bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 25
2 Kings 25
Odia Bible ERV 2004 (ପବିତ୍ର ବାଇବଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
1
ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା’ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ।
2
ସେମାନଙ୍କର ସୈନ୍ୟବାହିନୀ ସିଦିକିୟ ରାଜାଙ୍କ ଏକାଦଶ ବର୍ଷ ରାଜତ୍ୱ କାଳ ପର୍ଯ୍ୟନ୍ତ ଯିରୁଶାଲମକୁ ଅବରୋଧ କରି ଘେରି ରଖିଲେ।
3
ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ।
4
ସର୍ବଶେଷରେ ନବୂଖଦ୍ନିତ୍ସରଙ୍କ ସୈନ୍ୟ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସେହି ରାତ୍ରିରେ ରାଜା ସିଦିକିୟ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ୟ ଫାଟକ ଦେଇ ପଳାଇଲେ। ଯେତେବେଳେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ବେଢ଼ି ରହିଥିଲେ। ପୁଣି ରାଜା ଆରବା ପଥ ଦେଇ ଗ୍ଭଲିଗଲେ।
5
ତହୁଁ କଲ୍ଦୀୟ ସୈନ୍ୟମାନେ ରାଜାଙ୍କ ପଶ୍ଚାତ୍ଧାବନ କରି ଯିରୀହୋ ପଦାରେ ତାଙ୍କୁ ଧରିଲେ। ଯେତେବେଳେ ତାଙ୍କର ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାୟନ କଲେ।
6
ତା’ପରେ ସେମାନେ ରାଜାଙ୍କୁ ଧରି ରିବ୍ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ।
7
ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା’ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ।
8
ଯିରୁଶାଲମର ଧ୍ୱଂସ ନବୂଖଦ୍ନିତ୍ସରଙ୍କ ରାଜତ୍ୱର ଉନବିଂଶ ବର୍ଷରେ ପଞ୍ଚମ ମାସର ସପ୍ତମ ଦିନରେ ବାବିଲ ରାଜାର ଦାସ ନବୂସର୍ଦନ୍ ଉତ୍ତମ ଯୋଦ୍ଧାବର୍ଗର ସେନାପତି ରୂପେ ଯିରୁଶାଲମକୁ ଆସିଲା।
9
ନବୂସର୍ଦନ୍ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା।
10
ନବୂସର୍ଦନଙ୍କ ସହିତ ଥିବା ସମସ୍ତ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ।
11
ତା’ପରେ ନବୂସର୍ଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ।
12
ସେ କେବଳ ଦରିଦ୍ରତମ ଲୋକମାନଙ୍କୁ ଛାଡ଼ି ଗଲା କାରଣ ସେମାନେ ଦ୍ରାକ୍ଷାକ୍ଷେତ୍ର ଓ ଅନ୍ୟାନ୍ୟ ଶସ୍ୟର ଯତ୍ନ ନେବେ।
13
ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ।
14
ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସେବା ପାଇଁ ବ୍ୟବହାର ହୋଇଥିଲା, ସେମାନେ ନେଇ ଗଲେ।
15
ପୁଣି ନବୂସର୍ଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନେଇଗଲା।
16
ନବୂସର୍ଦନ୍ ନେଇଥିବା ଦ୍ରବ୍ୟ ଗୁଡ଼ିକ ହେଲା, ଯଥା: ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।
18
ଯିହୁଦାର ଲୋକମାନେ ବନ୍ଦୀରୂପେ ନୀତ ପୁଣି ନବୂସର୍ଦନ୍ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।
19
ସେ ମଧ୍ୟ ବନ୍ଦୀପରି ନିଆଗଲେ। ଏକ ନପୁଂସକକୁ ସୈନ୍ୟମାନଙ୍କର ଦେଖାଶୁଣା, ରାଜାଙ୍କର ଉପଦେଶଗଣ, ସେନାର ସେନାପତିର ସଚିବ, ଯିଏ ଲୋକମାନଙ୍କୁ ଗଣିବାର ଦାୟିତ୍ୱରେ ଥିଲେ ଏବଂ ସେମାନଙ୍କରୁ ସୈନ୍ୟମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହରରେ ମଣିଲେ।
20
ତା’ପରେ ନବୂସର୍ଦନ୍ ସେମାନଙ୍କୁ ଧରି ହମାତର ରିବ୍ଲାରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନେଇଗଲା। ବାବିଲର ରାଜା ସେମାନଙ୍କୁ ସେହି ରିବ୍ଲାରେ ବଧ କଲେ। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହୋଲା।
22
ଯିହୁଦାର ରାଜ୍ୟପାଳ ଗଦଲିୟ ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦାରେ ଛାଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ଥିଲା, ବାବିଲର ରାଜା ଗଦଲିୟକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ।
23
ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇଶ୍ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମିସ୍ପାର ଗଦଲିୟ ନିକଟକୁ ଆସିଲେ।
24
ତହୁଁ ଗଦଲିୟ ଅଧିକାରୀମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରନ୍ତି, “ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠାରେ ରହି ବାବିଲ ରାଜାର ସେବା କର। ତା’ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହେବ।”
25
ମାତ୍ର ସପ୍ତମ ମାସରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ, ଯିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶ ଜଣ ସଙ୍ଗୀ ଗଦଲୀୟକୁ, ଯିହୁଦୀୟମାନଙ୍କୁ ଓ ମିସ୍ପାରେ ଥିବା କଲ୍ଦୀୟମାନଙ୍କୁ ବଧ କଲେ।
26
ତା’ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କଲ୍ଦୀୟମାନଙ୍କୁ ଭୟ କରୁଥିଲେ।
27
ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋନରେ ତାଙ୍କ ସହିତ ଏପରି ଥିଲା।
28
ଇବିଲ-ମରୋଦକ୍ ଯିହୋୟାଖୀନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ସେ ବାବିଲରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ଯିହୋୟାଖୀନଙ୍କୁ ଉଚ୍ଚସ୍ଥାନ ଦେଇଥିଲେ।
29
ଇବିଲ-ମରୋଦକ୍ ଯିହୋୟାଖୀନଙ୍କ କାରାଗାର ପୋଷାକ ବଦଳାଇ ଦେଇଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମେଜରେ ଯାବଜ୍ଜୀବନ ଭୋଜନ କଲେ।
30
ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ୍ ରାଜାଙ୍କ ଦ୍ୱାରା ଯିହୋୟାଖୀନଙ୍କୁ ଦିଆଗଲା।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25