bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 2
Acts 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 3 →
1
ପେଣ୍ଟିକଷ୍ଟ ଦିନରେ ଖ୍ରୀଷ୍ଟ ବିଶ୍ୱାସୀ ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ।
2
ହଠାତ୍ ପ୍ରଚଣ୍ଡ ବାୟୁ ବାହିବାର ଶବ୍ଦ ଭଳି ଆକାଶରୁ ଏକ ଶବ୍ଦ ହେଲା ଓ ଯେଉଁ ଗୃହରେ ସେମାନେ ବସିଥିଲେ, ତାହ ସେହି ଶବ୍ଦରେ ପୂର୍ଣ୍ଣ ହେଲା।
3
ତା’ପରେ ସେମାନେ ଦେଖିଲେ, କେତେଗୁଡ଼ିଏ ଅଗ୍ନି ଜିହ୍ୱା ପ୍ରସାରିତ ହୋଇ ସେଠାରେ ଥିବା ପ୍ରତ୍ୟେକଙ୍କୁ ସ୍ପର୍ଶ କଲା।
4
ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।
5
ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଇହୁଦୀ ଭକ୍ତମାନେ ସେତେବେଳେ ଯିରୂଶାଲମରେ ଉପସ୍ଥିତ ଥିଲେ।
6
ସଭାସ୍ଥଳରେ ହେଉଥିବା ଶବ୍ଦ ଶୁଣି, ଅନେକ ଲୋକ ସେଠାରେ ସମବେତ ହେଲେ। ବିଶ୍ୱାସୀମାନେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ଭାଷାରେ କଥା କହୁଥିବା ଶୁଣି ସେମାନଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି ହେଲା।
7
ହତବୁଦ୍ଧି ଓ ବିସ୍ମିତ ହୋଇ ସେମାନେ ପଚାରିଲେ, “ଏ ପ୍ରକାର କଥା କହୁଥିବା ଏ ଲୋକମାନେ କ’ଣ ଗାଲିଲୀୟ ନୁହଁନ୍ତି?
8
ତା’ହେଲେ ଆମେ ସମସ୍ତେ କିପରି ସେମାନଙ୍କୁ ଆମ ନିଜ ନିଜ ଭାଷାରେ କଥା କହୁଥିବା ଶୁଣିଛୁ?
9
ଆମ୍ଭେମାନେ ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି ମେପପଟାମିଆ, ଯିହୁଦା ଦେଶ ଓ କାପ୍ପାଦକିଆ, ପନ୍ତ ଓ ଆସିୟା,
10
ଫ୍ରୂଗିୟା ଓ ପଂଫୁଲିୟା, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିୟା ଅଞ୍ଚଳ ନିବାସୀ। ଆମ୍ଭମାନଙ୍କ ମଧ୍ୟରୁ କେତେକ ରୋମ୍ରୁ ଆସିଥିବା ଇହୁଦୀ ଓ ଇହୁଦୀ ଧର୍ମ ଗ୍ରହଣ କରିଥିବା ପ୍ରବାସୀ;
11
ପୁଣି କେତେକ କ୍ରୀତ ଓ ଆରବୀୟ ଦେଶର ଲୋକ। ତଥାପି ଈଶ୍ୱର ଯେଉଁ ମହତ୍ ବିଷୟସବୁ ସାଧନ କରିଛନ୍ତି, ସେ ସମ୍ବନ୍ଧରେ ଆମେ ସମସ୍ତେ ସେମାନଙ୍କଠାରୁ ଆମ ନିଜ ନିଜ ଭାଷାରେ ଶୁଣିପାରୁଛୁ।”
12
ବିସ୍ମିତ ଓ ବିଚଳିତ ହୋଇ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ, “ଏହାର ଅର୍ଥ କ’ଣ?”
