bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 16
Numbers 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 17 →
1
କେତେକ ଅଧିପତି ମୋଶାଙ୍କ ବିପକ୍ଷ ହୁଅନ୍ତି ଲେବୀର ଏକ ବଂଶଧର କୋରହ, କୋରହ ଯିଷ୍ହରର ପୁତ୍ର, ତା’ର ପିତା କହାତ ଏବଂ ରୁବେନ୍ର ତିନି ଜଣ ମଧ୍ୟରୁ ଦାଥନ ଓ ଅବୀରାମ, ଇଲିୟାବର ଦୁଇ ପୁତ୍ର ପେଲତର ପୁତ୍ର ଓନ୍।
2
ଇସ୍ରାଏଲର ଲୋକମାନଙ୍କର 250 ଜଣ ନେତୃର୍ବଗ ମୋଶାଙ୍କ ବିରୁଦ୍ଧରେ ଗଲେ।
3
ସେମାନେ ଏକତ୍ର ହୋଇ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ କହିଲେ, “ତୁମ୍ଭେମାନେ ନିଜକୁ ବହୁତ ଗୁରୁତର ଦେଖାଇଲ। ମଣ୍ତଳୀର ପ୍ରତ୍ୟେକ ବ୍ୟକ୍ତି ପବିତ୍ର ଓ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ବାସ କରୁଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କ ମଣ୍ତଳୀ ଉପରେ କାହିଁକି ପ୍ରଭୁତ୍ୱ ଦେଖାଉଛ?”
4
ତା’ପରେ ମୋଶା ଏହା ଶୁଣି ନିଜକୁ ନମ୍ର କରି ମୁହଁ ମାଡ଼ି ପଡ଼ି ରହିଲେ।
5
ତା’ପରେ ମୋଶା କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, “ସଦାପ୍ରଭୁ କାଲି ଦେଖାଇବେ, କିଏ ପ୍ରକୃତରେ ତାଙ୍କ ଲୋକ ଓ କିଏ ପ୍ରକୃତରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।
6
ହେ କୋରହ, ତୁମ୍ଭେ ଓ ତୁମ୍ଭର ଅନୁଗାମୀମାନେ ଏହା କରିବା ଉଚିତ୍। ବିଶେଷ ଅଙ୍ଗାରଧାନୀ ନିଅ।
7
କାଲି ତହିଁରେ ଅଗ୍ନି ଦିଅ। ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ। ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ ସେ ହିଁ ପବିତ୍ର ହେବ। ହେ ଲେବୀର ପୁତ୍ରମାନେ, ତୁମ୍ଭେମାନେ ବହୁ ଦୂରକୁ ଗ୍ଭଲି ଯାଇଛ, ତୁମ୍ଭେମାନେ ଭ୍ରାନ୍ତିପୂର୍ଣ୍ଣ।”
8
ଆଉ ମୋଶା କୋରହକୁ କହିଲେ, “ହେ ଲେବୀର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ।
9
ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କୁ ଇସ୍ରାଏଲ ମଣ୍ତଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିୟୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ଯଥେଷ୍ଟ ନୁହଁ କି?
10
ସଦାପ୍ରଭୁ ତୁମ୍ଭଙ୍କୁ ଓ ତୁମ୍ଭର ସମସ୍ତ ଲେବୀ ସନ୍ତାନଗଣଙ୍କୁ ସାହାଯ୍ୟ କରିବାକୁ ତାଙ୍କର ନିକଟବର୍ତ୍ତୀ କରିଅଛନ୍ତି। ଏହା କ’ଣ ତୁମ୍ଭମାନଙ୍କ ପକ୍ଷରେ କ୍ଷୁଦ୍ର କଥା? ଆଉ ତୁମ୍ଭେମାନେ ଯାଜକ ହେବାକୁ ଚେଷ୍ଟା କରୁଛ?
