bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 4
Numbers 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 5 →
1
କହାତ ପରିବାରର କାର୍ଯ୍ୟ ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2
“ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।
3
ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ଯୋଗ୍ୟ ସେମାନଙ୍କୁ ଗଣନା କର।
4
ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର ଯତ୍ନ ନେବା କହାତ ପରିବାରବର୍ଗର କାର୍ଯ୍ୟ ଅଟେ।
5
“ଯେତେବେଳେ ଛାଉଣି ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦାରେ ପବିତ୍ର ନିୟମ ସିନ୍ଦୁକକୁ ଢାଙ୍କିବେ।
6
ସେମାନେ ପୁନର୍ବାର ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତା’ପରେ ସେମାନେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗୀ ଲଗାଇବେ।
7
“ଏହା ପରେ ସେମାନେ ପବିତ୍ର ମେଜ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଗ୍ଭମଚ, ପାତ୍ର ଜାର୍ ପେୟନୈବେଦ୍ୟ ରଖିବା ଉଚିତ୍। ଦର୍ଶନୀୟ ରୋଟୀ ସବୁବେଳେ ସେଥିରେ ରଖିବା ଉଚିତ୍।
8
ତା’ପରେ ସେ ସମସ୍ତ ଉପରେ ସେମାନେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା’ପରେ ଶିଶୁକଚର୍ମରେ ଆଚ୍ଛାଦନ କରିବେ। ତା’ପରେ ସେମାନେ ସେହି ସାଙ୍ଗୀ କଡ଼ା ଭିତରେ ପୁରାଇବେ।
9
“ଏହା ପରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୋକର ଦ୍ୱୀପରୁଖା, ତାହାର ପ୍ରଦୀପ, ତାହାର ଅଙ୍ଗାରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଚ୍ଛାଦନ କରିବା ଉଚିତ୍।
10
ପୁଣି ସେମାନେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧ୍ୟରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।
11
“ପୁଣି ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମରେ ଢାଙ୍କିବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ପୁରାଇବେ।
12
“ତା’ପରେ ସେମାନେ ସେବାର୍ଥକ ସମସ୍ତ ପବିତ୍ର ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ଗୁଡ଼ାଇ ରଖିବେ। ସେମାନେ ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଏବଂ ତା’ପରେ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।
13
“ପୁଣି ସେମାନେ ଯଜ୍ଞବେଦିରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣି ରଙ୍ଗର ବସ୍ତ୍ର ବିଛାଇବେ।
14
ଆଉ ତା’ଉପରେ ସେମାନେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ଯଜ୍ଞବେଦିରେ ସେବାର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସେମାନେ ତା’ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ଲଗାଇବେ।
15
“ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ।
16
“ଆଉ ସମସ୍ତ ଆବାସର, ତତ୍ତ୍ୱାବଧାନ ସେହି ପବିତ୍ର ତମ୍ବୁ ଏବଂ ତନ୍ମଧ୍ୟସ୍ଥିତ ସମସ୍ତ ପବିତ୍ର ସ୍ଥାନ ଏବଂ ସମସ୍ତ ଦ୍ରବ୍ୟ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣର ପୁତ୍ର ଇଲିୟାସର ଯାଜକର ହେବ।”
17
ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
18
“ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।
19
ମାତ୍ର ସେମାନେ ମହାପବିତ୍ର ସ୍ଥାନରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲାବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରକୁ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ।
20
ସେମାନେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସେମାନେ ଯେତେବେଳେ ଯିବା ପାଇଁ ସଜାଡ଼ୁଛନ୍ତି। କାରଣ ଯଦି ସେମାନେ ତାହା କରନ୍ତି, ତେବେ ସେମାନେ ମରିଯିବେ।”
21
ଗେର୍ଶୋନବଂଶର ସେବାକାର୍ଯ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
22
“ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର।
23
ଯେଉଁମାନେ ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ମଧ୍ୟରେ ଓ ସମାଗମ-ତମ୍ବୁରେ ସେବା କରି ପାରିବେ, ସେମାନଙ୍କୁ ଗଣନା କର।
24
“ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନ ବଂଶର ସେବା ଏହି।
