bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 4
Acts 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 5 →
1
ପିତର ଓ ଯୋହନ ଲୋକମାନଙ୍କୁ ଏହିପରି ଶିକ୍ଷା ଦେଉଥିବା ସମୟରେ ମନ୍ଦିରର କେତେକ ଯାଜକ, ମନ୍ଦିର ପ୍ରହରୀମାନଙ୍କର ସେନାପତି ଓ କେତେକ ସାଦ୍ଦୁକୀ ଆସି ପହଞ୍ଚିଲେ।
2
ସେମାନେ ଉତ୍ତ୍ୟକ୍ତ ହେଲେ, କାରଣ ଯୀଶୁ ମୃତ୍ୟୁରୁ ଉଠିଥିଲେ ବୋଲି ପ୍ରେରିତ ଶିଷ୍ୟଦ୍ୱୟ ଶିକ୍ଷା ଦେଇ, ଏଥିଦ୍ୱାରା ମୃତମାନେ ପୁନର୍ଜୀବିତ ହୁଅନ୍ତି ବୋଲି ପ୍ରମାଣିତ କରୁଥିଲେ।
3
ତେଣୁ ସେମାନେ ଉକ୍ତ ଦୁଇଜଣ ପ୍ରେରିତ ଶିଷ୍ୟଙ୍କୁ ଗିରଫ କଲେ ଓ ସେଦିନ ବହୁ ବିଳମ୍ବ ସେମାନଙ୍କୁ ବନ୍ଦୀଶାଳାରେ ରଖିଲେ।
4
କିନ୍ତୁ ଅନେକ ଲୋକ ସେମାନଙ୍କ ଶିକ୍ଷା ଶୁଣି ସେଥିରେ ବିଶ୍ୱାସ କଲେ ଓ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ପ୍ରାୟ ପାଞ୍ଚ ହଜାର ହେଲା।
5
ତା’ପର ଦିନ ଇହୁଦୀ ନେତାମାନେ, ମନ୍ଦିରର ଅନ୍ୟାନ୍ୟ ନେତୃବୃନ୍ଦ ଓ ଧର୍ମଗୁରୁମାନେ ଯିରୂଶାଲମରେ ଏକତ୍ରିତ ହେଲେ।
6
ସେମାନେ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ଡର ଓ ପ୍ରଧାନ ଯାଜକ ପରିବାରର ଅନ୍ୟାନ୍ୟମାନଙ୍କୁ ଭେଟିଲେ ଓ ପ୍ରେରିତ
7
ଶିଷ୍ୟମାନଙ୍କୁ ସେମାନଙ୍କ ସମ୍ମୁଖକୁ ଅଣାଇ ପ୍ରଶ୍ନ କଲେ, “ତୁମେ ଏହାସବୁ କିପରି କରୁଛ? କାହା ଶକ୍ତିରେ ବା କାହା ନାମରେ ଏହା କରୁଛ?”
8
ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ଯିହୁଦୀ ଜାତିର ଶାସକ ଓ ଧର୍ମନେତାବୃନ୍ଦ!
9
ଯଦି ଆଜି ଆମେ ଏହି ଛୋଟା ପାଇଁ କରିଥିôବା ଉତ୍ତମ କାର୍ଯ୍ୟ ବିଷୟରେ ଆପଣମାନେ ପ୍ରଶ୍ନ କରୁଛନ୍ତି ଓ ସେ କିପରି ସୁସ୍ଥ ହେଲା ବୋଲି ଜାଣିବାକୁ ଚାହୁଁଛନ୍ତି,
10
ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।
11
ଯୀଶୁଙ୍କ ସମ୍ପର୍କରେ ହିଁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ଯେଉଁ ପଥରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସର୍ବାପେକ୍ଷା ଶ୍ରେଷ୍ଠ ହେଲା।’
12
କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”
13
ପିତର ଓ ଯୋହନ ଅଶିକ୍ଷିତ ଓ ସାଧାରଣ ଲୋକ ଥିଲେ ବୋଲି ମହାସଭାର ସଦସ୍ୟମାନେ ଜାଣିଥିଲେ। ତେଣୁ ସେହି ଦୁଇ ଶିଷ୍ୟଙ୍କର ସାହସ ଦେଖି ସେମାନେ ଆଚମ୍ବିତ ହେଲେ। ପୁଣି ସେମାନେ ଜାଣିଥିଲେ ଯେ, ସେ ଦୁହେଁ ଯୀଶୁଙ୍କର ସହଚର ଥିଲେ।
14
