bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 9
Acts 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 10 →
1
ଏହି ସମୟରେ ଶାଉଲ ପ୍ରଭୁଙ୍କ ଶିଷ୍ୟମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ।
2
ଦାମାସ୍କସ୍ର ଉପାସନା ଗୃହମାନଙ୍କରେ ପ୍ରଭୁଙ୍କ ଅନୁଗାମୀମାନଙ୍କୁ ପାଇଲେ ବନ୍ଦୀ କରି ଯିରୂଶାଲମକୁ ଧରି ଆଣିବା ପାଇଁ ପ୍ରଧାନ ଯାଜକଠାରୁ ଅନୁମତି ପତ୍ର ପାଇଲେ।
3
ଶାଉଲ ଦାମାସ୍କସ୍ ସହର ନିକଟବର୍ତ୍ତୀ ହେବା ସମୟରେ ହଠାତ୍ ଆକାଶରୁ ଏକ ଜ୍ୟୋତିଃ ତାଙ୍କ ଚତୁର୍ଦ୍ଦିଗରେ ଝଲସି ଉଠିଲା।
4
ସେ ତଳେ ପଡ଼ିଗଲେ ଏବଂ ବାଣୀ ଶୁଣିଲେ, “ଶାଉଲ! ଶାଉଲ! ତୁମେ କାହିଁକି ମୋତେ ନିର୍ଯ୍ୟାତନା କରୁଛ?”
5
ସେ କହିଲେ, “ପ୍ରଭୁ, ଆପଣ କିଏ?” ପୁନର୍ବାର ସେହି ବାଣୀ ଶୁଣାଗଲା, “ତୁମ୍ଭେ ଯାହାକୁ ନିର୍ଯ୍ୟାତିତ କରୁଛ, ମୁଁ ସେହି ଯୀଶୁ।
6
ଉଠ, ସହରକୁ ଯାଅ, କ’ଣ କରିବାକୁ ହେବ, ସେଠାରେ ତୁମ୍ଭକୁ ଜଣାଇ ଦିଆଯିବ।”
7
ଶାଉଲଙ୍କ ସହଯାତ୍ରୀମାନେ ନିର୍ବାକ୍ ହୋଇ ଅଟକି ଗଲେ; ସେମାନେ ସେହି ବାଣୀ ଶୁଣିଲେ, କିନ୍ତୁ କାହାକୁ ଦେଖିପାରିଲେ ନାହିଁ।
8
ଶାଉଲ ଉଠି ଆଖି ଖୋଲିଲେ, କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ।
9
ତିନିଦିନ ପର୍ଯ୍ୟନ୍ତ ସେ ଦେଖିପାରିଲେ ନାହିଁ ଓ ସେହି ସମୟରେ ଭୋଜନ ପାନ କଲେ ନାହିଁ।
10
ଦାମାସ୍କସ୍ରେ ହନନିୟ ନାମକ ଜଣେ ଖ୍ରୀଷ୍ଟିୟାନ ଥିଲେ। ସେ ଏକ ଦର୍ଶନ ପାଇଲେ, ପ୍ରଭୁ ତାଙ୍କୁ କହିଲେ, “ହନନିୟ!” ସେ ଉତ୍ତର ଦେଲେ, “ହେ ପ୍ରଭୁ କହନ୍ତୁ।”
11
ପ୍ରଭୁ କହିଲେ, “ପ୍ରସ୍ତୁତ ହୁଅ। ‘ସଳଖ’ ନାମକ ରାସ୍ତା ଧରି ଯିହୁଦାଙ୍କ ଘରକୁ ଯାଅ। ସେଠାରେ ତାର୍ସସ୍ଠାରୁ ଆସିଥିବା ଶାଉଲ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁସନ୍ଧାନ କର। ସେ ପ୍ରାର୍ଥନା କରୁଛନ୍ତି।
12
