bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 27
Acts 27
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 28 →
1
ଆମ୍ଭେମାନେ ଇଟାଲୀରୁ ଜଳଯାତ୍ରା କରିବୁ ବୋଲି ସ୍ଥିର ହେବାରୁ ପାଉଲ ଓ ଅନ୍ୟ କେତେକ ବନ୍ଦୀ “ସମ୍ରାଟ ସେନାଦଳ” ନାମକ ଗୋଟିଏ ରୋମୀୟ ସୈନ୍ୟବାହିନୀର ସେନାପତି ଯୁଲିୟସ୍ଙ୍କୁ ହାତରେ ସମର୍ପିତ ହେଲେ।
2
ଆମ୍ଭେମାନେ ଆସିଆ ଦେଶର ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯିବା ପାଇଁ ଉଦ୍ୟତ ଥିବା ଆଦ୍ରାମୁତିୟମ୍ର ଗୋଟିଏ ଜାହାଜରେ ଯାତ୍ରା କଲୁ। ଆରିଷ୍ଟାର୍ଖସ୍ ନାମରେ ଥେସଲନିକୀ ସହରର ଜଣେ ମାସିଦୋନୀୟ ଲୋକ ଆମ ସହିତ ଥିଲେ।
3
ତହିଁ ଆର ଦିନ ଆମେ ସିଦୋନରେ ପହଞ୍ଚିଲୁ। ୟୁଲିୟସ୍ ପାଉଲଙ୍କ ପ୍ରତି ସଦୟ ଥିଲେ। ପାଉଲଙ୍କ ବନ୍ଧୁମାନଙ୍କଠାରୁ ତାଙ୍କର ପ୍ରୟୋଜନୀୟ ସାମଗ୍ରୀ ସବୁ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଭେଟିବା ପାଇଁ ସେ ପାଉଲଙ୍କୁ ଅନୁମତି ଦେଲେ।
4
ଆମେ ସେଠାରୁ ଯାତ୍ରା କରିବା ସମୟରେ ପ୍ରତିକୂଳ ପବନ ବହିବାରୁ ସାଇପ୍ରସ୍ ଦ୍ୱୀପର ଉହାଡ଼େ ଉହାଡ଼େ ଗଲୁ।
5
ସିଲିଷୀଆ ଓ ପାମ୍ପିଲିଆ ଅତିକ୍ରମ କରି ଲିସିଆର ମାଏରାଠାରେ ପହଞ୍ଚିଲୁ।
6
ସେଠାରେ ଉକ୍ତ ସେନାପତି ଆଲେକ୍ଜାଣ୍ଡ୍ରିଆର ଏକ ଜାହାଜ ଇଟାଲୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାର ଦେଖି ଆମ୍ଭମାନଙ୍କୁ ସେଥିରେ ବସାଇଲେ।
7
ଆମେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାତ୍ରା କରି ବହୁ କଷ୍ଟେ କ୍ନୀଦ ସହର ପାଖରେ ପହଞ୍ଚିଲୁ। ପ୍ରତିକୂଳ ପବନ ହେତୁ ଆମେ ସେହି ଦିଗରେ ଆଉ ଆଗେଇ ପାରିଲୁ ନାହିଁ, ତେଣୁ କ୍ରଟ ଦ୍ୱୀପର ଦକ୍ଷିଣ ପାଶ୍ୱର୍ର ଆଢ଼ୁଆଳ ଅଞ୍ଚଳ ଦେଇ ଯାତ୍ରା କରି ସାଲମୋନୀ ଅନ୍ତରୀପ ଅତିକ୍ରମ କଲୁ।
