bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 1
Acts 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 2 →
1
ଶ୍ରଦ୍ଧେୟ ଥିୟୋଫିଲ୍ସ, ମୋର ପ୍ରଥମ ପୁସ୍ତକରେ ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ
2
ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିଥିଲେ ଓ ଶିକ୍ଷା ଦେଇଥିଲେ, ସେସବୁ ବିଷୟରେ ଲେଖିଥିଲି। ସ୍ୱର୍ଗାରୋହଣ ପୂର୍ବରୁ ଯେଉଁମାନଙ୍କୁ ସେ ନିଜର ଶିଷ୍ୟ ରୂପେ ମନୋନୀତ କରିଥିଲେ, ସେମାନଙ୍କୁ ସେ ପବିତ୍ରଆତ୍ମାଙ୍କ ଶକ୍ତିରେ ଶିକ୍ଷା ଦେଇଥିଲେ।
3
ସେତେବେଳେ ସେ ଜୀବିତ ଥିଲେ, ଏହା ପ୍ରମାଣ କରିବା ପାଇଁ ଓ ଶିଷ୍ୟମାନଙ୍କ ସନ୍ଦେହ ଦୂର କରିବା ପାଇଁ ସେ ତାଙ୍କର ମୃତ୍ୟୁ ପରେ ଚାଳିଶ ଦିନ ପର୍ଯ୍ୟନ୍ତ ଅନେକ ଥର ସେମାନଙ୍କୁ ଦର୍ଶନ ଦେଇଥିଲେ। ସେମାନେ ଯୀଶୁଙ୍କୁ ଦେଖିଥିଲେ ଓ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବୁଝାଇ ଥିଲେ।
4
ସେମାନେ ଏକତ୍ରିତ ଥିବା ସମୟରେ ଯୀଶୁ ସେମାନଙ୍କୁ ଏହି ଆଜ୍ଞା ଦେଲେ: “ଯିରୂଶାଲମ ପରିତ୍ୟାଗ କର ନାହିଁ। ପିତା ତୁମ୍ଭମାନଙ୍କୁ ଯାହା ପ୍ରଦାନ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ଏବଂ ଯେଉଁ ଦାନ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିଥିଲି, ତାହା ପାଇବା ପର୍ଯ୍ୟନ୍ତ ଅପେକ୍ଷା କର।
5
ଯୋହନ ଜଳରେ ଦୀକ୍ଷିତ କରାଇଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ରଆତ୍ମାରେ ଦୀକ୍ଷିତ ହେବ।”
6
ଦିନେ ପ୍ରେରିତ ଶିଷ୍ୟମାନେ ଏକତ୍ର ଥିବାବେଳେ ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଆପଣ କ’ଣ ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବେ?”
7
ଯୀଶୁ କହିଲେ, “ସମୟ ଓ ମୁହୂର୍ତ୍ତକୁ ମୋ’ ପିତା ତାଙ୍କ କର୍ତ୍ତୃତ୍ୱାଧୀନ କରି ରଖିଛନ୍ତି। ଏସବୁ କେବେ ଘଟିବ, ତୁମ୍ଭମାନଙ୍କ ଜାଣିବା ଆବଶ୍ୟକ ନାହିଁ।
8
କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”
9
ଏହା କହିବା ପରେ ଯୀଶୁଙ୍କୁ ସ୍ୱର୍ଗକୁ ନୀତ ହେବା ସେମାନେ ଦେଖିଲେ ଏବଂ ଖଣ୍ଡେ ମେଘର ଅନ୍ତରାଳରେ ସେ ସେମାନଙ୍କୁ ଦୃଷ୍ଟିରୁ ଅନ୍ତର୍ହିତ ହେଲେ।
10
ସେ ଉଦ୍ଧ୍ୱର୍କୁ ଯିବା ପରେ ମଧ୍ୟ ସେମାନେ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁ ରହିଥିଲେ। ଶୁଭ୍ର ବସ୍ତ୍ର ପରିହିତ ଦୁଇ ବ୍ୟକ୍ତି ହଠାତ୍ ସେମାନଙ୍କ ପାଖରେ ଆସି ଠିଆ ହୋଇ କହିଲେ,
11
“ହେ ଗାଲିଲୀୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମ୍ଭମାନଙ୍କ ନିକଟକୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି। କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମ୍ଭେମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରି ଆସିବେ।”
12
ତା’ପରେ ପ୍ରେରିତ ଶିଷ୍ୟମାନେ ଜୀତ ପର୍ବତରୁ ଯିରୂଶାଲମକୁ ଫେରିଗଲେ। ଜୀତ ପର୍ବତ ସହରଠାରୁ ଏକ କିଲୋମିଟର ଦୂରରେ ଥିଲା।
13
