bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 19
2 Kings 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 20 →
1
ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ସହିତ ହିଜକିୟଙ୍କର ପରାମର୍ଶ ରାଜା ହିଜକିୟ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ୟସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
2
ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମକୁ, ଲେଖକ ଶିବ୍ନକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇଲେ।
3
ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ କହନ୍ତି, ଏହି କ୍ଳେଶ, ଅନୁଯୋଗ ଓ ଅପମାନର ଦିନ। ଏହା ଏପରି ଦିନ ଯେବେ ଶିଶୁଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସେମାନଙ୍କ ପାଖରେ ଶକ୍ତି ନାହିଁ।
4
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷୟରେ ମନ୍ଦ କଥା କହିବାକୁ ତାଙ୍କର ସେନାଧ୍ୟକ୍ଷଙ୍କୁ ପଠାଇଲେ। ହୋଇପାରେ ସଦାପ୍ରଭୁ ଶୁଣି ପାରନ୍ତି, ଯାହା ସେନାଧ୍ୟକ୍ଷ କହିଲା ଓ ଶତ୍ରୁକୁ ଦଣ୍ତ ଦେବେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”
5
ହିଜକିୟଙ୍କର ଉଚ୍ଚ ଅଧିକାରୀମାନେ ଯିଶାଇୟଙ୍କୁ ଦେଖିବାକୁ ଗଲେ।
6
ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭର ମହାଶୟ ହିଜକିୟଙ୍କୁ ଏହି ସମ୍ବାଦ ଦିଅ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥାରେ ଭୀତ ହୁଅ ନାହିଁ।”
7
ଦେଖ, ମୁଁ ତାଙ୍କ ମଧ୍ୟରେ ଏକ ଆତ୍ମା ଦେବି ଓ ସେ ଏକ ଜନରବ ଶୁଣିବ ଏବଂ ତା’ର ଦେଶକୁ ଫେରିଯିବ, ଆଉ ମୁଁ ତାକୁ ତା’ର ନିଜ ଦେଶରେ ଖଡ଼୍ଗ ଦ୍ୱାରା ବଧ କରିବି।’”
8
ଅଶୂରର ରାଜାର ପୁନର୍ବାର ହିଜକିୟଙ୍କୁ ସତର୍କବାଣୀ ଅନନ୍ତର ଅଶୂରୀୟ ରାଜା ଲାଖୀଶ୍କୁ ପ୍ରସ୍ଥାନ କରିଛି ବୋଲି ରବ୍ଶାକି ଶୁଣି ଫେରିଗଲା ଓ ଲିବ୍ନା ବିରୁଦ୍ଧରେ ତାକୁ ଯୁଦ୍ଧ କରୁଥିବାର ଦେଖିଲା।
9
ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି ଜନରବ ଶୁଣିଲା, “ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।” ତେଣୁ ଅଶୂରର ରାଜା ପୁନର୍ବାର ହିଜକିୟ ନିକଟକୁ ଦୂତମାନଙ୍କୁ ପଠାଇ କହିଲା।
10
“ତୁମ୍ଭେମାନେ ଯିହୁଦାର ରାଜା ହିଜକିୟଙ୍କୁ ଏହିକଥା କହିବ, ‘ତୁମ୍ଭର ପରମେଶ୍ୱର ଯାହାଙ୍କୁ ବିଶ୍ୱାସ କର ତୁମ୍ଭମାନଙ୍କୁ କଥାରେ ଭୁଲ୍ ବାଟରେ ନ ନିଅନ୍ତୁ, ଯିରୁଶାଲମ ଅଶୂରୀୟ ରାଜାଙ୍କ ଦ୍ୱାରା ଅଧିକୃତ ହେବ ନାହିଁ।
11
ଦେଖ, ତୁମ୍ଭେମାନେ ମଧ୍ୟ ଶୁଣିଅଛ ଯେ, ଅଶୂରୀୟ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଅଛନ୍ତି। ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? ନା!
