bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 16
Acts 16
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 17 →
1
ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ଗଲେ। ସେଠାରେ ତୀମଥି ନାମକ ଜଣେ ଖ୍ରୀଷ୍ଟିୟାନ ବାସ କରୁଥିଲେ। ସେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଇହୁଦୀ ମହିଳାର ପୁତ୍ର। କିନ୍ତୁ ତାଙ୍କ ପିତା ଜଣେ ଗ୍ରୀକ୍ ଲୋକ ଥିଲେ।
2
ଲୁସ୍ତ୍ରା ଓ ଇକନିୟରେ ଥିବା ବିଶ୍ୱାସୀମାନଙ୍କ ମଧ୍ୟରେ ତୀମଥିଙ୍କର ସୁନାମ ଥିଲା।
3
ପାଉଲ ତାଙ୍କ ସହିତ ତୀମଥିଙ୍କୁ ନେବା ପାଇଁ ଚାହିଁଲେ, ତେଣୁ ତାଙ୍କୁ ସୁନ୍ନତ କଲେ। ଏହା କରିବାର କାରଣ, ତୀମଥିଙ୍କ ପିତା ଗ୍ରୀକ୍ ଲୋକ ଥିଲେ ବୋଲି ସେହି ସ୍ଥାନମାନଙ୍କରେ ବାସ କରୁଥିବା ଇହୁଦୀମାନେ ଜାଣିଥିଲେ।
4
ବିଭିନ୍ନ ସହର ମଧ୍ୟଦେଇ ଯିବା ସମୟରେ ସେମାନେ ବିଶ୍ୱାସୀମାନଙ୍କୁ ଯିରୂଶାଲମସ୍ଥ ପ୍ରେରିତ ଶିଷ୍ୟ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଦ୍ୱାରା ପ୍ରଣୀତ ନୀତି ନିୟମ ସବୁ ବୁଝାଇ, ସେସବୁ ପାଳନ କରିବା ପାଇଁ କହୁଥିଲେ।
5
ଫଳରେ ମଣ୍ଡଳୀଗୁଡ଼ିକ ବିଶ୍ୱାସରେ ଆହୁରି ବଳିଷ୍ଠ ହେଲେ ଓ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲେ।
6
ପବିତ୍ର ଆତ୍ମା ସେମାନଙ୍କୁ ଏସିଆ ପ୍ରଦେଶରେ ପ୍ରଚାର କରିବାକୁ ଅନୁମତି ନ ଦେବାରୁ ସେମାନେ ଫ୍ରିଜିୟା ଓ ଗାଲାତୀୟ ଅଞ୍ଚଳକୁ ଯାତ୍ରା କଲେ।
7
ମିଷୀଆର ସୀମାରେ ପହଞ୍ଚି ବିଥିନିଆ ପ୍ରଦେଶକୁ ଯିବାକୁ ବାହାରିବାବେଳେ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।
8
ତେଣୁ ସେମାନେ ମିଷୀଆ ମଧ୍ୟଦେଇ ଯାତ୍ରା କରି ତ୍ରୋୟାକୁ ଗଲେ।
9
ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”
10
ପାଉଲ ଏହି ଦର୍ଶନ ପାଇବାକ୍ଷଣି ମାସିଦୋନିଆକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେଲୁ, କାରଣ ଆମ୍ଭେମାନେ ନିଶ୍ଚିତଭାବେ ଜାଣିଲୁ, ଈଶ୍ୱର ସେଠାକାର ଲୋକମାନଙ୍କ ମଧ୍ୟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି।
11
ଆମେ ଜାହାଜ ଯୋଗେ ତ୍ରୋୟା ଛାଡ଼ି ସାମଥ୍ରାକିକୁ ଗଲୁ ଓ ତହିଁ ଆରଦିନ ନିଆପଲ୍ଲିରେ ପହଞ୍ଚିଲୁ।