ହନନିୟ ନାମକ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ହସ୍ତାର୍ପଣ କଲେ, ସେ ଦୃଷ୍ଟି ଫେରି ପାଇବେ ବୋଲି ଦର୍ଶନ ଲାଭ କରିଛନ୍ତି।”
13
ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।
14
ଆଉ ସେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ, ଦାମାସ୍କସ୍ରେ ଆପଣଙ୍କ ଉପାସନକମାନଙ୍କୁ ଧରି ନେଇ ଯିବା ପାଇଁ ଆସିଛି।”
15
ପ୍ରଭୁ ତାଙ୍କୁ କହିଲେ, “ଯାଅ, ଇହୁଦୀ, ଅଣଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ, ମୋ’ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି।
16
ମୋ’ ପାଇଁ ସେ ଯେଉଁସବୁ କ୍ଳେଶ ଭୋଗ କରିବ, ମୁଁ ନିଜେ ତାକୁ ଜଣାଇବି।”
17
ହନନିୟ ଗଲେ, ଶାଉଲ ଥିବା ଗୃହରେ ପ୍ରବେଶ କରି ତାଙ୍କ ଉପରେ ହାତ ରଖିଲେ। ସେ କହିଲେ, “ଭାଇ ଶାଉଲ, ଏଠାକୁ ଆସିବା ପଥରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ, ସେ ମୋତେ ପଠାଇଛନ୍ତି, ଯେପରି ଆଉ ଥରେ ତୁମେ ଦୃଷ୍ଟି ପାଇବ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବ।”
18
ସେହିକ୍ଷଣି ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା ଓ ସେ ଆଉ ଥରେ ଦେଖିବାକୁ ସମର୍ଥ ହେଲେ।
19
ସେ ଉଠି ଜଳଦୀକ୍ଷା ଗ୍ରହଣ କଲେ ଓ ଭୋଜନ ପାନ କରି ବଳ ପାଇଲେ। ଶାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଦାମାସ୍କସ୍ରେ କିଛି ଦିନ ରହିଲେ।
20
ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏ କଥା ପ୍ରଚାର କରିବାକୁ ଲାଗିଲେ।
21
ଯେଉଁମାନେ ତାଙ୍କ କଥା ଶୁଣିଲେ, ସେମାନେ ଆଚମ୍ବିତ ହୋଇ ପଚାରିଲେ, “”ଯିରୂଶାଲମରେ ଯୀଶୁ ନାମକ ବ୍ୟକ୍ତିର ଉପାସକମାନଙ୍କୁ ଯେଉଁ ଲୋକ ହତ୍ୟା କରୁଥିଲା, ଏ କ’ଣ ସେହି ନୁହେଁ? ସେମାନଙ୍କୁ ମୁଖ୍ୟ ଯାଜକମାନଙ୍କ ନିକଟକୁ ଧରି ନେଇ ଯିବା ଉଦ୍ଦେଶ୍ୟରେ ସେ କ’ଣ ଏଠାକୁ ଆସି ନ ଥିଲା?”
