bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Numbers 21
Numbers 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 22 →
1
କିଣାନବଂଶୀୟଙ୍କ ସହିତ ଯୁଦ୍ଧ କିଣାନ ବଂଶୀୟ ରାଜା ଆରାଦ ଦକ୍ଷିଣ ପ୍ରଦେଶରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇସ୍ରାଏଲର ଲୋକମାନେ ଅଥାରୀମର ପଥ ଦେଇ ଆସୁଛନ୍ତି। ତେଣୁ ସେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବନ୍ଦୀ କଲେ।
2
ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।”
3
ତହୁଁ ସଦାପ୍ରଭୁ ସେମାନଙ୍କ ପ୍ରାର୍ଥନା ଶୁଣିଲେ, ସେ କିଣାନୀୟମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ସମସ୍ତ ନଗର ବର୍ଜ୍ଜନୀୟ ରୂପେ ବିନାଶ ହେଲା। ତେଣୁ ସେହି ସ୍ଥାନର ନାମ ହର୍ମା ହେଲା।
4
ପିତ୍ତଳ ସର୍ପ ତା’ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ।
5
ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”
6
ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ।
7
ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।
8
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।”
9
ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।
10
ମୋୟାବକୁ ଯାତ୍ରା ଅନନ୍ତର ଇସ୍ରାଏଲର ଲୋକମାନେ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
11
ତାହାପରେ ଓବୋତରୁ ଯାତ୍ରା କରି ପୂର୍ବ ଦିଗରେ ମୋୟାବର ପୂର୍ବଦିଗସ୍ଥିତ ମରୁଭୂମିରେ ଇୟୀଅବାରୀମରେ ଛାଉଣି ସ୍ଥାପନ କଲେ।
12
ପୁଣି ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ।
13
ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣ୍ଣୋନ ନଦୀର ଅନ୍ୟ ପାର୍ଶ୍ୱ ମରୁଭୂମିରେ ଛାଉଣି ସ୍ଥାପନ କଲେ। କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
14
ଏଥିନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା: “ଘୂର୍ଣିବାୟୁରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା।
15
ଘାଟିର ଗଡ଼ାଣିଗୁଡ଼ିକ ଯେଉଁଗୁଡ଼ିକ ଆରର ନିବାସ ଆଡ଼େ ଯାଇଥିଲା ଏବଂ ସେଗୁଡ଼ିକ ମୋୟାବର ସୀମାରେ ଅବସ୍ଥିତ ଥିଲା।”
16
ସେଠାରୁ ସେମାନେ ବେର ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର। ମୁଁ ସେମାନଙ୍କୁ ଜଳ ଦେବି।”
17
ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାଇଲେ: “ହେ କୂପଜଳ, ଉଚ୍ଛୁଳିଉଠ, ତହିଁ ଉଦ୍ଦେଶ୍ୟରେ ଗାନ କର।
18
ରାଜାମାନେ ଓ ଅଧିପତିମାନେ ସେହି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସେମାନଙ୍କର ଆଶାବାଡ଼ିରେ ଓ ରାଜଦଣ୍ଡରେ ତାହା ଖୋଳିଛନ୍ତି। ଏହା ମରୁଭୂମି ମଧ୍ୟରେ ଏକ ଉପହାର ଅଟେ।”
19
ଲୋକମାନେ ମତ୍ତାନରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ ଯାତ୍ରା କଲେ।
20
ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା।
21
ସୀହୋନ ଓ ଓଗ ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ,
22
“ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।”
23
ମାତ୍ର ସୀହୋନର ରାଜା ଆପଣା ଦେଶ ମଧ୍ୟଦେଇ ଇସ୍ରାଏଲକୁ ଯାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ବାହାରିଲେ। ଯହସଠାରେ ପହଞ୍ଚି ସେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କଲେ।
24
ମାତ୍ର ଇସ୍ରାଏଲର ଲୋକମାନେ ରାଜାଙ୍କୁ ହତ୍ୟା କଲେ। ତା’ପରେ ସେମାନେ ଅର୍ଣ୍ଣୋନଠାରୁ ଯଦ୍ଦୋକ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଅଗ୍ରସର ହେଲେ। ସେମାନେ ସେମାନଙ୍କର ଦେଶ ଅଧିକାର କଲେ କିନ୍ତୁ ଆଗକୁ ଯାଇ ପାରିଲେ ନାହିଁ। କାରଣ ଅମ୍ମୋନୀୟମାନେ ଶକ୍ତିଶାଳୀ ଥିଲେ।
25
ଏହିରୂପେ ଇସ୍ରାଏଲ ସେ ସମସ୍ତ ନଗର ଦଖଲ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ନଗରରେ ଅର୍ଥାତ୍ ହିଷ୍ବୋନରେ ଓ ତହିଁର ସମସ୍ତ ନଗରରେ ବାସକଲେ।
26
କାରଣ ହିଷ୍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ।
27
ଏଥିନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହିଷ୍ବୋନକୁ ଆସ, ସୀହୋନ ନଗର ନିର୍ମିତ ହେଉ ଓ ଦୃଢ଼ିଭୂତ ହେଉ।
28
ହିଷ୍ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି। ଏକ ଶିଖା ସୀହୋନ ନଗରରୁ ବାହାରିଲା। ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା।
29
ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ। ତା’ର ପୁତ୍ରଗଣ ପଳାୟନ କରିଛନ୍ତି, ତା’ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି।
30
ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହିଷ୍ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି। ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ। ହିଷ୍ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା। ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।”
31
ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।
32
ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ।
33
ତହୁଁ ସେମାନେ ବାଶନ ଆଡ଼କୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସେମାନଙ୍କ ସହିତ ଇଦ୍ରିୟୀଠାରେ ଯୁଦ୍ଧ କଲେ।
34
ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ରାଜାକୁ ଭୟ କର ନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସର୍ମପଣ କରିବି। ତୁମ୍ଭେ ହିଷ୍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେହିପରି କରିବ।”
35
ଏଣୁ କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସେମାନେ ତାହାର ରାଜ୍ୟ ଅଧିକାର କଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36