12
ଆଉ ମଧ୍ୟ ମୋର ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସେମାନଙ୍କର ଦେବତାଗଣ ସେମାନଙ୍କୁ ଉଦ୍ଧାର କରି ପାରିଲେ ନାହିଁ?
13
ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବୟିମ, ହେନା ଓ ଅବ୍ବାର ରାଜଗଣ? ସେମାନେ ସମସ୍ତେ ବିନାଶ ପ୍ରାପ୍ତ ହୋଇଅଛନ୍ତି।’”
14
ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି ହିଜକିୟ ତାଙ୍କର ଦୂତମାନଙ୍କଦ୍ୱାରା ପଠାଯାଇଥିବା ଚିଠିଟିକୁ ପାଠକଲେ। ତା’ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ଚିଠିଟିକୁ ମେଲାଇ ଦେଲେ।
15
ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କେବଳ ଏ ସମଗ୍ର ବିଶ୍ୱର ପରମେଶ୍ୱର ଅଟ। ଆଉ ମଧ୍ୟ ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
16
ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ୱରଙ୍କୁ ଅପମାନ କରିବା ପାଇଁ ସନ୍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ।
17
ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶକୁ ଧ୍ୱଂସ କରିଅଛନ୍ତି।
18
ଅଶୂରର ରାଜାମାନେ ସେମାନଙ୍କ ଜାତିର ଦେବତାଗୁଡ଼ିକୁ ଅଗ୍ନିରେ ଦଗ୍ଧିଭୂତ କଲେ। ଅବଶ୍ୟ ସେମାନେ ପ୍ରକୃତ ଦେବତାଗଣ ନ ଥିଲେ। ମନୁଷ୍ୟକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସେହି ରାଜାମାନେ ସେଗୁଡ଼ିକୁ ବିନାଶ କଲେ।
19
ତେଣୁ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
20
ହିଜକିୟଙ୍କୁ ସଦାପ୍ରଭୁଙ୍କର ଉତ୍ତର ଏହା ପରେ ଆମୋସର ପୁତ୍ର ଯିଶାଇୟ ହିଜକିୟଙ୍କ ନିକଟକୁ କହି ପଠାଇଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍ହେରୀବ୍ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।
21
“ଏହା ହେଉଛି ସନ୍ହେରୀବ୍ ବିଷୟରେ ସଦାପ୍ରଭୁଙ୍କ ବାର୍ତ୍ତା: ‘ସିୟୋନର ଅନୁଢ଼ା କନ୍ୟା ତୁମ୍ଭକୁ ତାଚ୍ଛଲ୍ୟ କରେ। ସେ ତୁମ୍ଭକୁ ପରିହାସ କରିଅଛି। ଯିରୁଶାଲମର କନ୍ୟା ତୁମ୍ଭ ଆଡ଼େ ତୁମ୍ଭକୁ ମୁଣ୍ତ ହଲାଇ ଅଛି।
22
କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା? କିଏ ତୁମ୍ଭ ବିରୁଦ୍ଧରେ କହିଲା? ତେଣୁ ତୁମ୍ଭେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଥିଲ। ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ଯ୍ୟ କଲ।
23
ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲ, “ମୁଁ ମୋର ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ୟନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସବୃକ୍ଷ ଓ ତାହାର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।
24
ଆମ୍ଭେ ନୂତନ ସ୍ଥାନରେ କୂପ ଖୋଳିଅଛୁ ଓ ଜଳପାନ କରିଅଛୁ। ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିଅଛୁ ଓ ଦେଶରେ ପଦ ଗ୍ଭରଣ କରିଅଛୁ।”
25
ତୁମ୍ଭେ କ’ଣ ଏହା ଶୁଣି ନାହଁ, ପରମେଶ୍ୱର କ’ଣ କହିଲେ? ଯେ କିପରି ଆମ୍ଭେ ପୁରାତନ କାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁ। ଆମ୍ଭେ ପ୍ରାଚୀର ବେଷ୍ଟିତ ନଗରମାନ ଧ୍ୱଂସ କରି ସେ ସବୁକୁ ଢିପ କରିବା। ଆମ୍ଭେ ଏହା ଘଟିବା ପାଇଁ କରିଅଛୁ।
