bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 1
Numbers 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 2 →
1
ମୋଶା ଇସ୍ରାଏଲ ଲୋକଙ୍କୁ ଗଣନା କଲେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସ ପ୍ରଥମ ଦିନରେ ଇସ୍ରାଏଲର ଲୋକମାନେ ମିଶର ଛାଡ଼ିଲାପରେ, ସଦାପ୍ରଭୁ ସୀନୟ ମରୁଭୂମିରେ ସମାଗମ-ତମ୍ବୁ ମଧ୍ୟରେ ମେଶାଙ୍କୁ କହିଲେ,
2
“ତୁମ୍ଭେମାନେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରତ୍ୟେକ ପୁରୁଷ ଲୋକର ନାମ ତାଲିକା କର।
3
ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସେହି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ଯିଏ କି ସୈନ୍ୟମାନଙ୍କ ସହିତ ଯାଇ ପାରିବେ। ତୁମ୍ଭେ ଓ ହାରୋଣ ସେମାନଙ୍କର ବିଭାଗ ଅନୁସାରେ ସେମାନଙ୍କୁ ତାଲିକାଭୁକ୍ତ କର।
4
ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ।
5
ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି; ଯଥା: ରୁବେନ୍ ପରିବାରବର୍ଗର ଶଦେୟରର ପୁତ୍ର ଇଲୀଷୂର।
6
ଶିମିୟୋନ ପରିବାରବର୍ଗର, ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।
7
ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନହଶୋନ।
8
ଇଷାଖର ପରିବାରବର୍ଗର, ସୂୟାରର ପୁତ୍ର ନଥନେଲ।
9
ସବୁଲୂନ ପରିବାରବର୍ଗର, ହେଲୋନର ପୁତ୍ର ଇଲୀୟାବ।
10
ଇଫ୍ରୟିମ ଗୋଷ୍ଠୀର, ଅମ୍ମୀହୂଦର ପୁତ୍ର ଇଲୀଶାମା। ମନଃଶି ବଂଶଧର, ପଦାହସୂରର ପୁତ୍ର ଗମଲିୟେଲ।(ଇଫ୍ରୟିମ ଏବଂ ମନଃଶି ଯୋଷେଫଙ୍କ ପୁତ୍ର ଅଟନ୍ତି)।
11
ବିନ୍ୟାମୀନ ପରିବାରବର୍ଗର, ଗିଦିୟୋନିର ପୁତ୍ର ଅବୀଦାନ।
12
ଦାନ ପରିବାରବର୍ଗର ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।
13
ଆଶେର ପରିବାରବର୍ଗର, ଅକ୍ରଣର ପୁତ୍ର ପଗୀୟେଲ।
14
ଗାଦ୍ ପରିବାରବର୍ଗର, ଦ୍ୟୂୟେଲର ପୁତ୍ର ଇଲୀୟାସଫ।
15
ନପ୍ତାଲି ପରିବାରବର୍ଗର, ଐନନର ପୁତ୍ର ଅହୀର।”
16
ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ।
17
ଆଉ ଯେଉଁମାନେ ବଛା ଯାଇଥିଲେ, ମୋଶା ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ।
18
ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ।
19
ଏହିରୂପେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟର ମରୂଭୂମିରେ ସେମାନଙ୍କୁ ଗଣନା କଲେ।
20
ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା।
21
ରୁବେନ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 46,500
22
ଶିମିୟୋନ ବଂଶର ସେମାମାନଙ୍କର ପିତୃଗୃହ, ନାମ ଏବଂ ସଂଖ୍ୟା କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ୟ ବିଭାଗରେ ଦାଖଲ ହେବାକୁ ଯୋଗ୍ୟ।
23
ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 59,300
24
ଗାଦ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
25
ଗାଦ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 45,650
26
ଯିହୁଦା ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
27
ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 74,600
28
ଇଷାଖର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
29
ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 54,400
30
ସବୂଲୂନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
31
ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 57,400
32
ଇଫ୍ରୟିମଙ୍କର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
33
ଇଫ୍ରୟିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 40,500
34
ମନଃଶି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
35
ମନଃଶି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 32,200
36
ବିନ୍ୟାମୀନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
37
ବିନ୍ୟାମୀନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 35,400
38
ଦାନ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
39
ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 62,700
40
ଆଶେର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
41
ଆଶେର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 41,500
42
ନପ୍ତାଲି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
43
ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 53,400
44
ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରତ୍ୟେକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସେମାନଙ୍କୁ ଗଣନା କଲେ।
45
ଏହିରୂପେ ଇସ୍ରାଏଲର ସମସ୍ତ ଲୋକ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ନିଜ ନିଜ ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।
46
ଗଣନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ସଂଖ୍ୟା 603,550 ହୋଲା।
47
ମାତ୍ର ଲେବୀୟମାନେ ସେମାନଙ୍କର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାଯାଇ ନ ଥିଲେ।
48
କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
49
“ଲେବୀୟମାନଙ୍କୁ ଇସ୍ରାଏଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ।
50
ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ।
51
ଯେତେବେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାଯିବ, ଲେବୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣି ଥରେ ସ୍ଥାପନ କରିବା ଉଚିତ୍। ଲେବୀୟ ବ୍ୟତୀତ, ଅନ୍ୟ ଯେକେହି ସେଠାକୁ ଯାଏ, ତାକୁ ହତ୍ୟା କରାଯିବ।
52
ଇସ୍ରାଏଲୀୟ ଲୋକମାନେ ସେମାନଙ୍କର ଶିବିର ଅଲଗା ଅଲଗା ଦଳରେ ବିଭକ୍ତ କଲେ। ପ୍ରତ୍ୟେକର ନିଜ ଧ୍ୱଜା ରହିବା ଉଚିତ୍।
53
କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।”
54
ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ଇସ୍ରାଏଲୀୟମାନେ ସେହିରୂପେ ମାନି କାର୍ଯ୍ୟ କଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36