8
ଆମେ କୂଳେ କୂଳେ ବହୁତ କଷ୍ଟରେ ଲାସିଆ ସହର ନିକଟସ୍ଥ ‘ସୁ-ପୋତାଶ୍ରୟ’ ନାମକ ସ୍ଥାନରେ ପହଞ୍ôଚଲୁ।
9
ଆମେ ସେଠାରେ ଅନେକ ଦିନ ରହିଲୁ। ଇହୁଦୀମାନଙ୍କର ପ୍ରାୟଶ୍ଚିତ୍ତ ପର୍ବ ଶେଷ ହୋଇଯାଇଥିବାରୁ, ସେହି ସମୟରେ ସମୁଦ୍ର ଯାତ୍ରା ବିପଜ୍ଜନକ ହେଲା। ତେଣୁ ପାଉଲ ସେମାନଙ୍କୁ ଏହି ଉପଦେଶ ଦେଲେ:
10
“ବନ୍ଧୁଗଣ, ମୁଁ ଜାଣିପାରୁଛି ଯେ, ଯଦି ଆମେ ଏଠାରୁ ପୁଣି ଜଳଯାତ୍ରା ଆରମ୍ଭ କରିବା, ତାହା ବିପଦସଙ୍କୁଳ ହେବ। ଏହା ଦ୍ୱାରା କେବଳ ଯେ ଜାହାଜ ଓ ମାଲପତ୍ରର କ୍ଷତି ହେବ, ତାହା ନୁହେଁ, ଯାତ୍ରୀମାନଙ୍କର ପ୍ରାଣହାନିର ମଧ୍ୟ ଆଶଙ୍କା ଅଛି।”
11
କିନ୍ତୁ ସେନାପତି ପାଉଲଙ୍କ କଥାରେ ବିଶ୍ୱାସ ନ କରି ଜାହାଜର ଅଧ୍ୟକ୍ଷ ଓ ଜାହାଜର ମାଲିକଙ୍କ କଥାରେ ପ୍ରଭାବିତ ହେଲେ।
12
ଶୀତ ଦିନ କଟାଇବା ପାଇଁ ବନ୍ଦରଟି ସୁବିଧାଜନକ ନ ଥିଲା, ଏଣୁ ଯାତ୍ରୀମାନଙ୍କ ମଧ୍ୟରୁ ଅନେକେ ସମୁଦ୍ର ଯାତ୍ରା କରି ଯଦି ସମ୍ଭବ ହୁଏ, ଫୀନିକ୍ସ୍ରେ ଶୀତ କାଳ କଟାଇବା ସପକ୍ଷରେ ଥିଲେ। ଫୀନିକ୍ସ୍ ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହଁ କରି ରହିଥିବା କ୍ରୀଟର ଗୋଟିଏ ବନ୍ଦର।
13
ଯେତେବେଳେ ଦକ୍ଷିଣରୁ ମୃଦୁ ପବନ ବହିଲା, ଯାତ୍ରୀମାନେ ଏହାକୁ ଏକ ଶୁଭ ସୂଚନା ବୋଲି ଭାବିଲେ ଓ ଲଙ୍ଗର୍ ଉଠାଇ ଯେତେ ଦୂର ସମ୍ଭବ, କୂଳେ କୂଳେ ଯାତ୍ରା କରିବାକୁ ଲାଗିଲୋ।
14
କିନ୍ତୁ ଅତି ଶୀଘ୍ର ଦ୍ୱୀପ ଆଡ଼ୁ ଉତ୍ତର ପୂର୍ବ ପବନ ପ୍ରଚଣ୍ଡ ବେଗରେ ବହି
15
ଜାହାଜକୁ ଆଘାତ କଲା। ଜାହାଜକୁ ପବନ ଆଡ଼କୁ ମୁହଁ କରାଇ ରଖିବା ଅସମ୍ଭବ ହେବାରୁ ଆମେ ଆଉ ଚେଷ୍ଟା ନ କରି ପବନ ସୁଅରେ ଜାହାଜଟିକୁ ଭାସି ଯିବାକୁ ଛାଡ଼ି ଦେଲୁ।
16