26
ଏଣୁ ସେ ନଗର ଗୁଡ଼ିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସେମାନେ ହତାଶ ଓ ଉଦ୍ବିଗ୍ନ ହେଲେ। ସେମାନେ କ୍ଷେତର ଶାକ ଓ ନବୀନ ତୃଣ ପରି, ଗୃହଛାତ ଉପରିସ୍ଥ ଘାସ ଏହା ବଢ଼ିବା ପୂର୍ବରୁ ଶୁଷ୍କ ହେଉଛି।
27
ମାତ୍ର କେତେବେଳେ ତୁମ୍ଭର ବସିବାର, ବାହାରକୁ ଯିବାର ଭିତରକୁ ଆସିବାର ଓ ମୋ’ ସହିତ ତୁମ୍ଭ ଧୈର୍ଯ୍ୟଚ୍ୟୁତ ହେବାର ଆମ୍ଭେ ଜାଣୁ।
28
ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହୋଇଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକାରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠାଧରରେ ଲଗାମ ଦେବା। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସେହି ବାଟରେ ତୁମ୍ଭଙ୍କୁ ଫେରାଇ ଦେବା।’”
29
ହିଜକିୟଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା “ହେ ହିଜକିୟ, ଏହା ତୁମ୍ଭ ପ୍ରତି ମୋର ସାହାଯ୍ୟର ଚିହ୍ନ ହେବ। ଏହି ବର୍ଷ ତୁମ୍ଭେମାନେ ସ୍ୱୟଂ କ୍ଷେତରେ ବଢ଼ିଥିବା ଶସ୍ୟ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ୟ କାଟିବ ଓ ତୁମ୍ଭଦ୍ୱାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ।
30
ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସେମାନଙ୍କର ପରିବାରରେ କେହି ଗୁଣାରେ ବଢ଼ିପାଇବେ।
31
ଅଳ୍ପ କେତେକ ମୃତ୍ୟୁରୁ ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ଯିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।
32
“ତେଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କୁହନ୍ତି। ‘ସେ ଏହି ନଗରକୁ ଆସିବ ନାହିଁ ନଗରରେ ତୀର ନିକ୍ଷେପ କରିବ ନାହିଁ। ସେ ଏହି ନଗର ବିରୁଦ୍ଧରେ ଢାଲ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡ଼ାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।
33
ପୁଣି ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଥିଲା ସେହି ବାଟରେ ଫେରିଯିବ। ସେ ଏ ନଗରକୁ ଆସିବ ନାହିଁ।
34
ମୁଁ ଏହି ନଗରକୁ ରକ୍ଷା କରିବି। ମୋ’ ନିଜ ସକାଶେ ଓ ମୋର ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦେବି।’”
35
ଅଶୂରୀୟ ସୈନ୍ୟବାହିନୀ ବିନାଶ ହୁଅନ୍ତି ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ଅଶୂରୀୟମାନଙ୍କର ଛାଉଣିରେ 185,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ୟମାନେ ପ୍ରଭାତରେ ମୃତ ଶରୀର ଦେଖିଲେ।
36
ତେଣୁ ଅଶୂରର ରାଜା ସନ୍ହେରୀବ୍ ପ୍ରସ୍ଥାନ କଲା ଓ ନିନିବୀରେ ଅବସ୍ଥାନ କଲା।
37
ଏକଦା ସନ୍ହେରୀବ୍ ଆପଣା ନିଷ୍ରୋକ ନାମକ ଦେବତାକୁ ମନ୍ଦିରରେ ପୂଜା କରିବା ବେଳେ ତା’ର ପୁତ୍ର ଅଦ୍ରମ୍ମେଲକ ଓ ଶରେତ୍ସର ତାହାକୁ ଖଡ଼୍ଗରେ ବଧ କଲେ। ତା’ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ଆଉ ତା’ର ପୁତ୍ର ଏସରହଦ୍ଦୋନ ତାହାର ପଦରେ ରାଜା ହେଲା।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25