bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 6
Numbers 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 7 →
1
ନାସରୀୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହେବା ନିମନ୍ତେ ବିଶେଷ ନାସରୀୟ ପ୍ରତିଜ୍ଞା କରିବା ଉଚିତ୍।
3
ତେବେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ୍ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।
4
ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କି ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ।
5
“ତାହାର ପ୍ରତିଜ୍ଞା ହେତୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ତା’ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ।
6
“ନାସରୀୟ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ଯିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।
7
ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସେମାନଙ୍କୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି,
8
ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
9
ଆଉ ଯଦି ନାସରୀୟ ବ୍ରତ ପାଳନ କରୁଥିବା ବ୍ୟକ୍ତିର ନିକଟରେ ରହୁଥିବା ବ୍ୟକ୍ତି ମରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତେବେ ସେ ଶୌଚ ଦିନରେ ଆପଣା ମସ୍ତକ ଲଣ୍ତା କରିବ।
10
ପୁଣି ଅଷ୍ଟମ ଦିନରେ ନାସରୀୟ ଦୁଇଟି କପୋତ କିମ୍ବା ପାରା ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ।
11
ଆଉ ଯାଜକ ତହିଁରୁ ଗୋଟିଏକୁ ପାପାର୍ଥକ ନୈବେଦ୍ୟ ରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ସେ ଶବ ସମନ୍ଧରେ ଯେଉଁ ପାପ ନାସରୀୟ କଲା, ତହିଁ ଲାଗି ପ୍ରାୟଶ୍ଚିତ କରିବ ଓ ସେ ସେହି ଦିନ ପୁନର୍ବାର ତା’ର ମସ୍ତକ ପବିତ୍ର କରିବ।
12
ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହେବ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।
13
“ସେହି ମନୁଷ୍ୟ ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ ନାସରୀୟ ପ୍ରତିଜ୍ଞା ବ୍ୟବସ୍ଥା ଅନୁସାରେ ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆସିବ।
14
ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭେଟି ଆଣିବ, ଗୋଟିଏ ଏକବର୍ଷୀୟ ହୃଷ୍ଟପୁଷ୍ଟ ପୁଂ ମେଷ ହୋମବଳି ପାଇଁ ଆଣିବ। ଗୋଟିଏ ହୃଷ୍ଟପୁଷ୍ଟ ମେଷ ପାପାର୍ଥକ ବଳି ନିମନ୍ତେ ଓ ଗୋଟିଏ ହୃଷ୍ଟପୁଷ୍ଟ ଅଣ୍ତିରା ମେଣ୍ଢା ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ।
15
ସେ ଉତ୍ସର୍ଗ କରିବ, ଏକ ଡାଲା ତାଡ଼ିଶୂନ୍ୟ ରୋଟୀ ଭଲ ମଇଦାରେ, ତେଲ ମିଶାଇ ବନାଇବ ଏବଂ ତାଡ଼ିଶୂନ୍ୟ ସରୁ ପିଠା ତେଲ ତାହା ଉପରେ ଦେଇ ବନା ହେବ। ଓ ତହିଁର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।
16
“ତା’ପରେ ଯାଜକ ହୋମବଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗରେ ଉତ୍ସର୍ଗ କରିବା ଉଚିତ୍।
17
ଏହା ପରେ ସେ ତାଡ଼ିଶୂନ୍ୟ ରୋଟୀର ଡାଲା ଏବଂ ମେଷକୁ ମଙ୍ଗଳାର୍ଥକ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।
18
“ପୁଣି ନାସରୀୟ ବ୍ରତରେ ଥିବା ସମୟରେ ସେହି ବ୍ୟକ୍ତି ସମାଗମ-ତମ୍ବୁର ସମ୍ମୁଖରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନେଇ ମଙ୍ଗଳାର୍ଥକ ନୈବେଦ୍ୟକୁ ଦଗ୍ଧ କରୁଥିବା ଅଗ୍ନିରେ ପକାଇବ।
19
“ନାସରୀୟ ବ୍ରତରେ ଥିବା ବ୍ୟକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସେହି ମେଷର ରନ୍ଧା ହୋଇଥିବା ସ୍କନ୍ଧ, ଗୋଟିଏ ତାଡ଼ିଶୂନ୍ୟ ପିଠା ସେହି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦେବ।
20
ତା’ପରେ ଯାଜକ ଦୋଳନୀୟ ନୈବେଦ୍ୟ ତାହା ସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେକିବ, ସେହି ଛାତି ଓ ଗୋଡ଼ ନୈବେଦ୍ୟ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା’ପରେ ସେହି ନାସରୀୟ ବ୍ରତ କରିଥିବା ବ୍ୟକ୍ତି ଦ୍ରାକ୍ଷାରସ ପାନ କରି ପାରିବ।
21
“ଏହି ହେଉଛି ବ୍ୟବସ୍ଥା, ଯେଉଁ ଲୋକ ବିଶେଷ ନାସରୀୟ ବ୍ରତ କରେ। ସେ ଏହି ନୈବେଦ୍ୟ ଆଣିବ, ଏତଦ୍ ବ୍ୟତିତ ଯଦି ସେ ଅନ୍ୟକିଛି ନେଇପାରିବ, ସେ ନିଶ୍ଚୟ ଯାହା ପ୍ରତିଜ୍ଞା କରିଛି ତାହା କରିବ।”
22
ଯାଜକମାନଙ୍କ ଆଶୀର୍ବାଦ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
23
“ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ,
24
‘ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦରେ ରଖନ୍ତୁ।
25
ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟିରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
26
ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।’
27
ତା’ପରେ ସଦାପ୍ରଭୁ କହିଲେ, “ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇସ୍ରାଏଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36