bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 18
2 Kings 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 19 →
1
ଯିହୁଦାରେ ହିଜକିୟଙ୍କ ଶାସନ ଆରମ୍ଭ ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର, ହୋଶେୟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଆହସଙ୍କ ପୁତ୍ର ହିଜକିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ।
2
ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ।
3
ହିଜକିୟ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
4
ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶେରା ମୂର୍ତ୍ତି ଗୁଡ଼ିକୁ କାଟି ପକାଇଲେ। ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଏହାର ନାମ “ନହୁଷ୍ଟର୍ନ” ରଖିଲେ।
5
ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ।
6
ସେ ସଦାପ୍ରଭୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇ ନ ଥିଲେ। ଆଉ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ।
7
ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ, ସେ ଯେକୌଣସି କାର୍ଯ୍ୟ କଲେ ସବୁରେ କୃତକାର୍ଯ୍ୟ ହେଲେ। ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ।
8
ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
9
ଅଶୂରୀୟମାନଙ୍କ ଶମରିୟା ଅଧିକାର ଅନନ୍ତର ଯିହୁଦାର ରାଜା ହିଜକିୟଙ୍କର ରାଜତ୍ୱର ଚତୁର୍ଥ ବର୍ଷରେ ଓ ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ୱର ସପ୍ତମ ବର୍ଷରେ ଅଶୂରର ରାଜା ସଲ୍ମନେଷର ଶମରିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇ ତାଙ୍କୁ ଅବରୋଧ କଲେ।
10
ତୃତୀୟ ବର୍ଷ ଶେଷରେ ସେମାନେ ତାକୁ ଅଧିକାର କଲେ। ହିଜକିୟଙ୍କ ରାଜତ୍ୱର ଷଷ୍ଠ ବର୍ଷରେ ଓ ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଏହା ଅଧିକୃତ ହେଲା।
11
ଏହା ପରେ ଅଶୂରର ରାଜା ଇସ୍ରାଏଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନେଇ ହଲହରେ, ହାବୋରରେ, (ଗୋଶନ୍ ନଦୀ କୂଳରେ) ଓ ମାଦୀୟମାନଙ୍କ ବିଭିନ୍ନ ନଗରରେ ସେମାନଙ୍କୁ ରଖିଲେ।
12
ଏସବୁ ଘଟିବାର କାରଣ ହେଲା ସେମାନେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସେମାନେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
13
ଅଶୂର ଯିହୁଦା ଅଧିକାର କରିବାକୁ ପ୍ରସ୍ତୁତ ହୁଏ ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସନ୍ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।
14
ଏହା ପରେ ଯିହୁଦାର ରାଜା ହିଜକିୟ ଲାଖୀଶ୍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, “ମୁଁ ପାପ କରିଅଛି, ଦୟାକରି ମୋ’ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣ ମୋ’ଠାରୁ ଯାହା ଗ୍ଭହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକିୟଙ୍କ ଉପରେ 300 ତାଳନ୍ତ ରୂପା ଓ 30 ତାଳନ୍ତ ସୁନା ଦେବାକୁ ସ୍ଥିର କଲେ।
15
ତେଣୁ ହିଜକିୟ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରମାନରେ ଥିବା ସମସ୍ତ ରୂପା ତାଙ୍କୁ ଦେଇ ଦେଲେ।
16
ସେ ସମୟରେ ହିଜକିୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାର ଦେଶରେ ଓ ସ୍ତମ୍ଭମାନଙ୍କରେ ଯେଉଁ ସୁବର୍ଣ୍ଣ ମଣ୍ତନ କରିଥିଲେ ସେ ସବୁ କାଟି ଅଶୂରର ରାଜାଙ୍କୁ ଅର୍ପଣ କଲେ।
17
ଅଶୂରର ରାଜା ଯିରୁଶାଲମକୁ ଲୋକ ପ୍ରେରଣ କରନ୍ତି ଅନନ୍ତର ଅଶୂରର ରାଜା ତାଙ୍କ ତିନି ଜଣ ମୁଖ୍ୟ ସେନାଧ୍ୟକ୍ଷ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ୟ ସହିତ ଯିରୁଶାଲମରେ ହିଜକିୟ ରାଜା ନିକଟକୁ ପଠାଇଲେ। ତହୁଁ ସେମାନେ ଲଖୀସରୁ ଯାତ୍ରା କରି ଯିରୁଶାଲମକୁ ଆସିଲେ। ସେମାନେ ସେଠାରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
18
ପୁଣି ସେମାନେ ରାଜା ହିଲ୍କିୟଙ୍କୁ ଡାକନ୍ତେ ହିଲ୍କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ।
19
ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ରବ୍ଶାକି ସେମାନଙ୍କୁ କହିଲା, “ତୁମ୍ଭେମାନେ ହିଜକିୟଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି, ‘ତୁମ୍ଭେ ଯେଉଁ ବିଶ୍ୱାସ କରୁଛ, ତାହା କି ପ୍ରକାର ବିଶ୍ୱାସ?