12
ସେଠାରୁ ଆମ୍ଭେମାନେ ମାସିଦୋନିଆ ଜିଲ୍ଲାର ପ୍ରଧାନ ନଗରୀ ଫିଲିପ୍ପୀକୁ ଗଲୁ। ଏହି ନଗରୀ ଏକ ରୋମୀୟ ଉପନିବେଶ ଥିଲା। ଆମେ ସେଠାରେ ଅନେକ ଦିନ କଟାଇଲୁ।
13
ବିଶ୍ରାମବାର ଦିନ ନଗର ବାହାରେ ଥିବା ନଦୀ ତୀରକୁ ଗଲୁ। ଆମେ ଭାବିଥିଲୁ, ସେଠାରେ ଇହୁଦୀମାନେ ଏକତ୍ରିତ ହୋଇ ପ୍ରାର୍ଥନା କରିବା ପାଇଁ ଗୋଟିଏ ସ୍ଥାନ ଥିବ। ଆମେ ତଳେ ବସିଲୁ ଓ ସେଠାରେ ଏକତ୍ରିତ ହୋଇଥିବା ସ୍ତ୍ରୀ ଲୋକମାନଙ୍କ ସହିତ ଆଳାପ କଲୁ।
14
ସେମାନଙ୍କ ମଧ୍ୟରୁ ଥୁୟଟୀରା ସହରର ବାଇଗଣିଆ ବସ୍ତ୍ର ବିକ୍ରି କରୁଥିବା ଲୁଦିଆ ନାମରେ ଜଣେ ମହିଳା ଥିଲେ। ସେ ଈଶ୍ୱରଙ୍କର ଉପାସନା କରୁଥିଲେ ଓ ପାଉଲ ଯାହା କହୁଥିଲେ, ତାହା ମନୋଯୋଗ ସହକାରେ ଶୁଣି ଗ୍ରହଣ କରିବା ପାଇଁ ପ୍ରଭୁ ତାଙ୍କୁ ସୁଯୋଗ ଦେଲେ।
15
ସେ ଓ ତାଙ୍କ ପରିବାରର ସମସ୍ତେ ଜଳଦୀକ୍ଷା ନେବା ପରେ ଆମକୁ ନିମନ୍ତ୍ରଣ କରି କହିଲେ, “ପ୍ରଭୁଙ୍କଠାରେ ପ୍ରକୃତରେ ମୋର ବିଶ୍ୱାସ ଅଛି ବୋଲି ଯଦି ଆପଣମାନେ ମନେ କରନ୍ତି, ତେବେ ଆସି ମୋ’ ଘରେ ରହନ୍ତୁ।” ସେ ଏହିପରି ଭାବରେ ତାଙ୍କ ଘରକୁ ଯିବା ପାଇଁ ଆମକୁ ପ୍ରବର୍ତ୍ତାଇଲେ।
16
ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥଳକୁ ଯାଉଥିବାବେଳେ ଗୋଟିଏ କ୍ରୀତଦାସୀ ବାଳିକାକୁ ଭେଟିଲୁ। ତା’ ମଧ୍ୟରେ ଥିବା ପ୍ରେତାତ୍ମାର ଶକ୍ତି ଦ୍ୱାରା ସେ ଭବିଷ୍ୟତ କଥା କହିପାରୁଥିଲା। ସେ ଲୋକମାନଙ୍କର ଭାଗ୍ୟ ଗଣନା କରି, ମାଲିକମାନଙ୍କ ପାଇଁ ବହୁତ ଟଙ୍କା ଉପାର୍ଜନ କରୁଥିଲା।
17
ସେ ପାଉଲ ଓ ଆମ ପଛେ ପଛେ ଆସି ଚିକ୍ରାର କରି କହିଲା, “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ୱରଙ୍କ ସେବକ। ତୁମ୍ଭେମାନେ କିପରି ପରିତ୍ରାଣ ପାଇବ, ଏକଥା ସେମାନେ କହୁଛନ୍ତି।”
18
ବାଳିକାଟି ଅନେକ ଦିନ ଧରି ଏପରି କଲା। ଶେଷରେ ପାଉଲ ବିବ୍ରତ ହୋଇ ପଛକୁ ବୁଲିପଡ଼ି ପ୍ରେତାତ୍ମାକୁ ଧମକ ଦେଇ କହିଲେ, “ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଦେଶ ଦେଉଛି, ତା’ଠାରୁ ବାହାରି ଯା”, ସେହି ମୁହୂର୍ତ୍ତରେ ପ୍ରେତାତ୍ମା ତା’ଠାରୁ ବାହାରିଗଲା।
19