11
ତୁମ୍ଭେ ଓ ତୁମ୍ଭର ଅନୁଗାମୀଗଣ ଦଳ ବାନ୍ଧି ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଇଅଛ। ହାରୋଣ କିଛି ଅବିଧି କରି ନାହାନ୍ତି। ମାତ୍ର ତୁମ୍ଭେମାନେ ତାଙ୍କର ବିପକ୍ଷରେ ଅଭିଯୋଗ କରିଅଛ।”
12
ତା’ପରେ ମୋଶା ଇଲୀୟାବର ପୁତ୍ର ଦାଥନକୁ ଓ ଅବୀରାମକୁ ଡାକିବାକୁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ।
13
ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧମଧୁପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ। ଏହା କ’ଣ କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହେବାକୁ ଗ୍ଭହୁଁଛ।
14
ଆମ୍ଭେ କାହିଁକି ତୁମ୍ଭକୁ ମାନିବୁ? ତୁମ୍ଭେତ ଆମ୍ଭମାନଙ୍କୁ ଦୁଗ୍ଧମଧୁପ୍ରବାହୀ ଦେଶକୁ ଆଣି ନାହଁ, ତୁମ୍ଭେ ତ ଆମ୍ଭମାନଙ୍କୁ ଏକ ଉର୍ବର ଅଞ୍ଚଳକୁ ଆଣି ନାହିଁ, ଯେଉଁଠାରେ ଆମ୍ଭେମାନେ ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ପାଇବୁ। ତୁମ୍ଭେ ଏହି ମନୁଷ୍ୟମାନଙ୍କୁ ଠକିବ କି? ନା ଆମ୍ଭେମାନେ ଯାଉ ନାହୁଁ।”
15
ତେଣୁ ମୋଶା ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରି ନାହିଁ, ମୁଁ ସେମାନଙ୍କଠାରୁ ଗୋଟିଏ ଗଧ ମଧ୍ୟ ନେଇ ନାହିଁ। ତେଣୁ ତୁମ୍ଭେ ଏମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ।”
16
ତା’ପରେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ଅନୁଗାମୀ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହୁଅ। ତୁମ୍ଭେ ଓ ତୁମ୍ଭର ସମସ୍ତ ଅନୁଗାମୀ ସେଠାରେ କାଲି ରହିବା ଉଚିତ୍।
17
ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଦିଅ। ପୁଣି ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ପ୍ରତ୍ୟେକ 250 ପୁରୁଷ ଏହା କରିବା ଉଚିତ୍। ତୁମ୍ଭେ ଏବଂ ହାରୋଣ ପ୍ରତ୍ୟେକ ଗୋଟିଏ ଗୋଟିଏ ଅଙ୍ଗାରଧାନୀ ଆଣିବା ଉଚିତ୍।”
18
ତେଣୁ ସେମାନେ ପ୍ରତ୍ୟେକ ନିଜ ନିଜ ବିଶେଷ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ। ପୁଣି ତାହା ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ନିକଟରେ ଠିଆ ହେଲେ।
19
ପୁଣି କୋରହ ସମସ୍ତ ମଣ୍ତଳୀକି ଏକତ୍ରିତ କରି ସମାଗମ-ତମ୍ବୁଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ଉପସ୍ଥିତ ହେଲେ, ସେତେବେଳେ ସମସ୍ତ ମଣ୍ତଳୀ ପ୍ରତି ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
20
ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
21
“ତୁମ୍ଭେମାନେ ଏହି ମଣ୍ତଳୀଠାରୁ ପୃଥକ୍ ହୁଅ, ଆମ୍ଭେ ଏକନିମିଷରେ ସେମାନଙ୍କୁ ସଂହାର କରିବା।”
22
ତହୁଁ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କ’ଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳୀର କେହି ପାପ କରେ, ସମସ୍ତ ମଣ୍ତଳୀକୁ ଉତ୍ପିଡ଼ୀନ କରିବା ଉଚିତ୍ କି?”
