bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 23
Numbers 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 24 →
1
ବିଲିୟମର ପ୍ରଥମ ବାର୍ତ୍ତା ତା’ପରେ ବିଲିୟମ ବାଲାକକୁ କହିଲେ, “ଏଠାରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର। ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ମେଷ ପ୍ରସ୍ତୁତ କର।”
2
ବାଲାକ୍ ବିଲିୟମର କଥା ଅନୁସାରେ କଲେ, ପୁଣି ବାଲାକ୍ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
3
ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।
4
ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତହିଁରେ ବିଲିୟମ ସଦାପ୍ରଭୁଙ୍କୁ କହିଲେ, “ମୁଁ ସାତୋଟି ଯଜ୍ଞବେଦି ନିର୍ମାଣ କରିଅଛି ଓ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଷଣ୍ଢ ଓ ଏକ ଅଣ୍ତିରା ମେଷ ବଳିଦାନ କରିଅଛି।”
5
ସେତେବେଳେ ସଦାପ୍ରଭୁ ବିଲିୟମର ମୁଖରେ ଏକ ବାକ୍ୟ ଦେଇ ତାକୁ କହିଲେ, “ତୁମ୍ଭେ ବାଲାକ୍ ନିକଟକୁ ଫେରିଯାଅ, ତାକୁ ଏହିରୂପେ କୁହ।”
6
ତେଣୁ ବିଲିୟମ ବାଲାକ୍ ନିକଟକୁ ଫେରି ଯାଇ ଦେଖିଲେ, ବାଲାକ୍ ତଥାପି ଯଜ୍ଞବେଦି ନିକଟରେ ଛିଡ଼ା ହୋଇଛନ୍ତି ଓ ମୋୟାବର ଅଧିପତିଗଣ ତାଙ୍କ ସହିତ ଛିଡ଼ା ହୋଇ ଅଛନ୍ତି।
7
ତହୁଁ ବିଲିୟମ କହିଲେ, “ମୋୟାବର ରାଜା ବାଲାକ୍, ଅରାମଠାରୁ ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀରୁ ମୋତେ ଆଣିଅଛି। ‘ଆସ, ଏବଂ ମୋ’ ନିମନ୍ତେ ଯାକୁବକୁ ଶାପ ଦିଅ। ଇସ୍ରାଏଲକୁ ଅଭିଶାପ ଦେବା ପାଇଁ ଆଉଥରେ ଆସ।’
8
ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି ମୁଁ କିପରି ତାକୁ ଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?
9
ମୁଁ ସେମାନଙ୍କୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସେମାନଙ୍କୁ ଗିରି ଶ୍ରେଣିରୁ ଦେଖୁଅଛି। ସେମାନେ ନିଜ ପାଇଁ ବଞ୍ଚନ୍ତି। ସେମାନେ ନିଜକୁ ଦେଶର ଏକ ଅଂଶ ବୋଲି ବିବେଚନା କରନ୍ତି ନାହିଁ।
10
ଯାକୁବର ପରିବାରକୁ କିଏ ଗଣିପାରିବ? ଯେହେତୁ ସେମାନେ ଧୂଳି କଣିକାପରି? ଏପରିକି ଇସ୍ରାଏଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ୟ କେହି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ୟ ରୂପେ ମୋତେ ମରିବାକୁ ଦିଅ। ମୋର ଭବିଷ୍ୟଦ୍ ଇସ୍ରାଏଲର ତୁଲ୍ୟ ହେଉ।”
11
ଏଥିରେ ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କ’ଣ କଲ? ଆମ୍ଭେ ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ଡାକିଥିଲୁ। ମାତ୍ର ତୁମ୍ଭେ ସେମାନଙ୍କୁ ଆଶୀର୍ବାଦ କଲ।”
12
ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?”
