍କ ମୃତ୍ୟୁ ହେଲା ଓ ଲୋକମାନେ ଶମରିୟାରେ ତାଙ୍କ ପୂର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ୟ ଶାସନ କଲେ।
10
ଇସ୍ରାଏଲରେ ଯୋୟାଶଙ୍କ ଶାସନ ଯିହୁଦାର ଯୋୟାଶ୍ ରାଜାଙ୍କ ସଇଁତିରିଶ୍ ବର୍ଷ ରାଜତ୍ୱ କାଳରେ ଯିହୋୟାହସଙ୍କ ପୁତ୍ର ଯୋୟାଶ୍ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଯାଇ ଷୋହଳ ବର୍ଷ ରାଜ୍ୟ ଶାସନ କଲେ।
11
ଇସ୍ରାଏଲର ରାଜା ଯୋୟାଶ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ନବାଟଙ୍କ ପୁତ୍ର ଯାରବିୟାମ, ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରିଥିଲେ ସେହି ସମାନ ପାପ ଅନୁସରଣ କଲେ ଯିଏ ଇସ୍ରାଏଲର ପାପର କାରଣ ହେଲା।
12
ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାରେ ରାଜା ଅମତ୍ସିୟ ସଙ୍ଗେ ଯୁଦ୍ଧ କରିଥିଲେ ତାହା ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
13
ଯୋୟାଶଙ୍କ ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ଯାରବିୟାମ ତାଙ୍କ ଅନ୍ତେ ସିଂହାସନରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇସ୍ରାଏଲର ରାଜାମାନଙ୍କ ସହିତ ଶମରିୟାରେ କବର ପ୍ରାପ୍ତ ହେଲେ।
14
ଇଲୀଶାୟଙ୍କୁ ଯୋୟାଶଙ୍କ ପରିଦର୍ଶନ ଇଲୀଶାୟ ପୀଡ଼ିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ୟୁବରଣ କଲେ। ଇସ୍ରାଏଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ ପାଇଁ ଏହା ସମୟ କି?”
15
ଇଲୀଶାୟ ଯୋୟାଶଙ୍କୁ କହିଲେ, “ଧନୁ ଓ ବାଣଗୁଡ଼ିକ ଧର।” ଯୋୟାଶ୍ ଧନୁ ଓ ବାଣଗୁଡ଼ିକ ଧରିଲେ।
16
ତା’ପରେ ଇଲୀଶାୟ ରାଜାଙ୍କୁ ପୁଣି କହିଲେ, “ଧନୁରେ ତୁମ୍ଭହାତ ଦିଅ।” ତେଣୁ ରାଜା ଧନୁ ଉପରେ ହାତ ରଖିଲେ। ତା’ପରେ ଇଲୀଶାୟ ତାଙ୍କ ହାତ ରାଜାଙ୍କ ହାତ ଉପରେ ରଖିଲେ।
17
ଇଲୀଶାୟ କହିଲେ, “ପୂର୍ବ ଦିଗରେ ଥିବା ଝରକା ଖୋଲ।” ଯୋୟାଶ୍ ଝରକା ଖୋଲିଲେ। ତା’ପରେ ଇଲୀଶାୟ କହିଲେ, “ତୀର ନିକ୍ଷେପ କର।” ଯୋୟାଶ୍ ତୀର ମାରିଲେ। ତା’ପରେ ଇଲୀଶାୟ କହିଲେ, “ଏହା ହେଉଛି ସଦାପ୍ରଭୁଙ୍କ ଜୟର ବାଣ, ଅରାମ ବିପକ୍ଷରେ ଜୟର ବାଣ, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ପରାସ୍ତ କରି ବିନାଶ କରିବ।”
18
ପୁଣି ଇଲୀଶାୟ କହିଲେ, “ତୀରଗୁଡ଼ିକ ନିଅ।” ସେ ତୀରଗୁଡ଼ିକ ନେଲେ। ତା’ପରେ ଇଲୀଶାୟ ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର।” ଯୋୟାଶ ତିନିଥର ଭୂମିକୁ ଆଘାତ କଲେ, ତା’ପରେ ସେ ନିବୃତ୍ତ ହେଲେ।
19
ପରମେଶ୍ୱରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହୋଇ କହିଲେ, “ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହୋଇଥିଲେ ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ହରାଇଥା’ନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କେବଳ ତିନିଥର ପାଇଁ ହରାଇବ।”
20
ଇଲୀଶାୟଙ୍କ କବରେ ଏକ ଅଲୌକିକ କାର୍ଯ୍ୟ ଇଲୀଶାୟଙ୍କ ମୃତ୍ୟୁପରେ ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ଲୁଣ୍ଠନ କରିବାକୁ ଦେଶ ଆକ୍ରମଣ କଲେ।
21
କେତେକ ଇସ୍ରାଏଲୀୟ ଜଣେ ମୃତବ୍ୟକ୍ତିକୁ କବର ଦେଉଥିବା ବେଳେ ସେମାନେ ମୋୟାବୀୟ ସୈନ୍ୟମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସେମାନେ ଭୟରେ ସେହି ମୃତ ଶରୀରକୁ ଇଲୀଶାୟ କବର ଭିତରେ ପକାଇ ଦେଲେ ଏବଂ ଦୌଡ଼ି ପଳାଇଗଲେ। ସେହିମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ରେ ଜୀବନ୍ତ ହୋଇ ନିଜ ଗୋଡ଼ରେ ଛିଡ଼ା ହେଲା।
22
ଯୋୟାଶ ଇସ୍ରାଏଲ ନଗରକୁ ପୁନର୍ବାର ଜୟ କରନ୍ତି ଯିହୋୟାହସଙ୍କ ରାଜତ୍ୱ କାଳର ସମସ୍ତ ସମୟ ଅରାମର ରାଜା ହସାୟେଲ ଇସ୍ରାଏଲର କ୍ଳେଶର କାରଣ ହେଲେ।
23
ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ ଓ ସେମାନଙ୍କ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇସ୍ହାକ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହୋଇଥିଲା। ସେ ସେମାନଙ୍କୁ ବିନାଶ କରିବେ ନାହିଁ କି ଦୂରେଇ ଦେବେ ନାହିଁ।
24
ହସାୟେଲଙ୍କ ମୃତ୍ୟୁପରେ ବିନ୍ହଦଦ୍ ନୂଆ ରାଜା ହେଲେ।
25
ତାଙ୍କର ମୃତ୍ୟୁ ପୂର୍ବରୁ ଯୋୟାଶଙ୍କର ପିତା ଯିହୋୟାହସଙ୍କଠାରୁ ନଗରଗୁଡ଼ିକୁ ହସାୟେଲ ଅଧିକାର କରି ନେଲେ। ଯିହୋୟାହସଙ୍କ ପୁତ୍ର ଯୋୟାଶ ହସାୟେଲ୍ର ପୁତ୍ର ବିନ୍ହଦଦଙ୍କଠାରୁ ସେହି ନଗରଗୁଡ଼ିକ ପୁନର୍ବାର ନେଲେ। ଯୋୟାଶ୍ ବିନ୍ହଦଦଙ୍କୁ ତିନିଥର ପରାସ୍ତ କରି ଇସ୍ରାଏଲର ନଗରଗୁଡ଼ିକୁ ନେଇଥିଲେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25