bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 22
Acts 22
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 23 →
1
“ଭ୍ରାତୃ ଓ ପିତୃବୃନ୍ଦ, ଆପଣମାନଙ୍କ ସମ୍ମୁଖରେ ନିଜ ପକ୍ଷରୁ ମୁଁ ଯାହା କହୁଅଛି, ତାହା ଶୁଣନ୍ତୁ!”
2
ସେମାନଙ୍କ ସହିତ ସେ ହ୍ରିବୁ ଭାଷାରେ କଥା କହିବା ଶୁଣି ସେମାନେ ଆହୁରି ନୀରବ ହେଲେ ଓ ପାଉଲ କହିବାକୁ ଲାଗିଲେ:
3
“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।
4
ମୁଁ ଏହି ମାର୍ଗ ଅନୁସରଣ କରୁଥିବା ଲୋକମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କୁ ପ୍ରାଣରେ ମାରି ଦେଉଥିଲି। ସ୍ତ୍ରୀ ପୁରୁଷ ସମସ୍ତଙ୍କୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରୁଥିଲି।
5
ମୋର ଏହି କଥା ଯେ ସତ୍ୟ, ପ୍ରଧାନ ଯାଜକ ଓ ମହାସଭାର ସମସ୍ତେ ଏହାର ସାକ୍ଷୀ। ଏହି ଲୋକମାନଙ୍କୁ ବନ୍ଦୀ କରି ଓ ଜଞ୍ଜିରରେ ବାନ୍ଧି ଦଣ୍ଡିତ କରାଇବା ପାଇଁ ଯିରୂଶାଲମକୁ ଘେନି ଆସିବା ନିମନ୍ତେ ମୁଁ ପ୍ରଧାନ ଯାଜକଙ୍କଠାରୁ ପରିଚୟ ପତ୍ର ନେଇ ଦାମାସ୍କସ୍ରେ ଥିବା ଇହୁଦୀ ଭାଇମାନଙ୍କ ନିକଟକୁ ଗଲି।
6
“ମୁଁ ଯାତ୍ରା କରି ଯେତେବେଳେ ଦାମାସ୍କସ୍ର ନିକଟବର୍ତ୍ତୀ ହେଉଥିଲି, ପ୍ରାୟ ମଧ୍ୟାହ୍ନ ସମୟରେ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକ ହଠାତ୍ ମୋର ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।
7
ମୁଁ ଭୂଇଁରେ ମୁହଁ ମାଡ଼ି ପଡ଼ିଗଲି ଓ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତିତ କରୁଛ?’
8
ମୁଁ ପଚାରିଲି, ‘ପ୍ରଭୁ, ଆପଣ କିଏ? ସେ ମୋତେ କହିଲେ, ‘ତୁମେ ଯାହାଙ୍କୁ ନିର୍ଯ୍ୟାତିତ କରୁଛ, ମୁଁ ସେହି ନାଜରିତର ଯୀଶୁ।’
9
ମୋ’ ସଙ୍ଗରେ ଥିବା ଲୋକମାନେ ସେହି ଆଲୋକ ଦେଖିଲେ, କିନ୍ତୁ ମୋ’ ସହିତ କଥା କହୁଥିବା ବ୍ୟକ୍ତିଙ୍କର ସ୍ୱର ଶୁଣି ପାରିଲେ ନାହିଁ।
10
ମୁଁ ପଚାରିଲି, ‘ପ୍ରଭୁ, ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ, ଦାମାସ୍କସ୍କୁ ଯାଅ, ଈଶ୍ୱର ତୁମ ପାଇଁ ଯେଉଁ କାର୍ଯ୍ୟ ନିରୂପଣ କରିଛନ୍ତି, ସେଠାରେ ତୁମକୁ ତାହା ଜଣାଇ ଦିଆଯିବ।’
11
ଆଲୋକର ପ୍ରଖର ତେଜରେ ମୁଁ ଅନ୍ଧ ହୋଇ ଯାଇଥିଲି। ସେଥିପାଇଁ ମୋର ସହଯାତ୍ରୀମାନେ ମୋ’ ହାତ ଧରି ମୋତେ ଦାମାସ୍କସ୍କୁ ନେଇଗଲେ।
12
