bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 31
Numbers 31
Odia Bible ERV 2004 (ପବିତ୍ର ବାଇବଲ)
← Chapter 30
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 32 →
1
ଇସ୍ରାଏଲ ସନ୍ତାନଗଣଙ୍କର ମିଦିୟନୀୟମାନଙ୍କ ବିପକ୍ଷରେ ସଂଗ୍ରାମ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲ ଲୋକମାନଙ୍କ ସକାଶେ ମିଦିୟନୀୟମାନଙ୍କ ଉପରେ ପ୍ରତିଶୋଧ ନିଅ। ତା’ପରେ ତୁମ୍ଭେ ମୃତ୍ୟୁବରଣ କରିବ।”
3
ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର କେତେକ ଲୋକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କର, ସେମାନେ ମିଦିୟନୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ଯୁଦ୍ଧ କରିବେ।
4
ତୁମ୍ଭେମାନେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ସହସ୍ର ଲୋକ ଯୁଦ୍ଧ ପାଇଁ ସଂଗ୍ରହ କର।
5
ତେଣୁ ଇସ୍ରାଏଲ ବଂଶରୁ ସମୁଦାୟ ବାର ସହସ୍ର ଲୋକ ଏହି ଯୁଦ୍ଧ ପାଇଁ ସଜ୍ଜିତ ହେଲେ।”
6
ମୋଶା ସେହି 12,000 ଲୋକଙ୍କୁ, ଯୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିୟାସରର ପୁତ୍ର ପୀନ୍ହସର ହସ୍ତରେ ପବିତ୍ର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ।
7
ତହୁଁ ସେମାନେ ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ସେମାନେ ପ୍ରତ୍ୟେକ ପୁରୁଷଙ୍କୁ ବଧ କଲେ।
8
ସେମାନେ ଇବି, ରେକମ୍, ସୂର, ହୂର ଓ ରେବା ଏହି ପାଞ୍ଚ ଜଣ ମିଦିୟନୀୟ ରାଜାଙ୍କୁ ହତ୍ୟା କଲେ। ଆଉ ମଧ୍ୟ ବିୟୋରର ପୁତ୍ର ବିଲିୟମକୁ ମଧ୍ୟ ସେମାନେ ଖଡ଼୍ଗରେ ହତ୍ୟା କଲେ।
9
ଇସ୍ରାଏଲର ଲୋକମାନେ ମିଦିୟନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସେମାନେ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ।
10
ତା’ପରେ ସେମାନଙ୍କର ସକଳ ନଗର ଓ ସକଳ ଗ୍ରାମଗୁଡ଼ିକ ଦଗ୍ଧ କଲେ।
11
ଆଉ ସେମାନେ ଲୁଟିତ ଦ୍ରବ୍ୟ ସହ ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ।
12
ପୁଣି ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନତୀରସ୍ଥ ମୋୟାବ ପଦାରେ ସ୍ଥାପିତ ଛାଉଣିକୁ ଆଣିଲେ। ସେମାନେ ସେମାନଙ୍କୁ ମୋଶାଙ୍କ ନିକଟକୁ, ଯାଜକ ଇଲିୟାସର ନିକଟକୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।
13
ତା’ପରେ ମୋଶା, ଯାଜକ ଇଲିୟାସର ଓ ଲୋକମାନଙ୍କର ନେତୃଗଣ ସେମାନଙ୍କୁ ଦେଖିବାକୁ ଛାଉଣି ବାହାରକୁ ଗଲେ।
14
ସେତେବେଳେ ମୋଶା ସେନାପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କ୍ରୋଧ କଲେ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଥିଲେ।
15
ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି?