କିନ୍ତୁ ସେମାନେ ବିରୋଧ କରି କିଛି କହିପାରିଲେ ନାହିଁ; କାରଣ ସେମାନେ ସୁସ୍ଥ ହୋଇଥିବା ଲୋକଟିକୁ ପିତର ଓ ଯୋହନଙ୍କ ସହିତ ଛିଡ଼ା ହୋଇଥିବାର ଦେଖିଲେ।
15
ତେଣୁ ସେମାନେ ଶିଷ୍ୟମାନଙ୍କୁ ସଭା ମଧ୍ୟରୁ ବାହାର କରି ଦେଇ ସେମାନଙ୍କ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ଲାଗିଲେ।
16
ସେମାନେ କହିଲେ, “ଆମେ ଏମାନଙ୍କ ପ୍ରତି କ’ଣ କରିବା? ଏମାନେ କରିଥିବା ଏହି ଅଲୌକିକ କାର୍ଯ୍ୟ ବିଷୟରେ ଯିରୂଶାଲମର ସମସ୍ତେ ଜାଣିପାରିଛନ୍ତି। ଏହାର ସତ୍ୟତା ଆମେ ଆଉ ଅସ୍ୱୀକର କରିପାରିବା ନାହିଁ।
17
କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଅଧିକ ବ୍ୟାପି ନ ଯାଏ, ଯୀଶୁଙ୍କ ନାମରେ ଆଉ କେବେ କାହା ଆଗରେ କିଛି ନ କହିବା ପାଇଁ ଏମାନଙ୍କୁ ଆମେ ସାବଧାନ କରାଇ ଦେବା।”
18
ତେଣୁ ସେମାନେ ପିତର ଓ ଯୋହନଙ୍କୁ ପୁନର୍ବାର ଭିତରକୁ ଡକାଇଲେ ଏବଂ ଆଉ କେବେହେଲେ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଓ ଶିକ୍ଷା ନ ଦେବାକୁ ସତର୍କ କରାଇ ଦେଲେ।
19
କିନ୍ତୁ ପିତର ଓ ଯୋହନ ଉତ୍ତର ଦେଇ କହିଲେ, “ଆପଣଙ୍କର ବାଧ୍ୟ ହେବା, ଅବା ଈଶ୍ୱରଙ୍କର ବାଧ୍ୟ ହେବା - କେଉଁ ବିଷୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ, ତାହା ଆପଣମାନେ ବିଚାର କରନ୍ତୁ।
20
କାରଣ ଆମେ ଯାହା ଦେଖିଛୁ ଓ ଶୁଣିଛୁ, ସେ ବିଷୟ ନ କହି ରହିପାରିବୁ ନାହିଁ।”
21
କିନ୍ତୁ ମହାସଭା ସେମାନଙ୍କୁ ଆହୁରି ଦୃଢ଼ ଧମକ ଦେଇ ମୁକ୍ତ କରିଦେଲେ। ସେମାନଙ୍କୁ ଦଣ୍ଡ ଦେବା ଅସମ୍ଭବ ବୋଲି ସେମାନେ ଜାଣିପାରିଲେ, କାରଣ ସେହି ଅସାଧାରଣ ଘଟଣା ହେତୁ ଲୋକମାନେ ସମସ୍ତେ ଈଶ୍ୱରଙ୍କର ଧନ୍ୟବାଦ କରୁଥିଲେ।
22
ଯେଉଁ ଲୋକ ଆଶ୍ଚର୍ଯ୍ୟଭାବେ ସୁସ୍ଥତା ଲାଭ କରିଥିଲା, ତା’ର ବୟସ ଚାଳିଶ ବର୍ଷରୁ ଅଧିକ ଥିଲା।
23
ପିତର ଓ ଯୋହନ ମୁକ୍ତ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଦଳକୁ ଫେରିଗଲେ ଏବଂ ମୁଖ୍ୟ ଯାଜକ ଓ ଧର୍ମନେତାମାନେ ଯାହା କହିଥିଲେ, ତାହା ସେମାନଙ୍କୁ ଜଣାଇଲେ।
24
ବିଶ୍ୱାସୀମାନେ ସବୁକଥା ଶୁଣିବା ପରେ ସମସ୍ତେ ଏକତ୍ରିତ ହୋଇ ଈଶ୍ୱରଙ୍କ ନିକଟରେ ଏହି ପ୍ରାର୍ଥନା କଲେ, “ହେ ପ୍ରଭୁ! ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା!
25
ପବିତ୍ରଆତ୍ମାଙ୍କ ଦ୍ୱାରା ତୁମେ ଆମ ପୂର୍ବପୁରୁଷ ଓ ତୁମ ଦାସ ଦାଉଦଙ୍କ ମୁଖ ଦେଇ ଏହି କଥା ଶୁଣାଇଥିଲ; ‘ଅଣଯିହୁଦୀମାନେ କାହିଁକି ଉତ୍ତ୍ୟକ୍ତ ହେଲେ; ଲୋକମାନେ କାହିଁକି ବୃଥା ଚକ୍ରାନ୍ତ କଲେ?