13
କିନ୍ତୁ ଅନ୍ୟମାନେ ବିଶ୍ୱାସୀମାନଙ୍କୁ ବିଦ୍ରୂପ କରି କହିଲେ, “ଏହି ଲୋକମାନେ ମାତାଲ ହୋଇଛନ୍ତି।”
14
ତା’ପରେ ଅନ୍ୟ ଏଗାର ଜଣ ପ୍ରେରିତ ଶିଷ୍ୟମାନଙ୍କ ସହିତ ପିତର ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ହେ ଇହୁଦୀ ଭାଇମାନେ ଓ ଯିରୂଶାଲମରେ ବାସ କରୁଥିବା ଭଦ୍ର ମଣ୍ଡଳୀ, ମୋ’ କଥା ଶୁଣ, ମୁଁ ଏହି ବିଷୟରେ ବୁଝାଇ କହିବି।
15
ତୁମ୍ଭେମାନେ ମନେ କରୁଛ, ଏମାନେ ମାତାଲ। ନା, ଏମାନେ ମାତାଲ ନୁହଁନ୍ତି, କାରଣ ବର୍ତ୍ତମାନ ସମୟ ସକାଳ ନ’ଟା।
16
କିନ୍ତୁ ଭାବବାଦୀ ଯୋୟେଲ ଯେଉଁ ଘଟଣାବଳୀ ବିଷୟରେ ଭବିଷ୍ୟତବାଣୀ କହିଥିଲେ, ଏହା ସେଭଳି ଏକ ଘଟଣା। ଯୋୟେଲ କହିଥିଲେ;
17
“ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।
18
ହଁ, ମୋ’ ସେବକ ସେବିକାମାନଙ୍କ ଉପରେ ସେତେବେଳେ ମୁଁ ମୋର ଆତ୍ମା ଢାଳି ଦେବି ସେମାନେ ମୋର ବାର୍ତ୍ତା ଘୋଷଣା କରିବେ।
19
ମୁଁ ଆକାଶର ଉଦ୍ଧ୍ୱର୍ଦେଶରେ ଅଦ୍ଭୁତ କାର୍ଯ୍ୟ ଓ ନିମ୍ନସ୍ଥ ପୃଥିବୀରେ ଅଦ୍ଭୁତ ଲକ୍ଷଣ ଦେଖାଇବି। ରକ୍ତ, ଅଗ୍ନି ଓ ଘନ ଧୂମରେ ପୃଥିବୀ ପୂର୍ଣ୍ଣ ହେବ;
20
ପ୍ରଭୁଙ୍କର ମହା ଗୌରବମୟ ଦିବସର ଆଗମନ ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ରକ୍ତ ପରି ଲୋହିତ ବର୍ଣ୍ଣ ହେବ।
21
ସେତେବେଳେ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ।’
22
“ହେ ଇଶ୍ରାଏଲୀୟ ଭାଇମାନେ, ଶୁଣ! ଅନେକ ଅଲୌକିକ କାର୍ଯ୍ୟ ଓ ଅଦ୍ଭୁତ ଲକ୍ଷଣ ଦ୍ୱାରା ନାଜରିତୀୟ ଯୀଶୁ ଯେ ଈଶ୍ୱରପ୍ରେରିତ ଓ ଐଶୀଶକ୍ତି ସମ୍ପନ୍ନ, ଏହା ତୁମ୍ଭମାନଙ୍କ ନିକଟରେ ପ୍ରମାଣିତ ହୋଇଛି। ତୁମ୍ଭମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଏହି ସବୁ ଘଟଣା ଘଟିଛି, ତେଣୁ ଏ ବିଷୟରେ ତୁମ୍ଭେମାନେ ଭଲଭାବେ ଜାଣିଛ।
23
ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।
24
କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁ କବଳରୁ ମୁକ୍ତ କରି ପୁନରୁତ୍ôଥତ କଲେ, କାରଣ ସେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବା ଅସମ୍ଭବ।
25
ଏ ସମ୍ପର୍କରେ ଦାଉଦ କହିଛନ୍ତି; ‘ସବୁ ସମୟରେ ମୁଁ ଈଶ୍ୱରଙ୍କୁ ମୋ’ ସମ୍ମୁଖରେ ଦେଖିଛି, ସେ ମୋ’ ଦକ୍ଷିଣ ପାଶ୍ୱର୍ରେ ରହିଛନ୍ତି। କେହି ମୋତେ ବିଚଳିତ କରିପାରିବ ନାହିଁ।
