bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 29
Numbers 29
Odia Bible ERV 2004 (ପବିତ୍ର ବାଇବଲ)
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
1
ତୂରୀଧ୍ୱନିର ପର୍ବ “ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ।
2
ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମେଷ ଓ ସାତୋଟି ଏକବର୍ଷୀୟ ମେଷଶାବକ ହୋମବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
3
ଗୋଟିଏ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ଆଉ ଶସ୍ୟ ନୈବେଦ୍ୟରୂପେ ଉତ୍ସର୍ଗ ହେବ।
4
ଓ ସାତୋଟି ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ।
5
ପୁଣି ତୁମ୍ଭର ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍।
6
ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ।
7
ପ୍ରାୟଶ୍ଚିତ୍ତର ଦିନ “ପୁଣି ସପ୍ତମ ମାସର ଦଶମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ସେ ଦିନରେ ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସେହି ଦିନ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ।
8
ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବ।
9
ପୁଣି ତହିଁରେ ଶସ୍ୟ ନୈବେଦ୍ୟରୂପେ ଏକ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଏକ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ନେବ।
10
ଓ ସାତ ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
11
ପୁଣି ପାପାର୍ଥକ ବଳିରୂପେ ଏକ ଛାଗ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ପ୍ରାୟଶ୍ଚିତାର୍ଥକ ନୈବେଦ୍ୟ, ନିତ୍ୟ ହୋମବଳି ଓ ସେମାନଙ୍କର ନୈବେଦ୍ୟ ଓ ପେୟନୈବେଦ୍ୟ ଛଡ଼ା ଏହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।
12
ପତ୍ରକୁଟୀର ପର୍ବ “ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ପୁଣି ସାତ ଦିନ ଯାଏ ଉତ୍ସବ ପାଳନ କରିବା ଉଚିତ୍।
13
ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ରୂପେ ତେରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
14
ଶସ୍ୟ ନୈବେଦ୍ୟ ରୂପେ ପ୍ରତି ଷଣ୍ଢ ପାଇଁ ଦେଢ଼ ହିନ, ପ୍ରତି ଅଣ୍ତିରା ମେଷ ପାଇଁ ଏକ ହିନ,
15
ଓ ପ୍ରତି ମେଷବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
16
ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ସେମାନଙ୍କର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।
17
“ଆଉ ଦ୍ୱିତୀୟ ଦିନରେ, ବାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
18
ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କ ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
19
ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତିତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
20
“ଆଉ ଉତ୍ସବର ତୃତୀୟ ଦିନରେ ଏଗାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
21
ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
22
ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ସେହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବ।
23
“ଆଉ ଚତୁର୍ଥ ଦିନରେ, ଦଶ ଗୋଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
24
ଓ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
25
ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
26
“ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
27
ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
28
ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି, ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିଗୁଡ଼ିକ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।
29
“ଆଉ ପର୍ବର ଷଷ୍ଠ ଦିନରେ ଆଠଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
30
ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
31
ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
32
“ଆଉ ସପ୍ତମ ଦିନରେ ସାତୋଟି ଷଣ୍ଢ, ଦୁଇଟି ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍।
33
ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
34
ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
35
“ଆଉ ଅଷ୍ଟମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ସେହି ଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।
36
ମାତ୍ର ସଦାପ୍ରଭୁଙ୍କୁ ହୋମବଳିରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୈଣସି ଖୁଣ ନ ଥିବ।
37
ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ,
38
ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି, ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।
39
“ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।”
40
ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ମୋଶା ସେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ।
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36