bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 20
Numbers 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 21 →
1
ମରିୟମର ମୃତ୍ୟୁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।
2
ମୋଶାଙ୍କର ଭ୍ରମ ସେହି ସ୍ଥାନରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ରିତ ହେଲେ।
3
ସେହି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ! ଆମ୍ଭେମାନେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ପଛେ ମରିଥା’ନ୍ତୁ।
4
ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଗ୍ଭହୁଁଛ ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏଠାରେ ମରିବୁ?
5
ତୁମ୍ଭେମାନେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ଯ୍ୟ ସ୍ଥାନକୁ ଆଣିଲ? ଏଠାରେ ଶସ୍ୟ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ୟ ପାଣି ନାହିଁ।”
6
ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।
7
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
8
“ତୁମ୍ଭେ ଆଶାବାଡ଼ି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭେମାନେ ସେମାନଙ୍କ ସମ୍ମୁଖରେ ସେହି ଶୈଳକୁ ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ସେହି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସେମାନଙ୍କର ପଶୁଗଣଙ୍କୁ ଜଳ ପାନ କରାଇବ।”
9
ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ସମ୍ମୁଖରେ ପଡ଼ିଥିବା ଆଶାବାଡ଼ି ନେଲେ।
10
ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।”
11
ଏହା ପରେ ମୋଶା ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡ଼ିରେ ସେହି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସେମାନଙ୍କର ପଶୁଗଣ ଜଳପାନ କଲେ।
12
ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ସମ୍ମୁଖରେ ମୋ’ଠାରେ ବିଶ୍ୱାସ କଲ ନାହିଁ ଏବଂ ଲୋକମାନଙ୍କ ଆଗରେ ମୋତେ ପବିତ୍ର ରୂପେ ସମ୍ମାନ ଦେଲ ନାହିଁ। ଏଣୁ ତୁମ୍ଭେମାନେ ଏହି ଲୋକମାନଙ୍କୁ ସେହି ଦେଶ ଭିତରକୁ ନେବ ନାହିଁ, ଯାହା ମୁଁ ସେମାନଙ୍କୁ ଦେଇଛି।”
13
ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ।
14
ଇଦୋମ ଇସ୍ରାଏଲକୁ ଯିବାକୁ ନ ଦେବା ଅନନ୍ତର ମୋଶା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, “ତୁମ୍ଭର ଭ୍ରାତା ଇସ୍ରାଏଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଳେଶ ଘଟି ଅଛି ଜାଣ।
15
ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।
16
ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। “ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ।
17
ଆମ୍ଭେ ବିନୟ କରୁଅଛୁ, ଦୟାକରି ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦେଇ ଯିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ କେବଳ ରାଜପଥ ଦେଇ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ଯ୍ୟନ୍ତ ଦକ୍ଷିଣ କିମ୍ବା ବାମକୁ ଯିବୁ ନାହିଁ।”
18
କିନ୍ତୁ ଇଦୋମ କହିଲେ, “ତୁମ୍ଭେମାନେ ଆମ୍ଭ ଦେଶ ମଧ୍ୟଦେଇଯିବ ନାହିଁ, ଗଲେ ଆମ୍ଭେ ଖଡ଼୍ଗ ନେଇ ତୁମ୍ଭ ବିରୁଦ୍ଧରେ ଲଢ଼ିବା।”
19
ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭେମାନେ କେବଳ ତୁମ୍ଭ ସଡ଼କ ଦେଇ ଯିବୁ। ଯଦି ଆମ୍ଭେମାନେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ, ଆମ୍ଭେମାନେ କେବଳ ତୁମ୍ଭ ଦେଶ ଦେଇ ପାଦରେ ଯିବୁ। ଆମ୍ଭେମାନେ ଆଉକିଛି କରିବୁ ନାହିଁ।”
20
ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, “ନା!” ତା’ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ନେଇ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ବାହାରିଲେ।
21
ଏହିପରି ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇ ଯିବାର ଅନୁମତି ଦେଲେ ନାହିଁ। ତେଣୁ ଇସ୍ରାଏଲ ତାଙ୍କ ନିକଟରୁ ଫେରିଯାଇ ଅନ୍ୟ ବାଟରେ ଗଲେ।
22
ହାରୋଣଙ୍କ ମୃତ୍ୟୁ ସମସ୍ତ ଇସ୍ରାଏଲର ଲୋକମାନେ କାଦେଶରୁ ହୋର ପର୍ବତକୁ ଯାତ୍ରା କଲେ।
23
ହୋର ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
24
“ହାରୋଣର ଏହା ମୃତ୍ୟୁ ସମୟ ଓ ସେ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବ। ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମୋ’ ବିରୁଦ୍ଧରେ ବିଦ୍ରୋହ କଲ।
25
“ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିୟାସରକୁ ହୋର ପର୍ବତ ଉପରକୁ ନେଇଯାଅ।
26
ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢ଼ିନେବା ଉଚିତ୍ ଓ ତା’ର ପୁତ୍ର ଇଲିୟାସରକୁ ସେଗୁଡ଼ିକ ପିନ୍ଧାଇ ଦେବା ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ଯିବ।”
27
ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶା, ହାରୋଣ ଓ ଇଲିୟାସର ଇସ୍ରାଏଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖରେ ହୋର ପର୍ବତକୁ ଉଠିଲେ।
28
ମୋଶା ହାରୋଣଙ୍କ ପବିତ୍ର ବସ୍ତ୍ର କାଢ଼ିଲେ ଓ ସେଗୁଡ଼ିକ ଇଲିୟାସରକୁ ପିନ୍ଧାଇଲେ। ତା’ପରେ ହାରୋଣ ପର୍ବତ ଉପରେ ମଲେ। ମୋଶା ଓ ଇଲିୟାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।
29
ଇସ୍ରାଏଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ୟୁ ଜାଣିଲେ। ତେଣୁ ପ୍ରତ୍ୟେକ ଇସ୍ରାଏଲୀୟ ତିରିଶ୍ ଦିନ ପର୍ଯ୍ୟନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36