bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 35
Numbers 35
Odia Bible ERV 2004 (ପବିତ୍ର ବାଇବଲ)
← Chapter 34
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 36 →
1
ଲେବୀୟମାନଙ୍କ ନଗର ଅନନ୍ତର ସଦାପ୍ରଭୁ ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ଆରପାରିରେ ମୋଶାଙ୍କୁ କହିଲେ,
2
“ଇସ୍ରାଏଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ଆପଣା ଆପଣା ଅଧିକୃତ ଭାଗରୁ କେତେକ ବସତି ନଗର ଲେବୀୟମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେବ।
3
ଲେବୀୟମାନେ ଏହି ନଗରଗୁଡ଼ିକ ଅଧିକାର କରିବେ ଓ ସେଠାରେ ବାସ କରିବେ ଏବଂ ସେମାନଙ୍କର ପଶୁଗୁଡ଼ିକୁ ଗ୍ଭରଣଭୂମିରେ ଚରାଇବେ।
4
ଲେବୀୟମାନେ ଯେଉଁ ଗ୍ଭରଣଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1500 ଫୁଟ ଦୂରରେ ରହିବ।
5
ଚତୁର୍ପାର୍ଶ୍ୱର ଖୋଲା ମାପ 3000 ଫୁଟ ହେବ। ନଗରଟି ସେହି ଭୂମିର ମଝିରେ ରହିବ। ତାହା ନଗର ପାଇଁ ଗ୍ଭରଣଭୂମି ହେବ।
6
ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁସବୁ ନଗର ଦେବ ତହିଁରୁ ଛଅଟି ଆଶ୍ରୟ ନଗର ହେବ। ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ତାହା ଛଡ଼ା ଆହୁରି ବୟାଳିଶ୍ଟି ନଗର ହେବ।
7
ସର୍ବମୋଟ ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଗ୍ଭଳିଶ୍ଟି ନଗର ଦେବ। ତୁମ୍ଭେମାନେ ସେମାନଙ୍କୁ ନଗର ସହିତ ଗ୍ଭରଣଭୂମି ଦେବ।
8
ଇସ୍ରାଏଲ ବୃହତ ପରିବାରବର୍ଗ ଅଧିକ ନଗର ନେବେ। ଏବଂ ତୁମ୍ଭେମାନେ ଛୋଟ ପରିବାରବର୍ଗଠାରୁ ଅଳ୍ପ ନେବ। ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କର ଅଂଶ ଅନୁସାରେ ଲେବୀୟମାନଙ୍କୁ କିଛି ନଗର ଦେବେ।”
9
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
10
“ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
11
ନିଜ ନିଜ ଆଶ୍ରୟ ନଗର ହେବା ନିମନ୍ତେ କେତେ ଗୁଡ଼ିଏ ନଗର ନିରୂପଣ କରିବ; କେହି ଅନିଛାରେ କାହାକୁ ହତ୍ୟା କରେ, ସେହିସବୁ ନଗରକୁ ଯାଇପାରିବ।
12
ଏହି ନଗରଗୁଡ଼ିକ ହତ୍ୟାକାରୀ ପାଇଁ ନିରାପଦ ଅଟେ, ସେହି ବ୍ୟକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାୟିତ୍ୱ ହତ୍ୟାକାରୀକୁ ଦଣ୍ତିତ କରିବା, ହତ୍ୟାକାରୀକୁ ମଣ୍ତଳୀ ନିକଟରେ ବିଗ୍ଭର ପାଇଁ ଉପସ୍ଥିତ ନକଲା ପର୍ଯ୍ୟନ୍ତ।
13
ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ୟରୁ ଛଅ ଗୋଟି ଆଶ୍ରୟ ନଗର ହେବ।
14
ତୁମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହା ସବୁ ଆଶ୍ରୟ ନଗର ହେବ।
15
ଇସ୍ରାଏଲର ଲୋକମାନଙ୍କ ନିମନ୍ତେ, ବିଦେଶରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାୟୀବାସିନ୍ଦାମାନଙ୍କ ନିମନ୍ତେ ସେହି ଛଅ ନଗର ଆଶ୍ରୟସ୍ଥାନ ହେବ; ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଲାଇ ଯାଇପାରିବ।
16
“ଯଦି କେହି ଲୌହ ନିର୍ମିତ ଅସ୍ତ୍ରଦ୍ୱାରା କାହାରିକୁ ବଧ କରେ, ତେବେ ସେ ନରହତ୍ୟାକାରୀ ଓ ସେ ପ୍ରାଣଦଣ୍ତ ପାଇବ।
17
ଆଉ ଯେଉଁ ପଥରଦ୍ୱାରା ଜଣକର ମୃତ୍ୟୁ ହୋଇପାରିବ, ସେପରି ଏକ ପଥର ଦ୍ୱାରା ଯଦି କେହି କାହାରିକୁ ଆଘାତ କରି ମାରିଦିଏ, ତେବେ ସେ ନରହତ୍ୟାକାରୀ ଓ ତା’ର ଅବଶ୍ୟ ପ୍ରାଣଦଣ୍ତ ହେବ।
18
ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ରରେ ଜଣେ ମରିପାରିବ, ସେପରି ଏକ ଅସ୍ତ୍ର ବ୍ୟବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥିରେ ସେ ମରେ, ତେବେ ସେ ନରହତ୍ୟାକାରୀ ଓ ସେ ଅବଶ୍ୟ ମୃତ୍ୟୁଦଣ୍ତ ପାଇବ।