ଯେତେବେଳେ ତାହାର ମାଲିକମାନେ ନିଜର ଅର୍ଥ ଉପାର୍ଜନ ପନ୍ଥା ହରାଇଛନ୍ତି ବୋଲି ଜାଣିଲେ, ପାଉଲ ଓ ଶୀଲାଙ୍କୁ ଧରି ସହରର କେନ୍ଦ୍ରସ୍ଥଳରେ ଥିବା ରୋମୀୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଆଣି କହିଲେ,
20
“ଏହି ଲୋକମାନେ ଇହୁଦୀ, ସେମାନେ ଆମ ସହରରେ ଗଣ୍ଡଗୋଳ କରୁଛନ୍ତି।
21
ସେମାନେ ଆମ ବ୍ୟବସ୍ଥା ବିରୁଦ୍ଧ ରୀତିନୀତି ଶିଖାଉଛନ୍ତି। ଆମେ ରୋମୀୟ ନାଗରିକ, ତେଣୁ ଏହିସବୁ ରୀତିନୀତି ଗ୍ରହଣ କରିପାରିବୁ ନାହିଁ; ସେଗୁଡ଼ିକୁ ଆମେ ପାଳନ କରିପାରିବୁ ନାହିଁ।
22
ମାଲିକମାନଙ୍କ କଥାରେ ଯୋଗ ଦେଇ ସେଠାରେ ଥିବା ଜନତା ପାଉଲ ଓ ଶୀଲାଙ୍କ ବିରୁଦ୍ଧରେ ଉଠିଲେ। ପାଉଲ ଓ ଶୀଲାଙ୍କର ବସ୍ତ୍ର କାଢ଼ି ସେମାନଙ୍କୁ ବେତ୍ରାଘାତ କରିବାକୁ କର୍ତ୍ତୃପକ୍ଷ ଆଦେଶ ଦେଲେ।
23
ବହୁତ ମାଡ଼ ଖାଇବା ପରେ ସେମାନେ କାରାଗାରରେ ନିକ୍ଷିପ୍ତ ହେଲେ ଓ ସେମାନଙ୍କୁ ତାଲା ପକାଇ ନଜରରେ ରଖିବା ପାଇଁ କାରାରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଗଲା।
24
ଏହି ଆଦେଶ ପାଇ କାରାରକ୍ଷକ ସେମାନଙ୍କୁ ଗୋଟିଏ ଭିତରିଆ ପ୍ରକୋଷ୍ଠରେ ପକାଇ ଦେଇ, ଓଜନିଆ କାଠ ଗଡ଼ରେ ସେମାନଙ୍କ ଗୋଡ଼କୁ ବାନ୍ଧି ରଖିଲେ।
25
ମଧ୍ୟରାତ୍ରି ସମୟରେ ପାଉଲ ଓ ଶୀଲା ପ୍ରାର୍ଥନା କରୁଥିଲେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଥିଲେ ଓ ଅନ୍ୟ ବନ୍ଦୀମାନେ ଏହା ଶୁଣୁଥିଲେ।
26
ହଠାତ୍ ଭୀଷଣ ଭୂମିକମ୍ପ ହେଲା ଓ କାରାଗାରର ମୂଳଦୁଆକୁ ଦୋହଲାଇ ଦେଲା। ସଙ୍ଗେ ସଙ୍ଗେ ସମସ୍ତ ଦ୍ୱାର ଖୋଲିଗଲା ଓ ସବୁ ବନ୍ଦୀମାନଙ୍କର ଜଞ୍ଜିର ଖସି ପଡ଼ିଲା।
27
କାରାରକ୍ଷକ ଚେଇଁ ଉଠିଲେ ଓ କାରାଗାରର ଦ୍ୱାର ସବୁ ଖୋଲା ଦେଖି ଭାବିଲେ ଯେ ବନ୍ଦୀମାନେ ପଳାଇଛନ୍ତି; ତେଣୁ ସେ ତାଙ୍କର ଖଡ୍ଗ ବାହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ।
28
କିନ୍ତୁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ନିଜର କୌଣସି କ୍ଷତି କର ନାହିଁ। ଆମେ ସମସ୍ତେ ଏଠାରେ ଅଛୁ!”
29
କାରାରକ୍ଷକ ପ୍ରଦୀପ ଅଣାଇଲେ ଓ ଭିତରକୁ ଦୌଡ଼ି ଆସ ଥରି ଥରି ପାଉଲ ଓ ଶୀଲାଙ୍କ ଗୋଡ଼ ତଳେ ପଡ଼ିଗଲେ।
30
ତା’ପରେ ସେମାନଙ୍କୁ ବାହାରକୁ ନେଇ ପଚାରିଲେ, “ମହାଶୟମାନେ! ପରିତ୍ରାଣ ପାଇବା ପାଇଁ ମୋତେ କ’ଣ କରିବାକୁ ହେବ?”
