bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 3
2 Kings 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 4 →
1
ଯିହୋରାମ୍ ଇସ୍ରାଏଲର ରାଜା ହେଲେ ଆହାବଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। ସେ ଯିହୁଦାର ରାଜା ଯିହୋଶାଫଟଙ୍କର ଅଷ୍ଟାଦଶ ବର୍ଷର ରାଜତ୍ୱ କାଳରେ ରାଜା ହେଲେ ଓ ଇସ୍ରାଏଲରେ ବାରବର୍ଷ ରାଜ୍ୟ କଲେ।
2
ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ୟ ନ ଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବାଲ୍ର ସ୍ତମ୍ଭଗୁଡ଼ିକୁ ଦୂର କରିଦେଲେ।
3
ତଥାପି ନବାଟ୍ଙ୍କ ପୁତ୍ର ଯାରବିୟାମ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ୟ ସେହି ପାପଗୁଡ଼ିକର ଆସକ୍ତ ହେଲେ। ଯାରବିୟାମ ଏହି ପାପଗୁଡ଼ିକୁ ବନ୍ଦ କଲେ ନାହିଁ।
4
ମୋୟାବ ଇସ୍ରାଏଲର ବିରୁଦ୍ଧାଚରଣ କରନ୍ତି ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ।
5
ମାତ୍ର ଆହାବଙ୍କ ମୃତ୍ୟୁପରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧାଚରଣ କଲେ।
6
ସେତେବେଳେ ରାଜା ଯିହୋରାମ୍ ଶମରିୟାରୁ ଯାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ।
7
ତତ୍ପରେ ଯିହୋରାମ୍ ଯିହୁଦାର ରାଜା ଯିହୋଶାଫଟଙ୍କ ନିକଟକୁ ଦୂତ ପଠାଇ କହିଲେ, “ମୋୟାବର ରାଜା ମୋ’ ବିରୁଦ୍ଧରେ ଦ୍ରୋହାଚରଣ କରିଛି, ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବାକୁ ମୋୟାବ ବିରୁଦ୍ଧରେ ଯିବ କି?” ଯିହୋଶାଫଟ୍ କହିଲେ, “ହଁ, ମୁଁ ତୁମ୍ଭ ସହିତ ଯୋଗ ଦେବି। ଆମ୍ଭେ ଏକ ବୃହତ ସେନା ସ୍ୱରୂପେ ଏକତ୍ରିତ ଯୋଗଦେବା। ମୋର ଲୋକ ତୁମ୍ଭ ଲୋକପରି ଓ ମୋର ଅଶ୍ୱ ତୁମ୍ଭର ଅଶ୍ୱପରି।”
8
ତିନି ରାଜା ଇଲୀଶାୟଙ୍କ ପରାମର୍ଶ ଗ୍ଭହିଁଲେ ଯିହୋରାମଙ୍କୁ ଯିହୋଶାଫଟ୍ ପଗ୍ଭରିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?” ଯିହୋରାମ୍ ଉତ୍ତର ଦେଲେ, “ଆମ୍ଭେମାନେ ଇଦୋମର ମରୁଭୂମି ପ୍ରାନ୍ତର ଦେଇ ଯିବା।”
9
ତହୁଁ ଇସ୍ରାଏଲର ରାଜା, ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତ ଦିନ ଧରି ଯାତ୍ରା କଲେ। ସେମାନଙ୍କର ସୈନ୍ୟମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନ ଥିଲା।
10
ଶେଷରେ ଇସ୍ରାଏଲର ରାଜା ଯିହୋରାମ୍ କହିଲେ, “ହାୟ, ସଦାପ୍ରଭୁ ମୋୟାବ ହସ୍ତରେ ସମର୍ପଣ କରିବାକୁ ଆମ୍ଭ ତିନି ଜଣଙ୍କୁ ଏକତ୍ର ଡାକିଛନ୍ତି।”
11
ମାତ୍ର ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଏପରି କେହି ଭବିଷ୍ୟଦ୍ବକ୍ତା କ’ଣ ଏଠାରେ ନାହାନ୍ତି, ଯାହାଙ୍କ ଦେଇ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?” ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ କହିଲେ, “ଶାଫଟର ପୁତ୍ର ଇଲୀଶାୟ ଯେ ଏଲିୟ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”
12
ତହୁଁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପାଖରେ ଅଛି।” ତେଣୁ ଇସ୍ରାଏଲର ରାଜା, ଯିହୋଶାଫଟ୍ ଓ ଇଦୋମର ରାଜା ଇଲୀଶାୟଙ୍କୁ ଭେଟ କରିବାକୁ ଗଲେ।
13
ଏଥିରେ ଇଲୀଶାୟ ଇସ୍ରାଏଲର ରାଜା ଯିହୋରାମଙ୍କୁ କହିଲେ, “ମୋ’ ପାଖରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତାମାତାଙ୍କର ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯାଅ।” ଇସ୍ରାଏଲର ରାଜା ଉତ୍ତର ଦେଲେ, “ନାଁ ଆମ୍ଭେ ତୁମ୍ଭଙ୍କୁ ଦେଖିବାକୁ ଆସିଲୁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକି ଅଛନ୍ତି।”
14
