bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 32
Numbers 32
Odia Bible ERV 2004 (ପବିତ୍ର ବାଇବଲ)
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 33 →
1
ଯର୍ଦ୍ଦନ ନଦୀର ପୂର୍ବସ୍ଥ ବିଭିନ୍ନ ବଂଶ ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ।
2
ତେଣୁ ଗାଦ୍ର ସନ୍ତାନଗଣ ଓ ରୁବେନ୍ର ସନ୍ତାନଗଣ ଆସି ମୋଶାଙ୍କୁ ଇଲିୟାସର ଯାଜକକୁ ଓ ମଣ୍ତଳୀର ଅଧ୍ୟକ୍ଷଗଣଙ୍କୁ କହିଲେ।
3
ସେମାନେ କହିଲେ, “ତୁମ୍ଭର ଏହି ସେବକମାନଙ୍କର ବହୁ ମେଷ ଓ ଗୋରୁଗାଈ ଅଛନ୍ତି। ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମେଷଗୁଡ଼ିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ। ସେ ସବୁ ଦେଶଗୁଡ଼ିକ ହେଲେ, ଅଟାରୋତ୍, ଦୀବୋନ, ଯାସେର, ନିମ୍ରା, ହିଷ୍ବୋନ, ଇଲିୟାଲୀ, ସିବ୍ମା, ନବୋ ଓ ବିୟୋନ।
5
ଯଦି ଏହା ତୁମ୍ଭକୁ ଆନନ୍ଦ ଦିଏ, ତୁମ୍ଭର ସେବକଗଣକୁ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଯର୍ଦ୍ଦନ ସେପାରିକୁ ନିଆ ନ ଯାଉ।”
6
ମୋଶା, ଗାଦ୍ ଓ ରୁବେନ୍ର ପରିବାରବର୍ଗକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ତୁମ୍ଭେମାନେ କ’ଣ ଏଠାରେ ରହିବା ଉଚିତ୍?
7
ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ନଦୀ ପାର ହୋଇ ସେ ଦେଶକୁ ଯିବା ପାଇଁ ତୁମ୍ଭେମାନେ କାହିଁକି ସେମାନଙ୍କୁ ନିରୁତ୍ସାହିତ କରୁଛ?
8
ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ।
9
କାରଣ ସେମାନେ ଇଷ୍କୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖିଲେ ଓ ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ଲୋକମାନଙ୍କର ମନକୁ ନିରୁତ୍ସାହିତ କଲେ।
10
ଏଣୁ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା ଏବଂ ସେ ପ୍ରତିଜ୍ଞା କଲେ।
11
‘ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତ୍ତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବେ ନାହିଁ, କାରଣ ସେମାନେ ମୋତେ ଅନୁସରଣ କଲେ ନାହିଁ।
12
କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହୋଶୂୟ ସେହି ଭୂମି ଦେଖିବେ; କାରଣ ସେମାନେ ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ଅଟନ୍ତି!’
13
“ଏହିରୂପେ ଇସ୍ରାଏଲର ଲୋକମାନଙ୍କ ଉପରେ ସଦାପ୍ରଭୁ କ୍ରୋଧ କଲେ, ସେ ସମସ୍ତ ଦୁଷ୍ଟ ପିଢ଼ି ନ ମଲା ପର୍ଯ୍ୟନ୍ତ, ସେ ସମସ୍ତଙ୍କୁ ଗ୍ଭଳିଶ୍ ବର୍ଷଯାଏ ମରୁଭୂମିରେ ଭ୍ରମଣ କରାଇଲେ।
14
ଏଠାକୁ ଦେଖ, ତୁମ୍ଭେମାନେ ତୁମ୍ଭ ପିତୃଗଣଙ୍କ ପରି କାର୍ଯ୍ୟ କଲ, ତୁମ୍ଭେମାନେ ପାପିଷ୍ଠ ଲୋକମାନଙ୍କର ନୂତନ ପିଢ଼ି ସଦାପ୍ରଭୁଙ୍କୁ ଇସ୍ରାଏଲର ଲୋକମାନଙ୍କ ପ୍ରତି କ୍ରୋଧିତ କରାଉଛ।
15
ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଅନୁସରଣ ନ କର, ସେ ଇସ୍ରାଏଲକୁ ମରୁଭୂମିରେ ଛାଡ଼ି ଦେବେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।”
16
ମାତ୍ର ରୁବେନ୍ର ଗୋଷ୍ଠୀ ଓ ଗାଦ୍ ଗୋଷ୍ଠୀର ଲୋକମାନେ ମୋଶାଙ୍କୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ମେଷମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ପିଲାମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।
17
ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ, ଆଉ ଆମ୍ଭେମାନେ ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ।
18
ଇସ୍ରାଏଲର ଲୋକମାନେ ପ୍ରତ୍ୟେକ ସେମାନଙ୍କର ଭୂମି ନ ପାଇବା ପର୍ଯ୍ୟନ୍ତ, ଆମ୍ଭେମାନେ ଆମ୍ଭେ ନିଜ ଘରକୁ ଫେରିଯାଉ ନାହିଁ।
19
ଆଉ ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ନେବୁ ନାହିଁ। କାରଣ ଯର୍ଦ୍ଦନ ଏହି ପାର୍ଶ୍ୱରେ ଆମ୍ଭମାନଙ୍କ ଅଧିକାର ରହିଅଛି।”
20
ତେଣୁ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେବେ ଏହିସବୁ କରିବ, ତେବେ ଏହି ଭୂମି ତୁମ୍ଭର ଅଧିକୃତ ହେବ। କିନ୍ତୁ ତୁମ୍ଭର ସୈନ୍ୟମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଆଗେଇ ଯିବେ।