“ସେହି ନଗରରେ ହନନିୟ ନାମକ ଜଣେ ଧାର୍ମିକ ଲୋକ ଥିଲେ। ସେ ଆମର ବ୍ୟବସ୍ଥା ପାଳନ କରୁଥିଲେ ଏବଂ ସେଠାରେ ବାସ କରୁଥିବା ଇହୁଦୀମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ।
13
ସେ ମୋ’ ପାଖକୁ ଆସି ମୋ’ ନିକଟରେ ଠିଆ ହୋଇ କହିଲେ, ‘ଭାଇ ଶାଉଲ, ତୁମର ଦୃଷ୍ଟିଶକ୍ତି ଫେରିପାଅ।’ ଠିକ୍ ସେହି ମୁହୂର୍ତ୍ତରେ ମୁଁ ପୁନର୍ବାର ଦୃଷ୍ଟିଶକ୍ତି ପାଇ ତାଙ୍କୁ ଦେଖିପାରିଲି।
14
ସେ କହିଲେ, ‘ଆମ ପୂର୍ବପୁରୁଷମାନଙ୍କର ପ୍ରଭୁ ତୁମକୁ ତାଙ୍କର ଅଭିମତ ଜାଣିବା ପାଇଁ, ତାଙ୍କର ଧାର୍ମିକ ସେବକଙ୍କୁ ଦେଖିବା ପାଇଁ ଓ ତାଙ୍କର କଥା ଶୁଣିବା ପାଇଁ ମନୋନୀତ କରିଛନ୍ତି।
15
କାରଣ ତୁମେ ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କ ନିକଟରେ ପ୍ରକାଶ କରିବା ପାଇଁ ତୁମେ ତାଙ୍କର ସାକ୍ଷୀ ହେବ।
16
ଆଉ କାହିଁକି ବିଳମ୍ବ କରୁଛ? ଆସ, ଜଳଦୀକ୍ଷା ଗ୍ରହଣ କର ଓ ତାଙ୍କଠାରେ ପ୍ରାର୍ଥନା କରିବା ଦ୍ୱାରା ତୁମର ପାପ ସବୁ ପ୍ରକ୍ଷାଳିତ ହେଉ।”
17
“ମୁଁ ଯିରୂଶାଲମକୁ ଫେରିଯାଇ ସେଠାରେ ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ,
18
ପ୍ରଭୁଙ୍କର ଦର୍ଶନ ପାଇଲି। ସେ ମୋତେ କହିଲେ, ‘ଶୀଘ୍ର ଯିରୂଶାଲମ ପରିତ୍ୟାଗ କର, କାରଣ ଏଠାକାର ଲୋକମାନେ ମୋ’ ସମ୍ବନ୍ଧରେ ତୁମର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।’
19
ମୁଁ ଉତ୍ତର ଦେଲି, ‘ପ୍ରଭୁ, ମୁଁ ସମାଜ ଗୃହମାନଙ୍କୁ ଯାଇ ଆପଣଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ କିପରି ବନ୍ଦୀ କରିଥିଲି ଓ ପ୍ରହାର କରିଥିଲି, ଏହା ସେମାନେ ଭଲଭାବେ ଜାଣନ୍ତି।
20
ପୁଣି ଯେତେବେଳେ ଆପଣଙ୍କର ସାକ୍ଷୀ ସ୍ତିଫାନଙ୍କୁ ହତ୍ୟା କରାଗଲା, ମୁଁ ନିଜେ ସେଠାରେ ଥିଲି; ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ମୋର ସମ୍ମତି ଜଣାଇଥିଲି ଓ ତାଙ୍କର ହତ୍ୟାକାରୀମାନଙ୍କର ଉତ୍ତରୀୟ ବସ୍ତ୍ରଗୁଡ଼ିକୁ ଜଗି ରହିଥିଲି।’
21
ପ୍ରଭୁ ମୋତେ କହିଲେ, ‘ଯାଅ, ମୁଁ ତୁମକୁ ବହୁତ ଦୂରକୁ ଅଣଇହୁଦୀମାନଙ୍କ ନିକଟକୁ ପଠାଇବି’।”
22
ପାଉଲ ଏହି କଥା କହିବା ପର୍ଯ୍ୟନ୍ତ ଲୋକମାନେ ମନ ଦେଇ ଶୁଣୁଥିଲେ, କିନ୍ତୁ ତା’ପରେ ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ତାକୁ ବାହାର କରି ଦିଅ! ତାକୁ ହତ୍ୟା କର! ସେ ଜୀବନଧାରଣର ଯୋଗ୍ୟ ନୁହେଁ!”