23
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
24
“ତୁମ୍ଭେ ମଣ୍ତଳୀକୁ କୁହ, କୋରହ, ଦାଥନ ଓ ଅବୀରାମର ତମ୍ବୁଠାରୁ ଗ୍ଭଲି ଯାଆନ୍ତୁ।”
25
ମୋଶା ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ। ଇସ୍ରାଏଲର ନେତୃବର୍ଗ ସେମାନଙ୍କୁ ଅନୁସରଣ କଲେ।
26
ତହୁଁ ମୋଶା ମଣ୍ତଳୀକି କହିଲେ, “ବିନୟ କରୁଅଛି ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣିରୁ ଉଠିଯାଅ ଏବଂ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ। ନଚେତ୍ ତୁମ୍ଭେମାନେ ସେମାନଙ୍କ ପାପ ଲାଗି ବିନଷ୍ଟ ହେବ।”
27
ଏଥିରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁଠାରୁ ଗ୍ଭଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପିଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ।
28
ତା’ପରେ ମୋଶା କହିଲେ, “ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦେବି ଯେ ସଦାପ୍ରଭୁ ମୋତେ ଏସବୁ କରିବା ପାଇଁ ପଠାଇ ଅଛନ୍ତି, ମୁଁ ନିଜ ମନରୁ କିଛି କରୁ ନାହିଁ ବୋଲି ତୁମ୍ଭେମାନେ ଜାଣିବ।
29
ଯଦି ଏହି ଲୋକମାନେ ସ୍ୱାଭାବିକ ଭାବରେ ମରନ୍ତି, ତେବେ ବୁଝିବେ ସଦାପ୍ରଭୁ ମୋତେ ପଠାଇନାହାନ୍ତି।
30
ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବଶ୍ୱ ଗ୍ରାସ କରେ, ସେମାନଙ୍କୁ ଜିଅନ୍ତା କବର ଦିଅ, ତେବେ ତୁମ୍ଭେମାନେ ହୃଦ୍ବୋଧ କରିବ ଯେ, ସେମାନେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।”
31
ମୋଶା ତାଙ୍କର ଏହି ବକ୍ତବ୍ୟ ଶେଷ କରିବା ମାତ୍ରେ ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା।
32
ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସେମାନଙ୍କର ସକଳ ସମ୍ପତ୍ତି ଗ୍ରାସ କଲା।
33
ଏହିରୂପେ ସେମାନେ ଜିଅନ୍ତା କବର ନେଲେ ଓ ପୃଥିବୀ ସେମାନଙ୍କୁ ଗ୍ଭପି ଦେଲା। ଏଥିରେ ସେମାନେ ମଣ୍ତଳୀରୁ ପୋଛି ହୋଇଗଲେ।
34
ଏଥିରେ ଇସ୍ରାଏଲ ଲୋକମାନେ ସେମାନଙ୍କର କରୁଣ ଚିତ୍କାର ଶୁଣି ଏଣେ ତେଣେ ପଳାୟନ କଲେ। ଆଉ ସେମାନେ କହିଲେ, “ପୃଥିବୀ ଆମ୍ଭମାନଙ୍କୁ ମଧ୍ୟ ଗ୍ରାସ କରିବ।”
35
ଏହା ପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ସେହି 250 ଧୂପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।
36
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
37