19
ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ।
20
“ଆଉ ଯେବେ କେହି ହିଂସା କରି କାହାକୁ ଆପଣା ହସ୍ତରେ ଆଘାତ କରେ, ଅବା କିଛି ଗୋଟିଏ ତା’ ଉପରକୁ ଫିଙ୍ଗିଦିଏ ଓ ସେଥିରେ ସେହି ଅନ୍ୟ ବ୍ୟକ୍ତି ମରେ, ତେବେ ଆଘାତକାରୀ ହତ୍ୟାକାରୀ ବୋଲି ବିବେଚିତ ହେବ ଓ ସେ ପ୍ରାଣଦଣ୍ଡରେ ଦଣ୍ତିତ ହେବ। ଯେଉଁ ବ୍ୟକ୍ତି ହତ୍ୟା କରିଥିଲା ତାକୁ ମୃତବ୍ୟକ୍ତିର ପରିବାରର କୌଣସି ସଦସ୍ୟ ତାକୁ ଦେଖିଲା ମାତ୍ରେ ହତ୍ୟା କରିବେ।
22
“ମାତ୍ର ଯେବେ କେହି ବିନା ଶତ୍ରୁତାରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଛାରେ କିଛି ଫୋପାଡ଼ି ଦିଏ ଏବଂ ସେଥିରେ ସେହି ବ୍ୟକ୍ତିକୁ ହତ୍ୟା କରେ,
23
ଅବା କେହି ଅଜାଣତରେ ଏକ ବଡ଼ ପଥର ଫିଙ୍ଗି କାହାକୁ ହତ୍ୟା କରେ, ଏହା ଜଣେ ବ୍ୟକ୍ତିକୁ ହତ୍ୟା କରିପାରେ କିନ୍ତୁ ପଥର ଫୋପାଡ଼ିବା ସମୟରେ କାହାରିକୁ ଦେଖି ନ ଥିଲା ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
24
ତେବେ ମଣ୍ତଳୀ ସେହି ହତ୍ୟାକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଗ୍ଭର କରିବେ।
25
ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା ସେହି ଆଶ୍ରୟ ନଗରରେ ମଣ୍ତଳୀ ପୁନର୍ବାର ତାହାକୁ ପହଞ୍ଚାଇ ଦେବେ; ଆଉ ଯେଉଁ ପର୍ଯ୍ୟନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାଯାଜକର ମୃତ୍ୟୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ।
26
“ସେହି ହତ୍ୟାକାରୀ ଆଶ୍ରୟ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ଯାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର ସୀମାର ବାହାରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତେବେ ସେ ରକ୍ତପାତରେ ଅପରାଧୀ ହେବ ନାହିଁ।
28
ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରୟ ନଗରରେ ମହାଯାଜକର ମୃତ୍ୟୁ ପର୍ଯ୍ୟନ୍ତ ରହିବ। ମାତ୍ର ମହାଯାଜକର ମୃତ୍ୟୁ ହେଲା ପରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଭୂମିକି ଫେରି ଯାଇପାରିବ।
29
ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ଏହିସବୁ ବିଗ୍ଭର ବିଧି ଚିରସ୍ଥାୟୀ ହେବ।
30
“ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କଲେ ମୃତ୍ୟୁଦଣ୍ତ ଦିଆଯିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକ ପ୍ରତିକୂଳରେ ପ୍ରାଣଦଣ୍ତ ଦେବା ନିମନ୍ତେ ଗ୍ରାହ୍ୟ ହେବ ନାହିଁ।
31
“ଆହୁରି ମୃତ୍ୟୁଦଣ୍ଡରେ ଦଣ୍ତିତ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣ କରାଯାଇ ନ ପାରେ। ତାକୁ ନିଶ୍ଚିତ ଭାବରେ ହତ୍ୟା କରାଯିବ।
32
“ପୁଣି କୌଣସି ହତ୍ୟାକାରୀ ଆଶ୍ରୟ ନଗରରୁ ପଳାଇଯାଇ ପୁନର୍ବାର ଆପଣା ଦେଶକୁ ଫେରି ଆସିବାକୁ ଅନୁମତି ଦେବା ନିମନ୍ତେ କୌଣସି ପ୍ରାପ୍ୟ ଗ୍ରହଣୀୟ ନୁହେଁ, ମହାଯାଜକ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ।
33
“ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ୟାକାରୀର ମୃତ୍ୟୁ ବ୍ୟତୀତ କୌଣସି ପ୍ରକାର ପ୍ରାପ୍ୟ ଦେଶର ପାପକୁ ଧୋଇ ପାରିବ ନାହିଁ।
34
ତୁମ୍ଭେମାନେ ଯେଉଁ ଦେଶରେ ଅଛ, ମୁଁ ସେଠାରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ୱୟଂ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରୁଅଛି।”
← Chapter 34
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 36 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36