26
ତେଣୁ ମୁଁ ଆନନ୍ଦରେ ପରିପୂର୍ଣ୍ଣ, ମୋର ଜିହ୍ୱା ଉଲ୍ଲସି ଉଠୁଛି। ଯଦ୍ୟପି ମୁଁ ମରଣଶୀଳ, ମୁଁ ନିଶ୍ଚିତ ଭରସାରେ ସୁସ୍ଥିର,
27
କାରଣ ତୁମେ ମୋତେ ମୃତମାନଙ୍କ ଜଗତରେ ପରିତ୍ୟାଗ କରିବ ନାହିଁ; ତୁମେ ତୁମର ବିଶ୍ୱସ୍ତ ସେବକଙ୍କୁ କବର ମଧ୍ୟରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।
28
ତୁମେ ମୋତେ ଜୀବନର ପଥ ଦେଖାଇ ଅଛ ଓ ତୁମ ଉପସ୍ଥିତି ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’
29
“ଭାଇମାନେ, ସରଳଭାବେ ମୁଁ ତୁମ୍ଭମାନଙ୍କୁ ଆମ ପୂର୍ବପୁରୁଷ ଦାଉଦ ରାଜାଙ୍କ ବିଷୟରେ କିଛି କହିବା ଆବଶ୍ୟକ ମନେ କରୁଛି। ସେ ମୃତ୍ୟୁଭୋଗ କରି ସମାଧିସ୍ଥ ହେଲେ, ପୁଣି ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଏଠାରେ ଆମ୍ଭମାନଙ୍କ ମଧ୍ୟରେ ଅଛି।
30
ସେ ଜଣେ ଭାବବାଦୀ ଥିଲେ, ତେଣୁ ତାଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା କଥା ଜାଣିଥିଲେ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣକୁ ରାଜା କରିବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।
31
ଈଶ୍ୱର ଭବିଷ୍ୟତ୍ରେ କ’ଣ କରିବାକୁ ଯାଉଛନ୍ତି, ଦାଉଦ ତାହା ଜାଣିପାରି, ମସୀହଙ୍କ ପୁନରୁତ୍ଥାନ ବିଷୟରେ କହିଛନ୍ତି; ‘ସେ ମୃତମାନଙ୍କ ଜଗତରେ ପରିତ୍ୟକ୍ତ ହେଲେ ନାହିଁ। ତାହାଙ୍କ ଶରୀର କବର ମଧ୍ୟରେ କ୍ଷୟ ପାଇଲା ନାହିଁ।’
32
ଈଶ୍ୱର ଏହି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ଆମେ ସମସ୍ତେ ଏହାର ସାକ୍ଷୀ।
33
ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।
34
ଦାଉଦ ନିଜେ ସ୍ୱର୍ଗକୁ ଯାଇ ନ ଥିଲେ; ବରଂ ସେ କହିଥିଲେ, ‘ଈଶ୍ୱର ମୋର ପ୍ରଭୁଙ୍କୁ କହିଲେ,
35
ମୁଁ ତୁମର ଶତ୍ରୁମାନଙ୍କୁ ତୁମର ପାଦପୀଠ ନ କରିବା ପର୍ଯ୍ୟନ୍ତ, ମୋର ଦକ୍ଷିଣ ପାଖରେ ବସିଥାଅ।’
36
“ଅତଏବ ଇଶ୍ରାୟେଲୀୟମାନେ ସମସ୍ତେ ନିଶ୍ଚିତଭାବେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶାର୍ପିତ କରିଛ, ଈଶ୍ୱର ତାଙ୍କୁ ହିଁ ପ୍ରଭୁ ଓ ମସୀହ କରିଛନ୍ତି।”
37
ଲୋକମାନେ ଏହି କଥାସବୁ ଶୁଣି ଅତ୍ୟନ୍ତ ଉଦ୍ବିଗ୍ନ ହେଲେ ଏବଂ ପିତର ଓ ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କୁ ପଚାରିଲେ, “ଭାଇମାନ, ଆମ୍ଭେମାନେ କ’ଣ କରିବା?”
