bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 24
Numbers 24
Odia Bible ERV 2004 (ପବିତ୍ର ବାଇବଲ)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 25 →
1
ବିଲିୟମଙ୍କ ତୃତୀୟ ବାର୍ତ୍ତା ବିଲିୟମ ହୃଦ୍ବୋଧ କଲେ ଯେ, ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବାକୁ ଗ୍ଭହିଁଲେ। ତେଣୁ ସେ ପୂର୍ବପରି କୌଣସି ନୈବେଦ୍ୟ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁଚ୍ଛାଟାରେ ମରୁଭୂମି ଆଡ଼େ ନିଜ ମୁଖ ରଖିଲା।
2
ବିଲିୟମ ଦେଖିଲା ଯେ, ଇସ୍ରାଏଲର ଲୋକମାନେ ସେମାନଙ୍କର ପରିବାରବର୍ଗ ଅନୁସାରେ ରହିଲେ। ତା’ପରେ ପରମେଶ୍ୱରଙ୍କର ଆତ୍ମା ବିଲିୟମ ଉପରକୁ ଆସିଲା।
3
ଆଉ ବିଲିୟମ କହିଲା, “ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା ଅଟେ। ଏହା ଜଣେ ମନୁଷ୍ୟର ବାର୍ତ୍ତା ଅଟେ, ଯିଏ ସ୍ପଷ୍ଟ ଭାବରେ ଦେଖେ।
4
ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା’ର ଚକ୍ଷୁଗୁଡ଼ିକ ଖୋଲା ଥିଲା।
5
“ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର! ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କେଡ଼େ ମନୋହର।
6
ତୁମ୍ଭେମାନେ ଉପତ୍ୟକା ତୁଲ୍ୟ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।
7
ସେମାନଙ୍କ କଳସରୁ ଜଳ ଉଚ୍ଛୁଳିବ, ସେମାନଙ୍କର ବୀଜ ଅନେକ ଜଳରେ ପଡ଼ିବ, ପୁଣି ସେମାନଙ୍କର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବ, ସେମାନଙ୍କର ରାଜ୍ୟ ଉନ୍ନତ ହେବ।
8
“ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣିଛନ୍ତି। ସେମାନେ, ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ। ସେମାନେ ସେମାନଙ୍କର ବିରୋଧୀମାନଙ୍କୁ ପରାସ୍ତ କରିବେ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ୱାରା ସେମାନଙ୍କୁ ଭେଦ କରିବେ।
9
“ଇସ୍ରାଏଲ ବସିପଡ଼ୁଛି ଓ ସିଂହତୁଲ୍ୟ ଶୟନ କରୁଛି। କିଏ ତାକୁ ଉଠାଇବାକୁ ଯାଉଛି, ଯେକେହି ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ପ୍ରାପ୍ତ ହେବ। ଯେକେହି ତୁମ୍ଭକୁ ଶାପ ଦିଅନ୍ତି, ସେ ଶାପଗ୍ରସ୍ତ ହେବ।”
10
ବାଲାକ୍ ବିଲିୟମକୁ ରାଗିଗଲା। ବାଲାକ୍ ବିଲିୟମକୁ କହିଲା, “ମୁଁ ମୋର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ନିମନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସେମାନଙ୍କୁ ତିନିଥର ଆଶୀର୍ବାଦ କଲ।
11
ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।”
12
ତହୁଁ ବିଲିୟମ ବାଲାକ୍କୁ କହିଲା, “ତୁମ୍ଭେ ମୋ’ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସେମାନଙ୍କୁ ଏହା କହିଥିଲି।
13
‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’
14
ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ’ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।”
15
ବିଲିୟମଙ୍କ ଶେଷବାର୍ତ୍ତା ଏଥିରେ ବିଲିୟମ କହିଲେ, “ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା। ଏହା ସେହି ମନୁଷ୍ୟର ବାର୍ତ୍ତା ଯିଏ ସ୍ପଷ୍ଟ ଭାବରେ ଦେଖେ।
16
ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ। ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା’ର ଆଖିଗୁଡ଼ିକ ଖୋଲିଥାଏ।
17
“ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ। ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି। ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ଉତ୍ଥିତ ହେବ। ମୋୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ।
18
ଇସ୍ରାଏଲ ଶକ୍ତିଶାଳୀ ହେବ। ସେ ଇଦୋମ ଅଧିକାର କରିବ। ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ।
19
“ଯାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ। ସେ ସେହି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”
20
ଏହା ପରେ ସେ ଅମାଲେକ ପ୍ରତି ଦୃଷ୍ଟିକରି ଗୀତରେ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା। ମାତ୍ର ତାହା ମଧ୍ୟ ବିନଷ୍ଟ ହେବ।”
21
ତହୁଁ ସେ କେନୀୟମାନଙ୍କ ଆଡ଼କୁ ମୁହଁ କରି କହିଲା, “ତୁମ୍ଭେ ଭାବୁଛ, ତୁମ୍ଭର ଦେଶ ଅତି ଦୃଢ଼ ଓ ତୁମ୍ଭର ଗୃହଗୁଡ଼ିକ ପଥୁରିଆ ଜାଗାର ଶୀର୍ଷରେ ଥିବା ପକ୍ଷୀବସା ପରି।
22
କିନ୍ତୁ କେନୀୟମାନେ କ୍ଷୟପ୍ରାପ୍ତ ହେବେ। ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।”
23
ତା’ପରେ ବିଲିୟମ କହିଲା, “ଯେତେବେଳେ ପରମେଶ୍ୱର ଏହା କରନ୍ତି, ସେତେବେଳେ କିଏ ବଞ୍ଚିବ?
24
ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡ଼ିକ ମଧ୍ୟ ଧ୍ୱଂସ ହେବେ।”
25
ତା’ପରେ ବିଲିୟମ ଉଠିଲା ଏବଂ ଗୃହକୁ ଫେରିଗଲା ଓ ବାଲାକ୍ ମଧ୍ୟ ନିଜ ବାଟରେ ଗ୍ଭଲିଗଲା।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36