20
ତୁମ୍ଭର ଏ କଥା ନିରର୍ଥକ। କାରଣ ତୁମ୍ଭେ କୁହ, “ଯୁଦ୍ଧରେ ଜୟଲାଭ କରିବା ପାଇଁ ମୋର ବହୁତ ମନ୍ତ୍ରଣା ଓ ବଳ ଅଛି।” କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେହେତୁ ମୋ’ ବିପକ୍ଷରେ ବିଦ୍ରୋହ କରୁଛ?
21
ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ।
22
ତୁମ୍ଭେମାନେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ।” କିନ୍ତୁ ମୁଁ ଜାଣେ ହିଜକିୟ ଯେଉଁ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିରେ ଲୋକମାନେ ପୂଜା କରୁଥିଲେ ସେ ସେଗୁଡ଼ିକୁ ଦୂରେଇ ଦେଇଛନ୍ତି ଆଉ ଯିହୁଦାକୁ ଯିରୁଶାଲମକୁ କହିଛନ୍ତି “ତୁମ୍ଭେମାନେ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବ।”
23
‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।
24
ତୁମ୍ଭେ ମୋର ମହାଶୟଙ୍କ ଦାସମାନଙ୍କ ମଧ୍ୟରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ୟକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।
25
‘ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଅ ଓ ତାକୁ ଧ୍ୱଂସ କର!”’”
26
ତା’ପରେ ହିଲ୍କିୟର ପୁତ୍ର ଇଲିୟାକୀମ୍, ଶିବନ ଓ ଯୋୟାହ ରବ୍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭେମାନେ ତାହା ବୁଝୁଅଛୁ। କିନ୍ତୁ ଆପଣ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।”
27
କିନ୍ତୁ ଆଦେଶକାରୀ ସେମାନଙ୍କୁ କହିଲେ, “ମୋର ମହାଶୟ କେବଳ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ୟ ମୁଁ କହିବି। ମୁଁ ସେମାନଙ୍କୁ ଜଣାଇଦେବାକୁ ଗ୍ଭହେଁ ଯେ, ସେମାନେ ତୁମ୍ଭମାନଙ୍କ ସହିତ ସେମାନଙ୍କର ବିଷ୍ଠା ଖାଇବେ ଓ ସେମାନଙ୍କର ମୂତ୍ର ପିଇବେ।”
28
ତା’ପରେ ଆଦେଶକାରୀ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ, ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ।
29
ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଧକା ଦେବାକୁ ହିଜକିୟକୁ ପ୍ରଶ୍ରୟ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।
30
ହିଜକିୟ ତୁମ୍ଭର ବିଶ୍ୱାସ ସଦାପ୍ରଭୁଙ୍କଠାରେ ନ ଜନ୍ମାଉ, ହିଜକିୟ କହେ, “ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।”
31
ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା’ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା’ର ନିଜ କୂଅରୁ ଜଳପାନ କରି ପାରିବ।
32
ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ ନେଇଯିବି ଯେଉଁଠାରେ ଶସ୍ୟ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜୀତତୈଳ ଓ ମଧୂ ବିପୁଳ ପରିମାଣରେ ଅଛି, ସେଠାରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ। ମାତ୍ର ରାଜା ହିଜକିୟଙ୍କ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।’
33
ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା!
34
ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର, ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ ହସ୍ତରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ନା!
35
ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କେହି ଆପଣା ଦେଶକୁ ମୋ’ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମୋ’ଠାରୁ ଯିରୁଶାଲମକୁ ଉଦ୍ଧାର କରିବେ?”
36
ମାତ୍ର ଲୋକମାନେ ନୀରବ ରହିଲେ। ସେମାନେ ପଦେ ହେଲେ ରବ୍ଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିୟ ସେମାନଙ୍କୁ ଆଦେଶ କରିଥିଲେ, “କୌଣସି କଥା ତାଙ୍କୁ କହିବ ନାହିଁ।”
37
ହିଲ୍କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜକିୟ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25