38
ପିତର ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ପ୍ରତ୍ୟେକେ ପାପରୁ ବିମୁଖ ହୋଇ ତୁମ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କର; ତାହାହେଲେ ତୁମ୍ଭେମାନେ ଈଶ୍ୱରଙ୍କ ଦାନ ପବିତ୍ରଆତ୍ମାଙ୍କୁ ପାଇବ।
39
କାରଣ ଈଶ୍ୱରଙ୍କ ପ୍ରତିଜ୍ଞା ତୁମ୍ଭମାନଙ୍କ ପ୍ରତି, ତୁମ ସନ୍ତାନମାନଙ୍କ ପ୍ରତି ଓ ଈଶ୍ୱରଙ୍କ ଦ୍ୱାରା ଆହୂତ ଦୂରଦୂରାନ୍ତରେ ଥିବା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।”
40
ପିତର ସେମାନଙ୍କୁ ଆବେଦନ ଜଣାଇ ଓ ନାନା ପ୍ରକାରେ ପ୍ରବର୍ତ୍ତାଇ କହିଲେ, “ଏହି ଭ୍ରଷ୍ଟାଚାରୀମାନଙ୍କ ପ୍ରତି ଆସନ୍ନ ଶାସ୍ତିରୁ ନିଜ ନିଜକୁ ରକ୍ଷା କର।”
41
ସେମାନଙ୍କ ମଧ୍ୟରୁ ଅନେକେ ତାଙ୍କ ବାର୍ତ୍ତାରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କଲେ। ସେଦିନ ପ୍ରାୟ ତିନି ହଜାର ଲୋକ ଶିଷ୍ୟମାନଙ୍କ ଦଳଭୁକ୍ତ ହେଲେ।
42
ସେହିଦିନଠାରୁ ଶିଷ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କଲେ। ପୁଣି ସେମାନେ ଏକତ୍ର ପାନ ଭୋଜନ ଓ ପ୍ରାର୍ଥନା ଉପାସନା କରିବା ଦ୍ୱାରା ପରସ୍ପରର ସାହାଚର୍ଯ୍ୟ ଉପଭୋଗ କଲେ।
43
ପ୍ରେରିତ ଶିଷ୍ୟମାନେ ଅନେକ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କଲେ ଓ ସମସ୍ତେ ଏଥିରେ ବିସ୍ମୟାଭିଭୂତ ହେଲେ।
44
ବିଶ୍ୱାସୀମାନେ ପରସ୍ପର ସହିତ ଘନିଷ୍ଠ ବନ୍ଧୁତାରେ ଆବଦ୍ଧ ହେଲେ ଓ ମିଳିତ ଭାବରେ ସେମାନଙ୍କର ସମସ୍ତ ସମ୍ପତ୍ତି ଭୋଗ କଲେ।
45
ସେମାନେ ନିଜ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିକ୍ରୟ କରି, ଲବ୍ଧ ଧନ ପ୍ରତ୍ୟେକଙ୍କର ଆବଶ୍ୟକ ଅନୁସାରେ ପରସ୍ପର ମଧ୍ୟରେ ବିତରଣ କଲେ।
46
ସେମାନେ ପ୍ରତିଦିନ ଉପାସନା ମନ୍ଦିରରେ ଗୋଟିଏ ଦଳ ରୂପେ ଏକତ୍ରିତ ହେଉଥିଲେ ଏବଂ ଆନନ୍ଦ ମନରେ ଓ ନମ୍ରଚିତ୍ତରେ
47
ଈଶ୍ୱରଙ୍କ ପ୍ରଶଂସା କରି ଜଣେ ଅନ୍ୟ ଜଣର ଗୃହରେ ପାନ ଭୋଜନ କରୁଥିଲେ। ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହେଲେ ଏବଂ ଦିନକୁ ଦିନ ପରିତ୍ରାଣପ୍ରାପ୍ତ ଲୋକମାନଙ୍କୁ ପ୍ରଭୁ ସେମାନଙ୍କ ଦଳରେ ଯୋଗ ଦେଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28