ଗୋଟିଏ ଛୋଟ ଦ୍ୱୀପ କାଉଦାର ଦକ୍ଷିଣ ପାଶ୍ୱର୍ ଦେଇ ଯାତ୍ରା କରିବା ସମୟରେ କିଛି ପରିମାଣରେ ପବନରୁ ରକ୍ଷା ପାଇଥିଲୁ। ସେଠାରେ ଆମେ କୌଣସିମତେ ଜାହାଜର ଡଙ୍ଗାଟିକୁ ନିରାପଦରେ ରଖିବାକୁ ସମର୍ଥ ହେଲୁ।
17
ନାବିକମାନେ ତାକୁ ଜାହାଜ ଉପରକୁ ଉଠାଇଲେ ଓ ରଜ୍ଜୁ ସାହାଯ୍ୟରେ ଦୃଢ଼ଭାବେ ଜାହାଜ ସହିତ ବାନ୍ଧି ଦେଲେ। ଜାହାଜଟି ଲିବିଆ ଉପକୂଳର ବାଲିଚଡ଼ା ଭିତରକୁ ଚାଲିଯିବ ବୋଲି ଭୟ କରି ନାବିକମାନେ ପାଲ ଖୋଲି ଦେଇ ଜାହାଜଟିକୁ ପବନ ସୁଅରେ ଭାସି ଯିବାକୁ ଛାଡ଼ି ଦେଲେ।
18
ଅବିରାମଭାବେ ପ୍ରଚଣ୍ଡ ଝଡ଼ ବହୁ ଥିବାରୁ ତହିଁ ଆର ଦିନ ସେମାନେ ଜାହାଜରୁ ମାଲପତ୍ର ପାଣିରେ ପକାଇ ଦେଲେ,
19
ତା’ ପରଦିନ ଜାହାଜର କେତେକ ଉପକରଣ ସମୁଦ୍ରରେ ଫୋପାଡ଼ି ଦେଲେ।
20
ଅନେକ ଦିନ ଧରି ଆମେ ସୂର୍ଯ୍ୟ କିମ୍ବା ତାରା ଦେଖିପାରିଲୁ ନାହିଁ ଓ ଅତି ପ୍ରଚଣ୍ଡ ବେଗରେ ପବନ ଅବିରତ ବହୁଥିଲା। ଶେଷରେ ଆମେ ରକ୍ଷା ପାଇବାରୁ ସବୁ ଆଶା ହରାଇଲୁ।
21
ସମସ୍ତେ ଦୀର୍ଘ କାଳ ଅନାହାରରେ ରହିବା ପରେ, ପାଉଲ ଯାତ୍ରଅୀମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, “ବନ୍ଧୁଗଣ, ଆପଣମାନେ ମୋ’ କଥା ଅନୁସାରେ କ୍ରୀଟରୁ ଜାହାଜ ଛାଡ଼ି ନ ଥିଲେ, ଆମର ଏ ଦୁର୍ଦ୍ଦଶା ଘଟି ନ ଥାନ୍ତା।
22
କିନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ସାହସ ଧରନ୍ତୁ। ଆପଣମାନଙ୍କ ମଧ୍ୟରୁ ଜଣକର ସୁଦ୍ଧା ପ୍ରାଣହାନୀ ହେବ ନାହିଁ, କେବଳ ଜାହାଜଟି ନଷ୍ଟ ହୋଇଯିବ।
23
ମୁଁ ଯେଉଁ ଈଶ୍ୱରଙ୍କୁ ଉପାସନା କରେ, ଗତ ରାତ୍ରିରେ ତାଙ୍କର ଜଣେ ସ୍ୱର୍ଗଦୂତ ମୋ’ ସମ୍ମୁଖରେ ମୋ’ ପାଖକୁ ଆସି କହିଲେ,
24
‘ପାଉଲ, ତୁମେ ଭୟ କର ନାହିଁ। ତୁମେ ନିଶ୍ଚୟ ସମ୍ରାଟଙ୍କ ସମ୍ମୁଖରେ ଉପସ୍ଥିତ ହେବ। ତୁମ ପ୍ରତି ପ୍ରଭୁ ସଦୟ ହୋଇଥିବାରୁ, ତୁମ ସହିତ ଯାତ୍ରା କରୁଥିବା ସମସ୍ତଙ୍କର ଜୀବନ ସେ ରକ୍ଷା କରିଛନ୍ତି।
25