26
ପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ମସୀହଙ୍କ ବିରୁଦ୍ଧରେ ପୃଥିବୀର ରାଜାମାନେ ନିଜକୁ ପ୍ରସ୍ତୁତ କଲେ ଓ ଶାସକଗଣ ଏକତ୍ରିତ ହେଲେ,
27
କାରଣ ଏହି ନଗରୀରେ ହେରୋଦ ଓ ପନ୍ତୀୟ ପୀଲାତ ଅଣଇହୁଦୀ ଓ ଇଶ୍ରାୟେଲ ଲୋକମାନଙ୍କ ସହିତ ମିଶି ତୁମ ଦ୍ୱାରା ନିଯୁକ୍ତ ମସୀହ, ତୁମ ପବିତ୍ର ଦାସଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ।
28
ତୁମ ଶକ୍ତି ଓ ଇଚ୍ଛାନୁଯାୟୀ ଯାହାସବୁ ଘଟାଇବା ନିମନ୍ତେ ତୁମେ ସ୍ଥିର କରିଥିଲ, ସେମାନେ ଏକତ୍ର ହୋଇ ସେ ସମସ୍ତ କରିବା ପାଇଁ ଲାଗି ପଡ଼ିଲେ।
29
ପ୍ରଭୁ, ବର୍ତ୍ତମାନ ସେମାନେ ଆମକୁ ଯେଉଁ ଧମକ ଦେଇଛନ୍ତି, ତୁମେ ସେ’ ବିଷୟରେ ମନୋଯୋଗ କର ଓ ନିର୍ଭୀକଭାବେ ତୁମର ବାର୍ତ୍ତା ପ୍ରଚାର କରିବା ପାଇଁ, ତୁମର ଏହି ଦାସମାନଙ୍କୁ ସମର୍ଥ କର।
30
ସୁସ୍ଥ କରିବା ନିମନ୍ତେ ତୁମର ହସ୍ତ ବିସ୍ତାର କର ଓ ତୁମର ପବିତ୍ର ଦାସ ଯୀଶୁଙ୍କ ନାମରେ ଅଲୌକିକ ଓ ଆଶ୍ଚଯ୍ୟ କର୍ମମାନ ସାଧନ କରିବା ପାଇଁ ଆମ୍ଭମାନଙ୍କୁ ଶକ୍ତି ଦିଅ।”
31
ସେମାନେ ପ୍ରାର୍ଥନା ଶେଷ କରିବା ପରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ, ତାହା କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଓ ନିର୍ଭୀକଭାବେ ଈଶ୍ୱରଙ୍କର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ।
32
ବିଶ୍ୱାସୀଦଳ ଏକ ପ୍ରାଣ ଓ ଏକ ଚିତ୍ତ ହେଲେ। କେହି ନିଜର ସମ୍ପତ୍ତିକୁ ନିଜସ୍ୱ ବୋଲି ଦାବୀ କରୁ ନ ଥିଲେ, ବରଂ ସମସ୍ତଙ୍କର ସମ୍ପତ୍ତିକୁ ସେମାନେ ସମଭାବରେ ଭୋଗ କଲେ।
33
ମହାଶକ୍ତିରେ ପ୍ରେରିତ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ ଏବଂ ଈଶ୍ୱର ସେମାନଙ୍କ ଉପରେ ପ୍ରଚୁର ଆଶୀର୍ବାଦ ଢାଳି ଦେଲେ।
34
ସେମାନଙ୍କ ଦଳରେ କୌଣସି ବ୍ୟକ୍ତି ଅଭାବଗ୍ରସ୍ତ ନ ଥିଲା। ଯେଉଁମାନଙ୍କର ଜମି ଓ ଘର ଥିଲା,
35
ସେ ସବୁ ବିକ୍ରୟ କରି ଅର୍ଥ ଆଣି ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଦେଉଥିଲେ ଓ ସେହି ଅର୍ଥ ସେମାନଙ୍କ ମଧ୍ୟରେ ପ୍ରତ୍ୟେକର ଆବଶ୍ୟକତା ଅନୁଯାୟୀ ବଣ୍ଟନ କରାଯାଉଥିଲା।
36
ସାଇପ୍ରସ୍ରେ ଜନ୍ମଗ୍ରହଣ କରିଥିବା ଲେବୀବଂଶର ଯୋସେଫ, ଯାହାକୁ ପ୍ରେରିତ ଶିଷ୍ୟମାନେ ବର୍ଣ୍ଣବା ବୋଲି ନାମ ଦେଇଥିଲେ (ବର୍ଣ୍ଣବାର ଅର୍ଥ ସାନ୍ତ୍ୱନାର ପୁତ୍ର),
37
ତାଙ୍କର ଜମି ବିକ୍ରୟ କରି ଲବ୍ଧ ଧନ ପ୍ରେରିତ ଶିଷ୍ୟମାନଙ୍କୁ ଦେଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28