bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 26
Acts 26
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 27 →
1
ଆଗ୍ରୀପା ପାଉଲଙ୍କୁ କହିଲେ, “ତୁମକୁ ନିଜ ପକ୍ଷରୁ ଯାହା କିଛି କହିବା ପାଇଁ ଅନୁମତି ଦିଆଗଲା।” ପାଉଲ ହସ୍ତ ବିସ୍ତାର କରି ନିଜକୁ ସମର୍ଥନ କରି କହିଲେ -
2
“ରାଜା ଆଗ୍ରୀପା! ଇହୁଦୀମାନେ ମୋତେ ଯେଉଁ ସବୁ ବିଷୟରେ ଅଭିଯୁକ୍ତ କରିଛନ୍ତି, ତାହା ବିପକ୍ଷରେ ଆପଣଙ୍କ ସମ୍ମୁଖରେ ମୁଁ ଆତ୍ମସମର୍ଥନ କରିବାକୁ ସୁଯୋଗ ପାଇଥିବାରୁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି,
3
କାରଣ ଇହୁଦୀମାନଙ୍କ ରୀତିନୀତି ଓ ମତାମତ ସମ୍ବନ୍ଧରେ ଆପଣ ଭଲ ରୂପେ ଜାଣନ୍ତି। ଅନୁରୋଧ କରୁଛି, ଆପଣ ଧୈର୍ଯ୍ୟ ସହକାରେ ମୋ’ କଥା ଶୁଣନ୍ତୁ।
4
“ପିଲା ଦିନରୁ ମୁଁ କିପରି ଜୀବନଯାପନ କରିଛି, ତାହା ଇହୁଦୀମାନେ ଜାଣନ୍ତି। ପ୍ରଥମେ ନିଜ ଦେଶରେ ଓ ତା’ପରେ ଯିରୂଶାଲମରେ ମୁଁ କିପରି ଜୀବନ କାଟିଛି, ସେମାନେ ତାହା ଜାଣନ୍ତି।
5
ମୁଁ ଯେ ପ୍ରଥମରୁ ଫାରୁଶୀ ନାମକ ଆମ ଧର୍ମର ସବୁଠାରୁ ନୈଷ୍ଠିକ ଦଳର ସଦସ୍ୟ ଥିଲି, ସେମାନେ ଏହା ଜାଣନ୍ତି ଏବଂ ଇଚ୍ଛା କଲେ, ସେମାନେ ଏ ବିଷୟରେ ସାକ୍ଷ୍ୟ ଦେଇପାରିବେ।
6
ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ମୋର ଭରସା ଥିବା ହେତୁ ଆଜି ମୁଁ ଏଠାରେ ବିଚାରିତ ହେବା ପାଇଁ ଠିଆ ହୋଇଛି।
7
ଆମ ଜାତିର ବାରଗୋଷ୍ଠୀ ଦିବାରାତ୍ରି ପ୍ରଭୁଙ୍କ ଉପାସନା କରି ସେହି ଏକ ବିଷୟ ପାଇବା ପାଇଁ ଆଶା କରନ୍ତି। ହେ ରାଜନ୍, ମୋର ସେହି ଭରସା ହେତୁ ଇହୁଦୀମାନେ ମୋତେ ଦୋଷୀ କରୁଛନ୍ତି।
8
ପ୍ରଭୁ ଯେ ମୃତମାନଙ୍କୁ ଉତ୍ଥିତ କରାନ୍ତି, ଏହା ବିଶ୍ୱାସ କରିବା ଅସମ୍ଭବ ବୋଲି ଆପଣମାନେ କାହିଁକି ମନେ କରୁଛନ୍ତି?