25
ସେମାନେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ-ତମ୍ବୁର ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର ବହନ କରିବେ।
26
ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ଯଜ୍ଞବେଦି, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହନ କରିବେ ଓ ସେହିସବୁରେ ଯେଉଁ କାର୍ଯ୍ୟ କରିବାକୁ ହୁଏ ତାହା ସବୁ କରିବା ଉଚିତ୍।
27
ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ଦ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ଯ୍ୟ ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସେମାନଙ୍କୁ, ଯାହାସବୁ ଦାୟୀତ୍ୱ ବହନ କରନ୍ତି ସେହି କାର୍ଯ୍ୟ ଭାର ଦେବା ଉଚିତ୍।
28
ସମାଗମ-ତମ୍ବୁରେ ଗେର୍ଶୋନୀୟ ପରିବାରବର୍ଗଙ୍କୁ ଏହି ସେବା ଦିଆଯାଏ। ଈଥାମର ଯାଜକ ହାରୋଣଙ୍କ ପୁତ୍ର ସେମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରିବେ।”
29
ମରାରି ବଂଶର ସେବାକାର୍ଯ୍ୟ “ତୁମ୍ଭେ ମରାରି ସନ୍ତାନଗଣର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ।
30
ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ପର୍ଯ୍ୟନ୍ତ ବୟସ୍କ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରି ପାରିବେ, ସେମାନଙ୍କୁ ଗଣନା କରିବ।
31
ଏହି ଦାୟିତ୍ୱ ସେମାନେ ବହନ କରି ପାରିବେ, ସେମାନେ ସମାଗମ-ତମ୍ବୁର କାଠପଟାସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।
32
ସେମାନେ ପ୍ରାଙ୍ଗଣର ବାଡର ଖମ୍ବକୁ, ସେଗୁଡ଼ିକର ଭିତ୍ତିକୁ, ସେଗୁଡ଼ିକର ଖିଲକୁ, ସେଗୁଡ଼ିକର ରଜ୍ଜକୁ, ତାହା ସହିତ ସଂଯୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ନିର୍ଦ୍ଧିଷ୍ଟ କାର୍ଯ୍ୟଭାର ବହନ କରିବାକୁ ଦେବା ଉଚିତ୍।
33
ସମାଗମ-ତମ୍ବୁରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦେଖା ରେଖା କରିବାର ଦାୟିତ୍ୱ ହେବ।”
34
ଲେବୀୟ ବଂଶ ଅନନ୍ତର ମୋଶା, ହାରୋଣ ଓ ଇସ୍ରାଏଲର ନେତାଗଣ କହାତୀୟ ଲୋକମାନଙ୍କୁ ସେମାନଙ୍କର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ,
35
ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେବେ, ସେମାନଙ୍କୁ ଗଣନା କଲେ।
36
ଏହି କର୍ମପାଇଁ ଯୋଗ୍ୟ କହାତୀୟ ବଂଶର ଲୋକମାନଙ୍କ ସଂଖ୍ୟା 2750 ହେଲା।
37
ଏହିମାନେ କହାତୀୟ ବଂଶର ଲୋକ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ସେମାନଙ୍କୁ ଗଣନା କଲେ।
38
ଆଉ ମଧ୍ୟ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ।
39
ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ ସେମାନଙ୍କୁ ଗଣା ଗଲା।
40
ଗେର୍ଶୋନ ବଂଶରେ ପିତୃଗୃହ ଅନୁସାରେ ଗଣନା କରାଯିବାରୁ ସେମାନଙ୍କ ସଂଖ୍ୟା 2630 ହେଲା।
41
ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗରେ ଗଣ୍ୟ ହେଲେ ଓ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।
42
ଆଉ ମଧ୍ୟ ମରାରି ବଂଶ ମଧ୍ୟରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ।
43
ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ, ସେମାନେ ଗଣ୍ୟ ହେଲେ।
44
ସେମାନେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ଯିବାରୁ ସେମାନଙ୍କ ସଂଖ୍ୟା 3200 ହେଲା।
45
ଏମାନେ ମରାରି ସନ୍ତାନଗଣର ବଂଶରେ ଗଣ୍ୟ ହୋଇଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
46
ତେଣୁ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଲେବୀୟମାନଙ୍କୁ ସେମାନଙ୍କର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ।
47
ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ଓ ଭାର ବହିବା କର୍ମରେ ନିଯୁକ୍ତି ହେଲେ, ସେମାନେ ସମସ୍ତେ ଗଣା ଗଲେ।
48
ସେମାନଙ୍କ ସଂଖ୍ୟା 8580 ହେଲା।
49
ମୋଶାଙ୍କୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ସେ ସେମାନଙ୍କର ସେବା ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ୟ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶାଙ୍କ ଦ୍ୱାରା ଏହା କରାଗଲା।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36