bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 5
Numbers 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 6 →
1
ଶୁଚି ସମ୍ବନ୍ଧୀୟ ନିୟମ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଏକ ମନୁଷ୍ୟକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମେହ ଓ ଯିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚୟ ଛାଉଣିରୁ ବାହାରକୁ ଯିବ, ଇସ୍ରାଏଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।
3
ପୁରୁଷ ବା ସ୍ତ୍ରୀ ଯିଏ ହେଉନା କାହିଁକି ଛାଉଣିର ବାହାରେ ତୁମ୍ଭେ ସେମାନଙ୍କୁ ରଖିବ। ଯଦ୍ଦ୍ୱାରା ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି କରିବେ ନାହିଁ।”
4
ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ ଓ ସେମାନଙ୍କୁ ଛାଉଣିର ବାହାରେ ରଖିଲେ।
5
ଦୋଷ ପାଇଁ ପରିଶୋଧ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
6
“ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଅପରାଧ କରେ, ତେବେ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ମଧ୍ୟ ଅପରାଧ କରିଛନ୍ତି। ସେମାନେ ଦୋଷୀ।
7
ତେଣୁ ସେ ଲୋକ ଆପଣାକୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ପାଇଁ କ୍ଷତିପୂରଣ ଦେବ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଛି ତାକୁ ପରିଶୋଧ କରିବ।
8
ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦେବା କଥା ସେ ଯଦି ମୃତ ହୋଇଥାଏ ଓ ତାହାର ଜ୍ଞାତିରେ କେହି ନ ଥା’ନ୍ତି, ତେବେ ସେ ସଦାପ୍ରଭୁଙ୍କୁ ପରିଶୋଧ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦେବ, ତାହା ଯାଜକର ହେବ ଓ ତାହା ସହିତ ସେହି ମନୁଷ୍ୟ ତା’ର ପ୍ରାୟଶ୍ଚିତ ପାଇଁ ଏକ ମେଷ ବଳି ଉସର୍ଗ କରିବ।
9
“ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ।
10
ପ୍ରତ୍ୟେକ ମନୁଷ୍ୟର ଅଧିକାରରେ ଥିବା ସବୁକିଛି ତା’ର ନିଜର ହୋଇ ରହିଥାଏ, ଯେପର୍ଯ୍ୟନ୍ତ ସେ ତାହା ଅର୍ପଣ କରି ନାହିଁ। ଯାହା ଜଣେ ମନୁଷ୍ୟ ଯାଜକଙ୍କୁ ଦିଅନ୍ତି ତାହା ଯାଜକର ହେବ।”
11
ସନ୍ଦେହୀ ସ୍ୱାମୀଗଣ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
12
“ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, କୌଣସି ମନୁଷ୍ୟର ସ୍ତ୍ରୀ ଯେବେ ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ ଲଘଂନ କରେ,
13
ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା’ର ସ୍ୱାମୀର ଦୃଷ୍ଟି ଅଗୋଚରରେ ଦୈହିକ ସମ୍ପର୍କ ରଖେ। ସେ ଯଦି କଳୁଷିତ ହୋଇଥାଏ, ତା’ ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ କିମ୍ବା ସେ କର୍ମ ବେଳେ ଧରା ପଡ଼ି ନ ଥାଏ,
14
ଆଉ ଯେବେ ତା’ର ସ୍ୱାମୀ ସନ୍ଦେହ କରେ, ଯେତେବେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦେହ କରେ ଯେତେବେଳେ ସେ କଳୁଷିତ କର୍ମ କରି ନ ଥାଏ।
15
ତେବେ ସେହି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା’ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥିରେ ସଂଯୋଗ କରିବ ନାହିଁ, କାରଣ ତାହା ଈର୍ଷାର ଶସ୍ୟ ନୈବେଦ୍ୟ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରାଗଲା।
