bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 22
Numbers 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 23 →
1
ବିଲିୟମ ଓ ମୋୟାବର ରାଜା ତା’ପରେ ଇସ୍ରାଏଲର ଲୋକମାନେ ମୋୟାବର ଯର୍ଦ୍ଦନର ସମତଳ ଭୂମିକୁ ଯାତ୍ରା କଲେ। ସେମାନେ ଯର୍ଦ୍ଦନ ନିକଟସ୍ଥ ଯିରୀହୋଠାରେ ସେମାନଙ୍କର ଛାଉଣି ସ୍ଥାପନ କଲେ।
2
ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ୍ ଦେଖିଲେ।
3
ଏଣୁ ସେ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସେମାନଙ୍କର ସଂଖ୍ୟା ବହୁତ ଥିଲା, ଆଉ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।
4
ମୋୟାବ ମିଦିୟନୀୟ ପ୍ରାଚୀନଗଣକୁ କହିଲେ ଯେ, “ଏହିସବୁ ଲୋକମାନେ ଗାଈପରି ସମଗ୍ର ଇସ୍ରାଏଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଗ୍ଭଟିଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଗ୍ଭଟି ପକାଇବେ।” ସେ ସମୟରେ ବାଲାକ୍ ମୋୟାବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ।
5
ତହୁଁ ସେ ବିୟୋରର ପୁତ୍ର ବିଲିୟମ ନିକଟକୁ ବାର୍ତ୍ତାବହ ପଠାଇଲେ। ସେହି ସମୟରେ ବିଲିୟମ ନିଜ ସମ୍ପର୍କୀୟମାନଙ୍କର ଦେଶର ଫରାତ୍ ନଦୀ ନିକଟସ୍ଥ ପାଥୋର ନଗରରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା, “ମିଶରରୁ ବହୁତ ଲୋକ ଆସିଲେ। ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହୋଇଛନ୍ତି।
6
ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ନିବେଦନ କରୁଅଛୁ। କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାଯ୍ୟ ଦ୍ୱାରା ଆମ୍ଭେ ସେମାନଙ୍କୁ ଆମ୍ଭ ରାଜ୍ୟରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେମାନେ ଭାଗ୍ୟବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।”
7
ତହୁଁ ମୋୟାବର ଓ ମିଦିୟନର ପ୍ରାଚୀନବର୍ଗ ଉପହାର ନେଇ ଆସିଲେ। ସେମାନେ ବିଲିୟମ ନିକଟରେ ଉପସ୍ଥିତ ହୋଇ ବାଲାକ ଯାହା କହିଥିଲେ ତାହା କହିଲେ।
8
ତହୁଁ ବିଲିୟମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି।” ତହୁଁ ମୋୟାବର ଅଧିପତିମାନେ ବିଲିୟମ ସହିତ ରାତ୍ରି ଯାପନ କଲେ।
9
ପରମେଶ୍ୱର ସ୍ୱପ୍ନରେ ବିଲିୟମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଗ୍ଭରିଲେ, “ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?”
