bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Kings 9
2 Kings 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 10 →
1
ଇଲୀଶାୟ ଯେହୂଙ୍କୁ ଅଭିଷିକ୍ତ କରିବାକୁ ଜଣେ ଯୁବ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ ଇଲୀଶାୟ ଭବିଷ୍ୟଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭେ କଟିରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତରେ ଧରି ରାମୋତ୍-ଗିଲିୟଦକୁ ଯାଅ।
2
ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂଙ୍କର ଅନ୍ୱେଷଣ କର। ତା’ପରେ କୋଠରୀ ଭିତରକୁ ଯାଇ ତାଙ୍କର ଭାଇମାନଙ୍କ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ।
3
ଏହି ଛୋଟ ତୈଳ ଶିଶି ନେଇ ତାଙ୍କ ମସ୍ତକରେ ତୈଳ ଢାଳି କୁହ, ‘ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’ ତା’ପରେ ତୁମ୍ଭେ ଦ୍ୱାର ଫିଟାଇ ଦୌଡ଼ି ଯାଅ, ଆଉ ବିଳମ୍ବ କର ନାହିଁ।”
4
ତେଣୁ ସେହି ଯୁବକ, ଭବିଷ୍ୟଦ୍ବକ୍ତା ରାମୋତ୍-ଗିଲିୟଦକୁ ଗଲେ।
5
ସେହି ଯୁବା ଉପସ୍ଥିତ ହୋଇ ସେନାପତିମାନେ ବସିଥିବାର ଦେଖିଲେ। ତହୁଁ ଯୁବକ କହିଲେ, “ହେ ସେନାପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ ତୁମ୍ଭର କାହାଠାରେ କାମ ଅଛି?” ତହିଁରେ ଯୁବକ ଜଣକ କହିଲେ, “ହେ ସେନାପତି, ମୋର ପାଖରେ ତୁମ୍ଭ ପାଇଁ ଏକ ବାର୍ତ୍ତା ଅଛି।”
6
ଏଥିରେ ଯେହୂ ଉଠି ଘର ଭିତରକୁ ଗଲେ। ତା’ପରେ ଯୁବ ଭବିଷ୍ୟଦ୍ବକ୍ତା ଯେହୂଙ୍କ ମସ୍ତକରେ ସେହି ତୈଳ ଢାଳି କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।
7
ତେଣୁ ତୁମ୍ଭେ ନିଶ୍ଚୟ ଆହାବର ବଂଶକୁ ବିନାଶ କରିବ। ଏହିରୂପେ ଆମ୍ଭେ ଆମ୍ଭର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କର ମୃତ୍ୟୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ୟୁ ପାଇଁ ଈଷେବଲ ଉପରେ ପ୍ରତିଶୋଧ ନେବୁ।
8
ତେଣୁ ଆହାବ ବଂଶର ସମସ୍ତେ ବିନଷ୍ଟ ହେବେ, ଏପରିକି ଆହବ ବଂଶର ସମସ୍ତ ପୁଂସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇସ୍ରାଏଲରେ ବିନାଶ ହେବେ, କେହି ପଳାୟନ କରି ପାରିବେ ନାହିଁ।
9
ଆଉ ମଧ୍ୟ ଆମ୍ଭେ ଆହାବର ବଂଶକୁ ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା।
10
କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’” ତା’ପରେ ସେହି ଯୁବା ଭବିଷ୍ୟଦ୍ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ।
11
ଦାସମାନେ ଯେହୂଙ୍କୁ ରାଜା ରୂପେ ଘୋଷଣା କରନ୍ତି ଅନନ୍ତର ଯେହୂ ଯେତେବେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫେରିଲେ। ସେମାନଙ୍କ ମଧ୍ୟରୁ ଜଣେ ଯେହୂଙ୍କୁ ପଗ୍ଭରିଲେ, “ସବୁ ମଙ୍ଗଳ ତ? ସେହି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?” ଯେହୂ ସେବକକୁ କହିଲେ, “ସେ ଲୋକକୁ ଓ ତା’ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।”
12
ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, “ନା! ଆମ୍ଭମାନଙ୍କୁ ସତ୍ୟକଥା କୁହ, ସେ ଲୋକ ତୁମ୍ଭଙ୍କୁ କ’ଣ କହିଲା?” ଯେହୂ ସେହି ଦାସମାନଙ୍କୁ ଯୁବା ଭବିଷ୍ୟଦ୍ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯେହୂ କହିଲା, “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।’”