16
“ତା’ପରେ ଯାଜକ ସେ ସ୍ତ୍ରୀଲୋକକୁ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଛିଡ଼ା କରାଇବ।
17
ଯାଜକ ଗୋଟିଏ ମାଟି ପାତ୍ରରେ ପବିତ୍ର ଜଳ ନେବ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନେଇ ପାଣିରେ ପକାଇବ।
18
ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ଯାହା ତା’ର ଦୋଷକୁ ଅନାବୃତ କରେ, ତାହାର ହସ୍ତରେ ଦେବ; ପୁଣି ଯାଜକ ଆପଣା ହସ୍ତରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ।
19
“ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ‘ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ଶରୀର ମିଳନ ନ ଥାଏ, ତୁମ୍ଭେ ଯେତେବେଳେ ତୁମ୍ଭ ସ୍ୱାମୀକୁ ବିବାହ କରିଥିଲ, ତେବେ ଏହି ଶାପଯୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
20
ମାତ୍ର ଯେବେ ତୁମ୍ଭେ ସ୍ୱାମୀଙ୍କ ବିବାହ କରିବା ବେଳେ ବିପଥଗାମିନୀ ହୋଇଥାଅ ଓ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ଶୟନ କରିଥାଅ, ତେବେ ତୁମ୍ଭେ କଳୁଷିତ ହୋଇଛ।
21
ତଦନନ୍ତର ଯାଜକ ସେ ସ୍ତ୍ରୀକୁ ଅଭିଶାପର ଶପଥ କରାଇବ।’ “ଏବଂ ଯାଜକ ସେହି ସ୍ତ୍ରୀକୁ କହିବ ସଦାପ୍ରଭୁ ତୁମ୍ଭଙ୍କୁ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅଭିଶପ୍ତ କରନ୍ତୁ, ଯେତେବେଳେ ସଦାପ୍ରଭୁ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପକାଇବେ।
22
ତହିଁରେ ‘ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ଯିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡ଼ିଯିବାର କାରଣ ହେବ’ ଏବଂ ସେହି ସ୍ତ୍ରୀ କହିବ ‘ଆମେନ୍! ଆମେନ୍!’
23
“ତା’ପରେ ଯାଜକ ସେହି ଅଭିଶାପଗୁଡ଼ିକ ଏକ ନଳାକାର ପୁସ୍ତକରେ ଲେଖିବ ଏବଂ ସେହି ଶାପଗୁଡ଼ିକ ପାଣିରେ ଧୋଇଦେବ।
24
ତା’ପରେ ଯାଜକ ସେହି ସ୍ତ୍ରୀକୁ ଶାପଜନକ ତିକ୍ତଜଳ ପିଆଇବ। ତହିଁରେ ସେହି ଶାପଜନକ ତିକ୍ତଜଳ ତା’ର ଉଦରରେ ପ୍ରବେଶ କରିବ ଏବଂ କଷ୍ଟ ଦେବାର କାରଣ ହେବ, ଯଦି ସେ ଦୋଷୀ।
25
“ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉଠାଇବ, ଏବଂ ବେଦି ଉପରକୁ ଆଣିବ।
26
ତହୁଁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ।
27
ଯେବେ ସେହି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା’ର ସ୍ୱାମୀ ପ୍ରତି ଅବିଶ୍ୱସ୍ତ ହୋଇଥାଏ, ତେବେ ସେହି ଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ଯନ୍ତ୍ରଣା ଦେବ। ତାହାର ପ୍ରଜନନ ଅଙ୍ଗ ଫୁଲିବ ଏବଂ ଓହଳି ପଡ଼ିବ। ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଶାପ ସ୍ୱରୂପ ହେବ।
28
କିନ୍ତୁ ଯଦି ସେହି ସ୍ତ୍ରୀ ଅସତ୍ୟ ବ୍ୟବହାର ନ କରିଥାଏ କିନ୍ତୁ ପବିତ୍ର, ତେବେ ସେହି ଅଭିଶାପରୁ ମୁକ୍ତ ହେବ ଏବଂ ଗର୍ଭଧାରଣ କରିବ।
29
“ଏହା ଈର୍ଷାଜନକ ବ୍ୟବସ୍ଥା, ଯଥା: ସ୍ତ୍ରୀ ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମୀ ହୋଇ ଅଶୁଚି ହେଲେ।
30
ଯଦି ଜଣେ ମନୁଷ୍ୟ ଏହି ବିଷୟରେ ତା’ର ସ୍ତ୍ରୀକୁ ସନ୍ଦେହ କରେ, ସେ ସେହି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ।
31
ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36