bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 7
Numbers 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 8 →
1
ଉତ୍ସଗୀକୃତ ପବିତ୍ର ତମ୍ବୁ ଅନନ୍ତର ଯେଉଁ ଦିନ ମୋଶା ପବିତ୍ର ତମ୍ବୁର କାର୍ଯ୍ୟ ଶେଷ କଲେ, ସେ ତୈଳ ଦେଇ ଏହାକୁ ଅଭିଷିକ୍ତ କଲେ ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ପବିତ୍ର କଲେ।
2
ସେହି ଦିନ ଇସ୍ରାଏଲ ଅଧିପତିଗଣ ସଦାପ୍ରଭୁଙ୍କୁ ସେମାନଙ୍କ ପରିବାରବର୍ଗର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାୟିତ୍ୱରେ ଥିଲେ।
3
ସେମାନେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗାଈ ଆଣିଲେ। ପ୍ରତ୍ୟେକ ନେତୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନେତୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ଼ ଆଣିଲେ।
4
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
5
“ସେମାନେ ଯାହା ଆଣିଛନ୍ତି ଗ୍ରହଣ କର, ସମାଗମ-ତମ୍ବୁର ସେବା ନିମନ୍ତେ ଅଛନ୍ତି। ଏହା ଲେବୀୟମାନଙ୍କୁ ଦିଅ ସେମାନଙ୍କର କାର୍ଯ୍ୟ ଅନୁସାରେ।”
6
ତେଣୁ ମୋଶା ସେହି ଶଗଡ଼ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ।
7
ଗେର୍ଶୋନୀୟ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଦୁଇ ଶଗଡ଼ ଓ ଗ୍ଭରି ଗୋରୁ ଦେଲେ।
8
ହାରୋଣ ଯାଜକର ପୁତ୍ର ସେମାନଙ୍କର କାର୍ଯ୍ୟ ଅନୁସାରେ, ମରାରି ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଗ୍ଭରି ଶଗଡ଼ ଓ ଆଠଟି ଗାଈ ଦେଲେ।
9
ମାତ୍ର ସେ କହାତ ସନ୍ତାନଗଣଙ୍କୁ କିଛି ଦେଲେ ନାହିଁ, କାରଣ ସେମାନଙ୍କର ପବିତ୍ର କାର୍ଯ୍ୟ ଥିଲା କାନ୍ଧରେ ଜିନିଷ ବହନ କରିବା।
10
ଅଧିପତିଗଣ ମଧ୍ୟ ଦାନ କଲେ, ଯେତେବେଳେ ମୋଶା ଯଜ୍ଞବେଦି ଉତ୍ସର୍ଗ କଲେ ଅର୍ଥାତ୍ ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।
11
ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”
12
ବାର ଅଧିପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଧିପତି ନିଜ ନିଜ ଉପହାର ଦେଲେ। ଏହି ଉପହାର ଗୁଡ଼ିକ ହେଲା: ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ। ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା। ଏଗୁଡ଼ିକ ଭକ୍ଷ୍ୟ ନୈବେଦ୍ୟ ଥିଲା। ପ୍ରତ୍ୟେକ ଅଧିପତି ଦଶ ଶେକଲ ଓଜନର ସୁନା ଗ୍ଭମଚ ଅଗରୁ ପୂର୍ଣ୍ଣ କରି ଆଣିଲେ। ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ। ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା। ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା। ତୃତୀୟ ଦିନ ସବୂଲୂନ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆପଣା ଉପହାର ଆଣିଲା। ଚତୁର୍ଥ ଦିନ ରୁବେନ୍ ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆପଣା ଉପହାର ଉତ୍ସର୍ଗ କଲା। ପଞ୍ଚମ ଦିନ ଶିମିୟୋନ ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ସଲୁମୀୟେଲ ତାହାର ଉପହାର ଦେଲେ। ଷଷ୍ଠ ଦିନ ଗାଦ୍ ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ନିଜ ଉପହାର ଉତ୍ସର୍ଗ କଲା। ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା। ଅଷ୍ଠମ ଦିନରେ ଗମଲିୟେଲ ପଦାହସୂରର ପୁତ୍ର, ତାହାର ଉପହାର ଆଣିଲା। ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା। ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା। ଏକାଦଶ ଦିନ ଆଶେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ନିଜ ଉପହାର ଉତ୍ସର୍ଗ କଲା। ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା।
13
ତହୁଁ ଏହିସବୁ ଦ୍ରବ୍ୟ ବେଦିର ଅଭିଷେକ ଦିନ, ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ଯଥା: ବାରଟି ରୂପାର ଥାଳୀ, ବାରଟି ରୂପାର ଗିନା ଓ ବାରଟି ସୁବର୍ଣ୍ଣ ଗ୍ଭମଚ।
14
ପ୍ରତ୍ୟେକ ରୂପା ପାତ୍ର 130 ଶେକଲ ପ୍ରତ୍ୟେକ ରୂପାଗିନା ସତୁରି ଶେକଲ ଏହି ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଅଧିକୃତ ମାପ ଅନୁସାରେ ଷାଠିଏ ପାଉଣ୍ତ ଓଜନ ଥିଲା।
15
ଉପଯୁକ୍ତ ମାପ ଅନୁସାରେ ପ୍ରତ୍ୟେକ ସ୍ୱର୍ଣ୍ଣ ଗ୍ଭମଚରେ ବାର ଧୂମ୍ମପୂର୍ଣ ସୁଗନ୍ଧି ଥିଲା, ଏ ସମସ୍ତ ଗ୍ଭମଚର ସ୍ୱର୍ଣ୍ଣ ଦଶ ଶେକଲ ଥିଲା।
16
ହୋମବଳି ନିମନ୍ତେ ସମୁଦାୟ ବାରଟି ଗୋରୁ, ବାରଟି ମେଷ ଓ ଏକବର୍ଷୀୟ ବାରଟି ମେଷବତ୍ସ, ଏବଂ ଏହିସବୁ ବଳିଦାନ ସହିତ ଶସ୍ୟ ନୈବେଦ୍ୟ ମଧ୍ୟ ଯିବ। ପାପାର୍ଥକ ବଳିଦାନ ନିମନ୍ତେ ବା ରୋଟୀ ଛାଗ ଥିଲା।
17
ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକବର୍ଷୀୟ ଷାଠିଏ ମେଷବତ୍ସ ଅଧିପତିମାନେ ଉପହାର ଦେଲେ, ମୋଶା ଯଜ୍ଞବେଦିକୁ ପ୍ରତିଷ୍ଠା କଲାପରେ ଏହିସବୁ ଉପହାର ଦିଆଗଲା।
18
ଏହା ପରେ ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କଲାବେଳେ, ନିୟମ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ର ଉପରୁ, କିରୁବଦ୍ୱୟ ମଧ୍ୟରୁ ତାଙ୍କ ପ୍ରତି କଥା କହିବାର ଶୁଣିଲେ। ଏହିରୂପେ ପରମେଶ୍ୱର ମୋଶାଙ୍କ ସହିତ କଥା ହେଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36