21
ତୁମ୍ଭର ସୈନ୍ୟମାନେ ଯର୍ଦ୍ଦନ ଅତିକ୍ରମ କରି ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ଯେପର୍ଯ୍ୟନ୍ତ ସଦାପ୍ରଭୁ ତାଙ୍କର ଶତ୍ରୁଗଣଙ୍କୁ ସେହି ଭୂମିରୁ ତଡ଼ି ଦେଇ ନାହାନ୍ତି।
22
ଯେତେବେଳେ ସେହି ଦେଶ ଅକ୍ତିଆର ହୁଏ, ତା’ହାଲେ ତୁମ୍ଭେମାନେ ଗୃହକୁ ଫେରି ପାରିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁ ଓ ଇସ୍ରାଏଲଙ୍କଠାରେ ନିରପରାଧୀ ହେବ। ଆଉ ସେହି ଦେଶକୁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭେମାନେ ଅଧିକାର କରିବ।
23
ମାତ୍ର ତୁମ୍ଭେମାନେ ଯେବେ ତାହା ନ କର, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭେମାନେ ଦଣ୍ତିତ ହେବ।
24
ତୁମ୍ଭେମାନେ ନିଜ ନିଜ ପିଲାମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ମେଷଶାଳା ନିର୍ମାଣ କର, ଆଉ ନିଜ ନିଜ ପ୍ରତିଜ୍ଞା ଅନୁସାରେ କର।”
25
ତା’ପରେ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୁନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭେମାନେ କର୍ମ କରିବୁ।
26
ଆମ୍ଭମାନଙ୍କର ସ୍ତ୍ରୀ, ପିଲାମାନେ ଓ ପଶୁସକଳ ଗିଲିୟଦର ନଗରମାନଙ୍କରେ ରହିବେ।
27
ମାତ୍ର ଆମ୍ଭମାନଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଗରେ ଯର୍ଦ୍ଦନ ନଦୀ ପାର ହୋଇ ଯୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୁନିବ କହନ୍ତି।”
28
ତହୁଁ ମୋଶା ସେମାନଙ୍କ ବିଷୟରେ ଇଲିୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।
29
ପୁଣି ମୋଶା ସେମାନଙ୍କୁ କହିଲେ, “ଯଦି ଗାଦ୍ ଗୋଷ୍ଠୀର ଓ ରୁବେନ୍ ପରିବାରର ସୈନ୍ୟମାନେ ତୁମ୍ଭ ସହିତ ଯୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗରେ ଯାଆନ୍ତି, ତେବେ ତୁମ୍ଭେମାନେ ଅଧିକାରାର୍ଥେ ସୁତ୍ରରେ ସେମାନଙ୍କୁ ଗିଲିୟଦ ଦେଶ ଦେବା ଉଚିତ୍।
30
ଯଦି ସେମାନଙ୍କର ସୈନ୍ୟମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନ ହୁଅନ୍ତି, ସେମାନେ ନିଶ୍ଚୟ ତୁମ୍ଭମାନଙ୍କ ସହିତ କିଣାନ ଦେଶରେ ଭୂମି ପାଇବେ।”
31
ତହୁଁ ଗାଦ୍ ସନ୍ତାନଗଣ ଓ ରୁବେନ୍ ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦେଇଛନ୍ତି ତଦନୁସାରେ ଆମ୍ଭେମାନେ କର୍ମ କରିବୁ।
32
ଆମ୍ଭମାନଙ୍କର ସୈନ୍ୟମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୋଇ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।”
33
ତେଣୁ ମୋଶା ଗାଦ୍ ଗୋଷ୍ଠୀଗଣକୁ, ରୁବେନ୍ ଗୋଷ୍ଠୀଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ, ବାଶନର ରାଜା ଓଗ୍ର ରାଜ୍ୟ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
34
ଗାଦ୍ର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋୟେରକୁ ପୁନଃନିର୍ମାଣ କଲେ।
35
ଅଟ୍ରୋତ୍-ଶୋଫନ, ଯାସେର ଓ ଜଗବିହ,
36
ବୈତ୍ନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
37
ରୁବେନ୍ ଗୋଷ୍ଠୀଗଣ ହିଷ୍ବୋନ୍, ଇଲିୟାଲୀ ଓ କିରିୟାଥୟିମଙ୍କୁ।
38
ପୁଣି ନାମାନ୍ତରରେ ନବୋ, ବାଲ୍ମିୟୋଲ୍ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ। ସେମାନେ ଅନ୍ୟ ସହରମାନଙ୍କୁ ସେମାନଙ୍କର ମୂଳ ନାମରେ ଡାକିଲେ।
39
ମାଖୀରର ଗୋଷ୍ଠୀ ମନଃଶିର ପୁତ୍ରଗଣ ଗିଲିୟଦଙ୍କୁ ଆକ୍ରମଣ କଲେ ଓ ଇମୋରୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କର ଭୁମି ନେଇଗଲେ।
40
ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲିୟଦ ଦେଲେ, ଆଉ ସେ ସେଠାରେ ବାସ କଲେ।
41
ପୁଣି ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କର ଗ୍ରାମ ସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍ ଯାୟୀର ରଖିଲା।
42
ଆଉ ନୋବହ ଯାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36