ଏଣୁ, ଭାଇମାନେ, ସାହସ ଧରନ୍ତୁ! କାରଣ ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ମୋତେ ଯାହା କୁହାଗଲା, ଠିକ୍ ସେହିପରି ଘଟିବ।
26
କିନ୍ତୁ ଆମେ ଆଗେ ଯାଇ ଗୋଟିଏ ଦ୍ୱୀପରେ ଲାଗିଲା।”
27
ଏହି ଯାତ୍ରାରେ ବାହାରିବାର ଚତୁର୍ଦ୍ଦଶ ଦିବସରେ, ଆମ୍ଭେମାନେ ଭୂମଧ୍ୟ ସାଗରରେ ଝଡ଼ ପବନ ଦ୍ୱାରା ଇତସ୍ତତଃ ଠେଲା ହୋଇ ଯାଉଁ ଯାଉଁ, ପ୍ରାୟ ମଧ୍ୟରାତ୍ରିବେଳେ ନାବିକମାନେ ଅନୁମାନ କଲେ ଯେ, ଆମେ କୂଳର ନିକଟବର୍ତ୍ତୀ ହେଉଛୁ।
28
ସେମାନେ ମାପ କରି ଜାଣିଲେ, ସେଠାରେ ଜଳର ଗଭୀରତା ଚାଳିଶ ମିଟର। ଆଉ ଟିକିଏ ପରେ ଦେଖିଲେ, ଜଳର ଗଭୀରତା ତିରିଶ ମିଟରକୁ କମି ଯାଇଛି।
29
ଜାହାଜଟି କୌଣସି ପାହାଡ଼ରେ ପିଟି ହୋଇଯିବ ବୋଲି ଆଶଙ୍କା କରି ସେମାନେ ପଛପଟୁ ଚାରୋଟି ଲଙ୍ଗର୍ ପକାଇଲେ ଓ ଦିବାଲୋକର ଅପେକ୍ଷାରେ ରହିଲେ।
30
ତା’ପରେ ନାବିକମାନେ ଜାହାଜରୁ ଓହ୍ଲାଇ ଚାଲି ଯିବାକୁ ଚେଷ୍ଟା କଲେ। ଜାହାଜର ଆଗପଟୁ ଆଉ କେତୋଟି ଲଙ୍ଗର୍ ପକାଇବା ଛଳନା କରି, ସେମାନେ ଜାହାଜ ଉପରେ ଥିବା ଡଙ୍ଗାଟିକୁ ତଳକୁ ଖସାଇ ଦେଲେ।
31
କିନ୍ତୁ ପାଉଲ ସେନାପତି ଓ ସୈନ୍ୟମାନଙ୍କୁ କହିଲେ, “ନାବିକମାନେ ଜାହାଜରେ ନ ରହିଲେ, ଆପଣମାନଙ୍କ ରକ୍ଷା ପାଇବାର ଆଉ ଆଶା ନାହିଁ।”
32
ତେଣୁ ସୈନ୍ୟମାନେ ଡଙ୍ଗାର ଦଉଡ଼ିଟିକୁ କାଟି ଦେଇ ପାଣିରେ ଭାସି ଯିବାକୁ ଛାଡ଼ି ଦେଲେ।
33
ଭୋର ହେବା ପୂର୍ବରୁ ପାଉଲ ସମସ୍ତଙ୍କୁ ଖାଇବା ପାଇଁ ଅନୁଯୋଗ କଲେ। ସେ କହିଲେ, “ଏହି ଚଉଦ ଦିନ ହେଲାଣି, ଆପଣମାନେ କିଛି ଖାଇ ନାହାନ୍ତି।
34
ଅନୁରୋଧ କରୁଛି, ଏବେ କିଛି ଖାଆନ୍ତୁ, ବଞ୍ଚି ରହିବା ପାଇଁ ଏହା ନିତାନ୍ତ ଆବଶ୍ୟକ। ଭୟ କରନ୍ତୁ ନାହିଁ। ଆପଣମାନଙ୍କ ମସ୍ତକରୁ ଗୋଟିଏ ହେଲେ କେଶ ଆଉ ନଷ୍ଟ ହେବ ନାହିଁ।”
35
ଏହା କହି ପାଉଲ ଧନ୍ୟବାଦ ଦେଇ ରୋଟୀ ଭାଙ୍ଗି ଖାଇଲେ।
36
ଏଥିରେ ସମସ୍ତେ ଉତ୍ସାହିତ ହୋଇ ଭୋଜନ କଲେ।
