bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 8
2 Kings 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 9 →
1
ରାଜା ଓ ଶୁନେମୀୟା ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଲେ, “ତୁମ୍ଭେ ଓ ତୁମ୍ଭର ପରିବାର ଯାଇ ଅନ୍ୟ ଦେଶରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତ ବର୍ଷ ପାଇଁ ଏହି ଦେଶରେ ରହିବ।”
2
ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟାନୁସାରେ ସେ ସ୍ତ୍ରୀଲୋକଟି ଆପଣା ପରିବାର ସହିତ ଯାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ବାସ କଲା।
3
ପୁଣି ସାତ ବର୍ଷ ସମାପ୍ତି ପରେ ସେ ସ୍ତ୍ରୀଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା। ଆଉ ସେ ନିଜ ଗୃହ ଓ ଜମି ଫେରି ପାଇବାକୁ ଗୁହାରି କରିବା ପାଇଁ ରାଜାଙ୍କ ନିକଟକୁ ଗଲା।
4
ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗିହେଜୀକୁ କହିଲେ, “ମୁଁ ବିନୟ କରୁଛି, ଇଲୀଶାୟ ଯେଉଁ ମହାନ କାର୍ଯ୍ୟମାନ କରିଛନ୍ତି ମୋତେ ଜଣାଅ।”
5
ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”
6
ରାଜା ସ୍ତ୍ରୀଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀଲୋକଟି ସମସ୍ତ କଥା କହିଲା, ରାଜା ତାକୁ ସାହାଯ୍ୟ କରିବା ପାଇଁ ଏକ କର୍ମଗ୍ଭରୀକୁ ନିଯୁକ୍ତି କରି କହିଲେ, “ତା’ର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର ଜମିର ଉତ୍ପନ୍ନ ଶସ୍ୟର ଫଳ ସେ ସ୍ତ୍ରୀକୁ ଫେରାଇ ଦିଅ।” ସେ ସମସ୍ତ ଫେରି ପାଇଛି ବୋଲି ନିଶ୍ଚିତ ହେଉ।
7
ବିନ୍ହଦଦ୍ ହସାୟେଲକୁ ଇଲୀଶାୟଙ୍କ ନିକଟକୁ ପ୍ରେରଣ ଇଲୀଶାୟ ଦମ୍ମେଶକରେ ପହଞ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡ଼ିତ ଥିଲେ। ଜଣେ ଲୋକ ବିନ୍ହଦଦଙ୍କୁ କହିଲା, “ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି”
8
ତତ୍ପରେ ରାଜା ବିନ୍ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।”
9
ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳିଶ୍ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?”
10
ତହିଁରେ ଇଲୀଶାୟ କହିଲେ, “ଯାଅ, ବିନ୍ହଦଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”
11
ଇଲୀଶାୟ ହସାୟେଲ ସମ୍ବନ୍ଧରେ ଭବିଷ୍ୟଦ୍ବାଣୀ ଶୁଣାନ୍ତି ସେତେବେଳେ ଇଲୀଶାୟ ହସାୟେଲ ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ବିହ୍ୱଳ ହେଲେ। ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ।
12
ତହୁଁ ହସାୟେଲ ପଗ୍ଭରିଲେ, “ହେ ମୋର ମହାଶୟ, କାହିଁକି ରୋଦନ କଲେ?” ଇଲୀଶାୟ ଉତ୍ତର କଲେ, “ତୁମ୍ଭେ ଇସ୍ରାଏଲୀୟଙ୍କ ସନ୍ତାନଗଣଙ୍କ ପାଇଁ ଅନିଷ୍ଟର କାରଣ କରିବାକୁ ଯାଉଛ, ଏହା ମୁଁ ଜାଣେ। ମୁଁ ଏହି ନିମନ୍ତେ ରୋଦନ କରୁଛି, କାରଣ ତୁମ୍ଭେ ସେମାନଙ୍କର ସୁଦୃଢ଼ ନଗରଗୁଡ଼ିକୁ ଅଗ୍ନିରେ ଦଗ୍ଧିଭୂତ କରିବ, ସେମାନଙ୍କର ଯୁବକମାନଙ୍କୁ ଖଡ଼୍ଗରେ ହତ୍ୟା କରିବ, ସେମାନଙ୍କର ଶିଶୁସନ୍ତାନକୁ ଭୂମିରେ କଗ୍ଭଡ଼ି ମାରିବ ଓ ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।”
13
ହସାୟେଲ କହିଲେ, “ମୁଁ ତ ସେପରି ଶକ୍ତିଶାଳୀ ନୁହେଁ, ମୁଁ ସେହି ସାମରିକ କୃତିବ ପାରିବ ନାହିଁ?” ଇଲୀଶାୟ ଉତ୍ତର କଲେ, “ସଦାପ୍ରଭୁ ମୋତେ ଜଣାଇଛନ୍ତି ତୁମ୍ଭେ ଅରାମର ରାଜା ହେବ।”
14
ତା’ପରେ ହସାୟେଲ ଇଲୀଶାୟଙ୍କଠାରୁ ବିଦାୟ ନେଇ ରାଜାଙ୍କ ନିକଟକୁ ଗଲେ। ବିନ୍ହଦଦ୍ ହସାୟେଲଙ୍କୁ କହିଲେ, “ଇଲୀଶାୟ ତୁମ୍ଭକୁ କ’ଣ କହିଛନ୍ତି।” ହସାୟେଲ ଉତ୍ତର କଲେ, “ଇଲୀଶାୟ କହିଲେ ଯେ, ଆପଣ ନିଶ୍ଚୟ ବଞ୍ଚିବେ।”