10
ବିଲିୟମ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ୍ ମୋ’ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି।
11
ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସେମାନଙ୍କର ସଂଖ୍ୟା ଏତେ ଅଧିକ ଯେ ସେମାନେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମୋ’ ତରଫରୁ ସେମାନଙ୍କୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସମର୍ଥ ହେବୁ ଓ ସେମାନଙ୍କୁ ତଡ଼ି ଦେଇ ପାରିବୁ।”
12
କିନ୍ତୁ ପରମେଶ୍ୱର ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କ ସହିତ ଯିବା ଉଚିତ୍ ନୁହଁ, ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବା ଉଚିତ୍ ନୁହଁ। କାରଣ ଇସ୍ରାଏଲ ମୋର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛି।”
13
ଏଥିରେ ବିଲିୟମ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଦେଶକୁ ଗ୍ଭଲିଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବାକୁ ଅନୁମତି ଦେଲେ ନାହିଁ।”
14
ତେଣୁ ମୋୟାବର ଅଧିପତିମାନେ ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲିୟମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।”
15
ଏହା ପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିୟମ ନିକଟକୁ ପଠାଇଲେ।
16
ସେମାନେ ବିଲିୟମ ନିକଟକୁ ଯାଇ କହିଲେ, “ସିପ୍ପୋରର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ।
17
ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।”
18
ଏଥିରେ ବିଲିୟମ ବାଲାକ୍ର ଦାସମାନଙ୍କୁ କହିଲେ, “ଯଦି ବାଲାକ୍ ସୁନା, ରୂପାରେ ପରିପୂର୍ଣ୍ଣ ନିଜର ଗୃହକୁ ମୋତେ ଦେଇ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଜ୍ଞା ବାହାରକୁ ଯାଇ ପାରିବି ନାହିଁ।
19
ମାତ୍ର ମୁଁ ତୁମ୍ଭମାନଙ୍କୁ ବିନୟ କରୁଛି, ତୁମ୍ଭେମାନେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠାରେ ରୁହ। ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି।”
20
ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।”
21
ବିଲିୟମ ଓ ତାଙ୍କର ଗଧ ତା’ ପରଦିନ, ବିଲିୟମ ନିଜର ଗଧ ଉପରେ ଆରୋହଣ କରି ମୋୟାବର ଅଧିପତିମାନଙ୍କ ସହିତ ଗମନ କଲେ।
22
ସେତେବେଳେ ବିଲିୟମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢ଼ି ଯାଉଥିଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ।
23
ଏଥିରେ ବିଲିୟମଙ୍କର ଗଧ ସଦାପ୍ରଭୁଙ୍କ ଖଡ଼୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତେଣୁ ବିଲିୟମ ରାଗିଯାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।
24
ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧ୍ୟରେ ଥିବା ଗଳି ପଥରେ ଠିଆ ହେଲେ।
25
ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମର ଗୋଡ଼ କାନ୍ଥରେ ଘସି ହୋଇଗଲା। ତେଣୁ ସେ ପୁନର୍ବାର ଗଧକୁ ଗ୍ଭବୁକ ମାରିଲେ।
26
ଏହା ପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଗଧକୁ ବାମ କିମ୍ବା ଡାହାଣକୁ ଫେରିବାର ସ୍ଥାନ ନ ଥିଲା।
27
ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମକୁ ପିଠିରେ ଧରି ତଳେ ଶୋଇ ପଡ଼ିଲା। ଏଥିରେ ବିଲିୟମର କ୍ରୋଧ ପ୍ରଜ୍ୱଳିତ ହେଲା ଓ ଗଧକୁ ଆପଣା ଆଶାବାଡ଼ିରେ ପ୍ରହାର କଲେ।
28
ତହୁଁ ସଦାପ୍ରଭୁ ଗଧ ମୁଖରେ ଭାଷା ଦେଲେ, ତେଣୁ ସେ ବିଲିୟମକୁ କହିଲା, “ମୁଁ ତୁମ୍ଭର କ’ଣ କଲି? କାହିଁକି ତୁମ୍ଭେ ରାଗି ମୋତେ ତିନିଥର ପ୍ରହାର କଲ?”
