bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 3
Numbers 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 4 →
1
ହାରୋଣଙ୍କର ବଂଶ ଯାଜକ ସେହି ଦିନ ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କ ସଙ୍ଗେ କଥା ହେଲେ, ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି।
2
ହାରୋଣଙ୍କର ଗ୍ଭରିପୁତ୍ର ମଧ୍ୟରେ ପ୍ରଥମଜାତ ନାଦବ, ତା’ପରେ ଅବୀହୂ, ଇଲିୟାସର ଓ ଈଥାମର।
3
ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁମାନେ ଯାଜକରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକତ୍ୱ ପଦ କରିବା ପାଇଁ ନିଯୁକ୍ତ କରିଥିଲେ।
4
ମାତ୍ର ନାଦବ ଓ ଅବୀହୂ ସୀନୟ ପ୍ରାନ୍ତରରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ୟାଗ କଲେ। ସେମାନଙ୍କର ପୁତ୍ର ନ ଥିଲା; ଏଣୁ ଇଲିୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତିରେ ଯାଜକକର୍ମ କଲେ।
5
ଲେବୀୟମାନେ ଯେଉଁମାନେ ଯାଜକଙ୍କର ସହକାରୀ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
6
“ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।
7
ସେମାନଙ୍କର ସମାଗମ-ତମ୍ବୁ ନିକଟରେ ରକ୍ଷକ ହେବେ। ସମଗ୍ର ଇସ୍ରାଏଲ ସମାଜ ପାଇଁ ସେମାନେ ମଧ୍ୟ ପବିତ୍ର ଛାଉଣିରେ କାର୍ଯ୍ୟ କରିବେ।
8
ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ।
9
“ଆଉ ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା।
10
“ପୁଣି ତୁମ୍ଭେ ହାରୋଣ, ତା’ର ପୁତ୍ରଗଣଙ୍କୁ ଯାଜକରୂପେ ନିଯୁକ୍ତ କରିବ। ସେମାନେ ଯାଜକରୂପେ ସେବାକାର୍ଯ୍ୟ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆସେ, ତାକୁ ଆଇନ ସଙ୍ଗତ କାର୍ଯ୍ୟ କରିବ।”
11
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
12
“ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ।
13
“ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।”
14
ଅନନ୍ତର ସଦାପ୍ରଭୁ ସୀନୟ ମରୁଭୂମିରେ ମୋଶାଙ୍କୁ ପୁଣି କହିଲେ,
15
“ଲେବୀୟମାନଙ୍କୁ ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବୟସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।”
16
ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।
17
ଲେବୀର ତିନି ପୁତ୍ର ଥିଲେ ଓ ସେମାନଙ୍କର ନାମ ହେଲା ଗେର୍ଶୋନ, କହାତ୍ ଓ ମରାରି।
18
ଗେର୍ଶୋନ ପରିବାରବର୍ଗର ନାମ ଲିବ୍ନି ଓ ଶିମିୟି।
19
ପୁଣି ଆପଣା ବଂଶ ଅନୁସାରେ କହାତର ପରିବାରବର୍ଗର ନାମ ଅମ୍ରମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ।
20
ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି। ଏମାନେ ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କ ବଂଶ।
21
ଗେର୍ଶୋନଠାରୁ ଲିବ୍ନି ବଂଶ ଓ ଶିମିୟିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀୟ ବଂଶ।
22
ଏମାନଙ୍କ ମଧ୍ୟରେ ଓ ଏକ ମାସରୁ ଅଧିକ ବୟସ୍କ ବାଳକ ଗଣନା ଅନୁସାରେ 7,500 ହେଲେ।
23
ଗେର୍ଶୋନୀୟ ପରିବାରବର୍ଗ ପଶ୍ଚିମ ଦିଗରେ ପବିତ୍ର ତମ୍ବୁର ପଶ୍ଚାତ ଭାଗରେ ଛାଉଣି ସ୍ଥାପନ କରିବେ।
24
ପୁଣି ଲାୟେଲର ପୁତ୍ର ଇଲୀୟାସଫ ଗେର୍ଶୋନୀୟ ପରିବାରବର୍ଗର ଅଧିପତି ଥିଲା।
25
ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା।
26
ସେମାନେ ପବିତ୍ର ତମ୍ବୁର ପ୍ରାଙ୍ଗଣରେ ଓ ବେଦିରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।
27
ପୁଣି କହାତ୍ଠାରୁ ଅମ୍ରମୀୟ ବଂଶ ଯିଷ୍ହରିୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀୟ ବଂଶ ହେଲେ।
28
ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କର ସଂଖ୍ୟା କହାତୀୟ ପରିବାରବର୍ଗର 8,300 ଓ ସେମାନେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିଯୁକ୍ତ ହେଲେ।