16
ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିୟମର ପରାମର୍ଶରେ ପିୟୋରଠାରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆଗେଇ ନେଇଥିଲେ। ସେଥି ସକାଶେ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ମହାମାରୀ ହେଲା।
17
ଏଣୁ ତୁମ୍ଭେମାନେ ବନ୍ଦୀମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ୟା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ହତ୍ୟା କର।
18
ମାତ୍ର ଯେଉଁ ଯୁବତୀ କନ୍ୟାମାନେ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖିବାର ଜ୍ଞାତ ହୋଇ ନାହାନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ।
19
ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମନୁଷ୍ୟ ହତ୍ୟା କରିଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସେମାନେ ସାତ ଦିନ ଛାଉଣି ବାହାରେ ରହିବେ। ସେମାନେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବା ଉଚିତ୍।
20
ତୁମ୍ଭେମାନେ ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛେଳି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।”
21
ତହୁଁ ଇଲିୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି।
22
ତୁମ୍ଭେମାନେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ୟ ଅଗ୍ନିରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବା ଉଚିତ୍।
23
ଯେଉଁ ଦ୍ରବ୍ୟ ଅଗ୍ନିରେ ପକାଯାଇ ପାରିବ ନାହିଁ ତାକୁ ଜଳରେ ଧୋଇ ଶୁଚି କରିବ।
24
ତୁମ୍ଭେମାନେ ସପ୍ତମ ଦିନରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭେମାନେ ଶୁଚି ହେବ; ତା’ପରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରି ପାରିବ।”
25
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
26
“ତୁମ୍ଭେ ଓ ଇଲିୟାସର ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ସୈନ୍ୟମାନଙ୍କ ଦ୍ୱାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ୟର ସଂଖ୍ୟା କର।
27
ସେହିସବୁ ଜିନିଷକୁ ସମାନ ଭାବରେ ସୈନ୍ୟମାନଙ୍କ ମଧ୍ୟରେ ଓ ସମସ୍ତ ମଣ୍ତଳୀ ମଧ୍ୟରେ ବାଣ୍ଟି ଦିଅ।
28
ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ, ଓ ମେଷମାନଙ୍କ ମଧ୍ୟରୁ ପ୍ରତି ପାଞ୍ଚଶହରେ ଗୋଟିଏ ଲେଖାଏଁ ଜୀବ ସଂଗ୍ରହ କର।
29
ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ।
30
ପୁଣି ଇସ୍ରାଏଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁ ମଧ୍ୟରୁ ପ୍ରତି ପଗ୍ଭଶ୍ରୁ ଗୋଟିଏ ଲେଖାଏଁ ନେଇ ଲେବୀୟମାନଙ୍କୁ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।”
31
ତହୁଁ ମୋଶାଙ୍କୁ ସଦାପ୍ରଭୁ ଯେଉଁ ଆଜ୍ଞା ଦେଇଥିଲେ ସେହି ଅନୁସାରେ ମୋଶା ଓ ଇଲିୟାସର ଯାଜକ କଲେ।
32
ଯୁଦ୍ଧରେ ଲୁଣ୍ଠିତ ଦ୍ରବ୍ୟ ମଧ୍ୟରେ 675,000 ମେଷ ଥିଲେ।
33
72,000 ଗୋରୁ।
34
61,000 ଗଧ
35
ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ।
36
ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ।
37
ସେହି ମେଷ ମଧ୍ୟରୁ ସେମାନେ 675 ସଦାପ୍ରଭୁଙ୍କୁ ମେଷ କର ସ୍ୱରୂପ ଦେଲେ।
38
ଆଉ ସେମାନଙ୍କର 36,000 ଗୋରୁ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
39
ସେମାନଙ୍କର 30,500 ଗଧ ମଧ୍ୟରୁ ସଦାପ୍ରଭୁଙ୍କର ସେଥିରେ ଏକଷଠି ଗଧ କର ସ୍ୱରୂପ ଥିଲା।
40
ପୁଣି ସେମାନଙ୍କର 16,000 ସ୍ତ୍ରୀ ଲୋକ ମଧ୍ୟରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
41
ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।
42
ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡ଼ା ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ ସନ୍ତାନଗଣକୁ ଦେଇଥିଲେ।
43
ମଣ୍ତଳୀ ସେହି ଅର୍ଦ୍ଧାଂଶ ଅନୁସାରେ 337,500 ମେଷ ପାଇଲେ।
44
36,000 ଗୋରୁ।
45
30,500 ଗଧ,
46
ଆଉ 16,000 ସ୍ତ୍ରୀ ଲୋକ ଥିଲେ।
47
ତହୁଁ ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ପଗ୍ଭଶ୍ ପ୍ରତିଶତ ଅଂଶରୁ ମୋଶା ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଗ୍ଭଶ୍ ମଧ୍ୟରୁ ଗୋଟିଏ ଲେଖାଏଁ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲେବୀୟମାନଙ୍କୁ ଦେଲେ।
48
ଏହା ପରେ ସୈନ୍ୟବାହିନୀର ନେତୃବର୍ଗ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିମାନେ ମୋଶାଙ୍କ ନିକଟକୁ ଆସିଲେ।
49
ସେମାନେ ମୋଶାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ସେବକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କେହିଜଣେ ହଜିଯାଇ ନାହାନ୍ତି।
50
ଆମ୍ଭେମାନେ ପ୍ରତ୍ୟେକ ସୈନ୍ୟଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ୱରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀୟ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହିସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।”
51
ତହୁଁ ମୋଶା ଓ ଯାଜକ ଇଲିୟାସର ସେମାନଙ୍କଠାରୁ ଏହି ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ନେଇଗଲେ।
52
ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ସବୁ ଉପହାର ସ୍ୱରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ୱର୍ଣ୍ଣ ଉପହାର 420 ପାଉଣ୍ତ ଓଜନ ଥିଲା।
53
ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ୟର ଅବଶିଷ୍ଟ ଭାଗ ରଖି ନେଇଥିଲେ।
54
ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ।
← Chapter 30
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 32 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36