23
ସେମାନେ ଚିକ୍ରାର କରୁଥିଲେ, ଲୁଗା ଉଡ଼ାଇ ଥିଲେ ଓ ଉପରକୁ ଧୂଳି ଫିଙ୍ଗୁଥିଲେ।
24
ପାଉଲଙ୍କୁ ଦୁର୍ଗ ଭିତରକୁ ନେଇଯିବା ପାଇଁ ରୋମୀୟ ସେନାପତି ସୈନ୍ୟମାନଙ୍କୁ ଆଦେଶ ଦେଲେ ଓ ଇହୁଦୀମାନେ କାହିଁକି ତାଙ୍କ ବିରୁଦ୍ଧରେ ଏପରି ଚିକ୍ରାର କରୁଛନ୍ତି, ତାହା ଜାଣିବା ପାଇଁ ତାଙ୍କୁ ଚାବୁକ୍ ପ୍ରହାର କରିବାକୁ ଆଦେଶ ଦେଲେ।
25
କିନ୍ତୁ ସେମାନେ ତାଙ୍କୁ ବାନ୍ଧିବା ସମୟରେ ପାଉଲ ସେଠାରେ ଉପସ୍ଥିତ ଜଣେ କର୍ମଚାରୀଙ୍କୁ କହିଲେ, “କୌଣସି ଅପରାଧରେ ଏ ପର୍ଯ୍ୟନ୍ତ ବିଚାରିତ ହୋଇ ନ ଥିବା ଜଣେ ରୋମୀୟ ନାଗରିକକୁ ଚାବୁକ୍ ପ୍ରହାର କରିବା କ’ଣ ଆଇନ୍ ସଙ୍ଗତ?”
26
ଏହା ଶୁଣି କର୍ମଚାରୀ ଯାଇ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ, “ଆପଣ କ’ଣ କରୁଛନ୍ତି? ଏ ଲୋକ ଯେ ଜଣେ ରୋମୀୟ ନାଗରିକ!”
27
ସୈନ୍ୟାଧ୍ୟକ୍ଷ ପାଉଲଙ୍କ ନିକଟକୁ ଯାଇ ପଚାରିଲେ, “ତୁମେ କ’ଣ ଜଣେ ରୋମୀୟ ନାଗରିକ?” ପାଉଲ ଉତ୍ତର ଦେଲେ, “ହଁ”।
28
ସେନାପତି କହିଲେ, “ଅନେକ ଟଙ୍କା ବିନିମୟରେ ମୁଁ ଜଣେ ରୋମୀୟ ନାଗରିକ ହୋଇଛି।” ପାଉଲ ଉତ୍ତର ଦେଲେ, “କିନ୍ତୁ ମୁଁ ଜନ୍ମରୁ ରୋମୀୟ।”
29
ସଙ୍ଗେ ସଙ୍ଗେ ଯେଉଁ ଲୋକମାନେ ପାଉଲଙ୍କୁ ପ୍ରଶ୍ନ କରିବାକୁ ଯାଉଥିଲେ, ପଛକୁ ହଟିଗଲେ ଏବଂ ପାଉଲ ଜଣେ ରୋମୀୟ ନାଗରିକ ହୋଇଥିବା ଜାଣି ଓ ସେ ଯେ ତାଙ୍କୁ ଶିକୁଳିରେ ବାନ୍ଧିବା ପାଇଁ ଆଦେଶ ଦେଇଛନ୍ତି, ଏହା ଜାଣି, ସୈନ୍ୟାଧ୍ୟକ୍ଷ ଅତ୍ୟନ୍ତ ଭୟଭୀତ ହେଲେ।
30
ଇହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କରିଛନ୍ତି, ତାହା ନିଶ୍ଚିତଭାବେ ଜାଣିବା ପାଇଁ ସୈନ୍ୟାଧ୍ୟକ୍ଷ ତହିଁ ଆର ଦିନ ପାଉଲଙ୍କର ବନ୍ଧନସବୁ ଖୋଲି ଦେଇ ମହାସଭାର ପୂର୍ଣ୍ଣ ବୈଠକ ଆହ୍ୱାନ କରିବା ପାଇଁ ଯାଜକମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28