bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 9
Numbers 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 10 →
1
ନିସ୍ତାରପର୍ବ ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ମରୁଭୂମିରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ ପାଳନ କରନ୍ତୁ।
3
ଏହିମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।”
4
ତହୁଁ ମୋଶା ଇସ୍ରାଏଲ ଲୋକମାନଙ୍କୁ ନିସ୍ତାରପର୍ବ ପାଳନ କରିବା ପାଇଁ କହିଲେ।
5
ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ।
6
ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାରପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।
7
ଏହି ଲୋକମାନେ ମୋଶାଙ୍କୁ କହିଲେ, “ଶବ ସ୍ପର୍ଶ କରି ଆମ୍ଭେମାନେ ଅଶୁଚି ହୋଇଅଛୁ। ତେଣୁ ସମସ୍ତ ଇସ୍ରାଏଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନ ଯିବ?”
8
ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରୁହ, ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ମୁଁ ପଗ୍ଭରେ।”
9
ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ,
10
“ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ୟଦ୍ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ, କିମ୍ବା କେହି ଜଣେ ଯଦି ଦୂର ସ୍ଥାନରେ ପଥିକ ହୁଏ, ତଥାପି ସେମାନେ ନିସ୍ତାରପର୍ବ ପାଳନ କରି ପାରିବେ।
11
ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ।
12
ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
13
ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା’ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।
14
“ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାରପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ୱଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହେବ।”
15
ମେଘ ଓ ଅଗ୍ନି ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା।
16
ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତିରେ ଏହା ଅଗ୍ନିତୁଲ୍ୟ ଦେଖାଗଲା।
17
ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତେବେଳେ ଇସ୍ରାଏଲର ଲୋକମାନେ ଯାତ୍ରା କଲେ, ପୁଣି ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲର ଲୋକମାନେ ସେହିଠାରେ ଛାଉଣି ସ୍ଥାପନ କଲେ।
18
ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ।
19
ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ।
20
କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।
21
ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ।
22
ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ।
23
ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36