15
ହସାୟେଲ ବିନ୍ହଦଦଙ୍କୁ ହତ୍ୟା କଲେ ମାତ୍ର ପରଦିନ ହସାୟେଲ ଏକ ପତଳା ବସ୍ତ୍ର ନେଇ ଜଳରେ ବୁଡ଼ାଇଲେ ଓ ରାଜା ବିନ୍ହଦଦ୍ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ସେ ମଲେ ଓ ହସାୟେଲ ତାଙ୍କ ପଦରେ ରାଜତ୍ୱ କଲେ।
16
ଯିହୋରାମଙ୍କ ଶାସନ ଆରମ୍ଭ ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲରେ ରାଜତ୍ୱ କରିବାର ପଞ୍ଚମ ବର୍ଷରେ ଯିହୋଶାଫଟଙ୍କ ପୁତ୍ର ଯିହୋରାମ ଯିହୁଦାର ରାଜା ହେଲେ।
17
ଯିହୋରାମଙ୍କୁ ଯେତେବେଳେ ବତିଶ୍ ବର୍ଷ ହୋଇଥିଲା, ସେ ରାଜ୍ୟ ଉପରେ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ।
18
ଯିହୋରାମ ଇସ୍ରାଏଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ସେ ଆହାବ ବଂଶାନୁସାରେ ଚଳିଲେ, କାରଣ ସେ ଆହାବଙ୍କ କନ୍ୟାକୁ ବିବାହ କରିଥିଲେ।
19
ମାତ୍ର ସଦାପ୍ରଭୁ ଯିହୁଦାକୁ ବିନାଶ କଲେ ନାହିଁ, କାରଣ ସେ ଆପଣା ଦାସ ଦାଉଦଙ୍କୁ ପ୍ରତିଜ୍ଞା କରି କହିଥିଲେ ତାଙ୍କରି ପରିବାରମାନଙ୍କ ମଧ୍ୟରୁ ଜଣେ ସର୍ବଦା ରାଜା ହେବ।
20
ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧରେ ଇଦୋମୀୟମାନେ ବିଦ୍ରୋହ କଲେ ଓ ସେମାନେ ସେମାନଙ୍କର ଏକ ରାଜା ବାଛିଲେ।
21
ତା’ପରେ ଯିହୋରାମ ଓ ତାଙ୍କର ସମସ୍ତ ରଥ ସାୟୀରକୁ ଯାତ୍ରା କଲେ। ଇଦୋମୀୟ ସୈନ୍ୟମାନେ ସେମାନଙ୍କୁ ଚତୁର୍ଦ୍ଦିଗରୁ ଘେରିଗଲେ। ଯିହୋରାମ ଓ ତାଙ୍କର ସେନାଧ୍ୟକ୍ଷମାନେ ସେମାନଙ୍କୁ ଆକ୍ରମଣ କଲେ। ସେଥିରେ ଶତ୍ରୁମାନେ ପ୍ରାଣଭୟରେ ଦୌଡ଼ି ପଳାୟନ କଲେ। ମାତ୍ର ଯିହୋରାମଙ୍କର ସମସ୍ତ ସୈନ୍ୟ ନିଜ ନିଜ ତମ୍ବୁକୁ ଫେରି ଆସିଲେ।
22
ତେଣୁ ଇଦୋମୀୟ ଲୋକମାନେ ଯିହୁଦା ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜତ୍ୱରୁ ମୁକ୍ତ ଅଛନ୍ତି। ଠିକ୍ ସେହି ସମୟରେ ଲିବ୍ନା ମଧ୍ୟ ଯିହୁଦାର ନିୟମ ଭଙ୍ଗ କଲ।
23
ଯିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ଯ୍ୟାବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇଅଛି।
24
ଯିହୋରାମ ମୃତ୍ୟୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତା’ପରେ ଯିହୋରାମଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜା ହେଲେ।
25
ଅହସିୟ ତାଙ୍କର ଶାସନ ଆରମ୍ଭ କଲେ ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲ ଭୂଖଣ୍ତର ରାଜା ଦ୍ୱାଦଶ ବର୍ଷରେ ଯିହୋରାମଙ୍କ ପୁତ୍ର ଅହସିୟ ଯିହୁଦାର ରାଜା ହେଲେ।
26
ଅହସିୟଙ୍କୁ ଯେତେବେଳେ ବାଇଶି ବର୍ଷ ହୋଇଥିଲା, ସେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏକ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅଥଲିୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ।
27
ଅହସିୟ ମଧ୍ୟ ଆହାବର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।
28
ହସାୟେଲଙ୍କ ଯୁଦ୍ଧ ବିରୁଦ୍ଧରେ ଯୋରାମ ଆହତ ଯୋରାମ ଆହାବ ବଂଶର ଥିଲେ। ଏ ନିମନ୍ତେ ସେ ଅହସିୟଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ରାମୋତ-ଗିଲିୟଦରେ ଯୁଦ୍ଧ କରିବାକୁ ଗଲେ। ଏଥିରେ ଅରାମୀୟମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ।
29
ରାଜା ଯୋରାମ, ସେ ତା’ର କ୍ଷତର ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଫେରିଗଲେ। ଯୋରାମ ପୀଡ଼ିତ ହେବା ଯୋଗୁଁ, ଯିହୁଦାର ରାଜା ଅହସିୟ ଯିହୋରାମଙ୍କୁ ଦେଖା କରିବାକୁ ଯିଷ୍ରିୟେଲକୁ ଗଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25