37
ସେତେବେଳେ ଜାହାଜରେ ୨୭୬ ଜଣ ଲୋକ ଥିଲେ।
38
ସମସ୍ତେ ଯଥେଷ୍ଟ ଖାଇ ସାରିବା ପରେ ଜାହାଜକୁ ହାଲୁକା କରିଦେବା ପାଇଁ ସେଥିରେ ଥିବା ସବୁ ଗହମ ସମୁଦ୍ରକୁ ଫୋପାଡ଼ି ଦେଲେ।
39
ପରଦିନ ସକାଳେ କୂଳର କେଉଁ ସ୍ଥାନରେ ଆସି ସେମାନେ ପହଞ୍ôଚଛନ୍ତି, ନାବିକମାନେ ଜାଣିପାରିଲେ ନାହିଁ; କିନ୍ତୁ ସେମାନେ ଦେଖିଲେ, ତାହା ଗୋଟିଏ ଉପସାଗରର ବେଳାଭୂମି। ସେଠାରେ ଜାହାଜ ଲଗାଇବା ପାଇଁ ସ୍ଥିର କଲେ।
40
ତେଣୁ ଲଙ୍ଗର୍ ଦଉଡ଼ି ସବୁ କାଟି ଦେଇ ସେଗୁଡ଼ିକୁ ସମୁଦ୍ର ତଳେ ପୋତି ହୋଇଯିବା ପାଇଁ ଛାଡ଼ିଦେଲେ। ପୁଣି ମଙ୍ଗର୍ ଦଉଡ଼ିଗୁଡ଼ିକୁ ଫିଟାଇ ଦେଇ ସାମନାରେ ବନ୍ଧା ହୋଇଥିବା ପାଲଟିକୁ ଉଠାଇଲେ। ଫଳରେ ପବନରେ ଠେଲି ହୋଇ ଜାହାଜ କୂଳ ଆଡ଼କୁ ଗତି କଲା।
41
କିନ୍ତୁ ବାଲି ଚଡ଼ା ଉପରେ ପିଟି ହୋଇ ଜାହାଜର ସାମନା ଭାଗଟି ତଳେ ପୋତି ହୋଇଗଲା ଓ ଲହଡ଼ାର ପ୍ରବଳ ଆଘାତରେ ଜାହାଜର ପଛ ଭାଗ ଖଣ୍ଡ ବିଖଣ୍ଡିତ ହେଲା।
42
ବନ୍ଦୀମାନେ କୂଳକୁ ପହଁରି ପହଁରି ପଳାଇ ଯିବେ ବୋଲି ଆଶଙ୍କା କରି ସେମାନଙ୍କୁ ମାରିଦେବା ପାଇଁ ସୈନିକମାନେ ବିଚାର କଲେ।
43
କିନ୍ତୁ ସେନାପତି ପାଉଲଙ୍କ ପ୍ରାଣରକ୍ଷା କରିବାକୁ ଚାହୁଁଥିଲେ; ତେଣୁ ସେ ସୈନିକମାନଙ୍କୁ ସେଥିରୁ ନିବୃତ୍ତ କଲେ। ସନ୍ତରଣ କରି ପାରୁଥିବା ସମସ୍ତଙ୍କୁ ପାଣିକୁ ଡେଇଁପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ,
44
ପୁଣି କାଠପଟା ବା ଜାହାଜର କୌଣସି ଭଙ୍ଗା ଅଂଶକୁ ଧରି ଭାସିବା ପାଇଁ ଅନ୍ୟମାନଙ୍କୁ କହିଲେ। ଏହିପରି ଭାବରେ ଆମ୍ଭେମାନେ ସମସ୍ତେ ଯାଇ କୂଳରେ ପହଞ୍ଚିଲୁ।
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Acts Commentaries
→
Devotional
Acts Devotional Guide
→
Get This Bible
CL Study Bible
→