22
କିନ୍ତୁ ଶାଉଲଙ୍କ ପ୍ରଚାର ଅତୀବ ଶକ୍ତିଶାଳୀ ଥିଲା, ଯୀଶୁ ଯେ ମସୀହ, ଏ ସମ୍ବନ୍ଧରେ ତାଙ୍କର ପ୍ରମାଣ ଏତେ ଯୁକ୍ତିସଙ୍ଗତ ଥିଲା ଯେ ଦାମାସ୍କସ୍ରେ ବାସ କରୁଥିବା ଇହୁଦୀମାନେ ତାଙ୍କର କୌଣସି କଥାର ଉତ୍ତର ଦେଇପାରି ନ ଥିଲେ।
23
ଅନେକ ଦିନ ଅତିବାହିତ ହେବା ପରେ ଇହୁଦୀମାନେ ଏକତ୍ରିତ ହୋଇ ଶାଉଲଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରଣା କଲେ, କିନ୍ତୁ ଶାଉଲ ସେମାନଙ୍କର ଚକ୍ରାନ୍ତ ଜାଣିପାରିଲେ।
24
ତାଙ୍କୁ ହତ୍ୟା କରିବା ପାଇଁ ଦିନ।ତି ସେମାନେ ନଗର ଦ୍ୱାର ସବୁ ଜଗି ରହିଲେ।
25
କିନ୍ତୁ ଦିନେ ରାତିବେଳେ ଶାଉଲଙ୍କ ଶିଷ୍ୟମାନେ ତାଙ୍କୁ ଗୋଟିଏ ଟୋକେଇରେ ରଖି ପାଚେରୀର ଏକ ଖୋଲା ବାଟ ଦେଇ ତଳକୁ ଖସାଇ ଦେଲେ।
26
ଶାଉଲ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ଯୋଗ ଦେବା ପାଇଁ ଚେଷ୍ଟା କଲେ। କିନ୍ତୁ ସେ ଜଣେ ଶିଷ୍ୟ ବୋଲି ସେମାନେ ଆଦୌ ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ଭୟ କରୁଥିଲେ।
27
କିନ୍ତୁ ପରେ ବର୍ଣ୍ଣବା ତାଙ୍କୁ ପ୍ରେରିତ ଶିଷ୍ୟମାନଙ୍କ ପାଖକୁ ନେଇ ଯାଇ ଦାମାସ୍କସ୍ ପଥରେ ଶାଉଲ କିପରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ କିପରି ତାଙ୍କୁ କଥା କହିଥିଲେ, ଏସବୁ ବିଷୟ ସେମାନଙ୍କୁ ବୁଝାଇ କହିଲେ। ଦାମାସ୍କସ୍ରେ ଯୀଶୁଙ୍କ ନାମରେ ଶାଉଲ କିପରି ନିର୍ଭୀକ ଭାବରେ ପ୍ରଚାର କରିଥିଲେ, ସେମାନଙ୍କୁ ବିଶଦ ଭାବରେ ବର୍ଣ୍ଣନା କରି କହିଲେ।
28
ଏହାପରେ ଶାଉଲ ପ୍ରେରିତ ଶିଷ୍ୟମାନଙ୍କ ସଙ୍ଗରେ ରହିଲେ ଓ ଯିରୂଶାଲମର ଚାରିଆଡ଼କୁ ଯାଇ ସାହସର ସହିତ ପ୍ରଭୁଙ୍କ ନାମରେ ପ୍ରଚାର କଲେ।
29
ଏସବୁ ବିଷୟରେ ସେ ଗ୍ରୀକ୍ ଭାଷାବାଦୀ ଇହୁଦୀମାନଙ୍କ ସହିତ ମଧ୍ୟ ତର୍କ ବିତର୍କ କଲେ, କିନ୍ତୁ ସେମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ।
30
ବିଶ୍ୱାସୀମାନେ ଏ କଥା ଜାଣିପାରି ଶାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ଷିସକୁ ପଠାଇ ଦେଲେ।
31
ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟର ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରଆତ୍ମାଙ୍କ ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ।
32
ପିତର ବିଭିନ୍ନ ସ୍ଥାନରେ ଭ୍ରମଣ କରୁ କରୁ ଥରେ ଲୁଦାରେ ବାସ କରୁଥିବା ପ୍ରଭୁଙ୍କ ଲୋକମାନଙ୍କୁ ସାକ୍ଷାତ କରିବାକୁ ଗଲେ।
