bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 19
Numbers 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 20 →
1
ଲାଲରଙ୍ଗ ଗାଭୀର ଭସ୍ମ ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2
“ସଦାପ୍ରଭୁ ଏହି ଆଜ୍ଞା ବିଧି ଦେଇ ଅଛନ୍ତି। ଇସ୍ରାଏଲର ଲୋକମାନଙ୍କୁ କୁହ, ଯାହାଠାରେ ଖୁଣ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ଲାଲ ରଙ୍ଗର ଗାଈ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ।
3
ତହୁଁ ତୁମ୍ଭେମାନେ ସେହି ଗାଈକୁ ଇଲିୟାସର ଯାଜକକୁ ଦେବ। ସେ ତାହାକୁ ଛାଉଣି ବାହାରକୁ ଆଣି ବଧ କରିବ।
4
ଯାଜକ ଇଲିୟାସର ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତକୁ ନେଇ ପବିତ୍ର ତମ୍ବୁ ସମ୍ମୁଖରେ ସାତଥର ଛିଞ୍ଚିବ।
5
ଆଉ ଜଣେ ତାହାର ଦୃଷ୍ଟି ଗୋଚରରେ ସେହି ଗାଈକି ଦଗ୍ଧ କରିବ, ସେ ତାହାର ଗୋମୟ ସହିତ ଚର୍ମ, ମାଂସ ଓ ରକ୍ତ ଦଗ୍ଧ କରିବ।
6
ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ।
7
ତା’ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା’ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
8
ଯେଉଁ ଲୋକ ସେହି ଗାଈକି ଦଗ୍ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
9
“ଏହା ପରେ କୌଣସି ଶୁଚିଲୋକ ସେହି ଗାଈର ଭସ୍ମ ସଂଗ୍ରହ କରି ଛାଉଣି ବାହାରେ କୌଣସି ଶୁଚି ସ୍ଥାନରେ ରଖିବ। ସେହି ଭସ୍ମ ଇସ୍ରାଏଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାଯିବ। ତାହା ଶୁଚି କରଣାର୍ଥେ ଉତ୍ସର୍ଗ ଅଟେ।
10
“ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ।
11
ଯଦି କେହି କୌଣସି ମନୁଷ୍ୟର ଶବ ଛୁଏଁ, ତେବେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ।
12
ସେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନରେ ନିଜକୁ ଶୁଚି ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ।
13
ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା’ର ଅଶୌଚ ତାହାଠାରେ ରହିବ।
14
“କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ।
15
ଢାଙ୍କୁଣି ନ ଥିବା ପ୍ରତ୍ୟେକ ମେଲାପାତ୍ର ଅଶୁଚି ହେବ।
16
ପୁଣି କେହି ଯଦି ଖୋଲା କ୍ଷେତ୍ରରେ ଯୁଦ୍ଧରେ ନିହତ ମୃତ ଦେହ, ମନୁଷ୍ୟ ଅସ୍ଥି କିମ୍ବା କବର ଛୁଏଁ, ତେବେ ସେ ସାତ ଦିନ ଯାଏ ଅଶୁଚି ରହିବ।
17
“ପୁଣି ଲୋକମାନେ ସେହି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦଗ୍ଧ ଭସ୍ମ ନେବେ ଓ ତାକୁ ଏକ ପାତ୍ରରେ ରଖି ପ୍ରବାହଜଳ ସେଥିରେ ଢାଳିବେ।
18
ତା’ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।
19
“ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ।
20
“ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି।
21
ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
22
ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36