ପୁଣି ଇଲୀଶାୟ କହିଲେ, “ମୁଁ ଯିହୁଦାର ରାଜା ଯିହୋଶାଫଟଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମୟଙ୍କର ସେବା କରେ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ପ୍ରତିଜ୍ଞା କରୁଛି, କେବଳ ଯିହୋଶାଫଟଙ୍କ ସକାଶେ ମୁଁ ଏଠାକୁ ଆସିଲି। ଯଦି ଯିହୋଶାଫଟ୍ ଏଠି ନ ଥା’ନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥା’ନ୍ତି। ମୁଁ ତୁମ୍ଭ ଆଡ଼େ ସମ୍ପୂର୍ଣ୍ଣ ଦୃଷ୍ଟି ପକାଇ ନ ଥା’ନ୍ତି।
15
ତଥାପି ଜଣେ ବୀଣାବାଦକକୁ ଆଣ।” ଯେତେବେଳେ ସେହି ବାଦକ ଆସି ବୀଣା ବାଦନ କଲା ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା।
16
ତା’ପରେ ଇଲୀଶାୟ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ଉପତ୍ୟକାରେ ଗାତମାନ ଖୋଳ।’
17
ସଦାପ୍ରଭୁ ଏହା ମଧ୍ୟ କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳରେ ପରିପୂର୍ଣ୍ଣ ହେବ। ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସମସ୍ତ ଗୋମେଷାଦି ପଶୁମାନେ ଜଳପାନ କରିବେ।’
18
ଏହି କାର୍ଯ୍ୟ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ୟ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ପରାସ୍ତ କରାଇବେ।
19
ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ସୁଦୃଢ଼ ଓ ଉତ୍ତମ ନଗରଗୁଡ଼ିକୁ ଧ୍ୱଂସ କରିବ। ପ୍ରତ୍ୟେକ ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇବ। ନିର୍ଝରଗୁଡ଼ିକର ଜଳକୁ ଅଟକାଇ ଓ ପ୍ରତ୍ୟେକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡ଼ି ବିନାଶ କରିବ।”
20
ଏହା ପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦେଇ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।
21
ମୋୟାବୀୟମାନେ ଶୁଣିଲେ ଯେ ରାଜାମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସେମାନେ ସମସ୍ତେ ଏପରିକି ଅତ୍ୟଧିକ ବୃଦ୍ଧମାନେ ମଧ୍ୟ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ଯୁଦ୍ଧ ପାଇଁ ସୀମାନ୍ତରେ ଅପେକ୍ଷା କରି ରହିଲେ।
22
ମୋୟାବୀୟମାନେ ପ୍ରଭାତରେ ଉଠିଲା ବେଳେ ସେହି ସମୟରେ ସୂର୍ଯ୍ୟ ଜଳ ଉପରେ ଚମୁକୁ ଥିଲା। ସେମାନେ ଏହାକୁ ସେମାନଙ୍କର ରକ୍ତ ତୁଲ୍ୟ ରଙ୍ଗପରି ଦେଖିଲେ।
23
ମୋୟାବୀୟମାନେ କହିଲେ, “ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ବିନଷ୍ଟ ହୋଇଛନ୍ତି। ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ସେମାନଙ୍କର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସେହି ମୃତ ଶରୀରରୁ ମୂଲ୍ୟବାନ ଜିନିଷମାନ ଲୁଟିବା।”
24
ଯେତେବେଳେ ମୋୟାବୀୟମାନେ ଇସ୍ରାଏଲୀୟମାନଙ୍କ ଶିବିରରେ ପହଞ୍ଚିଲେ, ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ସେମାନେ ଯୁଦ୍ଧ ଭୂମିରୁ ପଳାୟନ କଲେ। ଇସ୍ରାଏଲୀୟ ଲୋକମାନେ ସେମାନଙ୍କୁ ଘଉଡ଼ାଇ ଦେଇ ମୋୟାବ ଭିତକୁ ପ୍ରବେଶ କଲେ।
25
ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀର୍ହେରସତ୍ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ।
26
ପୁଣି ମୋୟାବର ରାଜା ଦେଖିଲେ ଯେ ଯୁଦ୍ଧ ତାଙ୍କ ପାଇଁ ଅତି ଅସହ୍ୟ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ୟାକରି ସେମାନଙ୍କ ଦ୍ୱାରା ଭଙ୍ଗାଯିବା, ସେ ତାଙ୍କର 700 ଖଡ଼୍ଗଧାରୀ ସୈନ୍ୟ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।
27
ତହୁଁ ସେ ଆପଣାର ଉତ୍ତରାଧିକାରୀ ଜ୍ୟେଷ୍ଠପୁତ୍ରଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ, ଯିଏ କି ପରବର୍ତ୍ତୀ ରାଜା ହୋଇଥା’ନ୍ତେ। ତାଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ। ଏଥିରେ ଇସ୍ରାଏଲ ଲୋକମାନଙ୍କର ବିପର୍ଯ୍ୟୟ ବଢ଼ିଲା। ତେଣୁ ଇସ୍ରାଏଲୀୟମାନେ ମୋୟାବ ପରିତ୍ୟାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25