bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 34
Numbers 34
Odia Bible ERV 2004 (ପବିତ୍ର ବାଇବଲ)
← Chapter 33
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 35 →
1
କିଣାନର ଚତୁଃସୀମା ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲର ଲୋକମାନଙ୍କୁ କୁହ: “ଯେତେବେଳେ ତୁମ୍ଭେମାନେ କିଣାନ ଦେଶରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହେବ। ଏଗୁଡ଼ିକ ସେହି ଦେଶର ସୀମା ହେବ।
3
ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ୍ ପ୍ରାନ୍ତର ପର୍ଯ୍ୟନ୍ତ ହେବ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ।
4
ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବ୍ବୀମ ଘାଟ ଦେଇ ସୀନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ ବର୍ଣ୍ଣୟେର ଦକ୍ଷିଣ ଦେଇ ହତ୍ସର-ଅଦରକୁ ଆସି ଅସ୍ମୋନ ପର୍ଯ୍ୟନ୍ତ ଯିବ।
5
ଏହା ପରେ ସେହି ସୀମା ଅସ୍ମୋନରୁ ମିଶର ନଦୀ ଆଡ଼କୁ ବିସ୍ତୃତ ହେବ ଓ ସେହି ଭୂମଧ୍ୟସାଗର ନିକଟରେ ଶେଷ ହେବ।
6
ଭୂମଧ୍ୟସାଗର ପଶ୍ଚିମ ସୀମା ହେବ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ।
7
ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଏହା ଭୂମଧ୍ୟସାଗରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ହେବ।
8
ହୋରଠାରୁ ଏହି ସୀମା ଆରମ୍ଭ ହୋଇ ହମାତ ପର୍ଯ୍ୟନ୍ତ ବିସ୍ତୃତ ହୋଇ ସଦାଦ୍ ନିକଟରେ ଶେଷ ହେବ।
9
ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ଯ୍ୟନ୍ତ ବିସ୍ତୃତ ହୋଇ ହତ୍ସର-ଐନନରେ ଶେଷ ହେବ।
10
ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହତ୍ସର-ଐନନଠାରୁ ଆରମ୍ଭ ହୋଇ ଶଫାମ୍ ପର୍ଯ୍ୟନ୍ତ ଯିବ।
11
ସେହି ସୀମା ଶଫାମ୍ଠାରୁ ଐନନ ପୂର୍ବଦିଗ ଆଡ଼କୁ ଶେଷରେ ରିବ୍ଲାର ପାଦଭୂମି ପର୍ଯ୍ୟନ୍ତ ଯିବ ଏବଂ ପୂର୍ବରେ ଏହା ଗାଲିଲୀ ହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହେବ।
12
ପୁଣି ସେ ସୀମା ଯର୍ଦ୍ଦନ ଦେଇ ଯିବ ଓ ମୃତ ସମୁଦ୍ର ନିକଟରେ ଶେଷ ହେବ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହେବ।”
13
ତେଣୁ ମୋଶା ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବାକୁ ଆଜ୍ଞା ଦେଇଅଛନ୍ତି, ତୁମ୍ଭେମାନେ ଯାହାକୁ ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ, ସେହି ଦେଶ ଏହି।
14
ରୁବେନ୍, ଗାଦ୍ ଗୋଷ୍ଠୀଗଣ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ ଆପଣା ଆପଣା ପରିବାର ଅନୁସାରେ ସେମାନଙ୍କର ଅଧିକାର ପାଇଛନ୍ତି।
15
ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ଯିରୀହୋ ପୂର୍ବଦିଗରେ ଯର୍ଦ୍ଦନର ଆରପାରିରେ ସେମାନଙ୍କର ଅଧିକାର ପାଇଅଛନ୍ତି।”
16
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
17
“ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସେମାନେ ହେଉଛନ୍ତି ଯାଜକ ଇଲିୟାସର ଓ ନୂନର ପୁତ୍ର ଯିହୋଶୂୟ।
18
ପୁଣି ତୁମ୍ଭେମାନେ ଦେଶ ଭାଗ କରିବା ନିମନ୍ତେ ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନେତୃବର୍ଗ ବାଛିବ।
19
ସେହି ଅଧିପତିଗଣଙ୍କର ନାମ ଏହି: ଯିହୁଦା ଗୋଷ୍ଠୀବର୍ଗରୁ ଯିଫୁନ୍ନିର ପୁତ୍ର କାଲେବ୍।
20
ଶିମିୟୋନର ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ଶମୂୟେଲ।
21
ବିନ୍ୟାମୀନ ଗୋଷ୍ଠୀବର୍ଗରୁ କିଶଲୋନର ପୁତ୍ର ଇଲୀଦଦ୍।
22
ଆଉ ଦାନ ଗୋଷ୍ଠୀବର୍ଗରୁ ଯଗ୍ଳିର ପୁତ୍ର ବୁକ୍କି।
23
ଯୋଷେଫ ବଂଶଧର ମଧ୍ୟରୁ ମନଃଶି ଗୋଷ୍ଠୀରୁ ଏଫୋଦର ପୁତ୍ର ହନ୍ନୀୟେଲ।
24
ପୁଣି ଇଫ୍ରୟିମ ଗୋଷ୍ଠୀବର୍ଗରୁ ଶିପ୍ତନର ପୁତ୍ର କମୂୟେଲ।
25
ଆଉ ସବୂଲୂନ ଗୋଷ୍ଠୀବର୍ଗରୁ ପର୍ଣ୍ଣକର ପୁତ୍ର ଇଲୀଷାଫନ୍।
26
ଇଷାଖର ଗୋଷ୍ଠୀବର୍ଗରୁ ଅସ୍ସନର ପୁତ୍ର ପଲ୍ଟିୟେଲ।
27
ପୁଣି ଆଶେର ଗୋଷ୍ଠୀବର୍ଗରୁ ଶଲୋମିର ପୁତ୍ର ଅହୀହୂଦ୍।
28
ନପ୍ତାଲି ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ପଦହେଲ୍।”
29
କିଣାନ ଦେଶରେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।
← Chapter 33
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 35 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36