bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 5
2 Kings 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 6 →
1
ନାମାନଙ୍କ ସମସ୍ୟା ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା’ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।
2
ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମାନଙ୍କ ଭାର୍ଯ୍ୟାର ଦାସୀ ହେଲା।
3
ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମାନ୍ ଯଦି ଭବିଷ୍ୟଦ୍ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।”
4
ନାମାନ୍ ନିଜର ପ୍ରଭୁ ଅରାମ୍ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।
5
ତା’ପରେ ଅରାମ୍ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।” ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ।
6
ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମାନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।”
7
ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”
8
ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟଦ୍ବକ୍ତା ଅଛନ୍ତି, ସେ ଜାଣିବ।”
9
ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ।
10
ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”
11
ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା।
12
ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ।
13
କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟଦ୍ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’”
14
ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା।
15
ଏହା ପରେ ନାମାନ୍ ଓ ତା’ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
16
ମାତ୍ର ଇଲୀଶାୟ କହିଲେ, “ମୁଁ ସଦାପ୍ରଭୁଙ୍କ ସେବା କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।” ନାମାନ୍ ତାଙ୍କୁ ବହୁତ ଅନୁରୋଧ କଲେ ମଧ୍ୟ ସେ ମନା କରିଦେଲେ।
17
ଏଥିରେ ନାମାନ୍ କହିଲେ, “ଆପଣ ଏହା ଯଦି ସ୍ୱୀକାର ନ କରନ୍ତି, ତେବେ ମୁଁ ବିନୟ କରୁଛି, ମୋ’ ପାଇଁ ଏହା କରନ୍ତୁ। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ଯ୍ୟନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ବଳିଦାନ କି ହୋମବଳି ଉତ୍ସର୍ଗ କରିବ ନାହିଁ।
18
ଏହା ପାଇଁ ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି: ମୋର ପ୍ରଭୁ ରିମ୍ମୋଣ ମନ୍ଦିରରେ ପୂଜା କରିବା ପାଇଁ ଯିବା ବେଳେ ମୋ’ ଉପରେ ନତ ହେବେ, ତେଣୁ ମୁଁ ମଧ୍ୟ ରିମ୍ମୋଣ ମନ୍ଦିରରେ ପ୍ରଣାମ କରିବି, ଯେତେବେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି ଯେତେବେଳେ ଏହା ଘଟେ।”
19
ତା’ପରେ ଇଲୀଶାୟ ନାମାନଙ୍କୁ କହିଲେ, “ଶାନ୍ତିରେ ଯାଅ।” ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ।
20
କିନ୍ତୁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ଦାସ ଗିହେଜୀ କହିଲା, “ଦେଖ, ମୋର ପ୍ରଭୁ ଇଲୀଶାୟ ଏହି ଅରାମୀୟ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଶପଥ କରୁଛି, ଏହା ପଛେ ପଛେ ଯାଇ ତାହାଠାରୁ କିଛି ନେବି।”
21
ତେଣୁ ଗିହେଜୀ ନାମାନଙ୍କୁ ଅନୁସରଣ କଲା। ନାମାନ୍ ଦେଖିଲେ କେହି ଜଣେ ତାଙ୍କର ପଛରେ ଦୌଡ଼ୁଛି। ତେଣୁ ସେ ରଥରୁ ଓହ୍ଲାଇ ତାଙ୍କୁ ଅଭିନନ୍ଦନ କଲେ ଓ ପଗ୍ଭରିଲେ, “ସମସ୍ତ କୁଶଳତ?”
22
ଏହା ପରେ ଗିହେଜୀ କହିଲା, “ହଁ, ସବୁ କୁଶଳ। ମୋର ମହାଶୟ ଇଲୀଶାୟ ମୋତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ‘ଦେଖ ଏହିକ୍ଷଣି ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟଦ୍ବକ୍ତାମାନଙ୍କ ପୁତ୍ରଗଣ ମଧ୍ୟରୁ ଦୁଇଜଣ ଯୁବକ ଆସିଲେ, ମୁଁ ବିନୟ କରୁଛି ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’”
23
ଏଥିରେ ନାମାନ୍ କହିଲେ, “ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ।” ଆଉ ସେ ଗିହେଜୀକୁ ବହୁ ଅନୁରୋଧ କଲେ ରୂପା ନେବାକୁ। ସେ ଦୁଇ ତଳାନ୍ତ ରୂପା ରହିଥିବା ଦୁଇଟି ଥଳୀ ନେଲା ଏବଂ ଦୁଇ ଶହ ସାଜ ପୋଷାକ ନେଲା। ନାମାନ ଏସବୁ ଜିନିଷଗୁଡ଼ିକୁ ଗିହେଜୀର ଦୁଇ ଯୁବକ ସାହାଯ୍ୟକାରୀଗଣଙ୍କୁ ଦେଲା ଏବଂ ସେମାନେ ଏହିସବୁ ଗିହେଜୀ ଆଗରେ ବହନ କରି ନେଲେ।
24
ଗିହେଜୀ ଉପପର୍ବତ ନିକଟରେ ପହଞ୍ଚି ସେମାନଙ୍କଠାରୁ ସମସ୍ତ ଦ୍ରବ୍ୟ ନେଇ ଗୃହ ଭିତରେ ଲୁଗ୍ଭଇ ରଖିଲା ଓ ସେହି ଦୁଇଜଣ ଦାସଙ୍କୁ ବିଦାୟ ଦେବାରୁ ସେମାନେ ଗ୍ଭଲିଗଲେ।
25
ଏହା ପରେ ସେ ଭିତରକୁ ଯାଇ ଆପଣା ମହାଶୟ ସମ୍ମୁଖରେ ଛିଡ଼ା ହେଲା। ତହୁଁ ଇଲୀଶାୟ ଗିହେଜୀକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଗିହେଜୀ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।”
26
ଏଥିରେ ଇଲୀଶାୟ ତାକୁ କହିଲେ, “ଏହା ସତ୍ୟ ନୁହେଁ କି? ସେ ଲୋକ ତୁମ୍ଭକୁ ଭେଟିବାକୁ ଯେତେବେଳେ ନିଜ ରଥରୁ ଫେରି ଆସିଲା, ସେତେବେଳେ ମୋର ଅନ୍ତଃକରଣ ତୁମ୍ଭ ସାଥୀରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମେଷ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ’ଣ ସମୟ ନୁହେଁ?
27
ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ଚିରକାଳ ପର୍ଯ୍ୟନ୍ତ ଲାଗି ରହିବ।” ତୁରନ୍ତ ଗିହେଜୀର ଶରୀର ବରଫ ଚର୍ମ ରୋଗ ସହିତ ଧବଳ ପାଲଟିଗଲା ଓ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25