13
ତା’ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କ ସମ୍ମୁଖରେ ରଖିଲେ। ତା’ପରେ ସେମାନେ ତୂରୀ ବଜାଇ ଘୋଷଣା କଲେ, “ଯେହୂ ରାଜା ହେଲେ।”
14
ଯେହୂ ଯିଷ୍ରିୟେଲକୁ ଗଲେ ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂ ଯୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେ ସମୟରେ ଯୋରାମ ଓ ସମସ୍ତ ଇସ୍ରାଏଲୀୟ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲିୟଦକୁ ରକ୍ଷା କରିବାକୁ ଚେଷ୍ଟା କଲେ।
15
ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ। ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।”
16
ଯୋରାମ ଯିଷ୍ରିୟେଲରେ ବିଶ୍ରାମ ନେଉଥିଲେ। ତେଣୁ ଯେହୂ ଆପଣା ରଥରେ ଚଢ଼ି ଯିଷ୍ରିୟେଲ ଯାତ୍ରା କଲେ। ଯିହୁଦାର ରାଜା ଅହସିୟ ମଧ୍ୟ ଯୋରାମକୁ ଦେଖିବାକୁ ଯିଷ୍ରିୟେଲ ଆସିଥିଲେ।
17
ଜଣେ ବିଶ୍ୱାସ ଯୋଗ୍ୟ ପ୍ରହରୀ ଯିଷ୍ରିୟେଲର ଦୁର୍ଗ ଉପରେ ଛିଡ଼ା ହୋଇ ଦେଖିଲା, ଯେହୂର ବଡ଼ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ଯାଇ କହିଲେ, “ମୁଁ ଏକ ବଡ଼ ଦଳ ଲୋକ ଆସିବାର ଦେଖୁଛି।” ଯୋରାମ ତାଙ୍କୁ କହିଲେ, “ଜଣେ ଅଶ୍ୱାରୋହୀକୁ ପଠାଅ ସେ ସେମାନଙ୍କୁ ସାକ୍ଷାତ କରୁ ଓ ସେମାନଙ୍କୁ ପଗ୍ଭରୁ, ଯଦି ତାଙ୍କର ପରିଭ୍ରମଣ ଶାନ୍ତିରେ ତ?”
18
ତେଣୁ ଦୂତ ଅଶ୍ୱ ପୃଷ୍ଠରେ ଯାଇ ଯେହୂଙ୍କୁ ସାକ୍ଷାତ କରି ପଗ୍ଭରିଲେ, “ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, ‘ତୁମ୍ଭେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ ତ?’” ତେଣୁ ଯେହୂ କହିଲେ, “ତୁମ୍ଭର କୁଶଳରେ କିଛି ଯାଏ ଆସେ ନାହିଁ। ଆମ୍ଭ ପଛେ ପଛେ ଆସ।” ପ୍ରହରୀ ଜଣକ ଯୋରାମକୁ କହିଲେ, “ଦୂତ ସେ ଦଳଙ୍କ ନିକଟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ।”
19
ତା’ପରେ ଯୋରାମ ଦ୍ୱିତୀୟ ଦୂତକୁ ଅଶ୍ୱ ପୃଷ୍ଠରେ ପଠାଇଲେ। ଦୂତ ସେମାନଙ୍କୁ ଭେଟିଲେ ଏବଂ କହିଲେ, “ରାଜା ପଗ୍ଭରୁଛନ୍ତି, ‘କୁଶଳ କି?’” ଯେହୂ କହିଲେ, “କୁଶଳରେ ତୁମ୍ଭର ଯାଏ ଆସେ ନାହିଁ, ତୁମ୍ଭେ ଆମ୍ଭ ପଛେ ପଛେ ଆସ।”
20
ପ୍ରହରୀ ଯୋରାମଙ୍କୁ କହିଲା, “ଦ୍ୱିତୀୟ ଦୂତ ସେହି ଦଳ ନିକଟକୁ ଗଲେ କିନ୍ତୁ ଏପର୍ଯ୍ୟନ୍ତ ଫେରିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯେହୂ ପରି ନିମ୍ଶିର ନାତି ଗୋଟିଏ ରଥରେ ଦୂତଗୁଡ଼ିକୁ ଚଳାଉଛନ୍ତି। ସେ ପାଗଳ ମନୁଷ୍ୟ ପରି ଅତି ପ୍ରଚଣ୍ତ ବେଗରେ ରଥ ଚଳାଉଛନ୍ତି।”
21
ଏଥିରେ ଯୋରାମ କହିଲେ, “ମୋର ରଥ ପ୍ରସ୍ତୁତ କର।” ତେଣୁ ତାଙ୍କର ଦାସମାନେ ରଥ ପ୍ରସ୍ତୁତ କଲେ। ଉଭୟେ ଇସ୍ରାଏଲର ରାଜା ଯୋରାମ ଓ ଯିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବସି ଯେହୂଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ତାଙ୍କୁ ଯିଷ୍ରିୟେଲୀୟ ନାବୋତ ଭୂମିରେ ଭେଟିଲେ।
22
ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?” ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?”