29
କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ପବିତ୍ର ତମ୍ବୁ ନିକଟରେ ଛାଉଣି ସ୍ଥାପନ କରିବେ।
30
ଇଲୀଷାଫନ୍ ଉଷୀୟେଲର ପୁତ୍ର କହାତୀୟ ପରିବାରବର୍ଗର ଅଧିପତି ହେବ।
31
ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ।
32
ଯାଜକ ହାରୋଣର ପୁତ୍ର ଇଲିୟାସର ସମସ୍ତଙ୍କ ମଧ୍ୟରେ ପ୍ରଧାନ ଲେବୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷୟର କାର୍ଯ୍ୟ କରନ୍ତି ସେମାନଙ୍କର ତତ୍ତ୍ୱାବଧାନ କରିବ।
33
ମହଲୀୟ ପରିବାରବର୍ଗ ଏବଂ ମୂଶୀୟ ପରିବାରବର୍ଗ ମରାରୀୟଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀୟ ପରିବାର ଅନ୍ତର୍ଭୁକ୍ତ।
34
ପୁଣି ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ।
35
ଆଉ ଅବୀହୟଲର ପୁତ୍ର ସୂରୀୟେଲ ମରାରି ପରିବାରବର୍ଗର ଅଧିପତି ହେବ। ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
36
ମରାରି ପରିବାରର ସଭ୍ୟମାନେ କାଠପଟାଗୁଡ଼ିକ, ଅର୍ଗଳଗୁଡ଼ିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀୟ କାର୍ଯ୍ୟର ଦାୟିତ୍ୱ ବହନ କରିବେ।
37
ସେମାନେ ମଧ୍ୟ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣରେ ବ୍ୟବହାର ହୁଏ ଏହି ସମସ୍ତର ଦାୟିତ୍ୱ ନେବେ।
38
ମୋଶା, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖରେ ଛାଉଣି ସ୍ଥାପନ କରିବେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ପବିତ୍ର ସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ଯାଏ, ତାକୁ ମୃତ୍ୟୁଦଣ୍ତ ଦିଆଯିବ।
39
ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାରେ ଲେବୀୟମାନଙ୍କୁ ଗଣନା କଲେ। ଲେବୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ୟା 22,000 ହେଲେ।
40
ଲେବୀୟମାନଙ୍କ ପ୍ରଥମଜାତ ସନ୍ତାନଙ୍କ ସ୍ଥାନ ଗ୍ରହଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବୟସ୍କ ସମସ୍ତ ଗଣନା କର ଓ ସେମାନଙ୍କର ନାମ ତାଲିକା କର।
41
ମୁଁ ସଦାପ୍ରଭୁ, ମୁଁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳରେ ଲେବୀୟମାନଙ୍କୁ ଗ୍ରହଣ କରିବି। ପୁଣି ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳରେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବି।”
42
ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଇସ୍ରାଏଲର ଲୋକ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।
43
ପୁଣି ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ୟାନୁସାରେ ସେମାନଙ୍କର ସଂଖ୍ୟା 22,273 ହେଲା।
44
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
45
“ତୁମ୍ଭେ ସମସ୍ତ ଲେବୀୟ ଏବଂ ତାଙ୍କର ସମସ୍ତ ପଶୁ ଇସ୍ରାଏଲର ପ୍ରଥମଜାତ ଏବଂ ଇସ୍ରାଏଲର ପଶୁମାନଙ୍କ ପ୍ରଥମଜାତ ବଦଳରେ ଗ୍ରହଣ କର। ଆଉ ଲେବୀୟମାନେ ମୋର ହେବେ, ମୁଁ ସଦାପ୍ରଭୁ ଅଟେ।
46
ଇସ୍ରାଏଲରେ ଲେବୀୟମାନଙ୍କଠାରୁ 273 ଅଧିକ ପ୍ରଥମଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚୟ ମୁକୁଳା ଯିବେ।
47
ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶେକଲ ନେବ। କୋଡ଼ିଏ ଗେରାରେ ଏକ ଶେକଲ।
48
ସେହି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ୟ ଦିଅ।”
49
ତେଣୁ ମୋଶା ସେହି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ।
50
ଇସ୍ରାଏଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ 1365 ଶେକଲ ନେଲେ।
51
ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସେହି ମୁକ୍ତି ମୂଲ୍ୟ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36