31
ସେମାନେ ଉତ୍ତର ଦେଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲେ, ତୁମେ ସପରିବାର ପରିତ୍ରାଣ ପାଇବ” -
32
ତା’ପରେ ସେମାନେ ତାଙ୍କୁ ଓ ତାଙ୍କ ଘରେ ଅନ୍ୟ ସମସ୍ତଙ୍କୁ ପ୍ରଭୁଙ୍କ ବାକ୍ୟ କହିଲେ।
33
ରାତ୍ରିର ସେହି ମୁହୂର୍ତ୍ତରେ କାରାରକ୍ଷକ ସେମାନଙ୍କୁ ନେଇ ଯାଇ ସେମାନଙ୍କର କ୍ଷତ ସବୁ ଧୋଇ ଦେଲେ, ପୁଣି ପରିବାରର ସମସ୍ତେ ସେହିକ୍ଷଣି ଜଳଦୀକ୍ଷା ଗ୍ରହଣ କଲେ।
34
ତା’ପରେ ସେ ପାଉଲ ଓ ଶୀଲାଙ୍କୁ ନିଜ ଘରକୁ ନେଇଯାଇ ଖାଇବାକୁ ଦେଲେ। ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିବାରୁ ସେ ଓ ତାଙ୍କ ପରିବାରର ସମସ୍ତଙ୍କ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହେଲା।
35
ପରଦିନ ସକାଳେ ରୋମୀୟ କର୍ତ୍ତୃପକ୍ଷ ସିପାହୀମାନଙ୍କୁ ଏହି ଆଦେଶ ଦେଇ ପଠାଇଲେ, “ସେହି ଲୋକମାନଙ୍କୁ ଛାଡ଼ି ଦିଅ।”
36
ତେଣୁ କାରାରକ୍ଷକ ପାଉଲଙ୍କୁ କହିଲେ, “କର୍ତ୍ତୃପକ୍ଷ ଆପଣଙ୍କୁ ଓ ଶୀଲାଙ୍କୁ ମୁକ୍ତି ଦେବା ପାଇଁ ଆଦେଶ ପଠାଇଛନ୍ତି। ବର୍ତ୍ତମାନ ଆପଣମାନେ ଶାନ୍ତିରେ ଏ ସ୍ଥାନରୁ ଯାଇପାରନ୍ତି।”
37
କିନ୍ତୁ ପାଉଲ ସିପାହୀମାନଙ୍କୁ କହିଲେ, “କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ସୁଦ୍ଧା ସେମାନେ ଲୋକମାନଙ୍କ ସାମ୍ନାରେ ଆମକୁ ପ୍ରହାର କଲେ। ଆମେ ରୋମୀୟ ନାଗରିକ, କିନ୍ତୁ ସେମାନେ ଆମକୁ ବନ୍ଦୀ କଲେ। ବର୍ତ୍ତମାନ ସେମାନେ ଆମକୁ ଗୁପ୍ତରେ ଛାଡ଼ି ଦେବାକୁ ଚାହାନ୍ତି। ଆମେ ଏହା କରାଇ ଦେବୁ ନାହିଁ। ରୋମୀୟ କର୍ତ୍ତୃପକ୍ଷ ନିଜେ ଏଠାକୁ ଆସି ଆମକୁ ମୁକ୍ତ କରନ୍ତୁ।”
38
ସିପାହୀମାନେ ରୋମୀୟ କର୍ତ୍ତୃପକ୍ଷମାନଙ୍କୁ ଏହି କଥା ଜଣାଇଲେ। ପାଉଲ ଓ ଶୀଲା ରୋମୀୟ ନାଗରିକ ବୋଲି ଶୁଣି ସେମାନେ ଭୟଭୀତ ହେଲେ।
39
ତା’ପରେ ଯାଇ ସେମାନଙ୍କ ନିକଟରେ କ୍ଷମା ଭିକ୍ଷା କଲେ ଓ ସେମାନଙ୍କୁ କାରାଗାରରୁ ମୁକ୍ତ କରି ନଗର ଛାଡ଼ି ଚାଲି ଯିବାକୁ ଅନୁରୋଧ କଲେ।
40
ପାଉଲ ଓ ଶୀଲା କାରାଗାର ଛାଡ଼ି ଲୁଦିଆଙ୍କ ଘରକୁ ଗଲେ। ସେଠାରେ ସେମାନେ ବିଶ୍ୱାସୀମାନଙ୍କୁ ସାକ୍ଷାତ କଲେ ଓ ସେମାନଙ୍କୁ ଉତ୍ସାହିତ କରି ସେହି ସ୍ଥାନ ଛାଡ଼ିଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28