bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 2
Numbers 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 3 →
1
ଛାଉଣିର ବ୍ୟବସ୍ଥା ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ;
2
“ଇସ୍ରାଏଲର ଲୋକମାନେ ସମାଗମ-ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ। ପ୍ରତ୍ୟେକ ଦଳରେ ତାଙ୍କ ନିଜ ଦଳର ଧ୍ୱଜା ରହିବ। ଏବଂ ପ୍ରତ୍ୟେକ ବ୍ୟକ୍ତିର ପାଖରେ ତା’ର ଦଳର ଧ୍ୱଜା ପାଖରେ ଛାଉଣି ସ୍ଥାପନ କରିବ।
3
“ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ।
4
ତାଙ୍କର ସୈନ୍ୟ ସଂଖ୍ୟା 74,600
5
“ଯିହୁଦା ଗୋଷ୍ଠୀର ପାଖରେ ଇଷାଖର ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ସୂୟାରର ପୁତ୍ର ନଥନେଲ, ଇଷାଖର ଲୋକମାନଙ୍କର ଅଧିପତି ହେବ।
6
ସେହି ସୈନ୍ୟ ସଂଖ୍ୟା 54,600 ହେବେ।
7
“ସବୁଲୂନର ଗୋଷ୍ଠୀ ମଧ୍ୟ ଯିହୁଦାର ପାର୍ଶ୍ୱରେ ଛାଉଣି ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀୟାବ ସବୁଲୂନର ଲୋକମାନଙ୍କର ଅଧିପତି ହେବ।
8
ତାହାର ସୈନ୍ୟ ସଂଖ୍ୟା 57,400 ହେବ।
9
“ଯିହୁଦା ଛାଉଣିର ସମୁଦାୟ ସୈନ୍ୟ ସଂଖ୍ୟା 186,400 ସେମାନେ ପ୍ରଥମେ ଅଗ୍ରସର ହେବେ।
10
“ରୁବେନ୍ ବିଭାଗର ଛାଉଣିର ଧ୍ୱଜା ଦକ୍ଷିଣ ଦିଗକୁ ରହିବ। ଶଦେୟରର ପୁତ୍ର ଇଲୀଷୂର ରୁବେନ୍ ଗୋଷ୍ଠୀର ଅଧିପତି ହେବ।
11
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 46,500
12
“ରୁବେନ୍ର ଗୋଷ୍ଠୀ ଛାଉଣି ପାଖରେ ଶିମିୟୋନ ପରିବାରବର୍ଗ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମିୟୋନ ଲୋକମାନଙ୍କର ଅଧିପତି ହେବ।
13
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 59,300
14
“ରୁବେନ୍ର ଲୋକମାନଙ୍କ ଛାଉଣି ପାଖରେ ଗାଦ୍ ଗୋଷ୍ଠୀ ଛାଉଣି ସ୍ଥାପିତ ହେବ। ରୂୟେଲର ପୁତ୍ର ଇଲୀୟାସଫ ଗାଦ୍ ଲୋକମାନଙ୍କର ଅଧିପତି ହେବ।
15
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 45,650
16
“ରୁବେନ୍ ଛାଉଣିର ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 151,450 ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।
17
“ଏହା ପରେ ଲେବୀୟମାନଙ୍କ ଛାଉଣି ସହିତ ସମାଗମ-ତମ୍ବୁ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ। ସେମାନେ ସେହି ନିୟମରେ ଅଗ୍ରସର ହେବେ, ଯେପରି ଛାଉଣି ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ୱଜା ପାଖରେ ସର୍ବଦା ରହିବେ।
18
“ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ।
19
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 40,500
20
“ଇଫ୍ରୟିମ ଗୋଷ୍ଠୀ ଛାଉଣିର ପରେ ମନଃଶି ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲିୟେଲ ମନଃଶି ଲୋକମାନଙ୍କର ଅଧିପତି ହେବ।
21
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 32,200
22
“ବିନ୍ୟାମୀନ ଗୋଷ୍ଠୀ ଇଫ୍ରୟିମ ଗୋଷ୍ଠୀ ଭୟରେ ଛାଉଣି ସ୍ଥାପନ କରିବେ। ପୁଣି ଗିଦିୟୋନିର ପୁତ୍ର ଅବୀନାସ ବିନ୍ୟାମୀନ ଲୋକମାନଙ୍କର ଅଧିପତି ହେବ।
23
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 35,400
24
“ଇଫ୍ରୟିମ ଛାଉଣିର ଗଣ୍ୟ ସୈନ୍ୟସଂଖ୍ୟା 108,100 ସେମାନେ ତୃତୀୟରେ ଅଗ୍ରସର ହେବେ।
25
“ଦାନ ବିଭାଗର ଛାଉଣିର ଧ୍ୱଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ ସନ୍ତାନଗଣର ଅଧିପତି ହେବ।
26
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 62,700
27
“ଦାନ ଗୋଷ୍ଠୀର ଛାଉଣି ପାଖରେ ଆଶେର ଗୋଷ୍ଠୀର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର ସନ୍ତାନଗଣର ଅଧିପତି ହେବ।
28
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 41,500
29
“ନପ୍ତାଲି ଗୋଷ୍ଠୀର ଛାଉଣି ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହେବ।
30
ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 53,400
31
“ଦାନ ଛାଉଣିରେ ମୋଟ ମନୁଷ୍ୟମାନଙ୍କର ସଂଖ୍ୟା 157,600 ସେମାନେ ସେମାନଙ୍କର ଧ୍ୱଜା ଧରି ସମସ୍ତଙ୍କ ପଛରେ ଅଗ୍ରସର ହେବେ।”
32
ସେମାନେ ସବୁ ଇସ୍ରାଏଲ ଲୋକମାନେ ଓ ସେମାନେ ନିଜର ପିତୃଗୃହ ଅନୁସାରେ ଗଣ୍ୟ ହେଲେ। ସେମାନଙ୍କର ଛାଉଣିର ମୋଟ ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 603,500
33
ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଲେବୀୟମାନଙ୍କୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଗଣନା କଲେ ନାହିଁ।
34
ମୋଶାଙ୍କୁ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ଇସ୍ରାଏଲର ଲୋକମାନେ ସେ ସମସ୍ତ କଲେ। ସେମାନେ ନିଜ ନିଜ ବଂଶ ନିକଟରେ ନିଜ ନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36