bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 12
2 Kings 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 13 →
1
ଯୋୟାଶଙ୍କ ଶାସନ ଆରମ୍ଭ ଇସ୍ରାଏଲରେ ଯେହୂଙ୍କ ରାଜତ୍ୱର ସପ୍ତମ ବର୍ଷରେ ଯୋୟାଶଙ୍କ ଶାସନ ଆରମ୍ଭ ହେଲା। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତା ବେର୍ଶେବା ନିବାସିନୀ ସିବିୟା ନାମରେ ଖ୍ୟାତ ଥିଲେ।
2
ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳରେ ଯାଜକ ଯିହୋୟାଦାଙ୍କ ଶିକ୍ଷାନୁସାରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଥିଲା।
3
ତଥାପି ସେ, ଉଚ୍ଚସ୍ଥଳୀ ଗୁଡ଼ିକୁ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସେହି ଉଚ୍ଚ ସ୍ଥାନମାନଙ୍କରେ ଧୂପ ଜଳାଇଲେ।
4
ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିର ପୁନଃନିର୍ମାଣ ପାଇଁ ଆଦେଶ କରନ୍ତି ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।”
6
ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ୱର ତେଇଶ୍ ବର୍ଷ ପର୍ଯ୍ୟନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ।
7
ତେଣୁ ରାଜା ଯୋୟାଶ୍ ଯାଜକ ଯିହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହଁ? ତୁମ୍ଭେ ସେବା କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସେହି ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ମରାମତି ପାଇଁ ବ୍ୟବହାର ହେଉ।”
8
ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନ ନେବାକୁ ସମ୍ମତ ହେଲେ। ଏବଂ ମଧ୍ୟ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ।
9
ତେଣୁ ଯାଜକ ଯିହୋୟାଦା ଗୋଟିଏ ସିନ୍ଦୁକ ନେଇ ତା’ର ଢାଙ୍କୁଣିରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ୱାରା ଆଣିଲେ, ସେହି ଦ୍ୱାର ନିକଟରେ ରଖିଲେ।
10
ତା’ପରେ ଲୋକମାନେ ସେହି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକାଇଲେ। ଯେତେବେଳେ ରାଜାଙ୍କ ସଚୀବ ଓ ମହାଯାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହୋଇଗଲା, ସେମାନେ ଆସି ତାକୁ ନେଇଗଲେ ଓ ଥଳିରେ ରଖି ଗଣିଲେ।
11
ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ, ବଢ଼େଇମାନଙ୍କୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ଯ୍ୟ ମରାମତିରେ ଏହି ଟଙ୍କା ଦେଲେ।
12
ସେମାନେ ମଧ୍ୟ ପ୍ରସ୍ତର କାରିଗର, ପ୍ରସ୍ତର କଟାଳୀମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଆବଶ୍ୟକୀୟ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ୟାନ୍ୟ ଦ୍ରବ୍ୟ କିଣିବାରେ ସେହି ମୁଦ୍ରାକୁ ବ୍ୟବହାର କଲେ।
13
ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରାରେ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ତ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୌପ୍ୟପାତ୍ର ନିର୍ମାଣ କଲେ ନାହିଁ। ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରୀରେ ବ୍ୟୟ କରାଗଲା।
15
ମାତ୍ର ଶ୍ରମିକମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ସେ ଟଙ୍କା ଦିଆଗଲା, ସେମାନଙ୍କଠାରୁ କେହି ହିସାବ ନେଲେ ନାହିଁ। କାରଣ ସେମାନେ ଅତି ବିଶ୍ୱସ୍ତ ଭାବରେ କାମ କଲେ।
16
କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।
17
ଯୋୟାଶ୍ ହସାୟେଲଙ୍କଠାରୁ ଯିରୁଶାଲମକୁ ରକ୍ଷା କରନ୍ତି ଅନନ୍ତର ଅରାମର ରାଜା ହସାୟେଲ ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅଧିକାର କଲେ। ତା’ପରେ ସେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କଲେ।
18
ଏଥିରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍, ଯିହୋରାମ ଓ ଅହସିୟ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତୁ ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାରରେ ଏବଂ ରାଜପ୍ରାସାଦରେ ରଖାଯାଇଥିବା ସୁବର୍ଣ୍ଣ ଆଦି ମୂଲ୍ୟବାନ ଦ୍ରବ୍ୟଗୁଡ଼ିକୁ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ, ତେଣୁ ସେ ଆଉ ଯିରୁଶାଲମ ବିରୁଦ୍ଧରେ ଗଲେ ନାହିଁ।
19
ଯୋୟାଶଙ୍କ ମୃତ୍ୟୁ ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ କଳାପ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
20
ଏହା ପରେ ଯୋୟାଶଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ତାଙ୍କୁ ବଧ କଲେ।
21
ଶିମିୟତର ପୁତ୍ର ଯୋଷାଖ୍ର ଓ ଶୋମରର ପୁତ୍ର ଯିହୋଷାବଦ୍ ନାମକ ଯୋୟାଶଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ। ତା’ପରେ ସେମାନେ ଦାଉଦ ନଗରରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଅମତ୍ସିୟ ରାଜ୍ୟ କଲେ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25