13
ଏହା ପରେ ବାଲାକ୍ କହିଲେ, “ଦୟାକରି, ତୁମ୍ଭେ ମୋ’ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ। ତୁମ୍ଭେ କେବଳ ସେମାନଙ୍କୁ ଦେଖିବ ଯେଉଁମାନେ ଶେଷ ଭାଗରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖି ପାରିବ ନାହିଁ। ସେହିଠାରୁ ମୋ’ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”
14
ବାଲାକ୍ ବିଲିୟମକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନେଇଗଲେ ଏବଂ ସେହି ସ୍ଥାନରେ ସାତୋଟି ଯଜ୍ଞବେଦି ନିର୍ମାଣ କଲେ ଏବଂ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଷଣ୍ଢ ଓ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।
15
ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ତୁମ୍ଭର ହୋମବଳି ନିକଟରେ ଛିଡ଼ାହୁଅ। ମୁଁ ସେହି ସ୍ଥାନରେ ପରମେଶ୍ୱରଙ୍କୁ ସାକ୍ଷାତ କରିବି।”
16
ସଦାପ୍ରଭୁ ବିଲିୟମ ସହିତ ସାକ୍ଷାତ କଲେ ଓ ତାହାର ମୁଖରେ ବାକ୍ୟ ଦେଲେ, “ତୁମ୍ଭେ ବାଲାକ୍ ନିକଟକୁ ଯାଅ ଏବଂ ତାକୁ ଏହା କୁହ।
17
ତହୁଁ ସେ ବାଲାକ୍ ନିକଟକୁ ଫେରି ଆସିଲେ ଏବଂ ତାକୁ ନିଜର ଯଜ୍ଞବେଦି ନିକଟରେ ଛିଡ଼ା ହୋଇଥିବାର ଦେଖିଲେ। ମୋୟାବର କୁଳୀନମାନେ ମଧ୍ୟ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କ’ଣ କହିଲେ?”
18
ବିଲିୟମଙ୍କ ଦ୍ୱିତୀୟବାର୍ତ୍ତା ତା’ପରେ ବିଲିୟମ କହିଲେ, “ହେ ବାଲାକ୍, ଉଠ ଏବଂ ମୋ’ କଥା ଶୁଣ, ହେ ସିପ୍ପୋରର ପୁତ୍ର, ଦୟାକରି ମୋ’ କଥାକୁ ତୁମ୍ଭର କର୍ଣ୍ଣ ଦିଅ।
19
ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା!
20
ଦେଖ, ସଦାପ୍ରଭୁ ମୋତେ ଆଶୀର୍ବାଦ କରିବାକୁ ଆଜ୍ଞା ଦେଇଛନ୍ତି। ସେ ନିଜେ ମଧ୍ୟ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନ ପାରେ।
21
ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ। ଏବଂ ଇସ୍ରାଏଲ ମଧ୍ୟରେ ପାପ ଦେଖି ନାହାନ୍ତି। ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କ ରାଜାଙ୍କର ଜୟଧ୍ୱନୀ ସେମାନଙ୍କ ମଧ୍ୟରେ ଥିଲା।
22
ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣି ଅଛନ୍ତି। ସେମାନେ ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
23
କୈଣସି ଶକ୍ତି ଯାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇସ୍ରାଏଲକୁ ନିବୃତ୍ତ କରି ପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ; ‘ପରମେଶ୍ୱର କି କର୍ମ କରିଅଛନ୍ତି।’
24
ଦେଖ ସେହି ଲୋକମାନେ ସିଂହ ବିକ୍ରମରେ ଲଢ଼ୁଛନ୍ତି। ସେମାନେ ସିଂହ ପରି ଉଠୁଛନ୍ତି। ଯେପର୍ଯ୍ୟନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ, ସେ ପର୍ଯ୍ୟନ୍ତ ଶୟନ କରିବ ନାହିଁ।”
25
ଅନନ୍ତର ବାଲାକ୍ ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ କିମ୍ବା ଆଶୀର୍ବାଦ କର ନାହିଁ।”
26
ବିଲିୟମ ବାଲାକ୍କୁ କହିଲେ, “ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା କରିବି।”
27
ତା’ପରେ ବାଲାକ୍ ବିଲିୟମକୁ କହିଲେ, “ମୁଁ ବିନୟ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବି। ଏହା ଏପରି ହୋଇପାରେ, ପରମେଶ୍ୱର ଦୟାପୂର୍ବକ ହୋଇ ସେ ସ୍ଥାନରେ ତୁମ୍ଭକୁ ଶାପ ଦେବାକୁ ଅନୁମତି ଦେଇ ପାରନ୍ତି।”
28
ଏଣୁ ବାଲାକ୍ ବିଲିୟମ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ।
29
ତହୁଁ ବିଲିୟମ ବାଲାକ୍କୁ କହିଲେ, “ଏହି ସ୍ଥାନରେ ମୋ’ ପାଇଁ ସାତ ଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋ’ ପାଇଁ ସାତୋଟି ଷଣ୍ଢ ଓ ସାତୋଟି ଅଣ୍ତିରା ମେଷ ଆୟୋଜନ କର।”
30
ତେଣୁ ବାଲାକ୍ ସେହି ଅନୁସାରେ କଲେ ଓ ପ୍ରତ୍ୟେକ ଯଜ୍ଞବେଦିରେ ଗୋଟିଏ ଗୋବତ୍ସ ଓ ଗୋଟିଏ ଗୋଟିଏ ଅଣ୍ତିରା ମେଷ ଉତ୍ସର୍ଗ କଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36