9
“ନାଜରିତୀୟ ଯୀଶୁଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ ବୋଲି ଭାବିଥିଲି।
10
ଯିରୂଶାଲମରେ ମୁଁ ସେପରି କଲି। ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ ଈଶ୍ୱରଙ୍କ ଭକ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ନିକ୍ଷେପ କଲି ଓ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ମୁଁ ତାହାର ସପକ୍ଷରେ ଥିଲି।
11
ଅନେକ ଥର ସମାଜ ଗୃହମାନଙ୍କରେ ମୁଁ ସେମାନଙ୍କୁ ଦଣ୍ଡ ଦେଇଛି ଓ ସେମାନଙ୍କ ବିଶ୍ୱାସରୁ ବିଚ୍ୟୁତ କରାଇବା ପାଇଁ ଚେଷ୍ଟା କରିଛି। ମୁଁ ସେମାନଙ୍କ ପ୍ରତି ଏତେ କ୍ରୋଧାନ୍ଧ ହୋଇଥିଲି ଯେ, ସେମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ବିଦେଶୀୟ ସହରମାନଙ୍କୁ ମଧ୍ୟ ଯାଇଥିଲି।
12
ଏହି ଉଦ୍ଦେଶ୍ୟରେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ଓ ଆଦେଶ ନେଇ ମୁଁ ଦାମାସ୍କସ୍କୁ ଯାଇଥିଲି।
13
ହେ ରାଜନ୍, ହଠାତ୍ ଦିନେ ମଧ୍ୟାହ୍ନ ସମୟରେ ରାଜପଥ ଉପରେ ମୁଁ ସୂର୍ଯ୍ୟାଲୋକଠାରୁ ଏକ ଅଧିକ ତେଜୋମୟ ଆଲୋକ ଦେଖିଲି, ଆକାଶରୁ ସେହି ଆଲୋକ ଆସି ମୋର ଓ ମୋ’ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ଉଦ୍ଭାସିତ ହେଲା।
14
ଆମେ ସମସ୍ତେ ଭୂମିଶାୟୀ ହେଲୁ ଏବଂ ହୀବ୍ରୁ ଭାଷାରେ ମୋ’ ପାଇଁ ଉଦ୍ଦିଷ୍ଟ ଏହି ବାଣୀ ଶୁଣିଲି, ‘ଶାଉଲ, ଶାଉଲ! ତୁମେ କାହିଁକି ମୋତେ ତାଡ଼ନା କରୁଛ? ହଳ କରୁଥିବା ଚାଷୀର ପାଞ୍ଚଣ କଣ୍ଟା ମୁନରେ ଗୋଇଠା ମାରୁଥିବା ବଳଦ ପରି ତୁମେ ନିଜେ ଆହତ ହେବ।’
15
ମୁଁ ପଚାରିଲି, ‘ପ୍ରଭୁ, ଆପଣ କିଏ?’ ପ୍ରଭୁ ଉତ୍ତର ଦେଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମେ ଉତ୍ପୀଡ଼ନ କରୁଛ।
16
କିନ୍ତୁ ଉଠି ଠିଆ ହୁଅ। ତୁମକୁ ମୋର ସେବକ ରୂପେ ନିଯୁକ୍ତ କରିବା ପାଇଁ ମୁଁ ତୁମକୁ ଦର୍ଶନ ଦେଇଅଛି। ଆଜି ତୁମେ ମୋ’ ବିଷୟରେ ଯାହା ଦେଖିଛ ଓ ଭବିଷ୍ୟତ୍ରେ ମୁଁ ତୁମକୁ ଯାହା ଦେଖାଇବି, ସେ ବିଷୟରେ ତୁମେ ଅନ୍ୟମାନଙ୍କୁ କହିବ।
17
ଯେଉଁ ଇହୁଦୀ ଓ ଅଣଇହୁଦୀ ଲୋକମାନଙ୍କ ନିକଟକୁ ମୁଁ ତୁମକୁ ପଠାଇବି, ସେମାନଙ୍କଠାରୁ ମୁଁ ତୁମକୁ ରକ୍ଷା କରିବି।
18
ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।
19
“ହେ ରାଜା ଆଗ୍ରୀପା, ମୁଁ ସ୍ୱର୍ଗରୁ ଯେଉଁ ଦର୍ଶନ ପାଇଛି, ତାହାର ଅବାଧ୍ୟ ହୋଇ ନାହିଁ।
20
ମୁଁ ପ୍ରଥମେ ଦାମାସ୍କସ୍ ଓ ଯିରୂଶାଲମରେ ଓ ତା’ପରେ ସମଗ୍ର ଯିହୁଦା ପ୍ରଦେଶ ଓ ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲି, ଯେପରି ସେମାନେ ପାପ ନିମନ୍ତେ ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟକୁ ଫେରିବେ ଓ ସେମାନେ ଯେ ଅନୁତାପ କରିଛନ୍ତି, ତା’ କାର୍ଯ୍ୟରେ ଦେଖାଇବେ।
21
ଏହି କାରଣରୁ ମୁଁ ମନ୍ଦିରରେ ଥିବା ସମୟରେ ଇହୁଦୀମାନେ ମୋତେ ଧରି ହତ୍ୟା କରିବାକୁ ଉଦ୍ୟମ କଲେ।
22
କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଭୁ ମୋତେ ସାହାଯ୍ୟ କରିଅଛନ୍ତି ଓ ସେଥିପାଇଁ ମୁଁ ଆଜି ସାନ ବଡ଼ ସମସ୍ତଙ୍କ ନିକଟରେ ସମାନଭାବେ ମୋର ସାକ୍ଷ୍ୟ ଦେବା ପାଇଁ ଛିଡ଼ା ହୋଇଛି। ଭାବବାଦୀମାନେ ଓ ମୋଶା, ଯାହା ଘଟିବ ବୋଲି କହିଥିଲେ, ମୁଁ ଠିକ୍ ସେହି କଥା କହୁଛି:
23
ମସୀହ ଦୁଃଖଭୋଗ କରିବେ ଓ ମୃତମାନଙ୍କ ମଧ୍ୟରେ ସର୍ବପ୍ରଥମେ ପୁନରୁତ୍ଥିତ ହୋଇ ଇହୁଦୀ ଓ ଅଣଇହୁଦୀମାନଙ୍କ ନିକଟରେ ପରିତ୍ରାଣର ଆଲୋକ ପ୍ରକାଶ କରିବେ।”
24
ଏହି ପ୍ରକାରେ ପାଉଲ ନିଜତ ପକ୍ଷ ସମର୍ଥନ କରି କହୁଥିବାବେଳେ ଫେଷ୍ଟସ୍ ଚିକ୍ରାର କରି କହିଲେ, “ପାଉଲ, ତୁମେ ପାଗଳ! ତୁମର ଉଚ୍ଚ ଶିକ୍ଷା ତୁମକୁ ପାଗଳ କରି ଦେଇଛି!”