23
ଏଥିରେ ଯୋରାମ ଆପଣା ରଥ ବୁଲାଇ ପଳାୟନ କଲେ। ଯୋରାମ ଅହସିୟଙ୍କୁ କହିଲେ, “ହେ ଅହସିୟ, ଶଠତା ହେଲା।”
24
ମାତ୍ର ଯେହୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷେପ କଲେ ଓ ଏହା ଯୋରାମଙ୍କ ପୃଷ୍ଠ ଦେଶରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦୟକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡ଼ିଗଲେ।
25
ଯେହୂ ତାଙ୍କର ସାରଥି ବିଦ୍କରକୁ କହିଲେ, “ତାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକାରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।
26
ସଦାପ୍ରଭୁ କହିଥିଲେ, ‘ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା’ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବକୁ ଏହି ଭୂମିରେ ପ୍ରତିଫଳ ଦେବି।’ ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୋରାମଙ୍କୁ ନେଇ ସେହି କ୍ଷେତ୍ର ଭୁମିରେ ପକାଅ।”
27
ଯିହୁଦାର ରାଜା ଅହସିୟ ଏହା ଦେଖି ପଳାୟନ କଲେ। ସେ ଉଦ୍ୟାନ ଗୃହ ଦେଇ ପଳାୟନ କରୁଥିବା ବେଳେ ଯେହୂ ତାଙ୍କ ପଛେ ପଛେ ଯାଇ କହିଲେ, “ଅହସିୟଙ୍କୁ ମଧ୍ୟ ସେହି ରଥରେ ଆଘାତ କର।” ତେଣୁ ସେମାନେ ଯିବଲିୟମ ନିକଟସ୍ଥ ଗୂର ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ ଓ ସେ ମଗିଦ୍ଦୋକୁ ପଳାଇ ସେଠାରେ ମୃତ୍ୟୁବରଣ କଲେ।
28
ଅହସିୟଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ଯିରୁଶାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବରରେ ତାଙ୍କୁ କବର ଦେଲେ।
29
ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ୱର ଏକାଦଶ ବର୍ଷରେ ଅହସିୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ।
30
ଇଷେବଲଙ୍କ ଦୁଃଖଦାୟକ ମୃତ୍ୟୁ ତା’ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ।
31
ଯେତେବେଳେ ଯେହୂ ନଗର ଫାଟକରେ ପ୍ରବେଶ କଲେ, ଇଷେବଲ କହିଲେ, “ହେ ଆପଣା ମହାଶୟର ହତ୍ୟାକାରୀ ସିମ୍ରି ତୁମ୍ଭେ ଶାନ୍ତିରେ ଅଛ କି?”
32
ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?” ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ।
33
ଯେହୂ ସେମାନଙ୍କୁ କହିଲେ, “ଇଷେବଲକୁ ତଳକୁ ପକାଇ ଦିଅ।” ତା’ପରେ ସେହି ନପୁଂସକମାନେ ଇଷେବଲକୁ ତଳକୁ ପକାଇ ଦେଲେ। କିଛି ରକ୍ତ ପ୍ରାଚୀର ଉପରେ ଓ କିଛି ଅଶ୍ୱ ଉପରେ ପଡ଼ିଲା। ଅଶ୍ୱଗୁଡ଼ିକ ଇଷେବଲଙ୍କୁ ଦଳି ଦେଲେ।
34
ଯେହୂ ଭିତରକୁ ଯାଇ ଭୋଜନ ପାନ କଲେ। ତା’ପରେ ସେ କହିଲେ, “ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା।”
35
ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା’ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ।
36
ତେଣୁ ସେମାନେ ଯେହୂ ନିକଟକୁ ଫେରି ଆସି ସବୁକଥା କହିଲେ। ଯେହୂ କହିଲେ, “ସଦାପ୍ରଭୁ ଆପଣା ଦାସ ତିଶ୍ବୀୟକୁ ଏଲିୟ ଏହି ବାର୍ତ୍ତା ଦେଇଥିଲେ। ଏଲିୟ କହିଥିଲେ, ‘କୁକୁରମାନେ ଯିଷ୍ରିୟେଲୀୟ ଭୂମିରେ ଇଷେବଲର ଶରୀରକୁ ଗ୍ଭଟି ଖାଇବେ।
37
ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25