“ଯାଜକ ହାରୋଣର ପୁତ୍ର ଇଲୀୟାସରକୁ କୁହ, ସେ ଅଗ୍ନି ମଧ୍ୟରୁ ସେହି ସମସ୍ତ ବିଶେଷ ଅଙ୍ଗାରଧାନୀ ବାହାର କରିଦେଉ। ସେ ପାଉଁଶକୁ ସେଠାରେ ବିଞ୍ଚିଦେଉ। ସେମାନେ ମୋ’ ବିରୁଦ୍ଧରେ ପାପ କରିଥିଲେ, ତେଣୁ ସେମାନଙ୍କର ଜୀବନ ଗଲା। ମାତ୍ର ସେହି ବିଶେଷ ଅଙ୍ଗାରଧାନୀ ଗୁଡ଼ିକ ପବିତ୍ର, କାରଣ ସେଗୁଡ଼ିକ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇଥିଲା। ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ଯଜ୍ଞବେଦିର ଆଚ୍ଛାଦକ ନିମନ୍ତେ ବ୍ୟବହୃତ ହେଉ। ଏହିସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ।”
39
ତେଣୁ ଇଲୀୟାସର ସେହି ଦଗ୍ଧ ଲୋକମାନଙ୍କର କଂସାର ଅଙ୍ଗାରଧାନୀ ଏକତ୍ରିତ କଲା। ସେମାନେ ଯଜ୍ଞବେଦିର ଧାତୁ ଆଚ୍ଛାଦକ ରୂପେ ଏହାକୁ ପିଟି କଲେ।
40
ଏହି ଧାତୁ ଆଚ୍ଛାଦକ ଇସ୍ରାଏଲର ଲୋକମାନଙ୍କୁ ମନେପକାଇ ଦିଏ ଯେ, ହାରୋଣଙ୍କ ପରିବାର ବ୍ୟତୀତ ଅନ୍ୟ କେହି ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳି ପାରିବେ ନାହିଁ। ଯଦି ଅନ୍ୟ କେହି ଏହି ସେବା କରିବ, ସେ କୋରହଙ୍କ ପରିବାରବର୍ଗ ପରି ହେବ ବୋଲି ଯାହା ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଜଣାଇ ଥିଲେ।
41
ହାରୋଣ ଲୋକମାନଙ୍କୁ ରକ୍ଷା କରନ୍ତି ତା’ ପରଦିନ ଇସ୍ରାଏଲ ସମସ୍ତ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ ଯେ, “ସେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ୟା କଲେ।”
42
ଯେତେବେଳେ ଲୋକମାନେ ମୋଶା ଓ ହାରୋଣ ବିରୁଦ୍ଧରେ ଏକତ୍ରିତ ହେଲେ, ସେମାନେ ବୁଲିପଡ଼ିଲେ ଓ ସମାଗମ-ତମ୍ବୁକୁ ଦେଖିଲେ ଯେ, ତାହା ମେଘରେ ଆଚ୍ଛାଦିତ ହୋଇଥିଲା ଏବଂ ସଦାପ୍ରଭୁଙ୍କର ମହିମା ଦେଖାଯାଉଥିଲା।
43
ତା’ପରେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ।
44
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
45
“ତୁମ୍ଭେମାନେ ଏହି ମଣ୍ତଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।” ଏଥିରେ ମୋଶା ଓ ହାରୋଣ ମୁହଁ ମାଡ଼ି ପଡ଼ିଲେ।
46
ତା’ପରେ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ। ଏଥିରେ ଧୂପ ଦେଇ ଶୀଘ୍ର ମଣ୍ତଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ଅତି କ୍ରୋଧିତ ହୋଇଛନ୍ତି, ମହାମାରୀ ବ୍ୟାପି ଗଲାଣି।”
47
ତେଣୁ ହାରୋଣ ମୋଶାଙ୍କ କହିବା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ିଗଲେ। ସେତେବେଳକୁ ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା। ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କଲେ।
48
ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ। ତା’ପରେ ମହାମାରୀ ନିବୃତ୍ତ ହେଲା।
49
କୋରହର କଥା ହେତୁ ମରିଥିବା ଲୋକଙ୍କୁ ଛାଡ଼ି 14,700 ଲୋକ ଏହି ମହାମାରୀରେ ମଲେ।
50
ତହୁଁ ମହାମାରୀ ନିବୃତ୍ତ ହେବାରୁ ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36