25
ପାଉଲ ଉତ୍ତର ଦେଲେ, “ମୁଁ ପାଗଳ ନୁହେଁ, ମଣିମା! ମୁଁ ଯାହା କହୁଛି, ତାହା ସତ୍ୟ ଓ ଯୁକ୍ତିଯୁକ୍ତ।
26
ରାଜା ଆଗ୍ରୀପା! ଆପଣ ଏସବୁ ବିଷୟ ଜାଣିଥିବାରୁ ମୁଁ ଆପଣଙ୍କ ସମ୍ମୁଖରେ ଏ କଥା କହିବାକୁ ସାହସ କରୁଛି! ମୁଁ ନିଶ୍ଚିତଭାବେ ଜାଣେ ଯେ, ଏ ସମସ୍ତ ବିଷୟ ଆପଣଙ୍କୁ ଗୋଚର, କାରଣ ଅଜ୍ଞାତ ସାରରେ ଗୁପ୍ତ ଭାବରେ ଏ ବିଷୟଗୁଡ଼ିକ ଘଟି ନାହିଁ।
27
ରାଜା ଆଗ୍ରୀପା, ଆପଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି ତ? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି!”
28
ଆଗ୍ରୀପା ପାଉଲଙ୍କୁ ଉତ୍ତର ଦେଲେ, “ଏହି ଅଳ୍ପ ସମୟ ମଧ୍ୟରେ ତୁମେ କ’ଣ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?”
29
ପାଉଲ ଉତ୍ତର ଦେଲେ, “ଅଳ୍ପ ସମୟ ହେଉ, ଅବା ବହୁତ ସମୟ ହେଉ, ଈଶ୍ୱରଙ୍କଠାରେ ମୋର ଏତିକି ପ୍ରାର୍ଥନା, ଆପଣ ଓ ଆଜି ମୋର କଥା ଶୁଣିଥବା ସମସ୍ତେ ମୋ’ ପରି ହୁଅନ୍ତୁ - ଅବଶ୍ୟ ଏହିପରି ଶିକୁଳିରେ ବନ୍ଧା ହୁଅନ୍ତୁ ବୋଲି ମୁଁ କହୁନାହିଁ।”
30
ତା’ପରେ ରାଜା, ରାଜ୍ୟପାଳ ଓ ବର୍ଣ୍ଣିସ୍ ଏବଂ ଅନ୍ୟ ସମସ୍ତେ ଯିବା ପାଇଁ ଉଠିଲେ।
31
ସେମାନେ ପ୍ରସ୍ଥାନ କଲାବେଳେ ପରସ୍ପରକୁ କହିଲେ, “ଏହି ଲୋକ ଏଭଳି କୌଣସି କାର୍ଯ୍ୟ କରିନାହିଁ, ଯାହା ପାଇଁ ସେ ମୃତ୍ୟୁଦଣ୍ଡ ପାଇବ ବା ବନ୍ଦୀ ହେବ।”
32
ଆଗ୍ରୀପା ଫେଷ୍ଟସ୍ଙ୍କୁ କହିଲେ, “ଯଦି ଏହି ଲୋକ ସମ୍ରାଟଙ୍କଠାରେ ଆବେଦନ କରି ନ ଥାନ୍ତା, ତେବେ ତାକୁ ଆମେ ମୁକ୍ତି ଦେଇପାରିଥାଆନ୍ତୁ।”
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28