29
ତହୁଁ ବିଲିୟମ ଗଧକୁ କହିଲା, “କାରଣ ତୁମ୍ଭେ ମୋତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମୋ’ ହାତରେ ଖଣ୍ତା ଥା’ନ୍ତା, ମୁଁ ତୋତେ ବର୍ତ୍ତମାନ ହତ୍ୟା କରିଥା’ନ୍ତି।”
30
ପୁଣି ଗଧ ବିଲିୟମକୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯେଉଁ ଗଧ ଉପରେ ଚଢ଼ି ଆସିଅଛ, ମୁଁ କ’ଣ ତୁମ୍ଭର ସେହି ଗଧ ନୁହେଁ? ମୁଁ କ’ଣ ଅତୀତରେ ତୁମ୍ଭ ପ୍ରତି କେବେ ଏପରି ବ୍ୟବହାର କରିଥିଲି?” ତହୁଁ ସେ କହିଲା, “ନା।”
31
ଏଥିରେ ସଦାପ୍ରଭୁ ବିଲିୟମର ଚକ୍ଷୁ ଖୋଲି ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ଖଡ଼୍ଗ ଧାରଣ କରି ଛିଡ଼ା ହୋଇଥିବା ଦେଖିଲା। ତହିଁରେ ସେ ହତାଶ ହୋଇ ଭୂମିରେ ପଡ଼ି ଗଲା।
32
ସେତେବେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, “ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତ୍ରୁରୂପେ ଆସିଅଛି, ଯେହେତୁ ତୁମ୍ଭର ଯାତ୍ରା ଭୁଲ୍ ଅଟେ।
33
ତୁମ୍ଭର ଗଧ ମୋତେ ଦେଖି ତିନିଥର ମୋ’ ସମ୍ମୁଖରୁ ଗ୍ଭଲିଗଲା। ସେ ଯେବେ ମୋ’ ସମ୍ମୁଖରୁ ଫେରି ଯାଇ ନ ଥା’ନ୍ତା, ତେବେ ନିଶ୍ଚୟ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥା’ନ୍ତି।”
34
ତହୁଁ ବିଲିୟମ ସଦାପ୍ରଭୁଙ୍କ ଦୂତକୁ କହିଲା, “ମୁଁ ପାପ କରିଅଛି, କାରଣ ତୁମ୍ଭେ ମୋ’ ବିପକ୍ଷରେ ପଥରେ ଠିଆ ହୋଇଅଛ। ଏହା ମୁଁ ଜାଣି ନ ଥିଲି। ମୋ’ ଯାତ୍ରା ଯଦି ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଗୃହକୁ ଫେରିଯିବି।”
35
ତା’ପରେ ସଦାପ୍ରଭୁଙ୍କ ଦୂତ ବିଲିୟମକୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କେବଳ ତାହା ତୁମ୍ଭେ କହିବ।” ତହୁଁ ବିଲିୟମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
36
ବାଲାକ୍ ଶୁଣିଲା ଯେ, ବିଲିୟମ ଆସୁଅଛି, ତେଣୁ ସେ (ବାଲାକ୍) ମୋୟାବ ନଗରକୁ ବିଲିୟମକୁ ସାକ୍ଷାତ କରିବା ପାଇଁ ଗଲେ। ଅର୍ଣ୍ଣୋନ ନଦୀ ନିକଟସ୍ଥ ଦେଶର ଉପାନ୍ତରେ ସେହି ନଗର ଥିଲା।
37
ବାଲାକ୍ ବିଲିୟମକୁ କହିଲେ, “ମୁଁ ତୁମ୍ଭକୁ ମୋର କୁଳିନମାନଙ୍କ ମାଧ୍ୟମରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ’ଣ ତୁମ୍ଭକୁ ପୁରସ୍କାର ଦେବାକୁ ସମର୍ଥ ନୁହେଁ କି?”
38
ତହୁଁ ବିଲିୟମ ବାଲାକଙ୍କୁ କହିଲା, “ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ୱର, ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”
39
ଏହା ପରେ ବିଲିୟମ ବାଲାକ୍ ସହିତ ଗମନ କରି କିରିୟତ ହୁଷୋତରେ ଉପସ୍ଥିତ ହେଲା।
40
ତହୁଁ ବାଲାକ୍ କିଛି ଗାଈ ଓ ମେଷ ବଳିଦାନ କରି ବିଲିୟମ ତାହାର (ବାଲାକ୍) ସଙ୍ଗୀ ଅଧିପତିମାନଙ୍କୁ ମାଂସ ଦେଲେ।
41
ତା’ ପରଦିନ ବାଲାକ୍ ବିଲିୟମକୁ ନେଇ ବାମୋତ ବାଲକୁ ଗଲା। ଆଉ ସେହିଠାରୁ ସେ ଲୋକମାନଙ୍କର ଏକତ୍ରିତ ସମାବେଶ ଦେଖିଲେ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36