ସହରକୁ ଯାଇ ସେମାନେ ରହୁଥିବା କୋଠରୀରେ ପ୍ରବେଶ କଲେ। ସେହି ପ୍ରେରିତ ଶିଷ୍ୟମାନେ ହେଉଛନ୍ତି ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମି, ମାଥିଉ ଓ ଆଲଫିଙ୍କ ପୁତ୍ର ଯାକୁବ, ଦେଶପ୍ରେମୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୁଦା।
14
ସେମାନେ ଅଧିକାଂଶ ସମୟରେ ଗୋଟିଏ ଦଳ ରୂପେ ପ୍ରାର୍ଥନା କରିବା ପାଇଁ ଏକତ୍ରିତ ହେଉଥିଲେ ଓ ସେମାନଙ୍କ ସହିତ ଯୀଶୁଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ ଏବଂ ଯୀଶୁଙ୍କ ଭାଇମାନେ ମଧ୍ୟ ଯୋଗ ଦେଉଥିଲେ।
15
କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:
16
“ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା, ତା’ ସମ୍ବନ୍ଧରେ ଦାଉଦ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତ୍ ବାଣୀ ଶୁଣାଇ ଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା।
17
ଅବଶ୍ୟ ଯିହୁଦା ଆମ ଦଳରେ ଥିଲା ଓ ଆମ୍ଭମାନଙ୍କର ଜଣେ ସହକର୍ମୀ ହେବା ପାଇଁ ମନୋନୀତ ହୋଇଥିଲା।”
18
(ତାହାର ଅପକର୍ମ ଦ୍ୱାରା ଯିହୁଦା ପାଇଥିବା ଟଙ୍କାରେ ଗୋଟିଏ ଜମି କିଣା ହୋଇଥିଲା ଓ ସେହି ଜମିରେ ପଡ଼ି ତା’ର ମୃତ୍ୟୁ ହେଲା। ତା’ର ପେଟ ଫାଟି ଯାଇ ଅନ୍ତ ବୁଜୁଳି ବାହାରି ପଡ଼ିଲା।
19
ଯିରୁଶାଲମର ଲୋକମାନେ ଏସବୁ ଜାଣିପାରି ସେମାନଙ୍କ ଭାଷାରେ ଉକ୍ତ ଜମିର ନାମ “ଆକେଲ ଦାମା’’ ଅର୍ଥାତ୍ “ରକ୍ତ କ୍ଷେତ୍ର” ବୋଲି ରଖିଛନ୍ତି।)
20
“ଏ ବିଷୟରେ ଗୀତ ସଂହିତାରେ ଲେଖା ଯାଇଛି: ‘ତାହାର ଗୃହ ଜନଶୂନ୍ୟ ହେଉ, ସେଥିରେ କେହି ବାସ ନ କରୁ”, ଆହୁରି ମଧ୍ୟ ଲେଖାଯାଇଛି; ‘ଅନ୍ୟ ଜଣେ ତାହାର କାର୍ଯ୍ୟରେ ନିଯୁକ୍ତ ହେଉ’।
21
“ତେଣୁ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ଆଉ ଜଣେ ଆମ ସହିତ ଯୋଗ ଦେବା ଆବଶ୍ୟକତା। ଯୀଶୁ ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରିବା ସମୟରୁ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ସବୁ ସମୟରେ ପ୍ରଭୁ ଯୀଶୁ ଆମ ସହିତ ଗମନାଗମନ କରିବାବେଳେ, ଯେଉଁ ଲୋକମାନେ ଆମ ଦଳରେ ଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଏଥିପାଇଁ ମନୋନୀତ କରିବାକୁ ହେବ।”
23
ସେମାନେ ଦୁଇଜଣଙ୍କ ନାମ ପ୍ରସ୍ତାବ କଲେ - ଯୋସେଫ (ଯେ ବର୍ଶବା ଓ ଯୁସ୍ତସ ବୋଲି ମଧ୍ୟ ପରିଚିତ) ଓ ମଥିୟସ୍;
24
ପୁଣି ପ୍ରାର୍ଥନା କଲେ, “ପ୍ରଭୁ, ତୁମେ ପ୍ରତ୍ୟେକର ଚିନ୍ତା ଜାଣ। ଯିହୁଦା ଯେଉଁ ସ୍ଥାନରେ ରହିବା ଉପଯୁକ୍ତ, ସେଠାକୁ ଚାଲିଯିବା ପରେ, ତାହା ସ୍ଥାନରେ ତୁମ ଦ୍ୱାରା ମନୋନୀତ ଏହି ଦୁଇଜଣଙ୍କ ମଧ୍ୟରୁ କିଏ
25
ପ୍ରେରିତ ଶିଷ୍ୟ କାର୍ଯ୍ୟ କରିବ, ତାହା ଆମ୍ଭମାନଙ୍କୁ ଜଣାଅ।”
26
ତା’ପରେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ବାଛିବା ନିମନ୍ତେ ଗୁଳିବାଣ୍ଟ ହେଲା। ଗୁଳିବାଣ୍ଟରେ ମଥିୟସ୍ ମନୋନୀତ ହୋଇ ଏଗାର ଜଣ ପ୍ରେରିତ ଶିଷ୍ୟଙ୍କ ଦଳରେ ଅନ୍ତର୍ଭୁକ୍ତ ହେଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28