33
ସେଠାରେ ଏନିୟ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଲେ। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଆଠ ବର୍ଷ ଧରି ବିଛଣାରୁ ଉଠିପାରୁ ନ ଥିଲେ।
34
ପିତର ତାଙ୍କୁ କହିଲେ, “ଏନିୟ, ଯୀଶୁଖ୍ରୀଷ୍ଟ ତୁମକୁ ସୁସ୍ଥ କରିଛନ୍ତି। ଉଠ, ତୁମର ବିଛଣା ସଜାଡ଼।”
35
ସେହିକ୍ଷଣି ଏନିୟ ଉଠି ଠିଆ ହେଲେ। ଏହା ଦେଖି ଲୁଦା ଓ ଶାରୋଣରେ ବାସ କରୁଥିବା ଲୋକମାନେ ସମସ୍ତେ ପ୍ରଭୁଙ୍କ ଆଡ଼କୁ ମନ ଫେରାଇଲେ।
36
ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। (ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ “ହରିଣୀ” ଥିଲା।) ସେ ତାଙ୍କର ସମସ୍ତ ସମୟ ସତ୍ କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ।
37
ସେହି ସମୟରେ ଅସୁସ୍ଥ ହୋଇ ସେ ପ୍ରାଣତ୍ୟାଗ କଲେ। ବନ୍ଧୁମାନେ ତାଙ୍କ ଶରୀରକୁ ସ୍ନାନ କରାଇ ଉପର ମହଲାରେ ଶୁଆଇ ଦେଲେ।
38
ଯୋପ୍ପା ଲୁଦାଠାରୁ ଦୂରରେ ନ ଥିଲା। ପିତର ଲୁଦାରେ ଅଛନ୍ତି ବୋଲି ଶୁଣି, ଯୋପ୍ପାରେ ଥିବା ବିଶ୍ୱାସୀମାନେ ଦୁଇଜଣ ଲୋକଙ୍କୁ ତାଙ୍କ ନିକଟକୁ କହି ପଠାଇଲେ, “ଦୟା କରି ଶୀଘ୍ର ଆମ ପାଖକୁ ଆସନ୍ତୁ।”
39
ପିତର ପ୍ରସ୍ତୁତ ହୋଇ ସେମାନଙ୍କ ସଙ୍ଗରେ ଗଲେ। ସେଠାରେ ସେ ପହଞ୍ôଚବାକ୍ଷଣି ଲୋକମାନେ ତାଙ୍କୁ ଉପର କୋଠରୀକୁ ନେଇଗଲେ। ସେଠାରେ ବିଧବାମାନେ ତାଙ୍କୁ ଘେରିଯାଇ କାନ୍ଦି କାନ୍ଦି ଦର୍କାସ ବଞ୍ଚିଥିବା ସମୟରେ ସିଲାଇ କରିଥିବା ପୋଷାକ ଓ ଲୁଗାସବୁ ତାଙ୍କୁ ଦେଖାଇଲେ।
40
ପିତର ସମସ୍ତଙ୍କୁ କୋଠରୀରୁ ବାହାର କରିଦେଲେ ଓ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଦର୍କାସର ମୃତ ଶରୀର ଆଡ଼କୁ ଚାହିଁ କହିଲେ, “ଟବିଥା, ଉଠ!” ଦର୍କାସ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।
41
ପିତର ହାତ ବଢ଼ାଇ ତାଙ୍କୁ ଉଠାଇଲେ। ତା’ପରେ ସମବେତ ହୋଇଥିବା ସମସ୍ତ ବିଶ୍ୱାସୀ ଓ ବିଧବାମାନଙ୍କୁ ଡାକି ଦର୍କାସଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
42
ଏହି ସମ୍ବାଦ ଯୋପ୍ପାର ଚାରିଆଡ଼େ ବ୍ୟାପିଗଲା ଓ ଅନେକ ଲୋକ ପ୍ରଭୁଙ୍କୁ ବିଶ୍ୱାସ କଲେ।
43
ପିତର ଅନେକ ଦିନ ପର୍ଯ୍ୟନ୍ତ ଯୋପ୍ପାରେ ଶିମୋନ ନାମକ ଜଣେ ଚର୍ମକାର ଘରେ ରହିଲେ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28